Orissa Mirror Odia
Social icon element need JNews Essential plugin to be activated.
ସବସ୍କ୍ରାଇବ କରନ୍ତୁ
  • ରାଜ୍ୟ
  • ଦେଶ-ବିଦେଶ
  • ଅପରାଧ
  • ଜିଲ୍ଲା
    • ଭୁବନେଶ୍ୱର
    • କଟକ
    • ତାଳଚେର
    • ଝାରସୁଗୁଡା
    • ବୌଦ୍ଧ
    • ଅନୁଗୁଳ
  • ରାଜନୀତି
  • ଖେଳ
  • ବାଣିଜ୍ୟ
  • ମନୋରଞ୍ଜନ
  • ସ୍ପେଶାଲ୍ ରିପୋର୍ଟ
  • ସ୍ୱାସ୍ଥ୍ୟ
    • ଜୀବନ ଚର୍ଯ୍ୟା
Orissa Mirror Odia

ବିଗତ ଘଟଣାର ପୁନରାବୃତ୍ତି ନହେଉ “ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ”

by Bureauom
November 12, 2025
in ଜିଲ୍ଲା, ଝାରସୁଗୁଡା
A A
ବିଗତ ଘଟଣାର ପୁନରାବୃତ୍ତି ନହେଉ

ଝାରସୁଗୁଡ଼ା (ବିଜୟ ଶଙ୍କର ଦାଶ): ଆସନ୍ତା ୧୭ ତାରିଖ ଦିନ ବଞ୍ଜାରି ଓ କୁଡ଼ାଲୋଇ ଠାରେ SIA ଜନ ଶୁଣାଣି ଥିବାରୁ ଅସନ୍ତୋଷ ବଢିବାରେ ଲାଗିଛି । କୁଡ଼ାଲୋଇ ନର୍ଥ ଏ କୋଲ ବ୍ଲକ ନିଲାମ ପରେ ଗତ ୧ ଅଗଷ୍ଟ ୨୦୨୩ ମସିହା ପିପିଲିମାଲ ଠାରେ ଜନଶୁଣାଣୀ ହୋଇଥିଲା । ଉକ୍ତ ଜନଶୁଣାଣୀରେ ଉପସ୍ଥିତ ରହି ନିଜ ନିଜର ମତାମତ ତଥା ପରାମର୍ଶ ଦେବାପାଇଁ ଡାକବାଜି ଯନ୍ତ୍ର ଯୋଗେ ଅନୁରୋଧ କରିଥିଲା ଜିଲ୍ଲା ପ୍ରଶାସନ । ସ୍ଥିତି ନିୟନ୍ତ୍ରଣ ସକାଶେ ଜଣେ ଅତିରିକ୍ତ ଏସ୍‌ପି, ୬ ଜଣ ଡିଏସ୍‌ପି, ୭ ଜଣ ଇନ୍ସପେକ୍ଟର ଓ ୧୦ ପ୍ଲାଟୁନ୍‌ ପୁଲିସ ଫୋର୍ସ ମୁତୟନ ଥିବା ବେଳେ ଏକାଧିକ ବାଉନ୍ସରଙ୍କୁ ଦେଖିବାକୁ ମିଳିଥିଲା ।

ଗୋଟିଏ ପଟେ ଜନଶୁଣାଣୀ ସ୍ଥାନରେ ଆବଶ୍ୟକ ଠାରୁ କମ ଚୌକି ଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତାବିତ ବିସ୍ଥାପିତ ଲୋକଙ୍କ ବଦଳରେ ଅନ୍ୟ ଲୋକଙ୍କୁ ଜନଶୁଣାଣୀ ସ୍ଥାନରେ ସ୍ଥାନ ଦିଆଯାଇଥିଲା । ସେହିପରି ଅନ୍ୟପଟେ ହଜାର ହଜାର ସ୍ଥାନୀୟ ଲୋକଙ୍କୁ ମିଲନ୍‌ ଛକରେ ଅଟକ ରଖିଥିଲା ପୁଲିସ । ଯଦି ସଭା ଭିତରକୁ ପ୍ରବେଶ କରିବାର ଅନୁମତି ନଥିଲା ତେବେ ଲୋକଙ୍କୁ କାହିଁକି ଡକାଯାଇଥିଲା ବୋଲି ଲୋକେ ପ୍ରଶ୍ନ କରିଥିଲେ । ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇବା ସହ ପୁଲିସ୍‌-ଜନତା ମୁହାଁମୁହିଁ ହୋଇଥିଲେ ।

୨୦୨୧ ନିଲାମରେ ଯୋଗ ଦେଇ ବେଦାନ୍ତ ଏହି ଖଣି ପାଇଥିବା ବେଳେ ବାର୍ଷିକ ୮ ନିୟୁତ ଟନ୍‌ କୋଇଲା ଏଠାରୁ ଉତ୍ପାଦନ କରାଯିବ । ୨୩୮୫ ଏକର ଜମିରେ ହେବାକୁ ଥିବା ଏହି କୋଇଲା ଖଣି ପାଇଁ ପିପିଲିମାଲ, ବେଲପାହାଡ଼, ବଞ୍ଜାରି, ଧରୁଆମୁଣ୍ଡା, କୁଡ଼ାଲୋଇ, ବରତାପ ଆଦି ଅଞ୍ଚଳର ଲୋକେ ପ୍ରଭାବିତ ହେବେ । ଗତ ୧ ଅଗଷ୍ଟ ୨୦୨୩ ମସିହା ପିପିଲିମାଲ ଠାରେ ହୋଇଥିବା ଜନଶୁଣାଣୀରେ ଯେଭଳି ଭାବେ ହେବାକୁଥିବା ପ୍ରଭାବିତ ଲୋକଙ୍କୁ ଦମନ କରାଗଲା ତାର ପୁନରାବୃତ୍ତି ଆଶଙ୍କା କରି ଆଜି ବଞ୍ଜରୀ ଗାଁର ଶତାଧିକ ବାସିନ୍ଦା ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।

ଆସନ୍ତା ୧୭ ତାରିଖ ବେଦାନ୍ତ କୁଡାଲୋଇ ନର୍ଥ ଏ ବଞ୍ଜାରୀ ଠାରେ ହେବାକୁ ଥିବା ଜନ ଶୁଣାଣି ତଥା ଗ୍ରାମସଭାରେ ସ୍ଥାନୀୟ ଲୋକଙ୍କ ପ୍ରବେଶକୁ ସୁନିଶ୍ଚିତ କରିବା ପାଇଁ ଦାବିପତ୍ରରେ ଉଲ୍ଲେଖ ରହିଛି । ପ୍ରଭାବିତ ହେବାକୁଥିବା ସମସ୍ତ ଗ୍ରାମବାସୀ ଯେମିତି ଏହି ଜନ ଶୁଣାଣିରେ ଅଂଶଗ୍ରହଣ କରି ନିଜ ନିଜ ମତ ଓ ପରାମର୍ଶ ଦେଇପାରିବେ ସେନେଇ ବ୍ୟବସ୍ଥା କରାଯାଉ ବୋଲି ସରପଞ୍ଚ ସୀମା ସାହୁ ଏବଂ ଧନଞ୍ଜୟ ଭୋଇ ଙ୍କ ସହ ବଞ୍ଜାରୀବାସୀ ଦାବି କରିଛନ୍ତି ।

Bureauom

Bureauom

Next Post
ତାଳଚେରରେ ଗୋରୁ ଗାଈ କେତେ ସୁରକ୍ଷିତ!

ତାଳଚେରରେ ଗୋରୁ ଗାଈ କେତେ ସୁରକ୍ଷିତ!

ମହିଳାଙ୍କୁ ସୁରକ୍ଷା ଯୋଗାଇ ଦେବାନେଇ ପ୍ରଶାସନକୁ ନିବେଦନ

ମହିଳାଙ୍କୁ ସୁରକ୍ଷା ଯୋଗାଇ ଦେବାନେଇ ପ୍ରଶାସନକୁ ନିବେଦନ

ବସୁଧା ଯୋଜନା ବାଟବଣା

ବସୁଧା ଯୋଜନା ବାଟବଣା: ସୁରୁଣ୍ଡି ଗ୍ରାମରେ ଓଭର ହେଡ଼ ଟାଙ୍କି କାର୍ଯ୍ୟକ୍ଷମ କେବେ?

କଳକାରଖାନାରୁ ନିର୍ଗତ ବର୍ଜ୍ୟବସ୍ତୁ ଏବେ ବ୍ରାହ୍ମଣୀରେ

କଳକାରଖାନାରୁ ନିର୍ଗତ ବର୍ଜ୍ୟବସ୍ତୁ ଏବେ ବ୍ରାହ୍ମଣୀରେ, ତାଳଚେରର ମାଟି, ପାଣି, ପବନ ପ୍ରଦ୍ୟୁଷିତ ଲାଗୁନି ଅଙ୍କୁଶ

ତାଳଚେର ଉପଖଣ୍ଡରେ ସାଇବର ସୁରକ୍ଷା

ତାଳଚେର ଉପଖଣ୍ଡରେ ସାଇବର ସୁରକ୍ଷା

Orissa Mirror Odia

©2025 Orissa Mirror. All Rights Reserved

Reach Us

  • Home
  • About Us
  • Contact Us
  • Privacy Policy

Follow Us

Social icon element need JNews Essential plugin to be activated.
No Result
View All Result
  • ରାଜ୍ୟ
  • ଦେଶ-ବିଦେଶ
  • ଅପରାଧ
  • ଜିଲ୍ଲା
    • ଭୁବନେଶ୍ୱର
    • କଟକ
    • ତାଳଚେର
    • ଝାରସୁଗୁଡା
    • ବୌଦ୍ଧ
    • ଅନୁଗୁଳ
  • ରାଜନୀତି
  • ଖେଳ
  • ବାଣିଜ୍ୟ
  • ମନୋରଞ୍ଜନ
  • ସ୍ପେଶାଲ୍ ରିପୋର୍ଟ
  • ସ୍ୱାସ୍ଥ୍ୟ
    • ଜୀବନ ଚର୍ଯ୍ୟା

©2025 Orissa Mirror. All Rights Reserved