Orissa Mirror Odia
Social icon element need JNews Essential plugin to be activated.
ସବସ୍କ୍ରାଇବ କରନ୍ତୁ
  • ରାଜ୍ୟ
  • ଦେଶ-ବିଦେଶ
  • ଅପରାଧ
  • ଜିଲ୍ଲା
    • ଭୁବନେଶ୍ୱର
    • କଟକ
    • ତାଳଚେର
    • ଝାରସୁଗୁଡା
    • ବୌଦ୍ଧ
    • ଅନୁଗୁଳ
  • ରାଜନୀତି
  • ଖେଳ
  • ବାଣିଜ୍ୟ
  • ମନୋରଞ୍ଜନ
  • ସ୍ପେଶାଲ୍ ରିପୋର୍ଟ
  • ସ୍ୱାସ୍ଥ୍ୟ
    • ଜୀବନ ଚର୍ଯ୍ୟା
Orissa Mirror Odia

ବୌଦ୍ଧରେ ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ: ଜିଲ୍ଲାପାଳଙ୍କ କଠୋର ଚେତାବନୀ

by Bureauom
October 29, 2025
in ଜିଲ୍ଲା, ରାଜ୍ୟ
A A
ବୌଦ୍ଧ ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ

ବୌଦ୍ଧ: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳ ବିଭୁତି ଭୂଷଣ ନାୟକଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଆଞ୍ଚଳିକ ପରିବହନ ଅଧିକାରୀ ସୁଷମା ସାହୁ ସମସ୍ତଙ୍କୁ ସ୍ୱାଗତ କରିବା ସହ ବାରମ୍ବାର ହେଉଥିବା ଦୁର୍ଘଟଣାକୁ ରୋକିବା ପାଇଁ ବିଭାଗ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ବିସ୍ତୃତ ରିପୋର୍ଟ ପ୍ରଦାନ କରିଥିଲେ। ବାରମ୍ବାର ସମୀକ୍ଷା ସହିତ ଦୁର୍ଘଟଣା ରୋକିବା ଦିଗରେ ବ୍ୟାପକ ସଚେତନତା ସତ୍ତ୍ୱେ ଜିଲ୍ଲାରେ ଦୁର୍ଘଟଣା ସଂଖ୍ୟା ବୃଦ୍ଧି ପାଉଥିବା ନେଇ ବୈଠକରେ ଜିଲ୍ଲାପାଳ ଉଦବେଗ ପ୍ରକାଶ କରିଥିଲେ। ଜାତୀୟ ରାଜପଥ ବିଭାଗ ପକ୍ଷରୁ ଦୁର୍ଘଟଣା ପ୍ରବଣ ସ୍ଥାନଗୁଡିକରେ ସୂଚନା ଫଳକ ଓ ଜାତୀୟ ରାଜପଥ ମରାମତି କରାଯାଉନଥିବାରୁ ଜିଲ୍ଲାପାଳ ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାହୁଲ ଗୋୟଲ ଅସନ୍ତୋଷ ବ୍ୟକ୍ତ କରିବା ସହିତ ତୁରନ୍ତ ସମସ୍ୟାର ସମାଧାନ ନ ହେଲେ ଆଇନ ଅନୁଯାୟୀ ବିଭାଗ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତବନୀ ଦେଇଥିଲେ।

ଯେଉଁ ଯେଉଁ ବିଭାଗ ରାସ୍ତା, ସୋଲାର ଲାଇଟ ଲଗାଯିବ, ସାଇନେଜ କରାଯିବ, ରାସ୍ତାଗୁଡିକର ମରାମତି ଆବଶ୍ୟକତା ରହିଛି, ତୁରନ୍ତ ବ୍ୟୟ ଅଟଳଳ ପ୍ରସ୍ତୁତ କରି ଦେବାକୁ ଜିଲ୍ଲାପାଳ ବିଭାଗଗୁଡିକୁ ନିର୍ଦ୍ଦେଶ ଦେଇଥିଲେ। ତଥ୍ୟ ଅନୁଯାୟୀ ଜିଲ୍ଲରେ ୬ଟି ବ୍ଲାକସ୍ପଟ ଚିହ୍ନଟ କରାଯାଇଥିବା ବେଳେ ତୁରନ୍ତ ସେଠାରେ ସୂଚନା ଫଳକ ଲାଗାଇବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ପୋଲିସ, ଆଞ୍ଚଳିକ ପରିବହନ ବିଭାଗ, ଜାତୀୟ ରାଜପଥ ବିଭାଗ ପକ୍ଷରୁ ମିଳିତ ଭାବରେ ଯାନବାହାନ ଯାଞ୍ଚ କରିବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା। ଦୁର୍ଘଟଣାର ଶିକାର ହେଉଥିବା ଆହତ ବ୍ୟକ୍ତିମାନଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇବା ଦିଗରେ ଉଚିତ ପଦକ୍ଷେପ ନେବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା।

ଆହତମାନଙ୍କୁ ଉଦ୍ଧାର କରି ଠିକ୍ ସମୟରେ ଚିକିତ୍ସାଳୟ ପହଞ୍ଚାଇଥିବା ୪ ଜଣ ବ୍ୟକ୍ତି ବିଶେଷଙ୍କୁ ବୈଠକରେ ପୁରସ୍କୃତ କରାଯାଇଥିବା ବେଳେ ଏସମ୍ପର୍କରେ ପ୍ରୋତ୍ସାହନ ଓ ସଚେତନତା କରାଯିବା ସହିତ ଡାକ୍ତରଖାନା ପକ୍ଷରୁ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟକୁ ଅବଗତ କରାଇବାକୁ ଜିଲା ସ୍ୱାସ୍ଥ୍ୟ ବିଭାଗକୁ ବୈଠକରେ ନିର୍ଦ୍ଦେଶ ଦିଆଯାଇଥିଲା। ଉକ୍ତ ବୈଠକରେ ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିବାବେଳେ ଆଞ୍ଚଳିକ ପରିବହନ ଅଧିକାରୀ ସୁଷମା ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ।

Bureauom

Bureauom

Next Post
ବୌଦ୍ଧ ବିଧାୟକଙ୍କୁ ଅଡୁଆ ବଂଶବାଦ

ବୌଦ୍ଧ ବିଧାୟକଙ୍କୁ ଅଡୁଆ ବଂଶବାଦ ଆଘାତ: ମନ୍ତ୍ରୀ ପଦ ପାଇଁ ଚିନ୍ତା, ବଢୁଛି ଆମଦାନୀ ନେତାଙ୍କ ଦୌରାତ୍ମ୍ୟ

କୋଲକାତାରେ ଇଡିର ହାଇପ୍ରୋଫାଇଲ୍ ଚଢ଼ାଉ

କୋଲକାତାରେ ଇଡିର ହାଇପ୍ରୋଫାଇଲ୍ ଚଢ଼ାଉ: ₹1.2 କୋଟି ନଗଦ ଓ ସୁନା ଜବତ

ମୁଖ୍ୟମନ୍ତ୍ରୀଙ୍କ ବାତ୍ୟା ପ୍ରସ୍ତୁତି ସମୀକ୍ଷା

ବାତ୍ୟା ପ୍ରସ୍ତୁତି ସମୀକ୍ଷା: ସ୍ୱତନ୍ତ୍ର ରିଲିଫ୍ କମିଶନର କଣ୍ଟ୍ରୋଲ ରୁମ୍ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ

ଆଇସିୟୁ ଓ କ୍ରିଟିକାଲ କେୟାର ୟୁନିଟ

ଆଇସିୟୁ ଏବଂ କ୍ରିଟିକାଲ କେୟାର ୟୁନିଟ ପାଇଁ ରାଜ୍ୟର ହସ୍ପିଟାଲଗୁଡିକରେ ମାର୍ଗଦର୍ଶିକା ପ୍ରସ୍ତୁତ

ପାଲନା ଯୋଜନା କର୍ମଶାଳା ଭୁବନେଶ୍ୱର

ପାଲନା ଯୋଜନା କର୍ମଶାଳା ଭୁବନେଶ୍ୱର: ଶିଶୁ ଓ ମହିଳା ବିକାଶ ପାଇଁ ନୂଆ ପଦକ୍ଷେପ

Orissa Mirror Odia

©2025 Orissa Mirror. All Rights Reserved

Reach Us

  • Home
  • About Us
  • Contact Us
  • Privacy Policy

Follow Us

Social icon element need JNews Essential plugin to be activated.
No Result
View All Result
  • ରାଜ୍ୟ
  • ଦେଶ-ବିଦେଶ
  • ଅପରାଧ
  • ଜିଲ୍ଲା
    • ଭୁବନେଶ୍ୱର
    • କଟକ
    • ତାଳଚେର
    • ଝାରସୁଗୁଡା
    • ବୌଦ୍ଧ
    • ଅନୁଗୁଳ
  • ରାଜନୀତି
  • ଖେଳ
  • ବାଣିଜ୍ୟ
  • ମନୋରଞ୍ଜନ
  • ସ୍ପେଶାଲ୍ ରିପୋର୍ଟ
  • ସ୍ୱାସ୍ଥ୍ୟ
    • ଜୀବନ ଚର୍ଯ୍ୟା

©2025 Orissa Mirror. All Rights Reserved