Orissa Mirror Odia
Social icon element need JNews Essential plugin to be activated.
ସବସ୍କ୍ରାଇବ କରନ୍ତୁ
  • ରାଜ୍ୟ
  • ଦେଶ-ବିଦେଶ
  • ଅପରାଧ
  • ଜିଲ୍ଲା
    • ଭୁବନେଶ୍ୱର
    • କଟକ
    • ତାଳଚେର
    • ଝାରସୁଗୁଡା
    • ବୌଦ୍ଧ
    • ଅନୁଗୁଳ
  • ରାଜନୀତି
  • ଖେଳ
  • ବାଣିଜ୍ୟ
  • ମନୋରଞ୍ଜନ
  • ସ୍ପେଶାଲ୍ ରିପୋର୍ଟ
  • ସ୍ୱାସ୍ଥ୍ୟ
    • ଜୀବନ ଚର୍ଯ୍ୟା
Orissa Mirror Odia

କେବେ କାର୍ଯ୍ୟକ୍ଷମ ହେବ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ନୂତନ କୋଠା ? ବଢୁଛି ଜନ ଅସନ୍ତୋଷ

by Bureauom
November 5, 2025
in ବୌଦ୍ଧ
A A
କେବେ କାର୍ଯ୍ୟକ୍ଷମ ହେବ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ନୂତନ କୋଠା ?

ବୌଦ୍ଧ(ସର୍ବେଶ୍ୱର କ୍ଷେତି): ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଉପରେ ଦିନକୁ ଦିନ ରୋଗୀଙ୍କ ନିର୍ଭରଶୀଳତା ବୃଦ୍ଧି ପାଉଥିବା ବେଳେ ଶଯ୍ୟାର ଅଭାବ ସାଙ୍ଗକୁ ଉନ୍ନତ ଚିକିତ୍ସା ସୁବିଧା ଉପଲବ୍ଧ ହୋଇପାରୁନାହିଁ l ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ପ୍ରାୟ ୪ ବର୍ଷ ତଳେ ୩ ଶହ ଶଯ୍ୟା ବିଶିଷ୍ଟ ନୂତନ କୋଠାର ପରିକଳ୍ପନା ହୋଇଥିଲା l ତଦନୁଯାୟୀ ସ୍ଥାନ ଚିହ୍ନଟ କରାଯାଇ ବହୁତଳ ବିଶିଷ୍ଟ କୋଠା ମଧ୍ୟ ନିର୍ମାଣ ହେଲା l କିନ୍ତୁ ଏପର୍ଯ୍ୟନ୍ତ ଏହାକୁ କାର୍ଯ୍ୟକ୍ଷମ କରାଯାଇପାରୁନି l ଖୁବ୍‌ଶୀଘ୍ର ଏହାର ଉଦ୍‌ଘାଟନ କରାଯିବ ବୋଲି କୁହାଯାଉଥିଲେ ମଧ୍ୟ, ପଦ୍ମ ଘୁଞ୍ଚିଘୁଞ୍ଚି ଯାଉଛି l କେଉଁଠି ରହିଛି କେଁ, ସେନେଇ ନାନା ପ୍ରକାର ଚର୍ଚ୍ଚା ହେଉଛି l ତେବେ ଯେଉଁଠାରେ ଏହି ନୂତନ କୋଠା ସ୍ଥାପନ ହୋଇଛି, ତାହା ସ୍ବାସ୍ଥ୍ୟ ବିଭାଗକୁ ଏପର୍ଯ୍ୟନ୍ତ ହସ୍ତାନ୍ତର ହୋଇପାରିନଥିବାରୁ ବିଳମ୍ବ ହେଉଥିବା ସୂଚନା ମିଳିଛି l

ଗତ ୨ ତାରିଖରେ ମାଉସୀ ମା ମନ୍ଦିରଠାରେ ଅନୁଷ୍ଠିତ ବୁଦ୍ଧିଜୀବୀ ସମ୍ମିଳନୀରେ ଏହି ପ୍ରମୁଖ ପ୍ରସଙ୍ଗ ଉତ୍‌ଥାପନ ହୋଇଥିଲା l ନାଗରିକ କମିଟିର ସମ୍ପାଦକ ବିଶ୍ବେଶ୍ୱର ପୃଷ୍ଟି ଏସମ୍ପର୍କରେ ତଥ୍ୟ ଉପସ୍ଥାପନ ପୂର୍ବକ ବିଷଦ ଆଲୋଚନା କରିଥିଲେ l ତଥ୍ୟ ମୁତାବକ, ୨୦୨୧ ମସିହାରେ ଏହି ନୂତନ କୋଠାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା l ଏଥିପାଇଁ ଏକ ଘରୋଇ ଠିକା ସଂସ୍ଥାକୁ ନିୟୋଜିତ କରାଯାଇଥିଲା l ୨ ବର୍ଷ ମଧ୍ୟରେ କାମ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା l ବିଳମ୍ବ ହେଲେ ମଧ୍ୟ କୋଠା ନିର୍ମାଣ କାର୍ଯ୍ୟ ଏକପ୍ରକାର ଶେଷ ହୋଇଛି l

ସ୍ବାସ୍ଥ୍ୟ ବିଭାଗକୁ ଜମି ହସ୍ତାନ୍ତର ହୋଇ ପାରିନାହିଁ l ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ତରଫରୁ ପ୍ରାଥମିକ ମଞ୍ଜୁରୀ ପାଇଁ ଉତ୍ତରାଞ୍ଚଳ ଆର୍‌ଡିସିଙ୍କ ପାଖକୁ ଫାଇଲ୍‌ ପଠାଯାଇଥିଲା l ତାଙ୍କର ୫ ଏକର ଜମିକୁ ପଟ୍ଟା ପ୍ରଦାନ କରିବାର କ୍ଷମତା ରହିଛି l କିନ୍ତୁ ମୁଖ୍ୟ ଚିକିତ୍ସାଳୟର ନୂତନ କୋଠା ହୋଇଥିବା ଜମିର ପରିମାଣ ଅଧିକା ଥିବାରୁ ଆର୍‌ଡିସି ଏହାକୁ ବୋର୍ଡ ଅଫ୍‌ ରେଭିନ୍ୟୁ, କଟକକୁ ପଠାଇବାର ବ୍ୟବସ୍ଥା ରହିଛି l

ବୋର୍ଡ ଅଫ୍‌ ରେଭିନ୍ୟୁଙ୍କ ସ୍ବୀକୃତି ମିଳିବା ପରେ ରାଜ୍ୟ ସରକାର ସମ୍ପୃକ୍ତ ବିଭାଗକୁ ପଟ୍ଟା ପ୍ରଦାନ କରିବେ l ତେବେ ଆର୍‌ଡିସିଙ୍କ ପାଖକୁ ପଠାଯାଇଥିବା ଫାଇଲ୍‌ ଅନୁଧ୍ୟାନ କଲା ପରେ ଦୁଇଟି ଜଳାଶୟ କିସମ ଥିବାରୁ ସେ ଦୁଇଟିକୁ ବାଦ୍‌ ଦେଇ ନୂତନ ପ୍ରସ୍ତାବ ପ୍ରେରଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ l ତଦନୁଯାୟୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଦୁଇ ଜଳାଶୟ କିସମକୁ ବାଦ୍‌ ଦେଇ ଅବଶିଷ୍ଟ ୮.୧୯୯ ଏକର ବିଶିଷ୍ଟ ନୂତନ ପ୍ରସ୍ତାବନା ପ୍ରସ୍ତୁତ କରାଯାଇ ଗତ ସେପ୍ଟେମ୍ବର ମାସରେ ଆର୍‌ଡିସିଙ୍କ କାର୍ଯ୍ୟାଳୟକୁ ପଠାଯାଇଥିଲା l

ତେବେ ସାଇଟ୍‌ ସିଲେକ୍ସନ କମିଟି ବସି ଗ୍ରହଣ କରାଯାଇଥିବା ପ୍ରସ୍ତାବକୁ ବର୍ଷକ ମଧ୍ୟରେ କାର୍ଯ୍ୟକ୍ଷମ କରାନଗଲେ ତାହା ଆପେ ବାତିଲ୍ ହୋଇଯିବ ବୋଲି ନିୟମ ଥିବା ଦର୍ଶାଇ ପୁନଃ ତାକୁ ଫେରାଇ ଦେଇଥିଲେ l ପୁଣିଥରେ ସାଇଟ୍‌ ସିଲେକ୍ସନ୍ କମିଟି ବସି ନୂତନ ପ୍ରସ୍ତାବନା ପଠାଇଲେ ବିଚାର କରାଯିବ ବୋଲି ଦର୍ଶାଇଥିଲେ l ତେଣୁ ଗତ ଅକ୍ଟୋବର ମାସରେ ସାଇଟ୍‌ ସିଲେକ୍ସନ କମିଟି ବସି ନୂତନ ଭାବେ ପ୍ରସ୍ତାବନା ଗ୍ରହଣ କରି ସମସ୍ତ ନଥିପତ୍ର ଆର୍‌ଡିସିଙ୍କ କାର୍ଯ୍ୟାଳୟକୁ ପଠାଯାଇଛି l ଏହା ମଧ୍ୟରେ ଗୋଟିଏ ମାସ ଅତିକ୍ରାନ୍ତ ହେଲାଣି l

ଆର୍‌ଡିସିଙ୍କ ଅଫିସ୍‌ରୁ ଫାଇଲ୍‌ ଆଗକୁ ବଢ଼ିପାରୁନି l ଅନ୍ୟପକ୍ଷେ ନୂତନ କୋଠାର ସ୍ଥାୟୀ ପଟ୍ଟା ନଥିବାରୁ ଫାୟାର୍‌ ସେଫ୍ଟି ସାର୍ଟିଫିକେଟ୍‌ ମିଳିପାରୁନି l ସ୍ବାସ୍ଥ୍ୟ ବିଭାଗକୁ ପଟ୍ଟା ହସ୍ତାନ୍ତର ହେଲାପରେ ଯାଇ ଏକ୍ସରେ, ଇସିଜି, ସିଟିସ୍କାନ ଆଦି ସ୍ବାସ୍ଥ୍ୟ ଉପକରଣ ଆସି ଖଞ୍ଜା ହେବ l ଜିଲ୍ଲାବାସୀଙ୍କ ବୃହତ୍ତର ସ୍ବାର୍ଥକୁ ଦୃଷ୍ଟିରେ ରଖି ସ୍ଥାନୀୟ ନିର୍ବାଚିତ ଜନ ପ୍ରତିନିଧି ଏଥିପ୍ରତି ଦୃଷ୍ଟି ଦେଇ ବିହିତ ପଦକ୍ଷେପ ନେବା ଆବଶ୍ୟକ ବୋଲି ଉକ୍ତ ବୈଠକରେ ମତପ୍ରକାଶ ପାଇଥିଲା l

Bureauom

Bureauom

Next Post
ସମସ୍ଯା ଘେରରେ ତାଳଚେର

ସମସ୍ଯା ଘେରରେ ତାଳଚେର: କାହାରି ନାହିଁ ଏହାପ୍ରତି ନଜର !!

୨୦୦ଫୁଟ ଲମ୍ବର ବୋଇତ ଭସାଇଲେ ଶ୍ରଦ୍ଧାଳୁ

ସର୍ଭର ଡାଉନ ପାଇଁ ପ୍ରାୟ ଘଣ୍ଟାଏ ବିଳମ୍ବରେ ସେଣ୍ଟରକୁ ଗଲେ ଛାତ୍ରୀଛାତ୍ର

ସ୍ଲୋ ପଏଜନ ଦେଉଛି ବେଦାନ୍ତ

ସ୍ଲୋ ପଏଜନ ଦେଉଛି ବେଦାନ୍ତ: ମାଟି, ପାଣି, ପବନ ସବୁଥିରେ ବିଷ

ବିଶ୍ବର ସବୁଠାରୁ ଅଧିକ ଋଣଗ୍ରସ୍ତ ଦେଶ କିଏ?

ବିଶ୍ବର ସବୁଠାରୁ ଅଧିକ ଋଣଗ୍ରସ୍ତ ଦେଶ କିଏ? ଭାରତ ର ସ୍ଥାନ କେତେ ଜାଣନ୍ତି କି?

Orissa Mirror Odia

©2025 Orissa Mirror. All Rights Reserved

Reach Us

  • Home
  • About Us
  • Contact Us
  • Privacy Policy

Follow Us

Social icon element need JNews Essential plugin to be activated.
No Result
View All Result
  • ରାଜ୍ୟ
  • ଦେଶ-ବିଦେଶ
  • ଅପରାଧ
  • ଜିଲ୍ଲା
    • ଭୁବନେଶ୍ୱର
    • କଟକ
    • ତାଳଚେର
    • ଝାରସୁଗୁଡା
    • ବୌଦ୍ଧ
    • ଅନୁଗୁଳ
  • ରାଜନୀତି
  • ଖେଳ
  • ବାଣିଜ୍ୟ
  • ମନୋରଞ୍ଜନ
  • ସ୍ପେଶାଲ୍ ରିପୋର୍ଟ
  • ସ୍ୱାସ୍ଥ୍ୟ
    • ଜୀବନ ଚର୍ଯ୍ୟା

©2025 Orissa Mirror. All Rights Reserved