ଝାରସୁଗୁଡ଼ା (ବିଜୟ ଶଙ୍କର ଦାଶ) : ରୋଡ ରୋମିଓଙ୍କ ନିଦ ହଜାଇଲା ପୁଲିସ l ରୋଡ଼ ରୋମିଓଙ୍କ ଆକ୍ସନ ପରେ ପୁଲିସର ଏବେ ଦେଖିବାକୁ ମିଳିଛି ରିଆକ୍ସନ l ତୀବ୍ର ବେଗରେ ବାଇକ ଚଳାଇବା କେତେକ ରୋଡ ରୋମିଓଙ୍କ ପାଇଁ ଫେସନ ହୋଇଥିଲା ବେଳେ ଏହି ଫେସନରେ ଯୋଡି ହୋଇଛି ମୋଡିଫାଏଡ଼ ସାଇଲେନ୍ସର l ଝାରସୁଗୁଡ଼ାରେ କେତେକ ରୋଡ ରୋମିଓ ବୁଲେଟ ଚାଳକ ବୁଲେଟରେ ଲାଗିଥିବା ମୂଳ ସାଇଲେନ୍ସରକୁ ବାହାର କରି ବିକଟାଳ ଶବ୍ଦ ଶୃଷ୍ଟି କରୁଥୁବା ମୋଡିଫାଏଡ୍ ସାଇଲେନ୍ସର ଲଗାଇବା ଯୋଗୁଁ ବବିକଟାଳ ଶଦ୍ଦ ସୃଷ୍ଟି ହେଉଥିଲା l ଗତ ଶନିବାର ଦିନ Orissa Mirror ରେ ମୋଡିଫାଇଡ୍ ସାଇଲେନ୍ସର ଲଗାଇ ଶଦ୍ଦ ପ୍ରଦୂଷଣ ସୃଷ୍ଟି କରୁଥିବା ଖବର ପ୍ରକାଶ ପାଇଥିଲା l
ଖବର ପ୍ରକାଶ ପାଇବା ପରେ ମୋଡିଫାଏଡ୍ ସାଇଲେନ୍ସର ଲଗାଇ ବବିକଟାଳ ଶଦ୍ଦ ସୃଷ୍ଟି କରୁଥିବା ରୋଡ ରୋମିଓଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲାର ସମସ୍ତ ଥାନାଧିକାରୀଙ୍କୁ ଆରକ୍ଷୀ ଅଧିକ୍ଷକ ଗୁଣ୍ଡାଲା ରେଡ଼ି ରାଘବେନ୍ଦ୍ର ନିର୍ଦ୍ଧେଶ ଦେଇଥିଲେ l ଆରକ୍ଷୀ ଅଧିକ୍ଷକ ରାଘବେନ୍ଦ୍ର ଙ୍କ ନିର୍ଦ୍ଧେଶ ପରେ ଗତକାଲି ଟାଉନ ପୁଲିସ ୧୯ ଟି, ବେଲପାହାଡ ପୁଲିସ ୨ ଟି ଓ ବ୍ରଜରାଜନଗର ପୁଲିସ ୪ ଟି ବୁଲେଟ ଜବତ କରିଛି l ବିକଟାଳ ଶଦ୍ଦ ସୃଷ୍ଟି କରୁଥିବା କୌଣସି ଯାନବାହାନ ଅବା ଟ୍ରାଫିକ ନିୟମ ଉଲଙ୍ଘନକାରୀଙ୍କୁ ଦେଖିଲେ ୧୧୨ କିମ୍ବା ନିକଟସ୍ଥ ଥାନାକୁ ସୂଚନା ଦେବାକୁ ଆରକ୍ଷୀ ଅଧିକ୍ଷକ ଜିଲ୍ଲାବାସୀଙ୍କୁ ଅନୁରୋଧ କରିଛନ୍ତି l













