Orissa Mirror Odia
Social icon element need JNews Essential plugin to be activated.
ସବସ୍କ୍ରାଇବ କରନ୍ତୁ
  • ରାଜ୍ୟ
  • ଦେଶ-ବିଦେଶ
  • ଅପରାଧ
  • ଜିଲ୍ଲା
    • ଭୁବନେଶ୍ୱର
    • କଟକ
    • ତାଳଚେର
    • ଝାରସୁଗୁଡା
    • ବୌଦ୍ଧ
    • ଅନୁଗୁଳ
  • ରାଜନୀତି
  • ଖେଳ
  • ବାଣିଜ୍ୟ
  • ମନୋରଞ୍ଜନ
  • ସ୍ପେଶାଲ୍ ରିପୋର୍ଟ
  • ସ୍ୱାସ୍ଥ୍ୟ
    • ଜୀବନ ଚର୍ଯ୍ୟା
Orissa Mirror Odia

୧୫୦ତମ ବର୍ଷ ପୂର୍ତ୍ତି ଉତ୍ସବ ପାଳନ: ବନ୍ଦେ ମାତରଂ ଗାନ ଏବଂ ଶପଥ ପାଠ

by Bureauom
November 7, 2025
in ବୌଦ୍ଧ
A A
୧୫୦ତମ ବର୍ଷ ପୂର୍ତ୍ତି ଉତ୍ସବ ପାଳନ

ବୌଦ୍ଧ(ସର୍ବେଶ୍ୱର କ୍ଷେତି): ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସଦଭାବନା ସଭାଗୃହଠାରେ ଜିଲ୍ଲାପାଳ ବିଭୁତି ଭୂଷଣ ନାୟକଙ୍କ ଅଧ୍ୟକ୍ଷତାରେ ରାଷ୍ଟ୍ରୀୟ ସଂଗୀତ “ବନ୍ଦେ ମାତରଂ” ଗାନର ୧୫୦ତମ ବର୍ଷ ପୂର୍ତ୍ତି ଅବସରରେ ଜିଲ୍ଲାସ୍ତରୀୟ ଉତ୍ସବ ପାଳନ ସମାରୋହ ଅନୁଷ୍ଠିତ ହୋଇଯାଇଛି l ବନ୍ଦେ ମାତରଂ ସାମୂହିକ ଗାନ ଘରେ, କାର୍ଯ୍ୟରେ, ସମାଜରେ, ଗ୍ରାମରେ ଭାରତୀୟ ଉତ୍ପାଦନ ସାମଗ୍ରୀକୁ ବ୍ୟବହାର କରିବା, ସ୍ବଦେଶୀ ଆପଣେଇବା, କୃଷି କ୍ଷେତ୍ରରେ, ନିଜ ଅଞ୍ଚଳରେ ଥିବା ଶିଳ୍ପ କେନ୍ଦ୍ରରେ, ଯୁବ ବର୍ଗଙ୍କ ସହ ସମସ୍ତ ଶିଶୁମାନଙ୍କୁ ମଧ୍ୟ ସ୍ବଦେଶୀ ଆପଣେଇବା, ନିଜ ପରିବାର, ସାମାଜିକ ଜୀବନରେ ଭାରତୀୟ ଭାଷାର ବ୍ୟବହାର, ଆମ ଦେଶର ପର୍ଯ୍ୟଟନ କ୍ଷେତ୍ରଗୁଡିକୁ ପ୍ରାଧାନ୍ୟ ଦେବା ପାଇଁ ଶପଥ ପାଠ ସମାରୋହ ଅନୁଷ୍ଠିତ ହୋଇଯାଇଛି l ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଜାତୀୟସ୍ତରୀୟ ବନ୍ଦେ ମାତରମ କାର୍ଯ୍ୟକ୍ରମର ସିଧା ପ୍ରସାରଣ କରାଯାଇଥିଲା l

ଉକ୍ତ ଜିଲ୍ଲାସ୍ତରୀୟ ବନ୍ଦେ ମାତରଂ ଗାନ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ, ଉପ ଜିଲ୍ଲାପାଳ ବିନୟ କୁମାର ଭୋଇ, ଜିଲ୍ଲା ବନଖଣ୍ଡ ଅଧିକାରୀ ରାଜେନ୍ଦ୍ର ଗୋଛାୟତ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପି. ଭେଙ୍କଟ ରମଣ ରାଓ, ଉଦ୍ୟାନ ବିଭାଗର ସହକାରୀ ନିର୍ଦ୍ଦେଶକ ଯୋଗୀନ୍ଦ୍ରନାଥ ମହାପାତ୍ର, ଜିଲ୍ଲା ପଞ୍ଚାୟତ ଅଧିକାରୀ ମନୋରଞ୍ଜନ ମହାନ୍ତି, ଜିଲ୍ଲା ଜରୁରୀ ଅଧିକାରୀ ସୁଧର୍ମା ମଲ୍ଲିକ, ଜିଲ୍ଲା ମଙ୍ଗଳ ଅଧିକାରୀ ସୂର୍ଯ୍ୟ ନାରାୟଣ ବେହେରା, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ପ୍ରଭାକର କଁହର, ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ସୌମ୍ୟ ରଞ୍ଜନ ରାୟ, ମିଶନ ଶକ୍ତି ବିଭାଗର ଜିଲ୍ଲା ପ୍ରକଳ୍ପ ସଂଯୋଜକ ରଶ୍ମିରଂଜନ ସେଠୀ, ଜିଲ୍ଲା ସ୍ୱଳ୍ପ ସଞ୍ଚୟ ଅଧିକାରୀ ଧରିତ୍ରୀ ପ୍ରଧାନ, ଇନଚାର୍ଜ ପି.ଏ. ଜ୍ୟୋତିର୍ମୟୀ ନନ୍ଦ, ସି.ଏ. ତପନ କୁମାର ସୁବୁଦ୍ଧିଙ୍କ ସହ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ବରିଷ୍ଠ ରାଜସ୍ବ ସହାୟକ, କନିଷ୍ଠ ରାଜସ୍ବ ସହାୟକ ଏବଂ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଯୋଗ ଦେଇଥିଲେ l

କାର୍ଯ୍ୟକ୍ରମକୁ ଭାରପ୍ରାପ୍ତ ଜିଲ୍ଲା ସଂସ୍କୃତି ଅଧିକାରୀ ତଥା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂହ, ଡିଜେଏମ ସମୀର କୁମାର ନାୟକ ପରିଚାଳନା କରିଥିଲେ l ଜିଲ୍ଲାରେ ଜିଲ୍ଲାସ୍ତରୀୟ ଏବଂ ବ୍ଲକସ୍ତରୀୟ ସମସ୍ତ କାର୍ଯ୍ୟାଳୟରେ ଅନୁରୂପ ଭାବେ ବନ୍ଦେ ମାତରଂ ଏବଂ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l

Bureauom

Bureauom

Next Post
ହକି ଶତ ବାର୍ଷିକୀ ଉତ୍ସବ

ହକି ଶତ ବାର୍ଷିକୀ ଉତ୍ସବ: କାର୍ଯ୍ୟକ୍ରମ ରେ ଯୋଗଦେଲେ ଜିଲ୍ଲାପାଳ

କର୍ତ୍ତବ୍ୟ ଆଗରେ ମଉଳିନି ମମତା

କର୍ତ୍ତବ୍ୟ ଆଗରେ ମଉଳିନି ମମତା: ୫ମାସର ଶିଶୁ କନ୍ୟାକୁ କୋଳରେ ନେଇ ଟ୍ରାଫିକ ଡ୍ୟୁଟିରେ ମହିଳା ହୋମଗାର୍ଡ

ବିଜେଡ଼ି ଜନସମ୍ପର୍କ ପଦଯାତ୍ରା

ବିଜେଡ଼ି ଜନସମ୍ପର୍କ ପଦଯାତ୍ରା: ବିଜେପି କୁ ଟାର୍ଗେଟ କଲେ ବିଜେଡ଼ି ଜିଲ୍ଲା ଉପସଭାପତି ପ୍ରଦୀପ୍ତ ସାହୁ

ଏମସିଏଲ ର ବଳଭଦ୍ର ଖୋଲାମୁହଁ କୋଇଲା ଖଣି ପାଇଁ ଜନ ଶୁଣାଣି ଅନୁଷ୍ଠିତ

ଏମସିଏଲ ର ବଳଭଦ୍ର ଖୋଲାମୁହଁ କୋଇଲା ଖଣି ପାଇଁ ଜନ ଶୁଣାଣି ଅନୁଷ୍ଠିତ

ପୁଲିସ ପଞ୍ଜାରେ ଡକାୟତି ଗ୍ୟାଙ୍ଗ

ପୁଲିସ ପଞ୍ଜାରେ ଡକାୟତି ଗ୍ୟାଙ୍ଗ: ୧୦ଲକ୍ଷରୁ ଉର୍ଦ୍ଧ୍ୱ ସୁନାଗହଣା ଜବତ ୬ଗିରଫ

Orissa Mirror Odia

©2025 Orissa Mirror. All Rights Reserved

Reach Us

  • Home
  • About Us
  • Contact Us
  • Privacy Policy

Follow Us

Social icon element need JNews Essential plugin to be activated.
No Result
View All Result
  • ରାଜ୍ୟ
  • ଦେଶ-ବିଦେଶ
  • ଅପରାଧ
  • ଜିଲ୍ଲା
    • ଭୁବନେଶ୍ୱର
    • କଟକ
    • ତାଳଚେର
    • ଝାରସୁଗୁଡା
    • ବୌଦ୍ଧ
    • ଅନୁଗୁଳ
  • ରାଜନୀତି
  • ଖେଳ
  • ବାଣିଜ୍ୟ
  • ମନୋରଞ୍ଜନ
  • ସ୍ପେଶାଲ୍ ରିପୋର୍ଟ
  • ସ୍ୱାସ୍ଥ୍ୟ
    • ଜୀବନ ଚର୍ଯ୍ୟା

©2025 Orissa Mirror. All Rights Reserved