ତାଳଚେର(ବିଜୟ କୁମାର ଦେବତା): ଆଜିଦିନଠାରୁ ତାଳଚେର ନଗରରେ ପୂଜା ପାଇଲେ ବାବା କାର୍ତ୍ତିକେଶ୍ୱର l ପ୍ରାୟ ୨୫ ଗୋଟି ମଣ୍ଡପରେ ପୂଜା ପାଇବେ ବାବା କାର୍ତ୍ତିକେଶ୍ୱର ଓ ରାଧାକୃଷ୍ଣ l ପୂଜା ଓ ଭଷାଣୀକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବା ପାଇଁ ତାଳଚେର ଥାନାରେ ଆଇ.ଆଇ.ସି ଦିଗବିଜୟ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି l ଚଳିତ ବର୍ଷ ପୂଜା ୯ ଦିନ ଧରି ହେବା ସହ, ତା. ୧0.୧୧.୨୫ ରିଖ ସୋମବାର ଅପରାହ୍ନ ୧.00 ଘଟିକାରୁ ଭଷାଣୀ ହେବାପାଇଁ ସ୍ଥିର ହୋଇଛି l
ପୂଜା ସମୟରେ ସମସ୍ତ ପୂଜା ମଣ୍ଡପ ମାନଙ୍କରେ ଅଗ୍ନି ନିର୍ବାପକ ଯନ୍ତ୍ର ରଖିବା ସହ ସିସିଟିଭି କ୍ୟାମେରା ଲଗାଇବା ପାଇଁ ନିଷ୍ପତି ହୋଇଛି l ଭଷାଣୀରେ ଡିଜେ ସମ୍ପୂର୍ଣ ନିଷେଧ କରାଯାଇଛି, ଶାନ୍ତିଶୃଙ୍ଖଳା ସହ ଭଷାଣୀ ଶୋଭାଯାତ୍ରା ପାଳନ ପାଇଁ ଅନେକ ନୀତି ନିୟମ କରାଯାଇଛି l ସମସ୍ତ ପୂଜା କମିଟି ଏହାକୁ କଡାକଡି ଭାବରେ ପାଳନ କରିବାକୁ ନିଷ୍ପତି କରିଛି l
ଭଷାଣୀ ଦିନ ମଧ୍ୟାହ୍ନ ୧୧.00 ଘଟିକାରେ ପ୍ରଭୁ କାର୍ତ୍ତିକେଶ୍ୱରଙ୍କ ୭୧ କେଜି ଓଜନର ଲଡୁ ନିଲାମ ହେବାପାଇଁ ସ୍ଥିର ହୋଇଛି l ଲଡୁ ନିଲାମ ପରେ ଅତିଥିମାନଙ୍କର ମେଢ଼ ପରିଦର୍ଶନ ପରେ ଅପରାହ୍ନ ୧.00 ଘଟିକାରେ ଭଷାଣୀ ଶୋଭାଯାତ୍ରା ଆରମ୍ଭ ହେବ l ଏହା ରାତି ୮.00 ଘଟିକାରେ ଶେଷ ହେବା ପାଇଁ କଡାକଡି ଭାବରେ ନିଷ୍ପତି ହୋଇଛି l
ଚଳିତ ବର୍ଷ ତାଳଚେର ନଗରରେ ୨୫ରୁ ଉର୍ଧ୍ଵ କାର୍ତ୍ତିକେଶ୍ୱର ଓ ରାଧାକୃଷ୍ଣ ମୂର୍ତ୍ତି ପୂଜା ପାଉଥିବା ସ୍ଥଳରୁ ୧୭ ଗୋଟି ମେଢ଼ ଏକତ୍ର ଭଷାଣୀରେ ସାମିଲ ହେବେ l ଉକ୍ତ ବୈଠକରେ ଲଟେରୀ ମାଧ୍ୟମରେ ଭଷାଣୀର କ୍ରମିକ ନମ୍ବର ସ୍ଥିର ହୋଇଥିଲା l ପର୍ଯ୍ୟାୟ କ୍ରମେ ୧ମ ରେ ନବମିଶ୍ର କଲୋନୀ ପୂଜା କମିଟି, ଅଲ ରାଉଣ୍ଡର ପୂଜା କମିଟି, ଚିତ୍ରକୂଟ ବଜାର ପୂଜା କମିଟି, ପାଇକ ସାହି, ରୁଦ୍ରସେବକ, କାର୍ଗିଲ ଗ୍ରୁପ, ଜୟ ମା ହିଙ୍ଗୁଳା ବଡଦାଣ୍ଡ ସାହି, ବାପୁଜୀ ନଗର ଯୁବକ ସଂଘ, ବଉଳ ଛକ, ମା ତାରିଣୀ ପୂଜା କମିଟି ଜେଲରୋଡ଼, ଭୈରବୀ ସାହି, ସିଂହ ସାହି, ମହାଲକ୍ଷ୍ମୀ ପୂଜା କମିଟି ବାପୁଜୀ ନଗର, ହନୁମାନ ପଡ଼ା, ବାପୁଜୀ ନଗର, ଆମରି ସଂସ୍ଥା ଅରାସାହି, ତାଳେଶ୍ୱରୀ ପୂଜା କମିଟି ବିରାଦର ପଡ଼ା ରହିଛି l
ଉକ୍ତ ବୈଠକରେ ତାଳଚେର ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଶ୍ରୀ ଭରତ ଚନ୍ଦ୍ର ସାହୁ, କେନ୍ଦ୍ରୀୟ କମିଟିର ସଭାପତି ଶ୍ରୀ ଦେବୀ ମିଶ୍ର, ସାଧାରଣ ସମ୍ପାଦକ ପ୍ରକାଶ ମହାରଣା, ଉପ-ସଭାପତି କେଶବ ଭୂତିଆ, କୋଷାଧକ୍ଷ ବିଦ ଦାସ, ନରେଶ ଅଗ୍ରୱାଲ, ଆନନ୍ଦ ମହାରଣା, ରଞ୍ଜନ ଭୂତିଆ, ସୁକାନ୍ତ ରାଏ, ଅଜୁ ଦାସ, ଅଜିତ ଦାସ, ସିଧେଶ୍ୱର କୁଅଁର, ସର୍ବେଶ୍ୱର କୁଅଁର, ସୁନୀଲ ସିଂ ପ୍ରମୁଖ ଉପସ୍ଥିତ ରହି ଉକ୍ତ ବୈଠକକୁ ସହଯୋଗ କରିଥିଲେ l













