Orissa Mirror Odia
Social icon element need JNews Essential plugin to be activated.
ସବସ୍କ୍ରାଇବ କରନ୍ତୁ
  • ରାଜ୍ୟ
  • ଦେଶ-ବିଦେଶ
  • ଅପରାଧ
  • ଜିଲ୍ଲା
    • ଭୁବନେଶ୍ୱର
    • କଟକ
    • ତାଳଚେର
    • ଝାରସୁଗୁଡା
    • ବୌଦ୍ଧ
    • ଅନୁଗୁଳ
  • ରାଜନୀତି
  • ଖେଳ
  • ବାଣିଜ୍ୟ
  • ମନୋରଞ୍ଜନ
  • ସ୍ପେଶାଲ୍ ରିପୋର୍ଟ
  • ସ୍ୱାସ୍ଥ୍ୟ
    • ଜୀବନ ଚର୍ଯ୍ୟା
Orissa Mirror Odia

ସାଇବର ସୁରକ୍ଷା ସଚେତନତା ଅଭିଯାନ : ବୌଦ୍ଧ ଟାଉନହଲ୍‌ରେ ଆୟୋଜିତ

by Bureauom
November 2, 2025
in ବୌଦ୍ଧ
A A
Cyber Security Awareness Campaign

ବୌଦ୍ଧ (ସର୍ବେଶ୍ୱର କ୍ଷେତି): ପୋଲିସ ବିଭାଗ ପକ୍ଷରୁ ଟାଉନ ହଲଠାରେ ଆରକ୍ଷୀ ଅଧିକ୍ଷକ ରାହୁଲ ଗୋଏଲଙ୍କ ଅଧ୍ୟକ୍ଷତାରେ ସାଇବର ସୁରକ୍ଷା ଅଭିଯାନ ସଭା ଅନୁଷ୍ଠିତ ହୋଇଯାଇଛି। କଣ୍ଟାମାଳ ବିଧାୟକ କହ୍ନେଇଁ ଚରଣ ଡାଙ୍ଗ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ସଭାକୁ ଉଦଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବରେ ଜିଲ୍ଲାପାଳ ବିଭୁତି ଭୁଷଣ ନାୟକ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସନା, ବନଖଣ୍ଡ ଅଧିକାରୀ ରାଜେନ୍ଦ୍ର ଗୋଛାୟତ, କେନ୍ଦୁପତ୍ର ବନଖଣ୍ଡ ଅଧିକାରୀ ସୁଦର୍ଶନ ବାଦୀ, ଆଇ.ସି.ଆଇ.ସି.ଆଇ ବ୍ୟାଙ୍କର ରିଜିଓନାଲ ମୁଖ୍ୟ ରଞ୍ଜିତ ମିଶ୍ର ଯୋଗ ଦେଇ ସାଇବର ସୁରକ୍ଷା ସମ୍ପର୍କରେ ଅଭିଭାଷଣ ରଖିଥିଲେ। ଏଥିସହ ରୁହନ୍ତୁ, ଯାଞ୍ଚ କରନ୍ତୁ, ସୁରକ୍ଷିତ ରୁହନ୍ତୁ ଏବଂ ସାମାନ୍ୟ ଭୁଲରୁ ବହୁତ ବଡ଼ ଭୁଲ ହୋଇଥାଏ ବୋଲି ମତ ବ୍ୟକ୍ତ କରିଥିଲେ। ମେଣ୍ଢିମାଳ ଉଚ୍ଚ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ପ୍ରମୋଦ କୁମାର ପ୍ରଧାନ ମଞ୍ଚ ପରିଚାଳନା କରିଥିଲେ। ସଭା ପୂର୍ବରୁ ଜିଲ୍ଲା ଷ୍ଟାଡିୟମ ଠାରୁ ଏକ ସଚେତନତା ଶୋଭାଯାତ୍ରା ସହର ପରିକ୍ରମା କରି ଟାଉନ ହଲଠାରେ ପହଞ୍ଚିଥିଲା।

କାର୍ଯ୍ୟକ୍ରମରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସାର୍ଥକ ରାୟ, ଉପଖଣ୍ଡ ପୋଲିସ ଅଧିକାରୀ ଲରେନ୍ସ ରାଉତରାୟ, ଉପ ଜିଲ୍ଲାପାଳ ବିନୟ କୁମାର ଭୋଇ, ଅବକାରୀ ଅଧିକ୍ଷକ ଶାନ୍ତି ମାରାଣ୍ଡି, ତହସିଲଦାର ଅନୀତା କୁମାରୀ ସାହୁ, ସାଇବର ଥାନା ଅଧିକାରୀ ଭାବାନନ୍ଦ ପ୍ରଧାନ, ଆଦର୍ଶ ଥାନା ଅଧିକାରୀ ନଳିନୀକାନ୍ତ ଦାସ, ଆଞ୍ଚଳିକ ପରିବହନ ଅଧିକାରୀ ସୁଷମା ସାହୁ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂହଙ୍କ ସମେତ ବିଭିନ୍ନ ଅଧିକାରୀ, ଛାତ୍ରଛାତ୍ରୀ, ଜନ ସାଧାରଣ, ବୁଦ୍ଧିଜୀବୀ, ଗଣମାଧ୍ୟମ ପ୍ରତିନିଧି ଯୋଗ ଦେଇଥିଲେ। ପରେ ପରେ ସାଇବର ସଚେତନ ଉପରେ ଭିଡିଓ ପ୍ରଦର୍ଶନ ସହ ମୁଖ୍ୟମନ୍ତ୍ରୀ ଏବଂ ଡିଜିପିଙ୍କ ସଚେତନତା ବାର୍ତ୍ତା ପ୍ରସାରିତ ହୋଇଥିଲା।

ପରେ କଳାକାର ସ୍ୱାଧୀନ କୁମାର ପରିଡା ଏବଂ କରୁଣାକର ବଗର୍ତ୍ତୀ ଦାସକାଠିଆ ମାଧ୍ୟମରେ ଏବଂ ଅନ୍ୟ କଳାକାରମାନେ ନୃତ୍ୟ ନାଟକ ମାଧ୍ୟମରେ ଜନସାଧାରଣଙ୍କୁ ସଚେତନ କରିଥିଲେ। ପରେ ପରେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଡାଙ୍ଗ ଏବଂ ଅନ୍ୟ ଅତିଥିମାନେ ସବୁଜ ପତାକା ଦେଖାଇ ସାଇବର ରଥର ଶୁଭାରମ୍ଭ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସାର୍ଥକ ରାୟ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Bureauom

Bureauom

Next Post
ବେଆଇନ ବାଲି ଡିପୋରେ ଚଢ଼ାଉ କେବେ?

ହରଭଙ୍ଗା ବେଆଇନ ବାଲି ଡିପୋ: ବାଲି ମାଫିଆ ସକ୍ରିୟ, ଖଣି ବିଭାଗ ନିରବ ଦ୍ରଷ୍ଟା ସାଜିଛି

MCL National Excellence Award

MCL National Excellence Award: ଜିଏମ ଅଶୋକ କୁମାର ଧଳଙ୍କୁ ଜାତୀୟ ସ୍ତରର ଉତ୍କର୍ଷ ପୁରସ୍କାର

Jharsuguda Dacoity Case

Jharsuguda Dacoity Case: ଡକାୟତି ପୂର୍ବରୁ ମାଡ଼ି ବସିଲା ପୁଲିସ୍ "୫ ଅଭିଯୁକ୍ତ ଗିରଫ"

Talcher Kartikeswar Puja

Talcher Kartikeswar Puja: ତାଳଚେରରେ ଧୁମଧାମରେ ପୂଜା ପାଇଲେ ବାବା କାର୍ତ୍ତିକେଶ୍ୱର

ସୁଦର୍ଶନ ପଟ୍ଟନାୟକ ଙ୍କ ଚମତ୍କାର କଳାକୃତି

ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳାରେ ‘ନାରୀ ଶକ୍ତି’ର ବିଶ୍ୱକପ୍ ଜୟ ଅଭିବାଦନ

Orissa Mirror Odia

©2025 Orissa Mirror. All Rights Reserved

Reach Us

  • Home
  • About Us
  • Contact Us
  • Privacy Policy

Follow Us

Social icon element need JNews Essential plugin to be activated.
No Result
View All Result
  • ରାଜ୍ୟ
  • ଦେଶ-ବିଦେଶ
  • ଅପରାଧ
  • ଜିଲ୍ଲା
    • ଭୁବନେଶ୍ୱର
    • କଟକ
    • ତାଳଚେର
    • ଝାରସୁଗୁଡା
    • ବୌଦ୍ଧ
    • ଅନୁଗୁଳ
  • ରାଜନୀତି
  • ଖେଳ
  • ବାଣିଜ୍ୟ
  • ମନୋରଞ୍ଜନ
  • ସ୍ପେଶାଲ୍ ରିପୋର୍ଟ
  • ସ୍ୱାସ୍ଥ୍ୟ
    • ଜୀବନ ଚର୍ଯ୍ୟା

©2025 Orissa Mirror. All Rights Reserved