Orissa Mirror Odia
Social icon element need JNews Essential plugin to be activated.
ସବସ୍କ୍ରାଇବ କରନ୍ତୁ
  • ରାଜ୍ୟ
  • ଦେଶ-ବିଦେଶ
  • ଅପରାଧ
  • ଜିଲ୍ଲା
    • ଭୁବନେଶ୍ୱର
    • କଟକ
    • ତାଳଚେର
    • ଝାରସୁଗୁଡା
    • ବୌଦ୍ଧ
    • ଅନୁଗୁଳ
  • ରାଜନୀତି
  • ଖେଳ
  • ବାଣିଜ୍ୟ
  • ମନୋରଞ୍ଜନ
  • ସ୍ପେଶାଲ୍ ରିପୋର୍ଟ
  • ସ୍ୱାସ୍ଥ୍ୟ
    • ଜୀବନ ଚର୍ଯ୍ୟା
Orissa Mirror Odia

Nayagarh Collector and DEO in Action Mode: ସାବାଡ ହେବେ ଅମାନିଆ ଶିକ୍ଷକ

by Bureauom
October 31, 2025
in ଜିଲ୍ଲା, ରାଜ୍ୟ
A A
Nayagarh Collector and DEO in Action Mode

ନୟାଗଡ଼: ନୟାଗଡ଼ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲ ଏବଂ ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣ୍ଡେ ଏବେ ଆକ୍ସନ ମୋଡ଼ରେ ଅଛନ୍ତି। ନୂଆଗାଁ ବ୍ଲକର ମହିପୁର ଏବଂ ଚାହାଳି ହାଇ ସ୍କୁଲ ଭିଜିଟ୍ ପରେ ସେମାନେ କହିଛନ୍ତି, ଅମାନିଆ ଶିକ୍ଷକମାନେ ସାବାଡ ହେବେ ଏବଂ ସମସ୍ତ ବିଦ୍ୟାଳୟରେ ନିୟମିତ ସରପ୍ରାଇଜ୍ ଭିଜିଟ୍ କରାଯିବ। ବିଭିନ୍ନ ବିଦ୍ୟାଳୟରେ ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ଠିକ୍ ସମୟରେ ସ୍କୁଲ ଆସୁ ନେଇ ଅଭିଯୋଗ ମିଳିଥିଲା। ଏପରିକି ମଧ୍ୟାହ୍ନ ଭୋଜନରେ ପାଣିଆ ଡାଲମା ଛାତ୍ରଛାତ୍ରୀଙ୍କୁ ଦିଆଯାଉଥିବା ନେଇ ମଧ୍ୟ ଅଭିଯୋଗ ହୋଇଥିଲା।

ସ୍କୁଲ ଭିଜିଟ୍ ସମୟରେ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲ ନିଜେ ଶିକ୍ଷକ ସାଜି ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇ ଥିଲେ ଏବଂ ବିଭିନ୍ନ ପ୍ରଶ୍ନ ପଚାରିଥିଲେ। ବିଦ୍ୟାଳୟରେ କମ୍ପ୍ୟୁଟର ଶିକ୍ଷା କେମିତି ମିଳୁଛି ସେନେଇ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ। ଏପଟେ ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣ୍ଡେ ମଧ୍ୟାହ୍ନ ଭୋଜନର ମାନ ପରୀକ୍ଷା କରିଥିଲେ ଏବଂ ପିଲାଙ୍କ ସହ ବସି ଭୋଜନ କରିଥିଲେ। ଦୁଇ ଅଧିକାରୀଙ୍କ ଏଭଳି ଆକ୍ସନ ରୂପ ସ୍କୁଲ ଭିଜିଟ୍ ପ୍ରୋଗ୍ରାମ ସମୟରେ ଦେଖିବାକୁ ମିଳିଥିଲା।

ଜିଲ୍ଲା ଶିକ୍ଷା ଅଧିକାରୀ କହିଛନ୍ତି, ଆଗକୁ ଜିଲ୍ଲାର ସମସ୍ତ ବିଦ୍ୟାଳୟରେ ନିୟମିତ ଯାଞ୍ଚ ପାଇଁ ସ୍ଵତନ୍ତ୍ର ଟିମ୍ ଗଠନ କରାଯିବ। ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲ କହିଛନ୍ତି ଅମାନିଆ ଶିକ୍ଷକଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହି କଡା ଚେତାବନୀ ନୟାଗଡ଼ ଜିଲ୍ଲାର ଶିକ୍ଷକ ଶିକ୍ଷୟତ୍ରୀ ମହଲରେ ଛନକା ପଶାଇଛି। ସ୍କୁଲକୁ ଆସିବା ଓ ଯିବା ସମୟରେ ଅବହେଳା କଲେ କିମ୍ବା ମଧ୍ୟାହ୍ନ ଭୋଜନରେ ଅନ୍ୟମିତା ହେଲେ, ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ ଚେତାବନୀ ଦେଇଛନ୍ତି।

Bureauom

Bureauom

Next Post
Rashtriya Ekta Diwas at Cuttack OSAP

Rashtriya Ekta Diwas at Cuttack OSAP: ସର୍ଦ୍ଦାର ପଟେଲଙ୍କ 150ତମ ଜୟନ୍ତୀ ପାଳନ

Talcher Employment Demand

Talcher Employment Demand: କୋଇଲା ଖଣିରେ ନିଯୁକ୍ତି ଓ ତଦନ୍ତ ଦାବି

Rashtriya Ekta Diwas

Rashtriya Ekta Diwas: ଅନନ୍ତ ଡି.ଏ.ଭି.ରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ

Loan Fraud in Jharsuguda

Loan Fraud in Jharsuguda:ଘରୋଇ ଅର୍ଥ ଲଗାଣକାରି ସଂସ୍ଥାରେ ବଡ଼ ଧରଣର ଋଣ ଜାଲିଆତି

inspiring-journey-of-tribal-girl-rani

Inspiring journey of tribal girl Rani: କେନ୍ଦୁଝରରୁ କନ୍ଧମାଳ ଯାତ୍ରା

Orissa Mirror Odia

©2025 Orissa Mirror. All Rights Reserved

Reach Us

  • Home
  • About Us
  • Contact Us
  • Privacy Policy

Follow Us

Social icon element need JNews Essential plugin to be activated.
No Result
View All Result
  • ରାଜ୍ୟ
  • ଦେଶ-ବିଦେଶ
  • ଅପରାଧ
  • ଜିଲ୍ଲା
    • ଭୁବନେଶ୍ୱର
    • କଟକ
    • ତାଳଚେର
    • ଝାରସୁଗୁଡା
    • ବୌଦ୍ଧ
    • ଅନୁଗୁଳ
  • ରାଜନୀତି
  • ଖେଳ
  • ବାଣିଜ୍ୟ
  • ମନୋରଞ୍ଜନ
  • ସ୍ପେଶାଲ୍ ରିପୋର୍ଟ
  • ସ୍ୱାସ୍ଥ୍ୟ
    • ଜୀବନ ଚର୍ଯ୍ୟା

©2025 Orissa Mirror. All Rights Reserved