Orissa Mirror Odia
Social icon element need JNews Essential plugin to be activated.
ସବସ୍କ୍ରାଇବ କରନ୍ତୁ
  • ରାଜ୍ୟ
  • ଦେଶ-ବିଦେଶ
  • ଅପରାଧ
  • ଜିଲ୍ଲା
    • ଭୁବନେଶ୍ୱର
    • କଟକ
    • ତାଳଚେର
    • ଝାରସୁଗୁଡା
    • ବୌଦ୍ଧ
    • ଅନୁଗୁଳ
  • ରାଜନୀତି
  • ଖେଳ
  • ବାଣିଜ୍ୟ
  • ମନୋରଞ୍ଜନ
  • ସ୍ପେଶାଲ୍ ରିପୋର୍ଟ
  • ସ୍ୱାସ୍ଥ୍ୟ
    • ଜୀବନ ଚର୍ଯ୍ୟା
Orissa Mirror Odia

ଔଷଧ ଦୋକାନରେ ବିନା ପ୍ରେସ୍କ୍ରିପସନରେ ବେଆଇନ ଗର୍ଭପାତ ଔଷଧ ଓ ଚିକିତ୍ସା

ଔଷଧ ଦୋକାନରେ ବିନା ପ୍ରେସ୍କ୍ରିପସନରେ ବେଆଇନ ଗର୍ଭପାତ ଔଷଧ ବିକ୍ରି ସହ ଇଞ୍ଜେକ୍ସନ ଚିକିତ୍ସା ଅଭିଯୋଗ, ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ- ସିଡ଼ିଏମଓ

by Bureauom
November 14, 2025
in ଜିଲ୍ଲା, ବୌଦ୍ଧ
A A
ଔଷଧ ଦୋକାନରେ ବିନା ପ୍ରେସ୍କ୍ରିପସନରେ ବେଆଇନ ଗର୍ଭପାତ ଔଷଧ

ହରଭଙ୍ଗା,(ସର୍ବେଶ୍ୱର କ୍ଷେତି): ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ଉପାନ୍ତ ଅଞ୍ଚଳ ହରଭଙ୍ଗା ସ୍ଥିତ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର (ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର)ର ବିକଳ ଚିତ୍ର ସାମ୍ନାକୁ ଆସିଛି l ବର୍ତ୍ତମାନ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ସ୍ୱାସ୍ଥ୍ୟ ସେବା ନାଁରେ ବିପୁଳ ଅର୍ଥ ଖର୍ଚ୍ଚ କରୁଛନ୍ତି l ଯୋଜନା ପରେ ଯୋଜନା କାର୍ଯ୍ୟକାରୀ କରି ଗ୍ରାମାଞ୍ଚଳ ଜନସାଧାରଣଙ୍କ ପାଖରେ ଉତ୍ତମ ସ୍ୱାସ୍ଥ୍ୟ ସେବା ପହଞ୍ଚାଇବାର ଡିଣ୍ଡିମ ପିଟୁଛନ୍ତି l ହରଭଙ୍ଗା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜଣେ ଆୟୁଷ ଡାକ୍ତର, ୨ ଜଣ ଷ୍ଟାଫ ନର୍ସ ଏବଂ ଜଣେ ରୋଗୀ ସହାୟକଙ୍କ ପଦବୀ ଖାଲି ପଡ଼ିଥିବା ଯୋଗୁଁ ରୋଗୀ ହନ୍ତସନ୍ତ ହେଉଥିବା ବେଳେ ରୋଗୀ ଔଷଧ ଦୋକାନୀଙ୍କ ପାଖରେ ଚିକିତ୍ସିତ ହେଉଛନ୍ତି l ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକାର ଅନୁପାଳନକୁ ବେଖାତିର କରି ବେଆଇନ ଭାବରେ ଔଷଧ ଦୋକାନଗୁଡିକରେ ଇଞ୍ଜେକ୍ସନ ଦିଆଯାଉଛି l ଫଳରେ ବିଭିନ୍ନ ସମୟରେ ରୋଗୀ ମୃତ୍ୟୁ ମୁଖରେ ପଡ଼ିବା ସହ କେତେକଙ୍କ ମୃତ୍ୟୁ ମଧ୍ୟ ଘଟିଥିବା ବେଳେ ସମ୍ପୃକ୍ତ ଔଷଧ ଦୋକାନୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବାରୁ ସେମାନେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ଉତ୍ସାହିତ ହେଉଥିବା ସାଧାରଣରେ ଅଭିଯୋଗ ହେଉଛି l

ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆବଶ୍ୟକ ଷ୍ଟାଫ ଅଭାବ ଯୋଗୁଁ ଔଷଧ ଦୋକାନନୀମାନେ ଶିକ୍ଷାଗତ ଯୋଗ୍ୟତା ନଥାଇ ମଧ୍ୟ ଖୋଲାଖୋଲି ରୋଗୀ ଚିକିତ୍ସା କରୁଥିବା ଅଭିଯୋଗ ହେଉଛି l ନିରୀହ ଲୋକଙ୍କୁ ଔଷଧ ଦୋକାନୀମାନେ କିଛି ଅନାମଧ୍ୟେୟ କମ୍ପାନୀର ଔଷଧକୁ ଚଢ଼ା ଦରରେ ବିକ୍ରି କରୁଥିବା ଦେଖାଯାଉଛି l ଏସବୁ ଔଷଧଗୁଡ଼ିକ ଦୋକାନକୁ କିପରି ଓ କାହା ଠାରୁ ଯାଉଛି ତାହା ତଦନ୍ତ ସାପେକ୍ଷ l ଏପରିକି କିଛି ଔଷଧ ଦୋକାନଗୁଡିକରେ ମିନି ଡ଼ାକ୍ତରଖାନା ସହ ପାଥୋଲାବ ମଧ୍ୟ ଖୋଲାଯାଇଛି l ଅଭିଜ୍ଞ ଚିକିତ୍ସକଙ୍କ ବିନା ପ୍ରେସ୍କ୍ରିପସନରେ ଔଷଧ ଦୋକାନଗୁଡିକରେ ରୋଗୀଙ୍କୁ ଔଷଧ ବିକ୍ରି କରାଯାଉ ଥିବା ବେଳେ ଇଞ୍ଜେକ୍ସନ ଦେବା ସହ ରକ୍ତ ପରୀକ୍ଷା କରାଯାଉଥିବା ଅଭିଯୋଗ ହେଉଛି l

ଔଷଧ ଦୋକାନୀଙ୍କ ଆବଶ୍ୟକ ଜ୍ଞାନର ଅଭାବ ଯୋଗୁଁ ଅନେକ ସମୟରେ ରୋଗୀଙ୍କୁ ତ୍ରୁଟିପୂର୍ଣ୍ଣ ଚିକିତ୍ସା ପ୍ରଦାନ କରି ଶେଷ ମୁହୂର୍ତ୍ତରେ ବିଭିନ୍ନ ଆଳ ଦେଖାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯିବା ପାଇଁ ପରାମର୍ଶ ଦିଆଯାଉଛି l ଫଳରେ ରୋଗୀ ଅଧିକ ଗୁରୁତର ହୋଇ ଡାକ୍ତରଖାନା ଆସିବା ବାଟରେ ମୃତ୍ୟୁବରଣ କରୁଥିବା ଦେଖିବାକୁ ମିଳୁଛି l ଏପରିକି ଔଷଧ ଦୋକାନୀମାନେ ନିଜକୁ ଅଧିକ ଶିକ୍ଷିତ ଦେଖାଇ ବେଆଇନ ଗର୍ଭପାତ କରିବା ସହ ଗ୍ରାମାଞ୍ଚଳରେ ବସବାସ କରୁଥିବା ଗର୍ଭବତୀ ମହିଳା ଏବଂ ଶିଶୁମାନଙ୍କୁ ତ୍ରୁଟିପୂର୍ଣ୍ଣ ଚିକିତ୍ସା କରିବା ଦ୍ୱାରା ବିଭିନ୍ନ ସମୟରେ ସେମାନେ ମଧ୍ୟ ଅକାଳ ମୃତ୍ୟୁବରଣ କରୁଥିବା ଦେଖାଯାଉଛି l

ଏସମ୍ପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ଃ ସଙ୍ଘମିତ୍ରା ପଣ୍ଡାଙ୍କୁ ଯୋଗାଯୋଗ କରିବାରୁ ଔଷଧ ଦୋକାନଗୁଡିକରେ ବେଆଇନ ଚିକିତ୍ସା ବିଷୟରେ ଆମ ପାଖରେ କୌଣସି ସୂଚନା ନାହିଁ ବୋଲି କହିବା ସହ ଘଟଣାର ସତ୍ୟାସତ୍ୟ ତଦନ୍ତ ପରେ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ମତ ପ୍ରକାଶ କରିଥିଲେ l ତେଣୁ ଜିଲ୍ଲା ପ୍ରଶାସନ ଉକ୍ତ ସମ୍ବେଦନଶୀଳ ଘଟଣା ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବା ସହ ଏଭଳି ବେଆଇନ କାର୍ଯ୍ୟକୁ ରୋକିବା ପାଇଁ ଜିଲ୍ଲାସ୍ତରୀୟ ଟାସ୍କଫୋର୍ସ କମିଟିକୁ ସକ୍ରିୟ କରି ବେଆଇନ କାର୍ଯ୍ୟରେ ଲିପ୍ତଥିବା ଔଷଧ ଦୋକାନୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଏବଂ ଯୁଦ୍ଧକାଳୀନଭିତ୍ତିରେ ଖାଲି ପଡ଼ିଥିବା ଆୟୁଷ ଡାକ୍ତର, ଷ୍ଟାଫ ନର୍ସ ଏବଂ ରୋଗୀ ସହାୟକ ନିଯୁକ୍ତି ପାଇଁ ସାଧାରଣରେ ଦାବି ହେଉଛି l

Bureauom

Bureauom

Next Post
ମରଣାନ୍ତକ ଆକ୍ରମଣ ଓ ଡକାୟତି ମାମଲାରେ ୮ ବର୍ଷ ଜେଲ ଦଣ୍ଡାଦେଶ

ମରଣାନ୍ତକ ଆକ୍ରମଣ ଓ ଡକାୟତି ମାମଲାରେ ୮ ବର୍ଷ ଜେଲ ଦଣ୍ଡାଦେଶ

ତାଳଚେର ସାର କାରଖାନା ନିର୍ମାଣ

ତାଳଚେର ସାର କାରଖାନା ନିର୍ମାଣ କାର୍ଯ୍ୟ ଖୁବ ଶୀଘ୍ର ସମ୍ପୂର୍ଣ ହେବ।

The Founding of YouTube A Short History

Отзывы пользователей о 1win официальном сайте: что говорят игроки

Orissa Mirror Odia

©2025 Orissa Mirror. All Rights Reserved

Reach Us

  • Home
  • About Us
  • Contact Us
  • Privacy Policy

Follow Us

Social icon element need JNews Essential plugin to be activated.
No Result
View All Result
  • ରାଜ୍ୟ
  • ଦେଶ-ବିଦେଶ
  • ଅପରାଧ
  • ଜିଲ୍ଲା
    • ଭୁବନେଶ୍ୱର
    • କଟକ
    • ତାଳଚେର
    • ଝାରସୁଗୁଡା
    • ବୌଦ୍ଧ
    • ଅନୁଗୁଳ
  • ରାଜନୀତି
  • ଖେଳ
  • ବାଣିଜ୍ୟ
  • ମନୋରଞ୍ଜନ
  • ସ୍ପେଶାଲ୍ ରିପୋର୍ଟ
  • ସ୍ୱାସ୍ଥ୍ୟ
    • ଜୀବନ ଚର୍ଯ୍ୟା

©2025 Orissa Mirror. All Rights Reserved