Orissa Mirror Odia
Social icon element need JNews Essential plugin to be activated.
ସବସ୍କ୍ରାଇବ କରନ୍ତୁ
  • ରାଜ୍ୟ
  • ଦେଶ-ବିଦେଶ
  • ଅପରାଧ
  • ଜିଲ୍ଲା
    • ଭୁବନେଶ୍ୱର
    • କଟକ
    • ତାଳଚେର
    • ଝାରସୁଗୁଡା
    • ବୌଦ୍ଧ
    • ଅନୁଗୁଳ
  • ରାଜନୀତି
  • ଖେଳ
  • ବାଣିଜ୍ୟ
  • ମନୋରଞ୍ଜନ
  • ସ୍ପେଶାଲ୍ ରିପୋର୍ଟ
  • ସ୍ୱାସ୍ଥ୍ୟ
    • ଜୀବନ ଚର୍ଯ୍ୟା
Orissa Mirror Odia

କେବଳ କଂଗ୍ରେସ ଦେଇଛି ଆଦିବାସୀ ପ୍ରାର୍ଥୀ: ବିଜେପି-ବିଜେଡି ଶୂନ୍ୟ

by Bureauom
October 29, 2025
in ରାଜନୀତି, ରାଜ୍ୟ
A A
କେବଳ କଂଗ୍ରେସ ଦେଇଛି ଆଦିବାସୀ ପ୍ରାର୍ଥୀ

ଭୁବନେଶ୍ୱର : ନୂଆପଡା ଉପନିର୍ବାଚନ ପାଇଁ ଗତ କାଲିଠାରୁ ପ୍ରତ୍ୟହ ହେଉଥିବା ସାମ୍ବାଦିକ ସମ୍ମିଳନୀରେ ଆଜି ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ ମୁଖ୍ୟବକ୍ତା ଭାବରେ ଯୋଗଦେଇ ନୂଆପଡା ଉପନିର୍ବାଚନ ଉପରେ ନିଜର ମତାମତ ଉପସ୍ଥାପନ କରିଥିଲେ। ସେ କହିଛନ୍ତି, କେବଳ କଂଗ୍ରେସ ଦେଇଛି ଆଦିବାସୀ ପ୍ରାର୍ଥୀ, ଯେଉଁଠାରେ ବିଜେପି ଓ ବିଜେଡି ଆଦିବାସୀଙ୍କୁ ଅନଦେଇ ରାଜନୈତିକ ଲାଭ ଖୋଜୁଛନ୍ତି। ପୂର୍ବତନ ମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆସୁଥିବା ବାତ୍ୟା “ମନ୍ଥା” ପାଇଁ ରାଜ୍ୟବାସୀଙ୍କୁ ସତର୍କ ଓ ସଜାଗ ରହିବା ପାଇଁ ଅନୁରୋଧ କରିଥିଲେ।

ନୂଆପଡାରେ ଏକ ବିଚିତ୍ର ରାଜନୈତିକ ପରିସ୍ଥିତି ସୃଷ୍ଟି ହୋଇଛି । ବିଜେପି ଓ ବିଜେଡି ଉଭୟ ପୋଷ୍ଟରରେ ସ୍ବର୍ଗତ ବିଧାୟକ ରାଜୁ ଢୋଲାକିଆଙ୍କ ଫଟୋ ବ୍ୟବହାର କରୁଛନ୍ତି । ପ୍ରକୃତରେ ସେ କାହାର ତାକୁ ନେଇ ସାଧାରଣରେ ଆଲୋଚନା ହେଉଛି । ଜନସମାଗମ ନ ହେବାରୁ ମୁଖ୍ୟମନ୍ତ୍ରୀଙ୍କ ସଭା ଭଣ୍ଡୁର ହେଲା । କାରଣ ବିଜେଡିରେ ଥିବା ସ୍ବର୍ଗତ ରାଜୁ ଢୋଲକିଆଙ୍କ ପୁତ୍ରଙ୍କୁ ବିଜେପି ପ୍ରାର୍ଥୀ କରିଥିବାରୁ ବିଜେପି ଦଳରେ ଘୋର ଅସନ୍ତୋଷ ଏବଂ କର୍ମୀ ସହଯୋଗ କରୁନାହାନ୍ତି । ସ୍ଥାନୀୟ କର୍ମୀଙ୍କ ନିରୁତ୍ସାହ ପାଇଁ ଛତିଶଗଡ ନେତାଙ୍କୁ ଆସି ପ୍ରଚାର କରିବାକୁ ପଡୁଛି । ବିଜେଡି ଚଳାଉଥିବା ବ୍ୟକ୍ତି ଓ ବିଜେପି ମଧ୍ୟରେ ସାଲିସ ହୋଇଛି ସେମାନେ ବନ୍ଧୁତ୍ୱପୂର୍ଣ ଲଢେଇ କରୁଛନ୍ତି । ଏପଟେ କଂଗ୍ରେସର ପ୍ରଚାରରେ ଖୋଦ ଆମ ଦଳର ସଭାପତି ଭକ୍ତ ଚରଣ ଦାସ ନୂଆପଡାରେ ରହି ପ୍ରଚାର ଦାୟିତ୍ୱ ନେଇଛନ୍ତି ପୁଣି ସିଏ ସେଠାକାର ସ୍ଥାନୀୟ ନେତା ଏବଂ ତାଙ୍କ ଅମଳରେ ନୂଆପଡା ବିକାଶର ସ୍ୱାଦ ଚାଖିଥିଲା । କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ଜଣେ ଆଦିବାସୀ ଏବଂ ନିର୍ବିବାଦୀୟ ସର୍ବମାନ୍ୟ ନେତା । ୪ ଥର ନିର୍ବାଚନ ଲଢ଼ି ଭୋଟ ସଂଖ୍ୟା ବୃଦ୍ଧି ପାଇଛି ଗତ ନିର୍ବାଚନରେ ୫୧ ହଜାର ଭୋଟ ପାଇ ଦ୍ଵିତୀୟ ସ୍ଥାନରେ ଥିଲେ । ଜିଲ୍ଲାରେ ମୋଟ ୪୦% ଆଦିବାସୀ ଥିବାବେଳେ ବିଜେଡି ବିଜେପି ଆଦିବାସୀ ଜଣଙ୍କୁ ପ୍ରାର୍ଥୀ କରି ପାରିଲା ନାହିଁ । କିନ୍ତୁ କଂଗ୍ରେସ ରାହୁଳ ଗାନ୍ଧୀଙ୍କ ସାମାଜିକ ନ୍ୟାୟ ପ୍ରତିଷ୍ଠା ପାଇଁ ବଦ୍ଧପରିକର । ଆମେ ଆଦିବାସୀ ପ୍ରାର୍ଥୀ ଘାସିରାମ ମାଝୀଙ୍କୁ ଟିକେଟ ଦେଇଛୁ ।

ନାରୀ, ଶ୍ରମିକ, ଆଦିବାସୀ ଦଳିତ, ବେକାରୀ ଓ କୃଷକଙ୍କ ସାମାଜିକ ନ୍ୟାୟ ପ୍ରତିଷ୍ଠା ଓ ବିକାଶ ହେଉଛି କଂଗ୍ରେସର ମୁଦ୍ଦା । ବିଜେପି ବିଜେଡିଙ୍କ ପାଖରେ କୌଣସି ମୁଦ୍ଦା ନାହିଁ କେବଳ ଗୋଟିଏ ଲକ୍ଷ କଂଗ୍ରେସକୁ ପରାଜିତ କରିବା । ୩୦୦ ୟୁନିଟ ବିଜୁଳି ଛାଡ଼, ବାର୍ଦ୍ଧକ୍ୟ ଭତ୍ତା, ସୁଭଦ୍ରା ଯୋଜନା ନାମରେ ବିଜେପି ପ୍ରତାରଣା କରିଛି ତେଣୁ ଭୋଟରଙ୍କ ପାଖକୁ କଣ ମୁଦ୍ଦା ନେଇ ଯିବେ ? କୌଣସି ମୁଦ୍ଦା ନାହିଁ ସମସ୍ତ ରଣ କୌଶଳ କଂଗ୍ରେସ ଆଗରେ କାମ ଦେଉ ନ ଥିବାରୁ ଏକ ନୂତନ ନକାରାତ୍ମକ ପନ୍ଥା ଆପଣାଇଛନ୍ତି । ପରୋକ୍ଷରେ ଆମ ସଭାପତି ଭକ୍ତ ଦାସଙ୍କ ବିରୁଦ୍ଧରେ ବିନା ତଥ୍ୟ ପ୍ରମାଣ ଆଧାରରେ କୁତ୍ସାରଟନା ଆରମ୍ଭ କରି ନୂଆପଡା ନିର୍ବାଚନକୁ ପ୍ରଭାବିତ କରିବା ଅପଚେଷ୍ଟା କରୁଛନ୍ତି। ଅବିଭକ୍ତ କଳାହାଣ୍ଡି ଜିଲ୍ଲା ୧୯୬୬ ମସିହା ବେଳକୁ ଏକ ଦୁର୍ଭିକ୍ଷ ପ୍ରପୀଡ଼ିତ ଅଞ୍ଚଳ ଥିଲା । ସେଠାକୁ ଇନ୍ଦିରା ଗାନ୍ଧୀଙ୍କ ସମେତ ସମସ୍ତ ଦଳର ନେତା, ସମାଜସେବୀ, ବିଦେଶୀ ସାମ୍ବାଦିକ ପରିଦର୍ଶନ କରୁଥିଲେ। ଆମେ ସେତେବେଳେ ରିଲିଫ କାମରେ ଯୋଗ ଦେଇଥିଲୁ । ମୁଁ ୧୯୭୪ ଏବଂ ୧୯୯୭ ରେ ନୂଆପଡାର ନିର୍ବାଚିତ ପ୍ରତିନିଧି ଥିଲି । କଂଗ୍ରେସ ଶାସନ କାଳରେ ଏ ଏନ ଖୋସଲା ରାଜ୍ୟପାଳ ଥାଆନ୍ତି । ସେ ଜଣେ ସ୍ୱନାମଧନ୍ୟ ଇଞ୍ଜିନିଅର ମଧ୍ୟ । ଇନ୍ଦିରା ଗାନ୍ଧୀ ତାଙ୍କ ସହ ଆଲୋଚନା କଲେ । ତାପରେ ଆରମ୍ଭ ହେଲା ନୂଆପଡା କଳାହାଣ୍ଡିର ବିକାଶ ଯାତ୍ରା । କଳାହାଣ୍ଡି, ବଲାଙ୍ଗୀର କୋରାପୁଟକୁ କେବିକେ ଯୋଜନା ଅନ୍ତର୍ଗତ ସ୍ୱତନ୍ତ୍ର ଆର୍ଥିକ ପ୍ୟାକେଜର ଆରମ୍ଭ, ଇନ୍ଦ୍ରାବତୀ ଓ ପତୋରା ଭଳି ବୃହତ ଜଳସେଚନ ଭିତ୍ତିକ ଡ୍ୟାମ । ଆଜି ମରୁଡି ଅଞ୍ଚଳ ଶସ୍ୟ ଶ୍ୟାମଳା ହୋଇଛି । କେବଳ ପତୋରା ଡ୍ୟାମ ୬୦ ହଜାର ଏକର ଜମି ଜଳସେଚିତ କରୁଛି । ଏସବୁ ଇନ୍ଦିରା ଗାନ୍ଧୀଙ୍କ ନିଷ୍ପତ୍ତି ଯୋଗୁଁ ସମ୍ଭବ ହୋଇଛି।

ୟୁପିଏ ସରକାର ସମୟରେ ଶିକ୍ଷା ସ୍ୱାସ୍ଥ୍ୟ, ଜଳସେଚନ, ବିଜୁଳୀ ଓ ରାସ୍ତାଘାଟକୁ ପ୍ରାଧାନ୍ୟ ଦିଆଯାଇ ଅନେକ ବିକାଶମୂଳକ କାମ କରାଯାଇଛି । ଆମେ ବିରୋଧୀ ବିଜେଡି ବିଜେପିଙ୍କୁ ଆହ୍ୱାନ କରୁଛୁ ଏକ ମୁହାଁମୁହିଁ ଆଲୋଚନା ପାଇଁ । କଂଗ୍ରେସ ସରକାର ସମୟରେ କଣ ବିକାଶ ହୋଇଥିଲା ଏବଂ ଗତ ୨୫ ବର୍ଷର ବିଜେଡି ବିଜେପି ଓ ଡବଲ ଇଞ୍ଜିନ ଶାସନରେ କଣ ବିକାଶ କରିଛନ୍ତି । ସାଧାରଣ ଜନତା ନିର୍ଣ୍ଣୟ କରିବେ କାହା ସମୟରେ ପ୍ରକୃତ ବିକାଶ ହୋଇଥିଲା । କଂଗ୍ରେସର ବିଜୟ ହେବ କୌଣସି ଚୋରୀ କିମ୍ବା ଅପପ୍ରଚାର କାମ ଦେଵନାହିଁ ବୋଲି ଶ୍ରୀ ପଟ୍ଟନାୟକ ଦୃଢୋକ୍ତି ପ୍ରକାଶ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକଙ୍କ ସହିତ ପିସିସିର ବରିଷ୍ଠ ମୁଖପାତ୍ର ରଜନୀ କୁମାର ମହାନ୍ତି ଓ ନଳିନୀକାନ୍ତ ନାୟକ ଉପସ୍ଥିତ ଥିଲେ ।

Bureauom

Bureauom

Next Post
ଓଡ଼ିଶା ଉତ୍ତରପ୍ରଦେଶ ରଣଜୀ ମୁକାବିଲା ଡ୍ର

ଓଡ଼ିଶା ଉତ୍ତରପ୍ରଦେଶ ରଣଜୀ ମୁକାବିଲା ଡ୍ର: ୮ ଦିନ ପରେ ୧ ପଏଣ୍ଟ୍

ଛାଡ଼ପତ୍ର ପାଇଁ ଆବେଦନ କଲେ ମାହି-ଜୟ

ଛାଡ଼ପତ୍ର ପାଇଁ ଆବେଦନ କଲେ ମାହି-ଜୟ, ଅଭିନୟ ଜଗତରେ ଚର୍ଚ୍ଚା

ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ

ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ: ଭାରତୀୟ ସେନାର କଡ଼ା ଜବାବ ସହ ସୀମାରେ ତନାତନି

ଦିଲ୍ଲୀର କୃତ୍ରିମ ବର୍ଷା ପାଇଁ କ୍ଲାଉଡ୍ ସିଡିଂ

ଦିଲ୍ଲୀର କୃତ୍ରିମ ବର୍ଷା ପାଇଁ କ୍ଲାଉଡ୍ ସିଡିଂ ଆରମ୍ଭ, ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ନୂଆ ପଦକ୍ଷେପ

ପୋଡ଼ମ୍‌ପେଟାରେ କୂଳ ଲଂଘିଲା ସମୁଦ୍ର

ପୋଡ଼ମ୍‌ପେଟାରେ କୂଳ ଲଂଘିଲା ସମୁଦ୍ର, ଗଞ୍ଜାମରେ ‘ମୋନ୍ଥା’ର ପ୍ରଭାବ ତୀବ୍ର

Orissa Mirror Odia

©2025 Orissa Mirror. All Rights Reserved

Reach Us

  • Home
  • About Us
  • Contact Us
  • Privacy Policy

Follow Us

Social icon element need JNews Essential plugin to be activated.
No Result
View All Result
  • ରାଜ୍ୟ
  • ଦେଶ-ବିଦେଶ
  • ଅପରାଧ
  • ଜିଲ୍ଲା
    • ଭୁବନେଶ୍ୱର
    • କଟକ
    • ତାଳଚେର
    • ଝାରସୁଗୁଡା
    • ବୌଦ୍ଧ
    • ଅନୁଗୁଳ
  • ରାଜନୀତି
  • ଖେଳ
  • ବାଣିଜ୍ୟ
  • ମନୋରଞ୍ଜନ
  • ସ୍ପେଶାଲ୍ ରିପୋର୍ଟ
  • ସ୍ୱାସ୍ଥ୍ୟ
    • ଜୀବନ ଚର୍ଯ୍ୟା

©2025 Orissa Mirror. All Rights Reserved