Orissa Mirror Odia
Social icon element need JNews Essential plugin to be activated.
ସବସ୍କ୍ରାଇବ କରନ୍ତୁ
  • ରାଜ୍ୟ
  • ଦେଶ-ବିଦେଶ
  • ଅପରାଧ
  • ଜିଲ୍ଲା
    • ଭୁବନେଶ୍ୱର
    • କଟକ
    • ତାଳଚେର
    • ଝାରସୁଗୁଡା
    • ବୌଦ୍ଧ
    • ଅନୁଗୁଳ
  • ରାଜନୀତି
  • ଖେଳ
  • ବାଣିଜ୍ୟ
  • ମନୋରଞ୍ଜନ
  • ସ୍ପେଶାଲ୍ ରିପୋର୍ଟ
  • ସ୍ୱାସ୍ଥ୍ୟ
    • ଜୀବନ ଚର୍ଯ୍ୟା
Orissa Mirror Odia

ବୌଦ୍ଧ ବିଧାୟକଙ୍କୁ ଅଡୁଆ ବଂଶବାଦ ଆଘାତ: ମନ୍ତ୍ରୀ ପଦ ପାଇଁ ଚିନ୍ତା, ବଢୁଛି ଆମଦାନୀ ନେତାଙ୍କ ଦୌରାତ୍ମ୍ୟ

by Bureauom
October 29, 2025
in ଜିଲ୍ଲା, ରାଜନୀତି, ରାଜ୍ୟ
A A
ବୌଦ୍ଧ ବିଧାୟକଙ୍କୁ ଅଡୁଆ ବଂଶବାଦ

ବୌଦ୍ଧ: ରାଜ୍ୟରେ ସରକାର ବଦଳିବା ସହିତ ବଦଳିଛି ବୌଦ୍ଧ ନିର୍ବାଚନ ମଣ୍ଡଳୀର ରାଜନୀତି l ପ୍ରଥମ ଥର ବୌଦ୍ଧରେ ବିଜେପି ବିଜୟ ଲାଭ କରିଥିବା ବେଳେ ବିଜେଡ଼ି ଦଳ ପରାଜୟର ସ୍ୱାଦ ଚାଖିଛି l ଦିନକୁ ଦିନ ବୌଦ୍ଧ ବିଧାୟକ ତଥା ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନଙ୍କ ଆଭିମୁଖ୍ୟ ବଦଳିବାରେ ଲାଗିଛି l ସୂଚନା ଅନୁଯାୟୀ ବୌଦ୍ଧ ଜିଲ୍ଲା ବିଜେପିର ବରିଷ୍ଠ ନେତୃବୃନ୍ଦଙ୍କୁ ବିଧାୟକ ସରୋଜ କୁମାର ପ୍ରଧାନଙ୍କ ଦ୍ୱାରା ଅବହେଳା କରାଯାଉଥିବା ବେଳେ ସାଧାରଣ ନିର୍ବାଚନ ପରେ ବିଜେଡ଼ି ଦଳରୁ ଆମଦାନୀ ହୋଇଥିବା କୁଜି ନେତାଙ୍କୁ ଗୁରୁତ୍ୱ ଦିଆଯାଉଛି l ଫଳରେ ଆମଦାନୀ ନେତାମାନେ ଖୁସି ଥିବାବେଳେ ବରିଷ୍ଠ ବିଜେପି ନେତାମାନଙ୍କ ଭିତରେ ପୁଞ୍ଜିଭୂତ ଅସନ୍ତୋଷର ନିଆଁ କୁହୁଳୁଛି l

ଭାରତୀୟ ଜନତା ପାର୍ଟିର ସର୍ବମାନ୍ୟ ନେତା ଭାରତର ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ସବୁ ସମୟରେ ବଂଶବାଦ ରାଜନୀତିକୁ ବିରୋଧ କରି ଆସିଛନ୍ତି l ଯାହାର ଫଳ ସ୍ୱରୂପ ସାଧାରଣ ଜନତା ମଧ୍ୟ ମୋଦିଜୀଙ୍କ ନେତୃତ୍ୱକୁ ସର୍ବାଧିକ ସମର୍ଥନ ଦେଇ ଆସିଛନ୍ତି l ଯଦି ତୃଣମୂଳସ୍ତରରୁ ଉପର ପର୍ଯ୍ୟନ୍ତ ଏକ ପରିବାର ହାତରେ ସମସ୍ତ ପଦ ପଦବୀ ରହେ ଏବଂ ଶାସନ ଦଳ ଗତ ନିଷ୍ପତିରେ ନ ଚାଲି ବ୍ୟକ୍ତି କୈନ୍ଦ୍ରିକ ହୁଏ ତେବେ ଜିଲ୍ଲାରେ ବିଜେପି କମ ଦିନ ମଧ୍ୟରେ ଲୋପପାଇବା ଯଥେଷ୍ଟ ସମ୍ଭାବନା ରହିଛି ବୋଲି ରାଜନୈତିକ ବିଶେଷଜ୍ଞମାନଙ୍କ ମହଲରେ ଚର୍ଚ୍ଚା ହେଉଛି l ଜାତୀୟ ଏବଂ ଆଞ୍ଚଳିକ ରାଜନୈତିକ କ୍ଷେତ୍ରରେ ଏହା ବହୁଧା ପ୍ରତୀୟମାନ ଏବଂ ପ୍ରମାଣିତ ହୋଇ ସାରିଛି l

ଭାରତୀୟ ଜନତା ପାର୍ଟିର ସର୍ବମାନ୍ୟ ନେତା ନରେନ୍ଦ୍ର ମୋଦି ସର୍ବଦା ଦଳର ବାରମ୍ବାର ବିଜୟ ପଛରେ ନିଃସ୍ଵାର୍ଥପର ଭାବେ ଦେଶ ଉଦ୍ଦେଶ୍ୟରେ ନିରବଛିନ୍ନ କାର୍ଯ୍ୟ କରି ଆସୁଥିବା ଭାରତୀୟ ଜନତା ପାର୍ଟିର ଦେବ ଦୁର୍ଲଭ କାର୍ଯ୍ୟକର୍ତ୍ତାମାନଙ୍କୁ ଭୁୟସୀ ପ୍ରଶଂସା କରିବା ସହ ଶ୍ରେୟ ମଧ୍ୟ ଦେଇ ଆସୁଛନ୍ତି l ଯଦି ୨୪ ବର୍ଷର ବିଜେଡି ଶାସନକୁ ଜିଲ୍ଲାରେ କିଏ ପ୍ରତିହତ କରିଛି ତ ସିଏ ହେଉଛନ୍ତି ବହୁଦିନରୁ ନିରବଛିନ୍ନ ଭାବରେ କାର୍ଯ୍ୟ କରି ଆସୁଥିବା ବୌଦ୍ଧ ବଜେପିର କାର୍ଯ୍ୟକର୍ତ୍ତା ଅନ୍ୟଥା ଅନ୍ୟଦଳରୁ ଆସି ଏବଂ ଦିନେ ମଧ୍ୟ ଦଳରେ କୌଣସି କାର୍ଯ୍ୟ କରି ନଥିବା ସରୋଜ ପ୍ରଧାନ କେବେ ହେଲେ ବିଜୟ ଲାଭ କରି ପାରି ନଥାନ୍ତେ? ଭାରତୀୟ ଜନତା ପାର୍ଟି ସମଗ୍ର ଭାରତ ବର୍ଷରେ ବଂଶବାଦ ରାଜନୀତିର ମୂଳତ୍ପାଟନ କରିବା ଲକ୍ଷ୍ୟ ନେଇ କାର୍ଯ୍ୟ କରୁଥିବା ବେଳେ ବୌଦ୍ଧ ବିଜେପି ବିଧାୟକ ବଂଶବାଦ ରାଜନୀତିରେ ମସଗୁଲ ହୋଇ ରହିଛନ୍ତି l

ବୌଦ୍ଧ ବିଧାୟକଙ୍କ ଧର୍ମପତ୍ନୀ ସ୍ନେହଲତା ପ୍ରଧାନ ବର୍ତ୍ତମାନ ହରଭଙ୍ଗା ବ୍ଲକ ଅଧ୍ୟକ୍ଷା ଥିବାବେଳେ ବିଧାୟକ ନିଜେ ରାଧାନଗର ପଞ୍ଚାୟତରୁ ସମିତି ସଭ୍ୟ ଭାବରେ ବିଜୟୀ ହୋଇ ବ୍ଲକ ଉପାଧ୍ୟକ୍ଷ ଆସନରେ ବସିଥିଲେ l ବିଧାୟକଙ୍କ ବଡ଼ ଭାଇ ସୁଶାନ୍ତ କୁମାର ପ୍ରଧାନ ପୂର୍ବରୁ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭାବରେ ଦାୟିତ୍ୱ ନିର୍ବାହ କରିଛନ୍ତି l ବିଧାୟକଙ୍କ ଅନ୍ୟତମ ବଡ଼ ଭାଇ ପ୍ରଶାନ୍ତ ପ୍ରଧାନ ବର୍ତ୍ତମାନ ବାଣୀଭୂଷଣପୁର ପଞ୍ଚାୟତର ସମିତି ସଭ୍ୟ ଭାବରେ କାର୍ଯ୍ୟ ନିର୍ବାହ କରୁଥିବା ବେଳେ ୨୦୨୨ ମସିହା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପ୍ରଶାନ୍ତଙ୍କ ଧର୍ମପତ୍ନୀ କରଞ୍ଜକଟା ପଞ୍ଚାୟତରେ ସମିତି ସଭ୍ୟ ପ୍ରାର୍ଥିନୀ ଭାବରେ ନିର୍ବାଚନ ଲଢ଼ି ପରାଜିତ ହୋଇଥିଲେ l ବଡ଼ ଭାଇ ରଜନୀ ପ୍ରଧାନଙ୍କ ଧର୍ମପତ୍ନୀ ମଧ୍ୟ ଗତ ପଞ୍ଚାୟତ ନିର୍ବାଚନରେ ଆଡ଼େଣୀଗଡ଼ ପଞ୍ଚାୟତର ସମିତି ସଭ୍ୟ ପ୍ରାର୍ଥିନୀ ଭାବରେ ନାମାଙ୍କନ ପତ୍ର ଦାଖଲ କରିବା ପରେ ସ୍ଥାନୀୟ ଜନସାଧାରଣଙ୍କ ବିରୋଧ ଯୋଗୁଁ ପ୍ରାର୍ଥି ପତ୍ର ପ୍ରତ୍ୟାହାର କରିବା ପାଇଁ ବାଧ୍ୟ ହୋଇଥିଲେ l ଗୋଟିଏ ପରିବାରର ୪ ଜଣ ପ୍ରାର୍ଥି ପଞ୍ଚାୟତ ନିର୍ବାଚନ ଲଢ଼ିବା ଏବଂ ୩ ଜଣ ପ୍ରାର୍ଥି ବିଜୟୀ ହେବା ସହ ବ୍ଲକ ଅଧ୍ୟକ୍ଷା ପଦବୀ ହାତେଇବା ଘଟଣା ନୀତି ନୈତିକତାର ପରିଭାଷା କଥା ବଖାଣୁଥିବା ବିଜେପି ଦଳର ଦୋମୁହାଁ ନୀତିକୁ ପଦାରେ ପକାଇଛି l

୨୦୨୪ ମସିହା ସାଧାରଣ ନିର୍ବାଚନ ପରବର୍ତ୍ତୀ ସମୟରେ ବିଜେଡ଼ି ଦଳରୁ ମୋହ ବନ୍ଧନ ତୁଟାଇ ବିଜେପି ଦଳରେ ସାମିଲ ହୋଇଥିବା କେତେକ ସ୍ୱାର୍ଥବାଦୀ କୁଜି ନେତାଙ୍କ ଦାଦାଗିରି ଚରମ ସୀମାରେ ପହଁଞ୍ଚିଛି l କୁଜି ନେତାମାନେ ନିଜକୁ ବିଧାୟକଙ୍କ ପାଖ ଲୋକ କହିବା ସହ ବରିଷ୍ଠ ନେତାମାନଙ୍କୁ ଅସମ୍ମାନୀତ କରିବା ପାଇଁ ମଧ୍ୟ ପଛଘୁଞ୍ଚା ଦେଉନଥିବା ଦେଖିବାକୁ ମିଳୁଛି l ରାଜ୍ୟରେ ମନ୍ତ୍ରୀମଣ୍ଡଳ ଅଦଳ ବଦଳ ସମ୍ଭାବନା ଚର୍ଚ୍ଚା ଲାଗି ରହିଥିବା ବେଳେ ବିଧାୟକ ସରୋଜଙ୍କୁ ବଂଶବାଦ ରାଜନୀତି ଆଡୁଆ ସାଜିଛି l ଫଳରେ ବିଧାୟକଙ୍କ ଚିନ୍ତା ବଢିଛି l ଦେଖିବାକୁ ବାକି ରହିଲା ବୌଦ୍ଧ ବିଧାୟକଙ୍କୁ ମନ୍ତ୍ରୀ ପଦ ମିଳୁଛି ନା ବଂଶବାଦ ଅଡୁଆ ସାଜିବା ସହ ହତାଶ ହେବାକୁ ପଡୁଛି l

Bureauom

Bureauom

Next Post
କୋଲକାତାରେ ଇଡିର ହାଇପ୍ରୋଫାଇଲ୍ ଚଢ଼ାଉ

କୋଲକାତାରେ ଇଡିର ହାଇପ୍ରୋଫାଇଲ୍ ଚଢ଼ାଉ: ₹1.2 କୋଟି ନଗଦ ଓ ସୁନା ଜବତ

ମୁଖ୍ୟମନ୍ତ୍ରୀଙ୍କ ବାତ୍ୟା ପ୍ରସ୍ତୁତି ସମୀକ୍ଷା

ବାତ୍ୟା ପ୍ରସ୍ତୁତି ସମୀକ୍ଷା: ସ୍ୱତନ୍ତ୍ର ରିଲିଫ୍ କମିଶନର କଣ୍ଟ୍ରୋଲ ରୁମ୍ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ

ଆଇସିୟୁ ଓ କ୍ରିଟିକାଲ କେୟାର ୟୁନିଟ

ଆଇସିୟୁ ଏବଂ କ୍ରିଟିକାଲ କେୟାର ୟୁନିଟ ପାଇଁ ରାଜ୍ୟର ହସ୍ପିଟାଲଗୁଡିକରେ ମାର୍ଗଦର୍ଶିକା ପ୍ରସ୍ତୁତ

ପାଲନା ଯୋଜନା କର୍ମଶାଳା ଭୁବନେଶ୍ୱର

ପାଲନା ଯୋଜନା କର୍ମଶାଳା ଭୁବନେଶ୍ୱର: ଶିଶୁ ଓ ମହିଳା ବିକାଶ ପାଇଁ ନୂଆ ପଦକ୍ଷେପ

ସୁଭଦ୍ରା ଶକ୍ତି ମେଳା ଭୁବନେଶ୍ୱର

ସୁଭଦ୍ରା ଶକ୍ତି ମେଳା ଭୁବନେଶ୍ୱର: ନଭେମ୍ବର ୧ରୁ ଆରମ୍ଭ, ବିଭିନ୍ନ ରାଜ୍ୟର ଉତ୍ପାଦ ପ୍ରଦର୍ଶିତ ହେବ

Orissa Mirror Odia

©2025 Orissa Mirror. All Rights Reserved

Reach Us

  • Home
  • About Us
  • Contact Us
  • Privacy Policy

Follow Us

Social icon element need JNews Essential plugin to be activated.
No Result
View All Result
  • ରାଜ୍ୟ
  • ଦେଶ-ବିଦେଶ
  • ଅପରାଧ
  • ଜିଲ୍ଲା
    • ଭୁବନେଶ୍ୱର
    • କଟକ
    • ତାଳଚେର
    • ଝାରସୁଗୁଡା
    • ବୌଦ୍ଧ
    • ଅନୁଗୁଳ
  • ରାଜନୀତି
  • ଖେଳ
  • ବାଣିଜ୍ୟ
  • ମନୋରଞ୍ଜନ
  • ସ୍ପେଶାଲ୍ ରିପୋର୍ଟ
  • ସ୍ୱାସ୍ଥ୍ୟ
    • ଜୀବନ ଚର୍ଯ୍ୟା

©2025 Orissa Mirror. All Rights Reserved