Orissa Mirror Odia
Social icon element need JNews Essential plugin to be activated.
ସବସ୍କ୍ରାଇବ କରନ୍ତୁ
  • ରାଜ୍ୟ
  • ଦେଶ-ବିଦେଶ
  • ଅପରାଧ
  • ଜିଲ୍ଲା
    • ଭୁବନେଶ୍ୱର
    • କଟକ
    • ତାଳଚେର
    • ଝାରସୁଗୁଡା
    • ବୌଦ୍ଧ
    • ଅନୁଗୁଳ
  • ରାଜନୀତି
  • ଖେଳ
  • ବାଣିଜ୍ୟ
  • ମନୋରଞ୍ଜନ
  • ସ୍ପେଶାଲ୍ ରିପୋର୍ଟ
  • ସ୍ୱାସ୍ଥ୍ୟ
    • ଜୀବନ ଚର୍ଯ୍ୟା
Orissa Mirror Odia

ଆସୁଛି ପର୍ଯ୍ୟଟନ ଋତୁ, “ଭିତ୍ତିଭୂମି ଥାଇ ‘ଅବହେଳିତ ବୌଦ୍ଧ”

୩୨ ବର୍ଷର ଜିଲ୍ଲାରେ ୩୦ ବର୍ଷ ହେବ ପର୍ଯ୍ୟଟନ ଅଧିକାରୀ ପଦବୀ ଖାଲି

by Bureauom
November 10, 2025
in ଜିଲ୍ଲା, ବୌଦ୍ଧ
A A
ଆସୁଛି ପର୍ଯ୍ୟଟନ ଋତୁ

ବୌଦ୍ଧ (ସର୍ବେଶ୍ୱର କ୍ଷେତି): ଭଗବାନ ବୁଦ୍ଧଙ୍କ ନାମରେ ନାମିତ ଜିଲ୍ଲା ବୌଦ୍ଧ l ପବିତ୍ର ଭୂମି ବୌଦ୍ଧକୁ ଜଗନ୍ନାଥ ସଂସ୍କୃତିର ଆଦିପୀଠ ବୋଲି କୁହାଯାଏ l ଐତିହାସିକ କଳାକୃତି ହେଉ ଅବା ପ୍ରାକୃତିକ ସୌନ୍ଦର୍ଯ୍ୟ ଜିଲ୍ଲା ଭିତରେ ସବୁ ଭରି ରହିଥିବା ବେଳେ ଇକୋ ଟୁରିଜିମର ପର୍ଯ୍ୟାପ୍ତ ସୁଯୋଗ ମଧ୍ୟ ରହିଛି l ଜିଲ୍ଲାରେ ପର୍ଯ୍ୟଟନର ପର୍ଯ୍ୟାପ୍ତ ଭିତ୍ତିଭୂମି ରହିଥିବା ବେଳେ ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ବୌଦ୍ଧକୁ ଉପଯୁକ୍ତ ସ୍ଥାନ ମିଳିପାରିନାହିଁ l ରାଜନୈତିକ ଓ ପ୍ରଶାସନିକ ଇଛାଶକ୍ତିର ଅଭାବରୁ ଜିଲ୍ଲାକୁ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇପାରୁନାହିଁ l ୩୨ ବର୍ଷର ଜିଲ୍ଲାରେ ୩୦ ବର୍ଷ ହେବ ପର୍ଯ୍ୟଟନ ଅଧିକାରୀ ପଦବୀ ଖାଲି ପଡ଼ିଥିବା ଆଲୋଚନାର ବିଷୟ ହୋଇଛି l

ଜିଲ୍ଲାକୁ ସମୃଦ୍ଧ କରିବାରେ ପର୍ଯ୍ୟଟନର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି l କିନ୍ତୁ ଜିଲ୍ଲାର ପର୍ଯ୍ୟଟନକୁ ସରକାର କେତେ ଗୁରୁତ୍ୱ ଦେଉଛନ୍ତି ତାହା ସ୍ପଷ୍ଟ ଅନୁମେୟ l ଯେଉଁ ଅଞ୍ଚଳ ପର୍ଯ୍ୟଟନରେ ଯେତେ ବିକଶିତ ସେହି ଅଞ୍ଚଳ ସେତେ ଉନ୍ନତ l ପ୍ରଚାର ପ୍ରସାର ପାଇଁ ପ୍ରୟାସ କରାଗଲେ ଜିଲ୍ଲାରେ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇବାର ଯଥେଷ୍ଟ ସମ୍ଭାବନା ରହିଥିବା ସହ ଶିକ୍ଷିତ ବେକାର ଯୁବକ ଯୁବତୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ ବୋଲି ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଉଛି l ଜିଲ୍ଲାରେ ଅନେକ ପ୍ରାଚୀନ କୀର୍ତ୍ତିରାଜି ଭରି ରହିଥିଲେ ମଧ୍ୟ ବିକାଶ ହୋଇପାରୁନାହିଁ l ପଶ୍ଚିମ ଓଡ଼ିଶାରେ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ଦ୍ୱାରା ୫ଟି ସଂରକ୍ଷିତ କୀର୍ତ୍ତିରାଜି ମଧ୍ୟରେ ବୌଦ୍ଧର ଅଷ୍ଟମ ଶତାବ୍ଦୀରେ ଭଞ୍ଜବଂଶ ରାଜାମାନଙ୍କ ଦ୍ୱାରା ନିର୍ମିତ କାରୁକାର୍ଯ୍ୟରେ ଭରପୁର ଗନ୍ଧରାଢ଼ି ମନ୍ଦିର, ନବମ ଶତାବ୍ଦୀରେ ସୋମବଂଶ ରାଜାମାନଙ୍କ ଦ୍ୱାରା ବୌଦ୍ଧ ସହରରେ ନିର୍ମିତ ରାମେଶ୍ଵର ମନ୍ଦିରରେ ପର୍ଯ୍ୟଟକମାନଙ୍କ ଦର୍ଶନ ତଥା ଗବେଷଣା ପାଇଁ ଅନେକ ସୁଯୋଗ ରହିଛି l

ରାଜ୍ୟରେ ଥିବା ବୁଦ୍ଧ କୀର୍ତ୍ତିରାଜି ମଧ୍ୟରେ ବୌଦ୍ଧ ଜିଲ୍ଲାର ବୁଦ୍ଧ କୀର୍ତ୍ତିରାଜି ଅନ୍ୟତମ l ବୌଦ୍ଧ ରାଜପ୍ରସାଦ ନିକଟରେ ଭୂମିସ୍ପର୍ଶ ମୁଦ୍ରାରେ ରହିଥିବା ବୁଦ୍ଧମୂର୍ତ୍ତି ସହ ପ୍ରଗଳପୁର ଏବଂ ଶ୍ୟାମସୁନ୍ଦରପୁରଠାରେ ବୌଦ୍ଧ ପୀଠମାନ ରହିଛି l ଜିଲ୍ଲାରେ ବୁଦ୍ଧକୀର୍ତ୍ତିଗୁଡିକର ଉନ୍ନତି କରାଗଲେ ରାଜ୍ୟର ଏକ ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ରର ମାନ୍ୟତା ପାଇବା ସହ ଜିଲ୍ଲାର ଅର୍ଥନୀତି ମଧ୍ୟ ସୁଦୃଢ଼ ହୋଇପାରନ୍ତା l ହରଭଙ୍ଗା ବ୍ଲକର ବାମଣ୍ଡା ପଞ୍ଚାୟତରେ ପାତାଳି ଶ୍ରୀକ୍ଷେତ୍ର ନାଏକପଡ଼ା ଗୁମ୍ଫା, କଣ୍ଟାମାଳ ବ୍ଲକ ରେଘାମୁଣ୍ଡା ଭାଇ ବୋହୂ ଦେଢଶୁର ପାହାଡ଼ ପ୍ରଚାର ପ୍ରସାର ଅଭାବରୁ ପର୍ଯ୍ୟଟକଙ୍କ ଦୃଷ୍ଟି ଆଢୁଆଳରେ ରହିଯାଉଛି l

ପୁରୁଣାକଟକସ୍ଥିତ ପ୍ରସିଦ୍ଧ ଶକ୍ତି ପୀଠ ମା’ ଭୈରବୀଙ୍କ ମନ୍ଦିରକୁ ଜିଲ୍ଲା ତଥା ଜିଲ୍ଲା ବାହାରୁ ଶହ ଶହ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଆଗମନ ହେଉଛି l ବନ ବିଭାଗ ତରଫରୁ ଡମ୍ବରୁଗଡ଼ଠାରେ ପ୍ରଥମ ଇକୋ ରିଟ୍ରିଟ ସୁଯୋଗ ସୃଷ୍ଟି କରାଯାଇଛି l ଡମ୍ବରୁଗଡ଼ତ ପ୍ରାକୃତିକ ଶୋଭାରାଜି ଏବଂ ସୂର୍ଯ୍ୟାସ୍ତର ମନଲୋଭା ଦୃଶ୍ୟ ପର୍ଯ୍ୟଟକଙ୍କୁ ବେଶ ଆକର୍ଷିତ କରୁଛି l ବୌଦ୍ଧ ବ୍ଲକର ଖଣ୍ଡିକନପା ଏବଂ ତାମ୍ବିଧରର ମନଲୋଭା ପ୍ରାକୃତିକ ପରିବେଶ ଯୋଗୁଁ ଦୂର ଦୁରାନ୍ତରୁ ପର୍ଯ୍ୟଟକମାନେ ବଣ ଭୋଜି ପାଇଁ ପହଞ୍ଚୁଛନ୍ତି l

ଏତଦ ବ୍ୟତୀତ ବାଉଁଶୁଣୀର ଶିବ ମନ୍ଦିର, ବଘିଆପଡାର ପଞ୍ଚୁ ପାଣ୍ଡବ ମନ୍ଦିର, ବୌଦ୍ଧ ସହରରେ ଥିବା ଜଗନ୍ନାଥ ମନ୍ଦିର, ଭୈରବୀ ମନ୍ଦିର, ମଦନମୋହନ ମନ୍ଦିର, ଚାନ୍ଦ୍ରଚୂଡ଼ ମନ୍ଦିର, ମହାନଦୀ ଆଳତିଘାଟ, ମହାନଦୀ ଗର୍ଭରେ ଥିବା ହନୁମାନ ମନ୍ଦିର ଆଦି ଅନେକ କୀର୍ତ୍ତିରାଜି ଜିଲ୍ଲାରେ ପର୍ଯ୍ୟଟନର ଭିତ୍ତିଭୂମି ବିକାଶରେ ସହାୟକ ହୋଇପାରିବ l ମହାନଦୀ ଗର୍ଭରେ ଥିବା ମର୍ଜାକୁଦ ଦ୍ବୀପକୁ ସେତୁ ନିର୍ମାଣ ହୋଇ ସାରିଥିବା ବେଳେ ସେଠାରେ ଇକୋ ଟୁ୍ରିଜିମର ବିକାଶ ପାଇଁ ମଧ୍ୟ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି l

ମର୍ଜାକୁଦ ଶେଷ ମୁଣ୍ଡରେ ଫରେଷ୍ଟ ପାର୍କ କାର୍ଯ୍ୟ ଅନୁଦାନ ଅଭାବରୁ ଅସମ୍ପୂର୍ଣ୍ଣ ହୋଇ ପଡ଼ିଥିଲେ ମଧ୍ୟ ପ୍ରତିଦିନ ଦିନ ଅନେକ ଲୋକ ଏହାର ପ୍ରାକୃତିକ ପରିବେଶକୁ ଉପଭୋଗ କରିବା ପାଇଁ ପହଞ୍ଚୁଛନ୍ତି l ଜିଲ୍ଲାରେ ପର୍ଯ୍ୟଟନର ବିକାଶ ପାଇଁ ଭରପୁର ସୁଯୋଗ ରହିଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ଆବଶ୍ୟକୀୟ ଦୃଷ୍ଟି ଦିଆଯାଇନାହିଁ l ଜିଲ୍ଲାର ପର୍ଯ୍ୟଟନକୁ ଦୃଷ୍ଟିରେ ରଖି ସମସ୍ତ ବିଭାଗ ଯୋଜନା ପ୍ରସ୍ତୁତ କରିବା ଆବଶ୍ୟକ l ବୌଦ୍ଧ ନାଗରିକ କମିଟି ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରାଚୀନ କୀର୍ତ୍ତିରାଜି ତଥା ସମସ୍ତ ପର୍ଯ୍ୟଟନସ୍ଥଳୀର ନାମ ଫଳକ ଜାତୀୟ ରାଜପଥ କଡ଼ରେ ସ୍ଥାନିତ କରାଯିବା ସହ ସେଥିରେ ପର୍ଯ୍ୟଟକଙ୍କ ପାଇଁ ସୂଚନା ଦିଆଯିବାକୁ କମିଟିର ସମ୍ପାଦକ ବିଶ୍ୱେଶ୍ୱର ପୃଷ୍ଟି ଦାବି କରିଛନ୍ତି l ସେହିପରି ପ୍ରସ୍ତାବିତ ପରିବେଶ ପାର୍କ (ନନ୍ଦନବନ) ଏବଂ କୁଲାରିକୁଦଠାରେ ଇକୋ ଟୁ୍ରିଜିମ କାର୍ଯ୍ୟ ତୁରନ୍ତ ଆରମ୍ଭ କରାଯିବାକୁ କମିଟି ପକ୍ଷରୁ ଦାବି କରାଯାଇଛି l ତେଣୁ ଜିଲ୍ଲାରେ ପର୍ଯ୍ୟଟନ ଶିଳ୍ପର ବିକାଶ ପାଇଁ ସାଂସଦ, ବିଧାୟକ ଏବଂ ଜିଲ୍ଲା ପ୍ରଶାସନ ମଧ୍ୟରେ ସମନ୍ୱୟ ରଖି ଯୋଜନା ପ୍ରସ୍ତୁତ କରାଯିବାର ଆବଶ୍ୟକତା ରହିଛି ବୋଲି ନାଗରିକ କମିଟି ପକ୍ଷରୁ ସୂଚନା ଦିଆଯାଇଛି l

Bureauom

Bureauom

Next Post
ଟ୍ରାଫିକ ନିୟମ ଉଲଙ୍ଘନକାରୀ ଗାଡ଼ି ଚାଳକଙ୍କୁ ଛଡ଼ା ଯିବ ନାହିଁ

ଟ୍ରାଫିକ ନିୟମ ଉଲଙ୍ଘନକାରୀ ଗାଡ଼ି ଚାଳକଙ୍କୁ ଛଡ଼ା ଯିବ ନାହିଁ : ଆରକ୍ଷୀ ଅଧିକ୍ଷକ

ବିପଦ ସଙ୍କୁଳ ତେଲେନ ନଦୀ ବ୍ରିଜ

ବିପଦ ସଙ୍କୁଳ ତେଲେନ ନଦୀ ବ୍ରିଜ,ଭୟଭୀତ ଗ୍ରାମବାସୀ

ଭୂବନେଶ୍ୱରୀ ମାଇନ୍ସରେ ଓଲଟିଲା ଡ଼ିଜେଲ ଟ୍ୟାଙ୍କର

ଭୂବନେଶ୍ୱରୀ ମାଇନ୍ସରେ ଓଲଟିଲା ଡ଼ିଜେଲ ଟ୍ୟାଙ୍କର, ଅଳ୍ପକେ ବର୍ତିଲେ ଚାଳକ

ତାଳଚେର ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଉଦ୍ଘାଟିତ

ତାଳଚେର ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଉଦ୍ଘାଟିତ

ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଜନଶୁଣାଣୀ ଶିବିର

ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଜନଶୁଣାଣୀ ଶିବିର ,ଆରକ୍ଷୀ ଅଧିକ୍ଷକ ଅନୁପସ୍ଥିତ

Orissa Mirror Odia

©2025 Orissa Mirror. All Rights Reserved

Reach Us

  • Home
  • About Us
  • Contact Us
  • Privacy Policy

Follow Us

Social icon element need JNews Essential plugin to be activated.
No Result
View All Result
  • ରାଜ୍ୟ
  • ଦେଶ-ବିଦେଶ
  • ଅପରାଧ
  • ଜିଲ୍ଲା
    • ଭୁବନେଶ୍ୱର
    • କଟକ
    • ତାଳଚେର
    • ଝାରସୁଗୁଡା
    • ବୌଦ୍ଧ
    • ଅନୁଗୁଳ
  • ରାଜନୀତି
  • ଖେଳ
  • ବାଣିଜ୍ୟ
  • ମନୋରଞ୍ଜନ
  • ସ୍ପେଶାଲ୍ ରିପୋର୍ଟ
  • ସ୍ୱାସ୍ଥ୍ୟ
    • ଜୀବନ ଚର୍ଯ୍ୟା

©2025 Orissa Mirror. All Rights Reserved