Orissa Mirror Odia
Social icon element need JNews Essential plugin to be activated.
ସବସ୍କ୍ରାଇବ କରନ୍ତୁ
  • ରାଜ୍ୟ
  • ଦେଶ-ବିଦେଶ
  • ଅପରାଧ
  • ଜିଲ୍ଲା
    • ଭୁବନେଶ୍ୱର
    • କଟକ
    • ତାଳଚେର
    • ଝାରସୁଗୁଡା
    • ବୌଦ୍ଧ
    • ଅନୁଗୁଳ
  • ରାଜନୀତି
  • ଖେଳ
  • ବାଣିଜ୍ୟ
  • ମନୋରଞ୍ଜନ
  • ସ୍ପେଶାଲ୍ ରିପୋର୍ଟ
  • ସ୍ୱାସ୍ଥ୍ୟ
    • ଜୀବନ ଚର୍ଯ୍ୟା
Orissa Mirror Odia

ବିପଦ ସଙ୍କୁଳ ତେଲେନ ନଦୀ ବ୍ରିଜ,ଭୟଭୀତ ଗ୍ରାମବାସୀ

by Bureauom
November 11, 2025
in ଜିଲ୍ଲା, ଝାରସୁଗୁଡା
A A
ବିପଦ ସଙ୍କୁଳ ତେଲେନ ନଦୀ ବ୍ରିଜ

ଝାରସୁଗୁଡ଼ା (ବିଜୟ ଶଙ୍କର ଦାଶ): ଲଇକେରା ବ୍ଳକ ଅନ୍ତର୍ଗତ କୁଳେଇମୁରା ପଞ୍ଚାୟତ ମୁନ୍ଦ୍ରାଜୋର ଗାଁକୁ ସଂଯୋଗ କରୁଥିବା ତେଲେନ ନଦୀ ବ୍ରିଜ ଗତ ବନ୍ୟାରେ ଦବିଯାଇ ବିପଦ ସଙ୍କୁଳ ହୋଇପଡିଛି l ଉକ୍ତ ବ୍ରିଜ ଦେଇ ଲଇକେରା ବ୍ଲକର ସମସ୍ତ ପଞ୍ଚାୟତବାସୀ ତଥା ଆଖପାଖ ଗ୍ରାମର ଲୋକେ ଦେଇ ନିୟମିତ ଯାତାୟାତ କରୁଛନ୍ତି l ମୁଦ୍ରାଜୋର ଠାରେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ଓଡିଶା ଆଦର୍ଶ ବିଦ୍ୟାଳୟ ଥିବାରୁ ବିଶେଷ କରି ରୋଗୀ ଏବଂ ଛାତ୍ରଛାତ୍ରୀ ମାନେ ଯାତାୟାତରେ ନାହିଁ ନଥିବା ଅସୁବିଧା ସମ୍ମୁଖୀନ ହେଉଛନ୍ତି l ଏ ନେଇ ଆଜି ପୂର୍ବତନ ବିଧାୟିକା ଦୀପାଳି ଦାସ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି l ଉକ୍ତ ନଦୀ ଉପରେ ନୂତନ ପୋଲ ସହିତ ଜଳ ସଂଗ୍ରହ ପାଇଁ ବ୍ୟାରେଜ ନିର୍ମାଣ କରିବା ସହ ଲୋକଙ୍କ ସୁବିଧା ପାଇଁ ଶୀଘ୍ର ଏକ ଅସ୍ଥାୟୀ ରାସ୍ତା ନିର୍ମାଣ କରିବାକୁ ଦାବିପତ୍ରରେ ଉଲ୍ଲେଖ ରହିଛି l

ଦିଲୀପ ବଢେଇ, ପଦ୍ମନ ନାଏକ, ରୋମାଞ୍ଚ ରଣା, ନେହେରୁ ପଟେଲ, ମଙ୍ଗଳ ଭର ସାଗର, ବିଜାରାମ ମୁଣ୍ଡା, କପିଲ ଠାକୁର, ବେଦବ୍ୟାସ ପଟେଲ ପ୍ରମୁଖଙ୍କ ସହ କୁଳେଇମୁରା ପଞ୍ଚାୟତର ଶତାଧିକ ଲୋକ ଉପସ୍ଥିତ ଥିଲେ l ସୂଚନା ମତେ ଗତ କିଛି ମାସ ପୂର୍ବେ ତେଲେନ ନଦୀ ବ୍ରିଜ ନିକଟରୁ ପାନପାଲି କାଳୀଛକ ରାସ୍ତା ମଝିରେ ଏକ ବିରାଟ ଗର୍ତ୍ତ ସୃଷ୍ଟି ହେବାରୁ ଲୋକଙ୍କୁ ନାନାଦି ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥିବା ବେଳେ ଉକ୍ତ ଗାତରେ ୧୦୮ ଆମ୍ବୁଲାନ୍ସ ପଶିଯିବାରୁ ଦୀର୍ଘ ସମୟ ଧରି ଅଟକି ରହିଥିଲା l ବିଭାଗୀୟ ଯନ୍ତ୍ରୀ ଓ ଠିକାଦାରଙ୍କ ମଧୁ ଚନ୍ଦ୍ରିକା ଯୋଗୁଁ ନିମ୍ନ ମାନର ବ୍ରିଜ ନିର୍ମାଣ ହୋଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଥିଲେ l ପୂର୍ବତନ ବିଧାୟିକା ଦୀପାଳି ଦାସଙ୍କ ଦାବିପତ୍ରକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଧାୟକ ଟଙ୍କଧର ତ୍ରିପାଠୀ l ଦୀପାଳି ଶସ୍ତା ଲୋକପ୍ରିୟତା ହାସଲ କରିବା ପାଇଁ ରାଜନୀତି କରୁଛନ୍ତି l ଅନ୍ୟପଟେ ଦୀପାଳି ଓ ତାଙ୍କ ବାପା ଦୀର୍ଘ ବର୍ଷ ଧରି ବିଧାୟକ ଥିବା ସତ୍ତ୍ବେ କାହିଁକି ବ୍ରିଜ ନିର୍ମାଣ କରି ନଥିଲେ ବୋଲି ଦୀପାଳିଙ୍କୁ ପାଲଟା ପ୍ରଶ୍ନ କରିଛନ୍ତି ତ୍ରିପାଠୀ l

Bureauom

Bureauom

Next Post
ଭୂବନେଶ୍ୱରୀ ମାଇନ୍ସରେ ଓଲଟିଲା ଡ଼ିଜେଲ ଟ୍ୟାଙ୍କର

ଭୂବନେଶ୍ୱରୀ ମାଇନ୍ସରେ ଓଲଟିଲା ଡ଼ିଜେଲ ଟ୍ୟାଙ୍କର, ଅଳ୍ପକେ ବର୍ତିଲେ ଚାଳକ

ତାଳଚେର ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଉଦ୍ଘାଟିତ

ତାଳଚେର ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଉଦ୍ଘାଟିତ

ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଜନଶୁଣାଣୀ ଶିବିର

ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଜନଶୁଣାଣୀ ଶିବିର ,ଆରକ୍ଷୀ ଅଧିକ୍ଷକ ଅନୁପସ୍ଥିତ

ବରିଷ୍ଠ ନାଗରିକଙ୍କ ସହ ବିଧାୟକଙ୍କ ବୈଠକ

ବରିଷ୍ଠ ନାଗରିକଙ୍କ ସହ ବିଧାୟକଙ୍କ ବୈଠକ

ବିଗତ ଘଟଣାର ପୁନରାବୃତ୍ତି ନହେଉ

ବିଗତ ଘଟଣାର ପୁନରାବୃତ୍ତି ନହେଉ "ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ"

Orissa Mirror Odia

©2025 Orissa Mirror. All Rights Reserved

Reach Us

  • Home
  • About Us
  • Contact Us
  • Privacy Policy

Follow Us

Social icon element need JNews Essential plugin to be activated.
No Result
View All Result
  • ରାଜ୍ୟ
  • ଦେଶ-ବିଦେଶ
  • ଅପରାଧ
  • ଜିଲ୍ଲା
    • ଭୁବନେଶ୍ୱର
    • କଟକ
    • ତାଳଚେର
    • ଝାରସୁଗୁଡା
    • ବୌଦ୍ଧ
    • ଅନୁଗୁଳ
  • ରାଜନୀତି
  • ଖେଳ
  • ବାଣିଜ୍ୟ
  • ମନୋରଞ୍ଜନ
  • ସ୍ପେଶାଲ୍ ରିପୋର୍ଟ
  • ସ୍ୱାସ୍ଥ୍ୟ
    • ଜୀବନ ଚର୍ଯ୍ୟା

©2025 Orissa Mirror. All Rights Reserved