ତାଳଚେର: ତାଳଚେର ଟାଉନ୍ ସ୍ଥିତ ବିବେକାନନ୍ଦ ବିଦ୍ୟାମନ୍ଦିରର 28ତମ ବାର୍ଷିକ କ୍ରୀଡ଼ା ଉଦ୍୍ଘାଟିତ ହୋଇଛି। ଏଥିରେ ମୁଖ୍ୟଅତିଥି ଭାବେ ତାଳଚେର ଡେପୁଟି କଲେକ୍ଟର ମାନସ ମୋହନ ସେଠ, ମୁଖ୍ୟବଚ୍ଛା ଭାବେ ତାଳଚେର ଓକିଲ ସଂଘ ସଭାପତି ସନ୍ତୋଷ କୁମାର ସାହୁ ଓ ସମ୍ମାନିତ ଅତିଥି ଭାବେ ବରିଷ୍ଠ ସାମ୍ୱାଦିକ ଡ. ରଶ୍ମିରଞ୍ଜନ ମିଶ୍ର ଓ ବିଜୟ କୁମାର ଦେବତା ପ୍ରମୁଖ ଯୋଗଦେଇ କ୍ରୀଡ଼ା ଉତ୍ସବକୁ ଉଦ୍ଘାଟନ କରିଥିଲେ। ଛାତ୍ରଛାତ୍ରୀଙ୍କ ଦୈନନ୍ଦିନ ଜୀବନରେ ଶିକ୍ଷା ସହିତ କ୍ରୀଡ଼ା ଆବଶ୍ୟକ ବୋଲି କହିବା ସହିତ କ୍ରୀଡ଼ା ଯୋଗୁଁ ଶାରୀରିକ, ମାନସିକ ଓ ବୌଦ୍ଧିକ ବିକାଶ ହୋଇପାରିବ ବୋଲି ଅତିଥିମାନେ ମତବ୍ୟଚ୍ଛ କରିଥିଲେ। ଅତିଥିମାନଙ୍କ ଦ୍ଵାରା କ୍ରୀଡ଼ା ମଶାଲ ସ୍ଥାପନ କରାଯିବା ସହିତ କ୍ରୀଡ଼ା ପତାକୁ ଉତ୍ତୋଳନ କରିବା ସଙ୍ଗେ ସଙ୍ଗେ ଛାତ୍ରଛାତ୍ରୀମାନଙ୍କୁ ଶପଥପାଠ କରାଇଥିଲେ। ସ୍କୁଲର ପ୍ରଧାନ ଶିକ୍ଷକ ପ୍ରଶାନ୍ତ ଚନ୍ଦ୍ର ସିଂହସାମନ୍ତ ଅଧ୍ୟକ୍ଷତା କରିଥିଲା ବେଳେ ପରିଚାଳନା କମିଟିର ସମ୍ପାଦକ ନିରଞ୍ଜନ କର ଧନ୍ୟବାଦ ଅର୍ପଣ କରିଥିଲେ। ଛାତ୍ରଛାତ୍ରୀମାନେ ବିଭିନ୍ନ କ୍ରୀଡ଼ାରେ ଅଂଶଗ୍ରହଣ କରିଥିଲେ।





