Orissa Mirror Odia
Social icon element need JNews Essential plugin to be activated.
ସବସ୍କ୍ରାଇବ କରନ୍ତୁ
  • ରାଜ୍ୟ
  • ଦେଶ-ବିଦେଶ
  • ଅପରାଧ
  • ଜିଲ୍ଲା
    • ଭୁବନେଶ୍ୱର
    • କଟକ
    • ତାଳଚେର
    • ଝାରସୁଗୁଡା
    • ବୌଦ୍ଧ
    • ଅନୁଗୁଳ
  • ରାଜନୀତି
  • ଖେଳ
  • ବାଣିଜ୍ୟ
  • ମନୋରଞ୍ଜନ
  • ସ୍ପେଶାଲ୍ ରିପୋର୍ଟ
  • ସ୍ୱାସ୍ଥ୍ୟ
    • ଜୀବନ ଚର୍ଯ୍ୟା
Orissa Mirror Odia

ଗାନ୍ଧୀ ଫେରୁଛନ୍ତି ପୁସ୍ତକ ଲୋକର୍ପଣ: ଭକ୍ତ କହିଲେ – ଗାନ୍ଧୀ ବିନା ବିଶ୍ବଶାନ୍ତି ଅସମ୍ଭବ

by Bureauom
October 29, 2025
in ରାଜନୀତି, ରାଜ୍ୟ
A A
ଗାନ୍ଧୀ ଫେରୁଛନ୍ତି ପୁସ୍ତକ ଲୋକର୍ପଣ

ନୂଆପଡ଼ା/ଭୁବନେଶ୍ୱର : ‘ଗାନ୍ଧୀ ଫେରୁଛନ୍ତି ପୁସ୍ତକ ଲୋକର୍ପଣ’ ଅବସରରେ ପିସିସି ସଭାପତି ଭକ୍ତଚରଣ ଦାସ କହିଛନ୍ତି ଯେ, ଗାନ୍ଧୀ ଚେତନାଠାରୁ ଅଲଗା ହୋଇ ବିଶ୍ୱକୁ ତିଷ୍ଠେଇ ରଖାଯାଇପାରିବ ନାହିଁ। ଗାନ୍ଧୀବିଚାରରୁ ମାନବ ସଭ୍ୟତା ଦୂରେଇଗଲେ, ଅନିବାର୍ଯ୍ୟ ଭାବରେ ପରମାଣୁ ଜଗତକୁ ଧ୍ୱଂସ କରିଦେବ ବୋଲି ସେ ସତର୍କ କରିଛନ୍ତି। ଏଭଳି ସମୟରେ ଗାନ୍ଧୀବାଦକୁ ଅବହେଳା କରିବା ମାନେ ନିଜ ଗୋଡ଼ରେ କୁରାଢ଼ି ମାରିବା ସମାନ ବୋଲି ସେ ଉଲ୍ଲେଖ କରିଛନ୍ତି।

ଏକାଧିକ ପୌରାଣିକ ଉଦାହରଣ ଦେଇ ଗାନ୍ଧୀଙ୍କ ଆଦର୍ଶକୁ ରାହୁଲ ଆଗକୁ ନେଉଥିବାରୁ ସେ ଶାନ୍ତି ପ୍ରତିଷ୍ଠାରେ ସଫଳ ହେବେ ବୋଲି ଆଶା ପ୍ରକାଶ କରିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ବରିଷ୍ଠ ସାମ୍ବାଦିକ ସିମାଞ୍ଚଳ ମହାପାତ୍ର ସଂଯୋଜନା କରିଥିଲେ। ‘ପକେଟ୍ ନ୍ୟୁଜ୍‌’ର ସଂପାଦକ ଏବଂ ପୁସ୍ତକର ଲେଖକ ସୁଧାଂଶୁ ପାତ୍ର କହିଥିଲେ ଯେ, ଗୋଟିଏ ଦଳ ସପକ୍ଷରେ ଏତେ ସ୍ପଷ୍ଟ ବାତାବରଣ ଥିବା ସତ୍ତ୍ୱେ ଯଦି ‘ଭୋଟ୍ ଚୋରି’ ହୋଇ ହାରିଯାଏ, ତେବେ ଏହା ଦୁର୍ଭାଗ୍ୟଜନକ ହେବ।

ସେ ଆହୁରି କହିଥିଲେ, ମେ ‘୩୧ ପ୍ରକରଣ’ର ଦୁଇମାସ ପୂର୍ବରୁ ନବୀନ–ପ୍ୟାରୀ ସମ୍ପର୍କ, ବିଜେଡି–ବିଜେପି ମେଣ୍ଟ ଆଦି ବିଷୟରେ ତାଙ୍କ ପୂର୍ବାନୁମାନ ସତ୍ୟ ସାବିତ ହୋଇଥିଲା। ପୁସ୍ତକର ସମୀକ୍ଷକ ଏବଂ ‘ଏସିଆନ ଏଜ୍‌’ ରାଜ୍ୟ ମୁଖ୍ୟ ଅକ୍ଷୟ ସ୍ୱାଇଁ କହିଥିଲେ ଯେ, ‘ମେ ୩୧ ପ୍ରକରଣ’ କେବଳ ଏକ ଘଟଣା ନୁହେଁ, ଏହାର ପଛରେ ଅନେକ ଗଭୀର ଅର୍ଥ ରହିଛି। କାର୍ଯ୍ୟକ୍ରମର ଶେଷରେ ଶରଧା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

Bureauom

Bureauom

Next Post
କେବଳ କଂଗ୍ରେସ ଦେଇଛି ଆଦିବାସୀ ପ୍ରାର୍ଥୀ

କେବଳ କଂଗ୍ରେସ ଦେଇଛି ଆଦିବାସୀ ପ୍ରାର୍ଥୀ: ବିଜେପି-ବିଜେଡି ଶୂନ୍ୟ

ଓଡ଼ିଶା ଉତ୍ତରପ୍ରଦେଶ ରଣଜୀ ମୁକାବିଲା ଡ୍ର

ଓଡ଼ିଶା ଉତ୍ତରପ୍ରଦେଶ ରଣଜୀ ମୁକାବିଲା ଡ୍ର: ୮ ଦିନ ପରେ ୧ ପଏଣ୍ଟ୍

ଛାଡ଼ପତ୍ର ପାଇଁ ଆବେଦନ କଲେ ମାହି-ଜୟ

ଛାଡ଼ପତ୍ର ପାଇଁ ଆବେଦନ କଲେ ମାହି-ଜୟ, ଅଭିନୟ ଜଗତରେ ଚର୍ଚ୍ଚା

ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ

ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ: ଭାରତୀୟ ସେନାର କଡ଼ା ଜବାବ ସହ ସୀମାରେ ତନାତନି

ଦିଲ୍ଲୀର କୃତ୍ରିମ ବର୍ଷା ପାଇଁ କ୍ଲାଉଡ୍ ସିଡିଂ

ଦିଲ୍ଲୀର କୃତ୍ରିମ ବର୍ଷା ପାଇଁ କ୍ଲାଉଡ୍ ସିଡିଂ ଆରମ୍ଭ, ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ନୂଆ ପଦକ୍ଷେପ

Orissa Mirror Odia

©2025 Orissa Mirror. All Rights Reserved

Reach Us

  • Home
  • About Us
  • Contact Us
  • Privacy Policy

Follow Us

Social icon element need JNews Essential plugin to be activated.
No Result
View All Result
  • ରାଜ୍ୟ
  • ଦେଶ-ବିଦେଶ
  • ଅପରାଧ
  • ଜିଲ୍ଲା
    • ଭୁବନେଶ୍ୱର
    • କଟକ
    • ତାଳଚେର
    • ଝାରସୁଗୁଡା
    • ବୌଦ୍ଧ
    • ଅନୁଗୁଳ
  • ରାଜନୀତି
  • ଖେଳ
  • ବାଣିଜ୍ୟ
  • ମନୋରଞ୍ଜନ
  • ସ୍ପେଶାଲ୍ ରିପୋର୍ଟ
  • ସ୍ୱାସ୍ଥ୍ୟ
    • ଜୀବନ ଚର୍ଯ୍ୟା

©2025 Orissa Mirror. All Rights Reserved