Orissa Mirror Odia
Social icon element need JNews Essential plugin to be activated.
ସବସ୍କ୍ରାଇବ କରନ୍ତୁ
  • ରାଜ୍ୟ
  • ଦେଶ-ବିଦେଶ
  • ଅପରାଧ
  • ଜିଲ୍ଲା
    • ଭୁବନେଶ୍ୱର
    • କଟକ
    • ତାଳଚେର
    • ଝାରସୁଗୁଡା
    • ବୌଦ୍ଧ
    • ଅନୁଗୁଳ
  • ରାଜନୀତି
  • ଖେଳ
  • ବାଣିଜ୍ୟ
  • ମନୋରଞ୍ଜନ
  • ସ୍ପେଶାଲ୍ ରିପୋର୍ଟ
  • ସ୍ୱାସ୍ଥ୍ୟ
    • ଜୀବନ ଚର୍ଯ୍ୟା
Orissa Mirror Odia

ବିଶ୍ଵ ମିତବ୍ୟୟିତା ଦିବସ 2025: ମିତାବ୍ୟୟୀ ହୋଇ ସଞ୍ଚୟ କରନ୍ତୁ

by Bureauom
October 30, 2025
in ଜିଲ୍ଲା
A A
ବିଶ୍ଵ ମିତବ୍ୟୟିତା ଦିବସ 2025

ବୌଦ୍ଧ: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହରେ ବିଶ୍ଵ ମିତବ୍ୟୟିତା ଦିବସ 2025 ଉପଲକ୍ଷେ ସାମୂହିକ ଆଲୋଚନା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଲା। ଏହାର ଅଧ୍ୟକ୍ଷତା ଜିଲ୍ଲାପାଳ ବିଭୁତି ଭୂଷଣ ନାୟକ କରିଥିଲେ। ଜିଲ୍ଲା ଆର୍ଥିକ ସେବା ଓ ସଞ୍ଚୟ ଅଧିକାରୀ ଧରିତ୍ରୀ ପ୍ରଧାନ ସମସ୍ତଙ୍କୁ ସ୍ୱାଗତ କରିଥିଲେ ଏବଂ ମିତବ୍ୟୟିତା ଓ ସଞ୍ଚୟ ମଧ୍ୟରେ ତଫାତ୍ ବିଷୟରେ ଆଲୋଚନା କରିଥିଲେ।

ଲିଡ଼ ବ୍ୟାଙ୍କ ଅଫିସର ଡନ ବାସ୍କୋଟି ଆର୍ଥିକ ଅନ୍ତର୍ଭୁକ୍ତିକରଣ ବିଷୟରେ ଏବଂ ଦୁର୍ଘଟଣା ଜନିତ ମୃତ୍ୟୁ ନିମନ୍ତେ ଥିବା ବୀମା ଯୋଜନା — ଯେପରି ଅଟଳ ପେନସନ ଯୋଜନା, ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା, ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଓ ଡିଜିଟାଲ ଦେଣନେଣ ବିଷୟରେ ସୂଚନା ପ୍ରଦାନ କରିଥିଲେ। ଆଇପିଓ କୃଷ୍ଣ ଶତପଥୀ ଡାକଘର ଯୋଜନାଗୁଡ଼ିକ — କିଶାନ ବିକାଶ ପତ୍ର, ପବ୍ଲିକ ପ୍ରୋଭିଡେଣ୍ଟ ଫଣ୍ଡ, ପୋଷ୍ଟାଲ ଲାଇଫ ଇନସୁରେନ୍ସ, ଗ୍ରୁପ ଆକ୍ସିଡେଣ୍ଟାଲ ଇନସୁରେନ୍ସ ଏବଂ ବିଶେଷତଃ ସୁକନ୍ୟା ସମୃଦ୍ଧି ଯୋଜନା ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ।

ଆଇପିବି ବ୍ୟାଙ୍କ ମ୍ୟାନେଜର ଦେବବ୍ରତ ସାହୁ ଗ୍ରାମୀଣ ଓ ଦୁର୍ଗମ ଅଞ୍ଚଳରେ ଡାକ ସେବକମାନଙ୍କ ମାଧ୍ୟମରେ କିପରି ପୋଷ୍ଟ ଅଫିସ ଡିଜିଟାଲ ବ୍ୟାଙ୍କିଂ ସୁବିଧା ଯୋଗାଉଛି ଏବଂ ଏହାର ସୁରକ୍ଷିତ ପ୍ରଣାଳୀ ବିଷୟରେ ସଚେତନ ବାର୍ତ୍ତା ପ୍ରଦାନ କରିଥିଲେ। ଡିଏସପି ଆନନ୍ଦ କୁମାର ଡୁଙ୍ଗଡୁଙ୍ଗ ଓ ଆଦର୍ଶ ଥାନା ଅଧିକାରୀ ନଳିନୀକାନ୍ତ ଦାଶ ସାଇବର ଠକେଇରୁ କିପରି ସୁରକ୍ଷିତ ରହିବା ଏବଂ ସଚେତନ ହେବା ବିଷୟରେ ସ୍ପଷ୍ଟ ଭାବେ ଆଲୋକପାତ କରିଥିଲେ।

ଶେଷରେ ଜିଲ୍ଲାପାଳ ବିଭୁତି ଭୂଷଣ ନାୟକ ଜୀବନରେ ଧନର ମହତ୍ତ୍ୱ, ଟଙ୍କାର ସଦୁପଯୋଗ ଏବଂ ଠକେଇ ଠାରୁ ଧନ ସୁରକ୍ଷା ବିଷୟରେ ଉପସ୍ଥିତ ଅତିଥିମାନଙ୍କୁ ପରାମର୍ଶ ଦେଇଥିଲେ। ଉପଲକ୍ଷେ ପୂର୍ବରୁ ଆୟୋଜିତ ବକ୍ତୃତା, ପୋଷ୍ଟର ଓ କୁଇଜ୍ ପ୍ରତିଯୋଗିତାର ବିଜେତାମାନଙ୍କୁ ପ୍ରଶଂସା ପତ୍ର ଓ ପୁରସ୍କାର ଦେଇ ସମ୍ମାନିତ କରାଯାଇଥିଲା। ଶେଷରେ ଧରିତ୍ରୀ ପ୍ରଧାନ ଧନ୍ୟବାଦ ଜ୍ଞାପନ କରିଥିଲେ।

କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସାଗରୀକା ଦତ୍ତ, ଡେପୁଟି କଲେକ୍ଟର ଶୁଭେନ୍ଦୁ କୁମାର ଜେନା ଓ ବିବେକାନନ୍ଦ ମିଶ୍ର, ସହକାରୀ ଜିଲ୍ଲାପାଳ ଅକ୍ରୁର କୁମାର ଯାନୀ ସହିତ ବରିଷ୍ଠ ଓ କନିଷ୍ଠ ରାଜସ୍ଵ ସହାୟକମାନେ ଉପସ୍ଥିତ ଥିଲେ।

Bureauom

Bureauom

Next Post
Fire at Rajasthan Resort

Fire at Rajasthan Resort: ତମ୍ବୁ ଜଳି ପାଉଁଶ ,ପର୍ଯ୍ୟଟକମାନେ ସୁରକ୍ଷିତ

ଇନ୍ଦିରା ଗାନ୍ଧୀ ମୃତ୍ୟୁ ବାର୍ଷିକୀ

ଇନ୍ଦିରା ଗାନ୍ଧୀଙ୍କ ମୃତ୍ୟୁ ବାର୍ଷିକୀ ରେ ରାହୁଲ ଗାନ୍ଧୀଙ୍କ ଶ୍ରଦ୍ଧାଞ୍ଜଳି

ଏୟାର ଇଣ୍ଡିଆ

ମାଲିକଙ୍କଠାରୁ ୧୦,୦୦୦ କୋଟି ଟଙ୍କାର ସହାୟତା ଲୋଡିଲା ଏୟାର ଇଣ୍ଡିଆ

Nayagarh Collector and DEO in Action Mode

Nayagarh Collector and DEO in Action Mode: ସାବାଡ ହେବେ ଅମାନିଆ ଶିକ୍ଷକ

Rashtriya Ekta Diwas at Cuttack OSAP

Rashtriya Ekta Diwas at Cuttack OSAP: ସର୍ଦ୍ଦାର ପଟେଲଙ୍କ 150ତମ ଜୟନ୍ତୀ ପାଳନ

Orissa Mirror Odia

©2025 Orissa Mirror. All Rights Reserved

Reach Us

  • Home
  • About Us
  • Contact Us
  • Privacy Policy

Follow Us

Social icon element need JNews Essential plugin to be activated.
No Result
View All Result
  • ରାଜ୍ୟ
  • ଦେଶ-ବିଦେଶ
  • ଅପରାଧ
  • ଜିଲ୍ଲା
    • ଭୁବନେଶ୍ୱର
    • କଟକ
    • ତାଳଚେର
    • ଝାରସୁଗୁଡା
    • ବୌଦ୍ଧ
    • ଅନୁଗୁଳ
  • ରାଜନୀତି
  • ଖେଳ
  • ବାଣିଜ୍ୟ
  • ମନୋରଞ୍ଜନ
  • ସ୍ପେଶାଲ୍ ରିପୋର୍ଟ
  • ସ୍ୱାସ୍ଥ୍ୟ
    • ଜୀବନ ଚର୍ଯ୍ୟା

©2025 Orissa Mirror. All Rights Reserved