Orissa Mirror Odia
Social icon element need JNews Essential plugin to be activated.
ସବସ୍କ୍ରାଇବ କରନ୍ତୁ
  • ରାଜ୍ୟ
  • ଦେଶ-ବିଦେଶ
  • ଅପରାଧ
  • ଜିଲ୍ଲା
    • ଭୁବନେଶ୍ୱର
    • କଟକ
    • ତାଳଚେର
    • ଝାରସୁଗୁଡା
    • ବୌଦ୍ଧ
    • ଅନୁଗୁଳ
  • ରାଜନୀତି
  • ଖେଳ
  • ବାଣିଜ୍ୟ
  • ମନୋରଞ୍ଜନ
  • ସ୍ପେଶାଲ୍ ରିପୋର୍ଟ
  • ସ୍ୱାସ୍ଥ୍ୟ
    • ଜୀବନ ଚର୍ଯ୍ୟା
Orissa Mirror Odia

ଲଇକେରାରେ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା

ପ୍ରାଣୀ ଓ ମତ୍ସ୍ୟ ଚାଷ ମାଧ୍ୟମରେ ସ୍ବାବଲମ୍ବୀ ହେବାକୁ ବିଧାୟକଙ୍କ ଆହ୍ବାନ

by Bureauom
November 13, 2025
in ଜିଲ୍ଲା, ଝାରସୁଗୁଡା
A A
ଲଇକେରାରେ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣସମ୍ପଦ ମେଳା

ଝାରସୁଗୁଡ଼ା (ବିଜୟ ଶଙ୍କର ଦାଶ) : ଲଇକେରା ଅପେରା ପଡିଆରେ ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଅନୁଷ୍ଠିତ ହୋଇଛି l ମତ୍ସ୍ୟ ଚାଷ ଏବଂ ପ୍ରାଣୀସମ୍ପଦ ବିକାଶ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟା ସଚେତନତା ବୃଦ୍ଧି କରିବା ଲକ୍ଷ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଧାୟକ ଟଙ୍କଧର ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉନ୍ନତଧରଣର ମତ୍ସ୍ୟ ଚାଷ ଓ ପ୍ରାଣୀ ସମ୍ପଦ ବିକାଶ ତଥା ସରକାରଙ୍କ ଦ୍ଵାରା ପ୍ରଦାନ କରାଯାଉଥିବା ବିଭିନ୍ନ ପ୍ରାଣୀ ସମ୍ପଦ ଯୋଜନା, ମତ୍ସ୍ୟ ଓ ପ୍ରାଣୀ ସମ୍ପଦର ସଂରକ୍ଷଣ, ଉତ୍ପାଦନ ବୃଦ୍ଧି ଓ ବ୍ୟବସାୟିକ ଉପଯୋଗ ସହିତ ଗ୍ରାମୀଣ ଅର୍ଥନୀତିରେ ଏହାର ଭୂମିକା ଉପରେ ଆଲୋକପାତ କରିଥିଲେ l ଯୁବକମାନଙ୍କୁ ଚାକିରି ଉପରେ ନିର୍ଭର କରିବା ପରିବର୍ତ୍ତେ ଆଧୁନିକ କୃଷି ପଦ୍ଧତି ଗ୍ରହଣ କରି ଉଦ୍ଯ଼ୋଗୀ ହେବାକୁ ବିଧାୟକ ତ୍ରିପାଠୀ ଆହ୍ବାନ ଦେଇଥିଲେ l ଅଧିକରୁ ଅଧିକ ଲୋକଙ୍କୁ ଉପକୃତ କରିବା ପାଇଁ ପ୍ରାଣୀସମ୍ପଦ ବିକାଶ ଅଭିମୁଖୀ ଯୋଜନା ଗୁଡିକର ଉପଯୁକ୍ତ କାର୍ଯ୍ୟକାରିତାର ଗୁରୁତ୍ୱ ଉପରେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ା ଦୟା ସାଗର ଦୁରିଆ ଆଲୋକପାତ କରିଥିଲେ l

ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ା ଦୟା ସାଗର ଦୁରିଆଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ା. ଭଗବତୀ ପ୍ରସାଦ ଦାଶ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ପ୍ରାଣୀ ଓ ମତ୍ସ୍ୟ ସମ୍ପଦ ଉପରେ ସରକାରଙ୍କ ବିଭିନ୍ନ ଯୋଜନା ଓ ଲାଭ ବିଷୟ ରେ ସୂଚନା ଦେଇଥିଲେ l ବ୍ଲକ ଅଧ୍ୟକ୍ଷ ସଂଜିତ କୁମାର ନାୟକ, ସାହସପୁର ସରପଞ୍ଚ ସୁକାନ୍ତି ଜୟପୁରିଆ, ଲଇକେରା ସମିତିସଭ୍ୟ ରାମୁ ରଞ୍ଜନ ମିଶ୍ର, ବାବୁଛିପିଡ଼ିହି ସମିତିସଭ୍ୟ ମନମୋହନ କଂସାରଳି, ବିଡି଼ଓ ଜର୍ଜ ଡୁଙ୍ଗ ଡୁଙ୍ଗ ପ୍ରମୁଖଙ୍କ ସହ ବହୁ ଚାଷୀ ଓ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା ଉପସ୍ଥିତ ଥିଲେ l

Bureauom

Bureauom

Next Post
ଔଷଧ ଦୋକାନରେ ବିନା ପ୍ରେସ୍କ୍ରିପସନରେ ବେଆଇନ ଗର୍ଭପାତ ଔଷଧ

ଔଷଧ ଦୋକାନରେ ବିନା ପ୍ରେସ୍କ୍ରିପସନରେ ବେଆଇନ ଗର୍ଭପାତ ଔଷଧ ଓ ଚିକିତ୍ସା

ମରଣାନ୍ତକ ଆକ୍ରମଣ ଓ ଡକାୟତି ମାମଲାରେ ୮ ବର୍ଷ ଜେଲ ଦଣ୍ଡାଦେଶ

ମରଣାନ୍ତକ ଆକ୍ରମଣ ଓ ଡକାୟତି ମାମଲାରେ ୮ ବର୍ଷ ଜେଲ ଦଣ୍ଡାଦେଶ

ତାଳଚେର ସାର କାରଖାନା ନିର୍ମାଣ

ତାଳଚେର ସାର କାରଖାନା ନିର୍ମାଣ କାର୍ଯ୍ୟ ଖୁବ ଶୀଘ୍ର ସମ୍ପୂର୍ଣ ହେବ।

The Founding of YouTube A Short History

Orissa Mirror Odia

©2025 Orissa Mirror. All Rights Reserved

Reach Us

  • Home
  • About Us
  • Contact Us
  • Privacy Policy

Follow Us

Social icon element need JNews Essential plugin to be activated.
No Result
View All Result
  • ରାଜ୍ୟ
  • ଦେଶ-ବିଦେଶ
  • ଅପରାଧ
  • ଜିଲ୍ଲା
    • ଭୁବନେଶ୍ୱର
    • କଟକ
    • ତାଳଚେର
    • ଝାରସୁଗୁଡା
    • ବୌଦ୍ଧ
    • ଅନୁଗୁଳ
  • ରାଜନୀତି
  • ଖେଳ
  • ବାଣିଜ୍ୟ
  • ମନୋରଞ୍ଜନ
  • ସ୍ପେଶାଲ୍ ରିପୋର୍ଟ
  • ସ୍ୱାସ୍ଥ୍ୟ
    • ଜୀବନ ଚର୍ଯ୍ୟା

©2025 Orissa Mirror. All Rights Reserved