Orissa Mirror Odia
Social icon element need JNews Essential plugin to be activated.
ସବସ୍କ୍ରାଇବ କରନ୍ତୁ
  • ରାଜ୍ୟ
  • ଦେଶ-ବିଦେଶ
  • ଅପରାଧ
  • ଜିଲ୍ଲା
    • ଭୁବନେଶ୍ୱର
    • କଟକ
    • ତାଳଚେର
    • ଝାରସୁଗୁଡା
    • ବୌଦ୍ଧ
    • ଅନୁଗୁଳ
  • ରାଜନୀତି
  • ଖେଳ
  • ବାଣିଜ୍ୟ
  • ମନୋରଞ୍ଜନ
  • ସ୍ପେଶାଲ୍ ରିପୋର୍ଟ
  • ସ୍ୱାସ୍ଥ୍ୟ
    • ଜୀବନ ଚର୍ଯ୍ୟା
Orissa Mirror Odia

Jharsuguda Dacoity Case: ଡକାୟତି ପୂର୍ବରୁ ମାଡ଼ି ବସିଲା ପୁଲିସ୍ “୫ ଅଭିଯୁକ୍ତ ଗିରଫ”

ଝାରସୁଗୁଡା ରେଙ୍ଗାଲି ପୋଲିସ ମହିମା ଆଶ୍ରମ ନିକଟରେ ଏକ ବଡ଼ ଡକାୟତି ଉଦ୍ୟମକୁ ଭଣ୍ଡୁର କରିବାରେ ସକ୍ଷମ ହେବାସହ, ପାଞ୍ଚ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରିବା ସହିତ ଅସ୍ତ୍ରଶସ୍ତ୍ର ଏବଂ ଏକ ବୋଲେରୋ ଗାଡ଼ି ଜବତ କରିଛି।

by Bureauom
November 2, 2025
in ଅପରାଧ, ଝାରସୁଗୁଡା
A A
Jharsuguda Dacoity Case

ଝାରସୁଗୁଡ଼ା(ବିଜୟ ଶଙ୍କର ଦାଶ): ଗତ କିଛି ଦିନ ହେଲା ଅପରାଧୀଙ୍କ ପାଇଁ ପୁଲିସ୍ କାଳ ସାଜିଛି l କେତେବେଳେ ବେଆଇନ ମଦ ବ୍ୟବସାୟୀଙ୍କୁ ଧରୁଥିବା ବେଳେ କେତେବେଳେ ସଟ୍ଟା ଆଡ୍ଡା ଉପରେ ଚଢ଼ଉ କରୁଛି l କେତେବେଳେ ବେଆଇନ ବନ୍ଧୁକ ଜବତ ସହ ଅଭିଯୁକ୍ତଙ୍କୁ ଗିରଫ କରୁଥିବା ବେଳେ କେତେବେଳେ ବ୍ରାଉନ ସୁଗର ଜବତ କରି ଅପରାଧୀଙ୍କ ନିଦ ହଜାଇ ଦେଇଛି ପୁଲିସ୍ l ଏହି କ୍ରମରେ ଝାରସୁଗୁଡ଼ା ଜିଲ୍ଲା ରେଙ୍ଗାଳି ପୁଲିସ ଏକ ବଡ଼ ଧରଣର ଡକାୟତି ଉଦ୍ୟମକୁ ପଣ୍ଡ କରିବା ସହିତ ସେଥିରେ ସଂପୃକ୍ତ ୫ ଜଣଙ୍କୁ ଗିରଫ କରିଛି l

ଗତକାଲି ରାତି ପ୍ରାୟ ଦୁଇଟା ସମୟରେ ରେଙ୍ଗାଲି ଥାନା କୁହାକୁଣ୍ଡା ମହିମା ଆଶ୍ରମ ନିକଟରେ କେତେକ ଯୁବକ ଡକାୟତି ପ୍ରସ୍ତୁତି କରୁଥିବା ପୁଲିସ୍ ସୂଚନା ପାଇଥିଲା l ସୂଚନା ଆଧାରରେ ଘଟଣା ସ୍ଥଳକୁ ଯାଇ ୫ ଜଣ ଅଭିଯୁକ୍ତଙ୍କୁ ପୁଲିସ୍ କାବୁ କରିଥିଲା l ସେମାନଙ୍କଠାରୁ ୫ ଟି ମୋବାଇଲ, ଗୋଟିଏ ଛୁରୀ, ଚାପଡ଼, ସ୍କୃ ଡ୍ରାଇଭର, ୬ଟି କାଟିବା ବ୍ଲେଡ଼, ଗୋଟିଏ ଟାଙ୍ଗିଆ ସହ ବୋଲେରୋ ଗାଡ଼ି ଜବତ କରିଥିଲା l ରେଙ୍ଗାଲି ମଚିଦା ଅଞ୍ଚଳର ଜନାର୍ଦ୍ଧନ ଭୋଇ (୪୪), ରେଙ୍ଗାଲି କନ୍ଦାଡିହି ଅଞ୍ଚଳର ସୁବୋଧ ରାଉତ(୫୧), ଅଶ୍ଵିନୀ ଖମାରୀ(୩୮), ବିଜୟ ଭୟାନର(୨୬) ଓ କୃଷ୍ଣ ଚନ୍ଦ୍ର ଭୋଇକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ପୁଲିସ୍ ସୂଚନା ଦେଇଛି l

Bureauom

Bureauom

Next Post
Talcher Kartikeswar Puja

Talcher Kartikeswar Puja: ତାଳଚେରରେ ଧୁମଧାମରେ ପୂଜା ପାଇଲେ ବାବା କାର୍ତ୍ତିକେଶ୍ୱର

ସୁଦର୍ଶନ ପଟ୍ଟନାୟକ ଙ୍କ ଚମତ୍କାର କଳାକୃତି

ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳାରେ ‘ନାରୀ ଶକ୍ତି’ର ବିଶ୍ୱକପ୍ ଜୟ ଅଭିବାଦନ

ଥେନିର ଅଙ୍ଗୁର ଚାଷୀଙ୍କ ଦୁର୍ଦଶା

ଥେନି ର ଅଙ୍ଗୁର ଚାଷୀଙ୍କ ଦୁର୍ଦଶା — ବର୍ଷା ଓ ଦାମ ହ୍ରାସ ପାଇଁ ଜୀବିକା ଏବେ ସଙ୍କଟ ରେ

ଭାରତୀୟ ମହିଳା ବିଶ୍ୱକପ ବିଜୟ

ଭାରତୀୟ ମହିଳା ବିଶ୍ୱକପ ବିଜୟ ଗୀତ ରେ ଗର୍ଜିଲା ପୁରା ଦେଶ: ‘ନା ଲେଗା କୋଇ ପଙ୍ଗା’

ମଣିପୁର ଆତଙ୍କବାଦୀ ଗିରଫ

ମଣିପୁର ଆତଙ୍କବାଦୀ ଗିରଫ: ସୁରକ୍ଷା ବାହିନୀଙ୍କ ଅପେରେସନ ରେ ଦଶ ଜଣ ଅଟକ

Orissa Mirror Odia

©2025 Orissa Mirror. All Rights Reserved

Reach Us

  • Home
  • About Us
  • Contact Us
  • Privacy Policy

Follow Us

Social icon element need JNews Essential plugin to be activated.
No Result
View All Result
  • ରାଜ୍ୟ
  • ଦେଶ-ବିଦେଶ
  • ଅପରାଧ
  • ଜିଲ୍ଲା
    • ଭୁବନେଶ୍ୱର
    • କଟକ
    • ତାଳଚେର
    • ଝାରସୁଗୁଡା
    • ବୌଦ୍ଧ
    • ଅନୁଗୁଳ
  • ରାଜନୀତି
  • ଖେଳ
  • ବାଣିଜ୍ୟ
  • ମନୋରଞ୍ଜନ
  • ସ୍ପେଶାଲ୍ ରିପୋର୍ଟ
  • ସ୍ୱାସ୍ଥ୍ୟ
    • ଜୀବନ ଚର୍ଯ୍ୟା

©2025 Orissa Mirror. All Rights Reserved