ତାଳଚେର,(ବିଜୟ କୁମାର ଦେବତା): ଏକ ମରଣାନ୍ତକ ଆକ୍ରମଣ ଓ ଡକାୟତି ମାମଲାରେ ମାନ୍ୟବର ସହକାରୀ ଦେୱାନୀ ବିଚାରପତି ସ୍ୱର୍ଣଲତା ନାୟକ ସମସ୍ତ ସାକ୍ଷୀ ଓ ପ୍ରମାଣ ସହ ବିଚାର କରି ଆସାମୀ ରଞ୍ଜିତ କୁମାର ସାହୁକୁ ୮ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିବାସହ ୫ ହଜାର ଟଙ୍କା ଜୋରିମନା ଆଦେଶ ଶୁଣାଇଛନ୍ତି। ସୂଚନାଯୋଗ୍ୟ ଗତ ୨୦୨୩ ଫେବୃୟାରୀ ୨ ତାରିଖ ଦିନ ଏତଲାକାରୀ ବିନୋଦ ଚନ୍ଦ୍ର ସାହୁ ତାଙ୍କ ବଲଣ୍ଡା ସ୍ଥିତ କ୍ୱାର୍ଟରରେ ଥିବା ସମୟରେ ତାଙ୍କ ନିଜ ପୁଅ ରଞ୍ଜିତ କୁମାର ସାହୁ ତାଙ୍କ ଘରେ ଡକାୟତି କରିବା ଉଦ୍ଦେଶ୍ୟରେ ଘରେ ପଶି ତାଙ୍କୁ ଧକ୍କା ଦେବାସହ ତାଙ୍କ ପତ୍ନୀ କୁନି ସାହୁ ଓ ତାଙ୍କ ବୋହୁ ସୁଜାତା ସାହୁଙ୍କୁ ଏକ ଧାରୁଆ ଅସ୍ତ୍ରରେ ବେକରେ ଚୋଟ ମାରି ଘର ଆଲମିରାରୁ ୧୦ ହଜାର ଟଙ୍କା ନେଇ ପକାଇଥିଲା।
ପୁଲିସ ଏ ମାମଲାରେ ତଦନ୍ତ କରି ମୁଦଲା ରଞ୍ଜିତକୁ ଗିରଫ କରିବାସହ ଭାରତୀୟ ପିଙ୍ଗଳ କୋର୍ଡ ୩୯୪/୩୨୪/୩୨୬/୩୯୭ ଓ ୩୦୭ରେ ମାମଲା ରୁଜ୍ଜୁ କରି କୋର୍ଟ ଚାଲାଣ କରିଥିଲେ। ମାମଲାକୁ ସରକାରଙ୍କ ତରଫରୁ ଅତିରିକ୍ତ ପବ୍ଲିକ ପ୍ରସିକ୍ୟୁଟର ଗିରିଜା ଶଙ୍କର ମିଶ୍ର ପରିଚାଳନା କରିଥିଲେ।









