Orissa Mirror Odia
Social icon element need JNews Essential plugin to be activated.
ସବସ୍କ୍ରାଇବ କରନ୍ତୁ
  • ରାଜ୍ୟ
  • ଦେଶ-ବିଦେଶ
  • ଅପରାଧ
  • ଜିଲ୍ଲା
    • ଭୁବନେଶ୍ୱର
    • କଟକ
    • ତାଳଚେର
    • ଝାରସୁଗୁଡା
    • ବୌଦ୍ଧ
    • ଅନୁଗୁଳ
  • ରାଜନୀତି
  • ଖେଳ
  • ବାଣିଜ୍ୟ
  • ମନୋରଞ୍ଜନ
  • ସ୍ପେଶାଲ୍ ରିପୋର୍ଟ
  • ସ୍ୱାସ୍ଥ୍ୟ
    • ଜୀବନ ଚର୍ଯ୍ୟା
Orissa Mirror Odia

Talcher Employment Demand: କୋଇଲା ଖଣିରେ ନିଯୁକ୍ତି ଓ ତଦନ୍ତ ଦାବି

by Bureauom
October 31, 2025
in ଜିଲ୍ଲା
A A
Talcher Employment Demand

ତାଳଚେର (ବିଜୟ କୁମାର ଦେବତା): ତାଳଚେର ଉପଖଣ୍ଡର ବିସ୍ଥାପିତ, ପ୍ରଭାବିତ ଯୁବକ ଯୁବତୀଙ୍କୁ ନିଯୁକ୍ତି ପ୍ରଦାନ ନିମନ୍ତେ କୋଇଲା ଖଣି କଳକାରଖାନା ଗୁଡିକରେ କାର୍ଯ୍ୟରତ କମ୍ପାନୀ, ସାଇଲୋ ଠିକା ଏବଂ ସିକ୍ୟୁରିଟି ସଂସ୍ଥା ଗୁଡିକର ସର୍ଭିସ୍ ରେଜିଷ୍ଟର ତଦନ୍ତ କରାଯିବା ଏବଂ ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟ ବିଳମ୍ବ ନେଇ ତାଳଚେର ଜନ ବିକାଶ କଲ୍ୟାଣ ସଂଘ ପକ୍ଷରୁ ଉପଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଛି । ସଂଘର ସଭାପତି ଭୂପେନ୍ ଥମ୍ବଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଉପଜିଲ୍ଲାପାଳ ସମୀର କୁମାର ଜେନାଙ୍କୁ ସାକ୍ଷାତ କରି ଆଲୋଚନା କରିବା ସହିତ ଦାବୀପତ୍ର ପ୍ରଦାନ କରିଥିଲେ ।

ଦାବୀପତ୍ରରେ ଉଲ୍ଲେଖ କରାଯାଇଅଛି ଯେ, କୋଇଲା ଖଣି କଳକାରଖାନ ଗୁଡିକରେ କାର୍ଯ୍ୟରତ ଠିକା ସଂସ୍ଥା ଗୁଡିକର ସର୍ଭିସ ରେଜିଷ୍ଟର ସ୍ଥାନୀୟ ପ୍ରଶାସନଙ୍କ ଉପସ୍ଥିତିରେ ତଦନ୍ତ କରାଯାଉ ଏବଂ ସରକାରଙ୍କ ନିମୟ ଅନୁଯାଇ “ଲୋକାଲ ଫୋର ଭୋକାଲ” ଅନୁସାରେ ସ୍ଥାନୀୟ ବିସ୍ଥାପିତ ପ୍ରଭାବିତଙ୍କୁ ଯୋଗ୍ୟତା ଅନୁଯାୟୀ ଅଗ୍ରାଧିକାର ଭିତିରେ କେତେ ସ୍ଥାନ ପାଇଛନ୍ତି ସ୍ପଷ୍ଟ କରାଯାଉ । ତାଳଚେର ଯୁବପିଢ଼ିଙ୍କୁ ନିଯୁକ୍ତି ବିକ୍ରି ହେଉଥିବା ସନ୍ଦେହ ଦୂର କରିବା ଉଦ୍ଦେଶ୍ୟରେ ପ୍ରଶାସନିକ ସ୍ତରରେ ହେଉ ବା କମ୍ପାନୀ ସ୍ତରରେ ଲୋକାଲ୍ ରିକ୍ରୁଟିମେଂଟ୍ ଅଫିସ୍ ସ୍ଥାପନ କରାଯାଉ । ଯେଉଁଠି ଖଣି କଳକାରଖାନା ମଧ୍ୟରେ କେତେ କମ୍ପାନୀ ଠିକା ସଂସ୍ଥା କାର୍ଯ୍ୟ କରୁଛନ୍ତି ସୂଚନା ମଳିବା ସହିତ ନିଯୁକ୍ତି ସମ୍ବନ୍ଧୀୟ ସମସ୍ତ ତଥ୍ୟ ବିସ୍ଥାପିତ ପ୍ରଭାବିତ ଅଂଚଳ ଯୁବପିଢ଼ୀ ପାଇପାରିବେ ।

ତାଳଚେର ଦେଇ ଯାଇଥିବା ୧୪୯ ନମ୍ବର ଜାତୀୟ ରାଜପଥର ଗୋଡିବନ୍ଧ ଠାରୁ ବହ୍ଲର ଦେଇ ବଅଁରପାଳ ପର୍ଯ୍ୟନ୍ତ ୪ ଲେନ୍ ରାସ୍ତା ଅଧିଗ୍ରହଣ କାର୍ଯ୍ୟ ଶେଷ କରି ଅବିଳମ୍ବେ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଉ । କୋଇଲା ଉତୋଳନ ତାଳଚେରରେ ଶହେ ବର୍ଷ ପାର ହୋଇଥିଲେ ମଧ୍ୟ ନିଯୁକ୍ତି କ୍ଷେତ୍ରରେ ସ୍ଥାନୀୟ ବିସ୍ଥାପିତ ପ୍ରଭାବିତ ଅଂଚଳର ଯୁବକ ଯୁବତୀଙ୍କ ପେଟପାଟଣା ପାଇଁ ପ୍ରଶାସନିକ ସ୍ତରରେ ବା ଖଣି କର୍ତୃପକ୍ଷଙ୍କ ସ୍ତରରେ କୌଣସି ଭିତିଭୂମି ସ୍ଥାପନ ହୋଇପାରି ନାହିଁ । ଉକ୍ତ ପ୍ରସଙ୍ଗକୁ ପ୍ରତ୍ୟକ୍ଷ ଭାବେ ଅନୁଧ୍ୟାନ କରି ସମସ୍ୟାର ସମାଧାନ ନଆଣିଲେ ଜନ ଆକ୍ରୋସ ଆଗାମୀ ଦିନରେ ଜନଆନ୍ଦୋଳନର ରୂପ ନେବ ବୋଲି ଉଲ୍ଲେଖ କରାଯାଇଛି । ଦାବୀପତ୍ର ପ୍ରଦାନ ବେଳେ ସଂପାଦକ ଦ୍ରୁମଦ କୁମାର ପ୍ରଧାନଙ୍କ ସମେତ ସଦସ୍ୟମାନେ ଉପସ୍ଥିତ ଥିଲେ ।

Bureauom

Bureauom

Next Post
Rashtriya Ekta Diwas

Rashtriya Ekta Diwas: ଅନନ୍ତ ଡି.ଏ.ଭି.ରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ

Loan Fraud in Jharsuguda

Loan Fraud in Jharsuguda:ଘରୋଇ ଅର୍ଥ ଲଗାଣକାରି ସଂସ୍ଥାରେ ବଡ଼ ଧରଣର ଋଣ ଜାଲିଆତି

inspiring-journey-of-tribal-girl-rani

Inspiring journey of tribal girl Rani: କେନ୍ଦୁଝରରୁ କନ୍ଧମାଳ ଯାତ୍ରା

Odisha Child Protection Day

Odisha Child Protection Day: ଶିଶୁ ସୁରକ୍ଷା ଓ ଶିକ୍ଷା ଉପରେ ପ୍ରଭାତୀ ପରିଡ଼ାଙ୍କ ଗୁରୁତ୍ୱାରୋପ

Vivekananda Vidyamandir Annual Sports

Vivekananda Vidyamandir Annual Sports: ବିବେକାନନ୍ଦ ବିଦ୍ୟାମନ୍ଦିରର ବାର୍ଷିକ କ୍ରୀଡ଼ା

Orissa Mirror Odia

©2025 Orissa Mirror. All Rights Reserved

Reach Us

  • Home
  • About Us
  • Contact Us
  • Privacy Policy

Follow Us

Social icon element need JNews Essential plugin to be activated.
No Result
View All Result
  • ରାଜ୍ୟ
  • ଦେଶ-ବିଦେଶ
  • ଅପରାଧ
  • ଜିଲ୍ଲା
    • ଭୁବନେଶ୍ୱର
    • କଟକ
    • ତାଳଚେର
    • ଝାରସୁଗୁଡା
    • ବୌଦ୍ଧ
    • ଅନୁଗୁଳ
  • ରାଜନୀତି
  • ଖେଳ
  • ବାଣିଜ୍ୟ
  • ମନୋରଞ୍ଜନ
  • ସ୍ପେଶାଲ୍ ରିପୋର୍ଟ
  • ସ୍ୱାସ୍ଥ୍ୟ
    • ଜୀବନ ଚର୍ଯ୍ୟା

©2025 Orissa Mirror. All Rights Reserved