Orissa Mirror Odia
Social icon element need JNews Essential plugin to be activated.
ସବସ୍କ୍ରାଇବ କରନ୍ତୁ
  • ରାଜ୍ୟ
  • ଦେଶ-ବିଦେଶ
  • ଅପରାଧ
  • ଜିଲ୍ଲା
    • ଭୁବନେଶ୍ୱର
    • କଟକ
    • ତାଳଚେର
    • ଝାରସୁଗୁଡା
    • ବୌଦ୍ଧ
    • ଅନୁଗୁଳ
  • ରାଜନୀତି
  • ଖେଳ
  • ବାଣିଜ୍ୟ
  • ମନୋରଞ୍ଜନ
  • ସ୍ପେଶାଲ୍ ରିପୋର୍ଟ
  • ସ୍ୱାସ୍ଥ୍ୟ
    • ଜୀବନ ଚର୍ଯ୍ୟା
Orissa Mirror Odia

Loan Fraud in Jharsuguda:ଘରୋଇ ଅର୍ଥ ଲଗାଣକାରି ସଂସ୍ଥାରେ ବଡ଼ ଧରଣର ଋଣ ଜାଲିଆତି

by Bureauom
November 1, 2025
in ଅପରାଧ, ଝାରସୁଗୁଡା
A A
Loan Fraud in Jharsuguda

ଝାରସୁଗୁଡା: କାହାକୁ ଆଧାରକାର୍ଡ, ମୋବାଇଲ ନମ୍ବର ଦେଉଛନ୍ତି କି ସାବଧାନ । କିଛି ନ ବୁଝି ଆଧାର, ମୋବାଇଲ ନମ୍ବର ଦେଲେ ହୋଇପାରେ ବଡ଼ କ୍ଷତି, ଅସୁବିଧାରେ ପଡ଼ିପାରନ୍ତି ଆପଣ । ଆଧାରକାର୍ଡ, ପ୍ୟାନ କାର୍ଡ, ମୋବାଇଲ ନମ୍ବର ନେଇ ଆପଣଙ୍କ ସର୍ବସ୍ବ ଲୁଟି ନେବେ ଦୁର୍ବୃତ୍ତ୍ । ଏମିତି ଏକ ଖବର ନଜରକୁ ଆସିଛି ଝାରସୁଗୁଡ଼ା ଜିଲ୍ଲାରେ । ଘଟଣାଟି ଘଟିଛି ଝାରସୁଗୁଡ଼ା ସଦର ଥାନା ବିଟିଏମ ଅଞ୍ଚଳରେ । ଜଣେ ବ୍ୟକ୍ତିଙ୍କ ଅଜାଣତରେ ତାଙ୍କ ଆଧାରକାର୍ଡ, ପ୍ୟାନ କାର୍ଡ, ମୋବାଇଲ ନମ୍ବର ଏବଂ ଜାଲ ଦସ୍ତଖତ ବ୍ୟବହାର କରାଯାଇ ଅନ୍ୟ ଜଣଙ୍କ ନାଁରେ ହୋଇଛି ଗାଡ଼ି ଲୋନ । କୌଣସି ଏକ ଜରୁରୀ କାମରେ ଟଙ୍କା ଦରକାର ହେବାରୁ ଋଣ କରିବାକୁ ଯୋଜନା କରିବାବେଳେ ଘଟଣା ଜଣା ପଡ଼ିଲା ।

ଝାରସୁଗୁଡ଼ା ଟାଉନ ଥାନା ଅନ୍ତର୍ଗତ ବଢ଼େଇମୁଣ୍ଡା ଅଞ୍ଚଳରେ ରହୁଥିବା ସୁଦୀପ ଗାଙ୍ଗୁଲି ନାମକ ଜଣେ ବ୍ୟକ୍ତି ଏକ ଜରୁରୀ କାମ ପାଇଁ ବ୍ୟାଙ୍କରୁ ଲୋନ କରିବାକୁ ଯାଇଥିଲେ । ସିବିଲ ଚେକ କରିବାରୁ ଜଣାପଡ଼ିଲା ଏକ ଆଶ୍ଚର୍ଯ୍ୟ କଥା — ତାଙ୍କ ନାଁରେ ୮୦ ହଜାର ଟଙ୍କାର ଗୋଟେ ବାଇକ ଲୋନର ଗ୍ୟାରେଣ୍ଟର ଦର୍ଶାଉଥିବା ଜଣା ପଡ଼ିଛି । ଜାନୁଆରି ୨୦୨୫ରେ ହୋଇଛି ଏହି ବାଇକ ଲୋନ । ସୁଦୀପ ପେଶାରେ ଜଣେ ଡ୍ରାଇଭର । ଗାଡ଼ି କିମ୍ବା ଲୋନ ବିଷୟରେ ପୂର୍ବରୁ କିଛି ଜାଣି ନଥିବା ସୁଦୀପ ହଠାତ୍ ୮୦ ହଜାର ଟଙ୍କାର ଲୋନ କଥା ଜାଣି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ଏହି ଘଟଣା ପରେ ସେ ତଦନ୍ତ କରି ଜାଣିଲେ ଯେ ସଦର ଥାନା ଅଧିନରେ ଥିବା ଏକ ବାଇକ ଶୋରୁମରୁ ତାଙ୍କ ନାଁରେ ବାଇକ ଲୋନ ହୋଇଛି । ଏକ ସ୍ପ୍ଲେଣ୍ଡର ଗାଡ଼ି ପାଇଁ ୮୦ ହଜାର ଟଙ୍କା ଲୋନ ହୋଇଥିଲା । ଘଟଣା ନେଇ ସେ ଥାନାର ଦ୍ବାରସ୍ଥ ହେବା ପରେ ସମ୍ପୂର୍ଣ୍ଣ ଘଟଣା ପଦାକୁ ଆସିଲା । ସେ ଜାଣିଲେ ଯେ ଉତ୍ତରପ୍ରଦେଶର ଶୋଭାରାମ ନାମକ ଜଣେ ବ୍ୟକ୍ତି ଏହି ବାଇକ ଲୋନ ନେଇଛି ଏବଂ ସେ ଗ୍ୟାରେଣ୍ଟର ଅଛନ୍ତି । ଏଥିପାଇଁ ଘରୋଇ ଅର୍ଥଲଗାଣ ସଂସ୍ଥା ଶ୍ରୀରାମ ଫାଇନାନ୍ସ ଶୋଭାରାମଙ୍କୁ ୮୦ ହଜାର ଟଙ୍କା ଲୋନ ଦେଇଛି । ଆଧାର, ପ୍ୟାନ କାର୍ଡ ଏବଂ ଜାଲ ଦସ୍ତଖତ ସୁଦୀପ ଗାଙ୍ଗୁଲିଙ୍କ ନାଁରେ ବ୍ୟବହାର ହୋଇଛି । ଫୋନ ଯୋଗେ ଯୋଗ କରିଲେ ଶୋଭାରାମ କୌଣସି ଉତ୍ତର ଦେଇନଥିଲେ । ତେବେ ଜଣାପଡ଼ିଛି ଯେ ତାଙ୍କ ନାଁରେ ଥିବା ଗାଡ଼ି ଏବେ ରାଉରକେଲାରେ ଶୋଭାରାମଙ୍କ ଆତ୍ମୀୟ ବ୍ୟବହାର କରୁଛନ୍ତି ।

ସୁଦୀପ ଏହି ଘଟଣା ପରେ ପ୍ରଥମେ ଟାଉନ ଥାନା, ପରେ ସଦର ଥାନା ଏବଂ ଶେଷରେ ସଦର ଥାନାରେ ଏତଲା ଦେଇଛନ୍ତି । ତଥାପି, ସେ ଅଭିଯୋଗ କରିଛନ୍ତି ଯେ ପୋଲିସ ପକ୍ଷରୁ ଏ ପର୍ଯ୍ୟନ୍ତ କୌଣସି ଏଫଆଇଆର ରେଜିଷ୍ଟର ହୋଇନାହିଁ କିମ୍ବା କାର୍ଯ୍ୟାନୁଷ୍ଠାନ ହୋଇନାହିଁ । ଏଠି ବଡ଼ ପ୍ରଶ୍ନ ଉଠୁଛି — ଘରୋଇ ଅର୍ଥଲଗାଣ ସଂସ୍ଥା ଶ୍ରୀରାମ ଫାଇନାନ୍ସ କେମିତି ଅନ୍ୟ ଜଣଙ୍କ କାଗଜପତ୍ର ଜାଲିଆତି କରି ଲୋନ ଦେଲେ । ଏହି ଋଣ ଜାଲିଆତି ନେଇ ଝାରସୁଗୁଡ଼ାରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ଘଟଣା ନେଇ ସୁଦୀପ ଗାଙ୍ଗୁଲି ମାନସିକ ଅଶାନ୍ତିରେ ରହୁଛନ୍ତି । ଜରୁରୀ କାମ ପାଇଁ ଅର୍ଥ ସଂଗ୍ରହ ତାଙ୍କ ଚିନ୍ତା ବଢ଼ାଇ ଦେଇଛି । ଏପଟେ, ଯଦି ଜାଲିଆତି କରି ବାଇକ ଲୋନ ନେଇଥିବା ବ୍ୟକ୍ତି ଏହି ବାଇକକୁ ବେଆଇନ କାମରେ ବ୍ୟବହାର କରିଥାଏ, ସେପରିସ୍ଥିତିରେ ସୁଦୀପଙ୍କ ପାଇଁ ଆଉ ଅଧିକ ସମସ୍ୟା ହେବା ସମ୍ଭାବନା ଅଛି । ତେଣୁ ସୁଦୀପ ପୋଲିସଙ୍କୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଅନୁରୋଧ କରିଛନ୍ତି । ଅନ୍ୟପଟେ ସଦର ଥାନା ଆଇଆଇସି ସ୍ୱପ୍ନା ରାଣୀ ଗୋଛାୟତ କହିଛନ୍ତି ଯେ, ଶୋଭାରାମ ଥାନାକୁ ଆସିଲା ପରେ କାଗଜପତ୍ର ଯାଞ୍ଚ କରାଯିବ ଏବଂ ତାପରେ ଦୋଷୀ ବିରୁଦ୍ଧରେ ପଦକ୍ଷେପ ନିଆଯିବ ।

Bureauom

Bureauom

Next Post
inspiring-journey-of-tribal-girl-rani

Inspiring journey of tribal girl Rani: କେନ୍ଦୁଝରରୁ କନ୍ଧମାଳ ଯାତ୍ରା

Odisha Child Protection Day

Odisha Child Protection Day: ଶିଶୁ ସୁରକ୍ଷା ଓ ଶିକ୍ଷା ଉପରେ ପ୍ରଭାତୀ ପରିଡ଼ାଙ୍କ ଗୁରୁତ୍ୱାରୋପ

Vivekananda Vidyamandir Annual Sports

Vivekananda Vidyamandir Annual Sports: ବିବେକାନନ୍ଦ ବିଦ୍ୟାମନ୍ଦିରର ବାର୍ଷିକ କ୍ରୀଡ଼ା

Lift Irrigation Project Irregularities

Lift Irrigation Project Irregularities: ଉଠା ଜଳସେଚନ ପ୍ରକଳ୍ପ ନିର୍ମାଣ କାର୍ଯ୍ୟରେ ଚଞ୍ଚକତା

Youth’s Document Forgery Case Jharsuguda

Youth’s Document Forgery Case Jharsuguda: ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଧେଶ ପରେ ମାମଲା ରୁଜୁ

Orissa Mirror Odia

©2025 Orissa Mirror. All Rights Reserved

Reach Us

  • Home
  • About Us
  • Contact Us
  • Privacy Policy

Follow Us

Social icon element need JNews Essential plugin to be activated.
No Result
View All Result
  • ରାଜ୍ୟ
  • ଦେଶ-ବିଦେଶ
  • ଅପରାଧ
  • ଜିଲ୍ଲା
    • ଭୁବନେଶ୍ୱର
    • କଟକ
    • ତାଳଚେର
    • ଝାରସୁଗୁଡା
    • ବୌଦ୍ଧ
    • ଅନୁଗୁଳ
  • ରାଜନୀତି
  • ଖେଳ
  • ବାଣିଜ୍ୟ
  • ମନୋରଞ୍ଜନ
  • ସ୍ପେଶାଲ୍ ରିପୋର୍ଟ
  • ସ୍ୱାସ୍ଥ୍ୟ
    • ଜୀବନ ଚର୍ଯ୍ୟା

©2025 Orissa Mirror. All Rights Reserved