Orissa Mirror Odia
Social icon element need JNews Essential plugin to be activated.
ସବସ୍କ୍ରାଇବ କରନ୍ତୁ
  • ରାଜ୍ୟ
  • ଦେଶ-ବିଦେଶ
  • ଅପରାଧ
  • ଜିଲ୍ଲା
    • ଭୁବନେଶ୍ୱର
    • କଟକ
    • ତାଳଚେର
    • ଝାରସୁଗୁଡା
    • ବୌଦ୍ଧ
    • ଅନୁଗୁଳ
  • ରାଜନୀତି
  • ଖେଳ
  • ବାଣିଜ୍ୟ
  • ମନୋରଞ୍ଜନ
  • ସ୍ପେଶାଲ୍ ରିପୋର୍ଟ
  • ସ୍ୱାସ୍ଥ୍ୟ
    • ଜୀବନ ଚର୍ଯ୍ୟା
Orissa Mirror Odia

ଓଡ଼ିଶା ରାଜ୍ୟ ପଣ୍ୟାଗାର ନିଗମ ପକ୍ଷରୁ ରାଜ୍ୟ ସରକାରଙ୍କୁ ୩.୪ କୋଟି ଲାଭାଂଶ ପ୍ରଦାନ

by Bureauom
November 4, 2025
in ରାଜ୍ୟ
A A
ଓଡ଼ିଶା ରାଜ୍ୟ ପଣ୍ୟାଗାର ନିଗମ ଲାଭାଂଶ ପ୍ରଦାନ

ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ପଣ୍ୟାଗାର ନିଗମ ପକ୍ଷରୁ ଆଜି ଓଡ଼ିଶା ରାଜ୍ୟ ସରକାରଙ୍କୁ ଲାଭାଂଶ (ଡିଭିଡେଣ୍ଡ୍) ଅର୍ଥ ପ୍ରଦାନ କରାଯାଇଛି । ଓଡ଼ିଶାର ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜାଙ୍କ ଜରିଆରେ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ୩ କୋଟି ୪୦ ଲକ୍ଷ ୬୪ ହଜାର ୧୦୫ ଟଙ୍କା ରାଜ୍ୟ ସରକାରଙ୍କ ଲାଭାଂଶ ବାବଦକୁ ପ୍ରଦାନ  କରାଯାଇଛି । ମୁଖ୍ୟ ଶାସନ ସଚିବଙ୍କ ସମ୍ମିଳନୀ କକ୍ଷରେ ସମବାୟ ବିଭାଗ କମିଶନର-ତଥା-ଶାସନ ସଚିବ ଶ୍ରୀ ରାଜେଶ ପ୍ରଭାକର ପାଟିଲ ଏବଂ ରାଜ୍ୟ ପଣ୍ୟାଗାର ନିଗମର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ମିହିର ପ୍ରସାଦ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ଏହି ଲାଭାଂଶ ରାଶି ପ୍ରଦାନ କରିଛନ୍ତି ।

ପ୍ରକାଶ ଥାଉକି, ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ନିଗମର ମୋଟ ଲାଭ ହେଉଛି ୨୨ କୋଟି ୭୦ ଲକ୍ଷ  ୯୪ ହଜାର  ୩୩ ଟଙ୍କା । ଏହି ବର୍ଷ ପାଇଁ ମୋଟ ଲାଭର ୩୦ ପ୍ରତିଶତ  ହିସାବରେ ଡିଭିଡେଣ୍ଡ୍ ରାଶି ହେଉଛି ୬ କୋଟି ୮୧ ଲକ୍ଷ ୨୮ ହଜାର ୨୧୦ ଟଙ୍କା । ଏହାର ଉଭୟ ଅଂଶୀଦାର ଯଥା ରାଜ୍ୟ ସରକାର ଏବଂ କେନ୍ଦ୍ରୀୟ ଭଣ୍ଡାରଣ ନିଗମଙ୍କୁ ସମ ପରିମାଣରେ ଅର୍ଥାତ ପ୍ରତ୍ୟେକ  ଅଂଶୀଦାରଙ୍କୁ ୩ କୋଟି ୪୦ ଲକ୍ଷ ୬୪ ହଜାର ୧୦୫ ଟଙ୍କା ଲେଖାଏଁ   ପ୍ରଦାନ କରାଯାଇଛି ।

ଏହି କାର୍ଯ୍ୟକ୍ରମରେ ସମବାୟ ସମିତି ସମୂହ ନିବନ୍ଧକ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ସମବାୟ ବିଭାଗର ସ୍ଵତନ୍ତ୍ର ଶାସନ ସଚିବ ଊଷାରାଣୀ ଦାସ, ବିତ୍ତ ପରାମର୍ଶଦାତା ସ୍ମିତାଞ୍ଜଳି ସ୍ୱାଇଁ, ମୁଖ୍ୟ ସାଧାରଣ ପରିଚାଳକ ତୃପ୍ତି କଲ୍ୟାଣ ସେଠୀ, ଯୁଗ୍ମ ସଚିବ ସଂଗ୍ରାମ ରାଉତ, ଜେଆରସିଏସ ଲିଙ୍ଗରାଜ ନାୟକ, ବରିଷ୍ଠ ଅଧିକ୍ଷକ ପ୍ରଭାତ କୁମାର ପରିଡା ପ୍ରମୁଖ ଉପସ୍ଥିତ ଥିଲେ ।

ସୂଚନାଯୋଗ୍ୟ ଯେ, ଓଡିଶା ରାଜ୍ୟ ପଣ୍ୟାଗାର ନିଗମ ୧୯୫୮ ମସିହାରେ ସ୍ଥାପିତ  ହୋଇଥିଲା । ଏହାର ଷ୍ଟୋରେଜ୍ କ୍ଷମତା ହେଉଛି ୫,୨୧,୬୦୦ ମେଟ୍ରିକ ଟନ୍ । ରାଜ୍ୟର ୩୦ଟି ଜିଲ୍ଲାରେ ୬୮ଟି ଗୋଦାମ ରହିଛି । ଏହାର ଭଣ୍ଡାରଣ କ୍ଷମତାର ସୁବିନିଯୋଗ ଯୋଗୁଁ ନିଗମ  କ୍ରମାଗତ ଭାବରେ ଲାଭାନ୍ଵିତ ହେଉଛି ଏବଂ ଏହାର ଦୁଇ ଅଂଶୀଦାର ଯଥା ରାଜ୍ୟ ସରକାର ଏବଂ କେନ୍ଦ୍ରୀୟ ଭଣ୍ଡାରଣ ନିଗମଙ୍କୁ ନିୟମିତ ଭାବରେ ଲାଭାଂଶ (ଡିଭିଡେଣ୍ଡ୍) ପ୍ରଦାନ କରୁଅଛି । ଉଲ୍ଲେଖଯୋଗ୍ୟ ଯେ, ୨୦୧୯-୨୦ ଏବଂ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ନିଗମ ପକ୍ଷରୁ ଏହାର ଲାଭାଂଶ ବାବଦକୁ ପ୍ରତ୍ୟେକ ଅଂଶୀଦାରଙ୍କୁ ୪ କୋଟି  ୩୬ ଲକ୍ଷ ୩୧ ହଜାର  ୨୫୧  ଟଙ୍କା ଲେଖାଏଁ  ପ୍ରଦାନ କରା ଯାଇଥିଲା ।

ରାଜ୍ୟ ସରକାରଙ୍କୁ ପ୍ରଦତ୍ତ ଏହି ଲାଭାଂଶ ଗ୍ରହଣ କରିବା ପରିପ୍ରେକ୍ଷୀରେ ମୁଖ୍ୟ ଶାସନ ସଚିବ ଶ୍ରୀ ଆହୁଜା ବିଭାଗୀୟ ସଚିବ ଏବଂ ବରିଷ୍ଠ ଅଧିକାରୀଙ୍କ ସହିତ ଓଡିଶା ରାଜ୍ୟ ପଣ୍ୟାଗାର ନିଗମର ପରିଚାଳନା ସଂପର୍କିତ ଆଲୋଚନା କରି ଏହାର  ଆଧୁନିକୀକରଣ ବ୍ୟବସ୍ଥା  ସଂପର୍କରେ ଆବଶ୍ୟକ ପରାମର୍ଶ ଦେଇଥିଲେ ।

Bureauom

Bureauom

Next Post
ଓଡ଼ିଶା ଶିଳ୍ପୀ ମହାସଂଘ ପକ୍ଷରୁ ହସ୍ତତନ୍ତ ଓ ହସ୍ତଶିଳ୍ପ ସଚେତନତା ଶିବିର

ଓଡ଼ିଶା ଶିଳ୍ପୀ ମହାସଂଘ ପକ୍ଷରୁ ହସ୍ତତନ୍ତ ଓ ହସ୍ତଶିଳ୍ପ ସଚେତନତା ଶିବିର ଅନୁଷ୍ଠିତ

ପରିବହନ ବିଭାଗ ର ବେପୁରିଆ ନୀତି

ପରିବହନ ବିଭାଗ ର ବେପୁରିଆ ନୀତି, ଡ୍ରାଇଭିଂ ଲାଇସେନ୍ସ ଥାଇ ମଧ୍ୟ କଟୁଛି ଚାଲାଣ

କେବେ କାର୍ଯ୍ୟକ୍ଷମ ହେବ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ନୂତନ କୋଠା ?

କେବେ କାର୍ଯ୍ୟକ୍ଷମ ହେବ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ନୂତନ କୋଠା ? ବଢୁଛି ଜନ ଅସନ୍ତୋଷ

ସମସ୍ଯା ଘେରରେ ତାଳଚେର

ସମସ୍ଯା ଘେରରେ ତାଳଚେର: କାହାରି ନାହିଁ ଏହାପ୍ରତି ନଜର !!

୨୦୦ଫୁଟ ଲମ୍ବର ବୋଇତ ଭସାଇଲେ ଶ୍ରଦ୍ଧାଳୁ

Orissa Mirror Odia

©2025 Orissa Mirror. All Rights Reserved

Reach Us

  • Home
  • About Us
  • Contact Us
  • Privacy Policy

Follow Us

Social icon element need JNews Essential plugin to be activated.
No Result
View All Result
  • ରାଜ୍ୟ
  • ଦେଶ-ବିଦେଶ
  • ଅପରାଧ
  • ଜିଲ୍ଲା
    • ଭୁବନେଶ୍ୱର
    • କଟକ
    • ତାଳଚେର
    • ଝାରସୁଗୁଡା
    • ବୌଦ୍ଧ
    • ଅନୁଗୁଳ
  • ରାଜନୀତି
  • ଖେଳ
  • ବାଣିଜ୍ୟ
  • ମନୋରଞ୍ଜନ
  • ସ୍ପେଶାଲ୍ ରିପୋର୍ଟ
  • ସ୍ୱାସ୍ଥ୍ୟ
    • ଜୀବନ ଚର୍ଯ୍ୟା

©2025 Orissa Mirror. All Rights Reserved