Orissa Mirror Odia
Social icon element need JNews Essential plugin to be activated.
ସବସ୍କ୍ରାଇବ କରନ୍ତୁ
  • ରାଜ୍ୟ
  • ଦେଶ-ବିଦେଶ
  • ଅପରାଧ
  • ଜିଲ୍ଲା
    • ଭୁବନେଶ୍ୱର
    • କଟକ
    • ତାଳଚେର
    • ଝାରସୁଗୁଡା
    • ବୌଦ୍ଧ
    • ଅନୁଗୁଳ
  • ରାଜନୀତି
  • ଖେଳ
  • ବାଣିଜ୍ୟ
  • ମନୋରଞ୍ଜନ
  • ସ୍ପେଶାଲ୍ ରିପୋର୍ଟ
  • ସ୍ୱାସ୍ଥ୍ୟ
    • ଜୀବନ ଚର୍ଯ୍ୟା
Orissa Mirror Odia

ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ: ଭାରତୀୟ ସେନାର କଡ଼ା ଜବାବ ସହ ସୀମାରେ ତନାତନି

by Bureauom
October 29, 2025
in ଦେଶ-ବିଦେଶ
A A
ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ

କୁପୱାଡ଼ା: ଜମ୍ମୁ କାଶ୍ମୀରର ଲିପା ଉପତ୍ୟକାରେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ ଫଳରେ ସୀମା ଅଞ୍ଚଳରେ ଉତ୍ତେଜନା ବଢିଛି। ପାକିସ୍ତାନ ସେନା ଭାରତୀୟ ସେନା ପୋଷ୍ଟ ଉପରେ ଗୁଳିବର୍ଷା କରିଥିଲା, ଯେଉଁଥିରେ ଛୋଟ ଅସ୍ତ୍ର ଓ ମୋର୍ଟାର ସେଲ୍ ବ୍ୟବହାର କରାଯାଇଥିଲା। ଗତରାତିଠାରୁ ଆରମ୍ଭ ହୋଇଥିବା ଏହି ଆକ୍ରମଣ ପରେ ଭାରତୀୟ ସେନା ତୁରନ୍ତ କଡ଼ା ଜବାବ ଦେଇ ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା।

ନିୟନ୍ତ୍ରଣ ରେଖା (ଏଲ୍‌ଓସି) ନିକଟରେ ଅବସ୍ଥିତ ଏହି  ଅଞ୍ଚଳ ଅତୀତରେ ବାରମ୍ବାର ପାକ୍‌ ଆତଙ୍କବାଦୀଙ୍କ ଅନୁପ୍ରବେଶ ପାଇଁ ପରିଚିତ।  ଏବେ ସେଠାରେ ଅସ୍ତ୍ରବିରତି ଉଲ୍ଲଂଘନ ତୀବ୍ର ଉତ୍ତେଜନା ସୃଷ୍ଟି କରିଛି। ପହଲଗାମ୍‌ରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତର ‘ଅପରେସନ୍ ସିନ୍ଦୂର’ ଓ ପାକିସ୍ତାନର ‘ଅପରେସନ୍ ବୁନିୟାନୁମ ମରସୁସ୍’ ପରେ ଏହି ଅସ୍ତ୍ରବିରତି ହୋଇଥିଲା।   ପାକିସ୍ତାନ ପୁଣି ଥରେ ସୀମାରେ ଆକ୍ରମଣକାରୀ ଭୂମିକାରେ ଅବତୀର୍ଣ୍ଣ ହୋଇଥିବାରୁ ଭାରତୀୟ ସେନା ହାଇଆଲର୍ଟରେ ରହିଛି।  ପାକିସ୍ତାନର କେତେକ ଗଣମାଧ୍ୟମ ଦାବି କରିଛନ୍ତି ଯେ ଭାରତୀୟ ପୋଷ୍ଟରେ ବଡ଼ କ୍ଷୟକ୍ଷତି ହୋଇଛି ଏବଂ ୬-୭ ଜଣ ଭାରତୀୟ ସୈନିକ ସହିଦ ହୋଇଛନ୍ତି। ତେବେ ଏହା ପାକ୍‌ ପ୍ରାୟୋଜିତ ଏକ ମିଛ ଖବର ବୋଲି ଜଣାପଡ଼ିଛି। ଦୁଇ ଦେଶର ଡିଜିଏମ୍‌ଓ (ଡାଇରେକ୍ଟର ଜେନେରାଲ୍ ଅଫ୍ ମିଲିଟାରି ଅପରେସନ୍ସ) ପକ୍ଷରୁ ଏ ବାବଦରେ କୌଣସି ଆନୁଷ୍ଠାନିକ ବୟାନ ଆସିନାହିଁ।

Bureauom

Bureauom

Next Post
ଦିଲ୍ଲୀର କୃତ୍ରିମ ବର୍ଷା ପାଇଁ କ୍ଲାଉଡ୍ ସିଡିଂ

ଦିଲ୍ଲୀର କୃତ୍ରିମ ବର୍ଷା ପାଇଁ କ୍ଲାଉଡ୍ ସିଡିଂ ଆରମ୍ଭ, ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ନୂଆ ପଦକ୍ଷେପ

ପୋଡ଼ମ୍‌ପେଟାରେ କୂଳ ଲଂଘିଲା ସମୁଦ୍ର

ପୋଡ଼ମ୍‌ପେଟାରେ କୂଳ ଲଂଘିଲା ସମୁଦ୍ର, ଗଞ୍ଜାମରେ ‘ମୋନ୍ଥା’ର ପ୍ରଭାବ ତୀବ୍ର

ଆନ୍ଧ୍ର-ଓଡିଶା-ଯୋଗାଯୋଗ-ବିଚ୍ଛିନ୍ନ

ଆନ୍ଧ୍ର-ଓଡ଼ିଶା ଯୋଗାଯୋଗ ବିଚ୍ଛିନ୍ନ: ବାତ୍ୟା ‘ମୋନ୍ଥା’ ରେ ଯାତାୟାତ ବ୍ୟବସ୍ଥା ଠପ

ବ୍ରହ୍ମପୁର ନିର୍ବାଚନୀ ମକଦ୍ଦମା ମାମଲା

ବ୍ରହ୍ମପୁର ନିର୍ବାଚନୀ ମକଦ୍ଦମା ମାମଲା: ହାଇକୋର୍ଟ ଏସ୍‌ପିଙ୍କୁ ସୁରକ୍ଷା ନିର୍ଦ୍ଦେଶ

ଅଲ୍‌ କାଏଦା ସଂଯୋଗରେ ସଫ୍ଟୱେୟାର ଇଞ୍ଜିନିୟର ଗିରଫ

ଅଲ୍‌ କାଏଦା ସଂଯୋଗରେ ସଫ୍ଟୱେୟାର ଇଞ୍ଜିନିୟର ଗିରଫ | ଏଟିଏସ୍ ଚଢାଉରେ ଆତଙ୍କୀ ନେଟୱାର୍କ ଉଦ୍‌ଘାଟିତ

Orissa Mirror Odia

©2025 Orissa Mirror. All Rights Reserved

Reach Us

  • Home
  • About Us
  • Contact Us
  • Privacy Policy

Follow Us

Social icon element need JNews Essential plugin to be activated.
No Result
View All Result
  • ରାଜ୍ୟ
  • ଦେଶ-ବିଦେଶ
  • ଅପରାଧ
  • ଜିଲ୍ଲା
    • ଭୁବନେଶ୍ୱର
    • କଟକ
    • ତାଳଚେର
    • ଝାରସୁଗୁଡା
    • ବୌଦ୍ଧ
    • ଅନୁଗୁଳ
  • ରାଜନୀତି
  • ଖେଳ
  • ବାଣିଜ୍ୟ
  • ମନୋରଞ୍ଜନ
  • ସ୍ପେଶାଲ୍ ରିପୋର୍ଟ
  • ସ୍ୱାସ୍ଥ୍ୟ
    • ଜୀବନ ଚର୍ଯ୍ୟା

©2025 Orissa Mirror. All Rights Reserved