Orissa Mirror Odia
Social icon element need JNews Essential plugin to be activated.
ସବସ୍କ୍ରାଇବ କରନ୍ତୁ
  • ରାଜ୍ୟ
  • ଦେଶ-ବିଦେଶ
  • ଅପରାଧ
  • ଜିଲ୍ଲା
    • ଭୁବନେଶ୍ୱର
    • କଟକ
    • ତାଳଚେର
    • ଝାରସୁଗୁଡା
    • ବୌଦ୍ଧ
    • ଅନୁଗୁଳ
  • ରାଜନୀତି
  • ଖେଳ
  • ବାଣିଜ୍ୟ
  • ମନୋରଞ୍ଜନ
  • ସ୍ପେଶାଲ୍ ରିପୋର୍ଟ
  • ସ୍ୱାସ୍ଥ୍ୟ
    • ଜୀବନ ଚର୍ଯ୍ୟା
Orissa Mirror Odia

ସ୍ବଚ୍ଛତା ପାଇଁ ଏକାଠି ହେଲେ ପିଲାଠୁ ବୟସ୍କ: ଖୋଲାରେ ମଳତ୍ୟାଗ କଲେ ୫ଶହ, ନିଶା ଖାଇଲେ ୫ହଜାର ଫାଇନ

by Bureauom
November 7, 2025
in ଭୁବନେଶ୍ୱର
A A
ସ୍ବଚ୍ଛତା ପାଇଁ ଏକାଠି ହେଲେ ପିଲାଠୁ ବୟସ୍କ

ଭୁବନେଶ୍ବର: ସ୍ବଚ୍ଛତା ପ୍ରୟାସ । ଏକାଠି ହେଲେ ଗାଁର ପିଲାଠୁ ବୟସ୍କ । ମିଳିମିଶି ସଫା କଲେ ଗାଁ ଛକ, ରାସ୍ତଘାଟ, ପୋଖରୀ ହୁଡ଼ାଠୁ ଆରମ୍ଭ କରି ଶ୍ମଶାନ ଘାଟ । ଗାଁର ଅପରିଷ୍କାର ପରିବେଶ ନେଇ ବାହାରଲୋକ ଓ ପଥଚାରୀଙ୍କଠାରୁ ନାନା କଥା ଶୁଣିବା ପରେ ଏକାଠି ହୋଇ ଅଣ୍ଟା ଭିଡିଛନ୍ତି ନୟାଗଡ଼ ବ୍ଲକ ଡ଼ିଆଁପଡ଼ା ଗାଁ ଲୋକ । ଶହେରୁ ଅଧିକ ଘର ସହ ପାଖାପାଖି ହଜାରେ ଲୋକ ରୁହନ୍ତି ଗାଁରେ । ଅବହେଳା ଓ ଅସହଯୋଗ ଅଭାବରୁ ଗାଁ ପରିବେଶ ଖରାପ ହୋଇଥିଲା । ଅସ୍ବାସ୍ଥ୍ୟକର ପରିବେଶ ମଧ୍ୟରେ ଗାଁର ପ୍ରତିଛବିକୁ ନେଇ ଗାଁଲୋକ ଯେତିକି ଚିନ୍ତିତ ଥିଲେ, ଚାଟୁ ଅଧିକ ବାହାର ଲୋକଙ୍କ ସମାଲୋଚନା ଗାଁର ଚିନ୍ତାଶୀଳ ଲୋକଙ୍କ ମୁଣ୍ଡ ବିନ୍ଧାର କାରଣ ସାଜିଥିଲା ।

ନିଜର ଭୁଲ ବୁଝି ଗାଁ ଲୋକେ ଅଣ୍ଟା ଭିଡ଼ିଛନ୍ତି, ଗାଁର ସୁରକ୍ଷା ଏବଂ ବିକାଶ ପାଇଁ ସମସ୍ତ ଏକାଠି ହୋଇଛନ୍ତି । ଗାଁକୁ ନିଶା ମୁକ୍ତ କରିବା ସହ ଖୋଲାରେ ମଳ ତ୍ୟାଗ ରୋକ୍ ଲଗାଇଛନ୍ତି । ପୋଖରୀ ହୁଡ଼ା ଏବଂ ରାସ୍ତାକଡରେ ମଳ ତ୍ୟାଗ କଲେ ଅମାନିଆଙ୍କ ଉପରେ ୫ ଶହ ଟଙ୍କା ଜୋରିମନା, ଏହା ସହ ନିଶା ଖାଇ ବିଶୁଙ୍ଖଳା କରୁଥିବା ଲୋକଙ୍କ ଉପରେ ୫ ହାଜାର ଟଙ୍କା ଜୋରିମନା କରାଯାଉଛି । ଗାଁ ଲୋକଙ୍କ କହିବା କଥା ପୂର୍ବରୁ ଗାଁର ଏକତା ନଥିଲା, ଘରରୁ ବାହାରୁ ଥିବା ଅଳିଆ ଆବର୍ଜନାକୁ ଯିଏ ଯେଉଁଠି ପାରିଲା ପକାଉଥିଲା । ପୋଖରୀ ହୁଡ଼ାରେ ଲଟିଲୁଟା ମାଡ଼ିବା ସହ ପୋଖରୀ ପାଣି ଦଳରେ ପୂର୍ଣ୍ଣ ହୋଇଥିଲା ।

ଗାଁ ମନ୍ଦିରଠୁ, ଶ୍ମଶାନ ସବୁଠି ଅସ୍ଵାସ୍ଥ୍ୟକର ପରିବେଶ ଥିଲା । ଏହାକୁ ସଫା କରିବାକୁ ଏକାଠି ହେଲେ ଗାଁର କିଛି ଚିନ୍ତାଶୀଳ ଲୋକେ । ଭୁଲର ପୁନରାବୃତ୍ତି ନ କରି ଗାଁକୁ ସଫା ସୁତରା ରଖିବାକୁ ଗାଁ ସଭା ଡକାଇଥିଲେ । ସଭାରେ ସ୍ଥିର ହେଲା ସମସ୍ତେ ମିଶି ସଫେଇ ଅଭିଯାନକୁ ତୀବ୍ର କରିବେ । ଶ୍ରମ ଦାନ କରି ଗାଁ ପରିବେଶକୁ ସବୁଜ, ସୁନ୍ଦର କରିବେ । ପ୍ରତିଘରୁ ଜଣେ ସଦସ୍ୟ ଗାଁର ସ୍ବାସ୍ଥ୍ୟ, ଶିକ୍ଷା ଏବଂ ପରିମଳ କାର୍ଯ୍ୟରେ ସହଯୋଗ କରିବେ ।

ଏହା ପରେ ଗାଁର ଲୋକମାନେ ଏକାଠି ହୋଇ ପୋଖରୀ ପାଣି ଏବଂ ପୋଖରୀ ହୁଡ଼ାରୁ ଆବର୍ଜ୍ଜନାକୁ ସଫା କରିବା ସହ ମନ୍ଦିର ଏବଂ ଶ୍ମଶାନ ପରିସରକୁ ମଧ୍ୟ ସଫା କରିଥିଲେ । ଆଗକୁ ମଧ୍ୟ ଏଭଳି ଉଦ୍ୟମ ଜାରି ରଖିବା ପାଇଁ ଗାଁର ଲୋକ ମାନେ ନିଷ୍ପତି କହିଛନ୍ତି । ସରକାରୀ ଅନୁଦାନକୁ ଅପେକ୍ଷା ନ କରି ଗାଁ ଲୋକେ ନିଜ ଉଦ୍ୟମରେ ଗାଁ ପରିବେଶକୁ ପରିଷ୍କାର ପରିଚ୍ଛନ୍ନ ରଖିବାକୁ ନେଇ ମିଳିତ ଉଦ୍ୟମ ଏବେ ଚର୍ଚାର ବିଷୟ ପାଲଟିଛି । ବାଟରେ ଯାଉଥିବା ଲୋକେ ଆଲୋଚନା କରୁଛନ୍ତି — ସ୍ବଚ୍ଛତାର ବାର୍ତ୍ତା ଦେଉଛି ଡିଆଁପଡ଼ା ।

Bureauom

Bureauom

Next Post
ବୌଦ୍ଧରେ ଉଦଯାପିତ ହେଲା ଆଦର୍ଶ ସଂସଦ କାର୍ଯ୍ୟାଳୟ

ବୌଦ୍ଧରେ ଉଦଯାପିତ ହେଲା ଆଦର୍ଶ ସଂସଦ କାର୍ଯ୍ୟାଳୟ

ଗାଁରେ ପହଞ୍ଚିଲା ପ୍ରବାସୀ ଶ୍ରମିକଙ୍କ ମୃତଦେହ

ଗାଁରେ ପହଞ୍ଚିଲା ପ୍ରବାସୀ ଶ୍ରମିକଙ୍କ ମୃତଦେହ: ଗାଁ ରେ ଶୋକାକୁଳ ପରିବେଶ

୧୫୦ତମ ବର୍ଷ ପୂର୍ତ୍ତି ଉତ୍ସବ ପାଳନ

୧୫୦ତମ ବର୍ଷ ପୂର୍ତ୍ତି ଉତ୍ସବ ପାଳନ: ବନ୍ଦେ ମାତରଂ ଗାନ ଏବଂ ଶପଥ ପାଠ

ହକି ଶତ ବାର୍ଷିକୀ ଉତ୍ସବ

ହକି ଶତ ବାର୍ଷିକୀ ଉତ୍ସବ: କାର୍ଯ୍ୟକ୍ରମ ରେ ଯୋଗଦେଲେ ଜିଲ୍ଲାପାଳ

କର୍ତ୍ତବ୍ୟ ଆଗରେ ମଉଳିନି ମମତା

କର୍ତ୍ତବ୍ୟ ଆଗରେ ମଉଳିନି ମମତା: ୫ମାସର ଶିଶୁ କନ୍ୟାକୁ କୋଳରେ ନେଇ ଟ୍ରାଫିକ ଡ୍ୟୁଟିରେ ମହିଳା ହୋମଗାର୍ଡ

Orissa Mirror Odia

©2025 Orissa Mirror. All Rights Reserved

Reach Us

  • Home
  • About Us
  • Contact Us
  • Privacy Policy

Follow Us

Social icon element need JNews Essential plugin to be activated.
No Result
View All Result
  • ରାଜ୍ୟ
  • ଦେଶ-ବିଦେଶ
  • ଅପରାଧ
  • ଜିଲ୍ଲା
    • ଭୁବନେଶ୍ୱର
    • କଟକ
    • ତାଳଚେର
    • ଝାରସୁଗୁଡା
    • ବୌଦ୍ଧ
    • ଅନୁଗୁଳ
  • ରାଜନୀତି
  • ଖେଳ
  • ବାଣିଜ୍ୟ
  • ମନୋରଞ୍ଜନ
  • ସ୍ପେଶାଲ୍ ରିପୋର୍ଟ
  • ସ୍ୱାସ୍ଥ୍ୟ
    • ଜୀବନ ଚର୍ଯ୍ୟା

©2025 Orissa Mirror. All Rights Reserved