Orissa Mirror Odia
ସବସ୍କ୍ରାଇବ କରନ୍ତୁ
  • ରାଜ୍ୟ
  • ଦେଶ-ବିଦେଶ
  • ଅପରାଧ
  • ଜିଲ୍ଲା
    • ଭୁବନେଶ୍ୱର
    • କଟକ
    • ତାଳଚେର
    • ଝାରସୁଗୁଡା
    • ବୌଦ୍ଧ
    • ଅନୁଗୁଳ
  • ରାଜନୀତି
  • ଖେଳ
  • ବାଣିଜ୍ୟ
  • ମନୋରଞ୍ଜନ
  • ସ୍ପେଶାଲ୍ ରିପୋର୍ଟ
  • ସ୍ୱାସ୍ଥ୍ୟ
    • ଜୀବନ ଚର୍ଯ୍ୟା
Orissa Mirror Odia
BREAKING
✦ତାଳଚେର ସାର କାରଖାନା ନିର୍ମାଣ କାର୍ଯ୍ୟ ଖୁବ ଶୀଘ୍ର ସମ୍ପୂର୍ଣ ହେବ।✦ମରଣାନ୍ତକ ଆକ୍ରମଣ ଓ ଡକାୟତି ମାମଲାରେ ୮ ବର୍ଷ ଜେଲ ଦଣ୍ଡାଦେଶ✦ଔଷଧ ଦୋକାନରେ ବିନା ପ୍ରେସ୍କ୍ରିପସନରେ ବେଆଇନ ଗର୍ଭପାତ ଔଷଧ ଓ ଚିକିତ୍ସା✦ଲଇକେରାରେ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା✦ତାଳଚେର ଉପଖଣ୍ଡରେ ସାଇବର ସୁରକ୍ଷା✦କଳକାରଖାନାରୁ ନିର୍ଗତ ବର୍ଜ୍ୟବସ୍ତୁ ଏବେ ବ୍ରାହ୍ମଣୀରେ, ତାଳଚେରର ମାଟି, ପାଣି, ପବନ ପ୍ରଦ୍ୟୁଷିତ ଲାଗୁନି ଅଙ୍କୁଶ✦ବସୁଧା ଯୋଜନା ବାଟବଣା: ସୁରୁଣ୍ଡି ଗ୍ରାମରେ ଓଭର ହେଡ଼ ଟାଙ୍କି କାର୍ଯ୍ୟକ୍ଷମ କେବେ?✦ମହିଳାଙ୍କୁ ସୁରକ୍ଷା ଯୋଗାଇ ଦେବାନେଇ ପ୍ରଶାସନକୁ ନିବେଦନ✦ତାଳଚେରରେ ଗୋରୁ ଗାଈ କେତେ ସୁରକ୍ଷିତ!✦ବିଗତ ଘଟଣାର ପୁନରାବୃତ୍ତି ନହେଉ “ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ”✦ବିଦ୍ୟାଳୟରେ ସ୍ଥାୟୀ ଶ୍ରେଣୀ ଗୃହ ନିର୍ମାଣ କେବେ? ଶିକ୍ଷକ ପଦବୀ ପୂରଣ ଦାବି✦ବରିଷ୍ଠ ନାଗରିକଙ୍କ ସହ ବିଧାୟକଙ୍କ ବୈଠକ✦ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଜନଶୁଣାଣୀ ଶିବିର ,ଆରକ୍ଷୀ ଅଧିକ୍ଷକ ଅନୁପସ୍ଥିତ✦ତାଳଚେର ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଉଦ୍ଘାଟିତ✦ଭୂବନେଶ୍ୱରୀ ମାଇନ୍ସରେ ଓଲଟିଲା ଡ଼ିଜେଲ ଟ୍ୟାଙ୍କର, ଅଳ୍ପକେ ବର୍ତିଲେ ଚାଳକ✦ବିପଦ ସଙ୍କୁଳ ତେଲେନ ନଦୀ ବ୍ରିଜ,ଭୟଭୀତ ଗ୍ରାମବାସୀ✦ଟ୍ରାଫିକ ନିୟମ ଉଲଙ୍ଘନକାରୀ ଗାଡ଼ି ଚାଳକଙ୍କୁ ଛଡ଼ା ଯିବ ନାହିଁ : ଆରକ୍ଷୀ ଅଧିକ୍ଷକ✦ଆସୁଛି ପର୍ଯ୍ୟଟନ ଋତୁ, “ଭିତ୍ତିଭୂମି ଥାଇ ‘ଅବହେଳିତ ବୌଦ୍ଧ”✦ଦ୍ଵିତୀୟ ଇନଡୋର ଷ୍ଟାଡିଅମ ନିର୍ମାଣ କେବେ? ବଢୁଛି କ୍ରୀଡ଼ାବିତଙ୍କ ଅସନ୍ତୋଷ✦ଭାରୀଯାନ ଚଳାଚଳ ଓ ପ୍ରଦୂଷଣକୁ ବିରୋଧ “ଜିଲ୍ଲା ପ୍ରଶାସନ ନିଦାବିଷ୍ଣୁ ସାଜିଥିବା ଅଭିଯୋଗ”

Loan Fraud in Jharsuguda:ଘରୋଇ ଅର୍ଥ ଲଗାଣକାରି ସଂସ୍ଥାରେ ବଡ଼ ଧରଣର ଋଣ ଜାଲିଆତି

by Bureauom
November 1, 2025
in ଅପରାଧ, ଝାରସୁଗୁଡା
A A
Loan Fraud in Jharsuguda
0
SHARES
Share on FacebookShare on Twitter

ଝାରସୁଗୁଡା: କାହାକୁ ଆଧାରକାର୍ଡ, ମୋବାଇଲ ନମ୍ବର ଦେଉଛନ୍ତି କି ସାବଧାନ । କିଛି ନ ବୁଝି ଆଧାର, ମୋବାଇଲ ନମ୍ବର ଦେଲେ ହୋଇପାରେ ବଡ଼ କ୍ଷତି, ଅସୁବିଧାରେ ପଡ଼ିପାରନ୍ତି ଆପଣ । ଆଧାରକାର୍ଡ, ପ୍ୟାନ କାର୍ଡ, ମୋବାଇଲ ନମ୍ବର ନେଇ ଆପଣଙ୍କ ସର୍ବସ୍ବ ଲୁଟି ନେବେ ଦୁର୍ବୃତ୍ତ୍ । ଏମିତି ଏକ ଖବର ନଜରକୁ ଆସିଛି ଝାରସୁଗୁଡ଼ା ଜିଲ୍ଲାରେ । ଘଟଣାଟି ଘଟିଛି ଝାରସୁଗୁଡ଼ା ସଦର ଥାନା ବିଟିଏମ ଅଞ୍ଚଳରେ । ଜଣେ ବ୍ୟକ୍ତିଙ୍କ ଅଜାଣତରେ ତାଙ୍କ ଆଧାରକାର୍ଡ, ପ୍ୟାନ କାର୍ଡ, ମୋବାଇଲ ନମ୍ବର ଏବଂ ଜାଲ ଦସ୍ତଖତ ବ୍ୟବହାର କରାଯାଇ ଅନ୍ୟ ଜଣଙ୍କ ନାଁରେ ହୋଇଛି ଗାଡ଼ି ଲୋନ । କୌଣସି ଏକ ଜରୁରୀ କାମରେ ଟଙ୍କା ଦରକାର ହେବାରୁ ଋଣ କରିବାକୁ ଯୋଜନା କରିବାବେଳେ ଘଟଣା ଜଣା ପଡ଼ିଲା ।

ଝାରସୁଗୁଡ଼ା ଟାଉନ ଥାନା ଅନ୍ତର୍ଗତ ବଢ଼େଇମୁଣ୍ଡା ଅଞ୍ଚଳରେ ରହୁଥିବା ସୁଦୀପ ଗାଙ୍ଗୁଲି ନାମକ ଜଣେ ବ୍ୟକ୍ତି ଏକ ଜରୁରୀ କାମ ପାଇଁ ବ୍ୟାଙ୍କରୁ ଲୋନ କରିବାକୁ ଯାଇଥିଲେ । ସିବିଲ ଚେକ କରିବାରୁ ଜଣାପଡ଼ିଲା ଏକ ଆଶ୍ଚର୍ଯ୍ୟ କଥା — ତାଙ୍କ ନାଁରେ ୮୦ ହଜାର ଟଙ୍କାର ଗୋଟେ ବାଇକ ଲୋନର ଗ୍ୟାରେଣ୍ଟର ଦର୍ଶାଉଥିବା ଜଣା ପଡ଼ିଛି । ଜାନୁଆରି ୨୦୨୫ରେ ହୋଇଛି ଏହି ବାଇକ ଲୋନ । ସୁଦୀପ ପେଶାରେ ଜଣେ ଡ୍ରାଇଭର । ଗାଡ଼ି କିମ୍ବା ଲୋନ ବିଷୟରେ ପୂର୍ବରୁ କିଛି ଜାଣି ନଥିବା ସୁଦୀପ ହଠାତ୍ ୮୦ ହଜାର ଟଙ୍କାର ଲୋନ କଥା ଜାଣି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ଏହି ଘଟଣା ପରେ ସେ ତଦନ୍ତ କରି ଜାଣିଲେ ଯେ ସଦର ଥାନା ଅଧିନରେ ଥିବା ଏକ ବାଇକ ଶୋରୁମରୁ ତାଙ୍କ ନାଁରେ ବାଇକ ଲୋନ ହୋଇଛି । ଏକ ସ୍ପ୍ଲେଣ୍ଡର ଗାଡ଼ି ପାଇଁ ୮୦ ହଜାର ଟଙ୍କା ଲୋନ ହୋଇଥିଲା । ଘଟଣା ନେଇ ସେ ଥାନାର ଦ୍ବାରସ୍ଥ ହେବା ପରେ ସମ୍ପୂର୍ଣ୍ଣ ଘଟଣା ପଦାକୁ ଆସିଲା । ସେ ଜାଣିଲେ ଯେ ଉତ୍ତରପ୍ରଦେଶର ଶୋଭାରାମ ନାମକ ଜଣେ ବ୍ୟକ୍ତି ଏହି ବାଇକ ଲୋନ ନେଇଛି ଏବଂ ସେ ଗ୍ୟାରେଣ୍ଟର ଅଛନ୍ତି । ଏଥିପାଇଁ ଘରୋଇ ଅର୍ଥଲଗାଣ ସଂସ୍ଥା ଶ୍ରୀରାମ ଫାଇନାନ୍ସ ଶୋଭାରାମଙ୍କୁ ୮୦ ହଜାର ଟଙ୍କା ଲୋନ ଦେଇଛି । ଆଧାର, ପ୍ୟାନ କାର୍ଡ ଏବଂ ଜାଲ ଦସ୍ତଖତ ସୁଦୀପ ଗାଙ୍ଗୁଲିଙ୍କ ନାଁରେ ବ୍ୟବହାର ହୋଇଛି । ଫୋନ ଯୋଗେ ଯୋଗ କରିଲେ ଶୋଭାରାମ କୌଣସି ଉତ୍ତର ଦେଇନଥିଲେ । ତେବେ ଜଣାପଡ଼ିଛି ଯେ ତାଙ୍କ ନାଁରେ ଥିବା ଗାଡ଼ି ଏବେ ରାଉରକେଲାରେ ଶୋଭାରାମଙ୍କ ଆତ୍ମୀୟ ବ୍ୟବହାର କରୁଛନ୍ତି ।

ସୁଦୀପ ଏହି ଘଟଣା ପରେ ପ୍ରଥମେ ଟାଉନ ଥାନା, ପରେ ସଦର ଥାନା ଏବଂ ଶେଷରେ ସଦର ଥାନାରେ ଏତଲା ଦେଇଛନ୍ତି । ତଥାପି, ସେ ଅଭିଯୋଗ କରିଛନ୍ତି ଯେ ପୋଲିସ ପକ୍ଷରୁ ଏ ପର୍ଯ୍ୟନ୍ତ କୌଣସି ଏଫଆଇଆର ରେଜିଷ୍ଟର ହୋଇନାହିଁ କିମ୍ବା କାର୍ଯ୍ୟାନୁଷ୍ଠାନ ହୋଇନାହିଁ । ଏଠି ବଡ଼ ପ୍ରଶ୍ନ ଉଠୁଛି — ଘରୋଇ ଅର୍ଥଲଗାଣ ସଂସ୍ଥା ଶ୍ରୀରାମ ଫାଇନାନ୍ସ କେମିତି ଅନ୍ୟ ଜଣଙ୍କ କାଗଜପତ୍ର ଜାଲିଆତି କରି ଲୋନ ଦେଲେ । ଏହି ଋଣ ଜାଲିଆତି ନେଇ ଝାରସୁଗୁଡ଼ାରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ଘଟଣା ନେଇ ସୁଦୀପ ଗାଙ୍ଗୁଲି ମାନସିକ ଅଶାନ୍ତିରେ ରହୁଛନ୍ତି । ଜରୁରୀ କାମ ପାଇଁ ଅର୍ଥ ସଂଗ୍ରହ ତାଙ୍କ ଚିନ୍ତା ବଢ଼ାଇ ଦେଇଛି । ଏପଟେ, ଯଦି ଜାଲିଆତି କରି ବାଇକ ଲୋନ ନେଇଥିବା ବ୍ୟକ୍ତି ଏହି ବାଇକକୁ ବେଆଇନ କାମରେ ବ୍ୟବହାର କରିଥାଏ, ସେପରିସ୍ଥିତିରେ ସୁଦୀପଙ୍କ ପାଇଁ ଆଉ ଅଧିକ ସମସ୍ୟା ହେବା ସମ୍ଭାବନା ଅଛି । ତେଣୁ ସୁଦୀପ ପୋଲିସଙ୍କୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଅନୁରୋଧ କରିଛନ୍ତି । ଅନ୍ୟପଟେ ସଦର ଥାନା ଆଇଆଇସି ସ୍ୱପ୍ନା ରାଣୀ ଗୋଛାୟତ କହିଛନ୍ତି ଯେ, ଶୋଭାରାମ ଥାନାକୁ ଆସିଲା ପରେ କାଗଜପତ୍ର ଯାଞ୍ଚ କରାଯିବ ଏବଂ ତାପରେ ଦୋଷୀ ବିରୁଦ୍ଧରେ ପଦକ୍ଷେପ ନିଆଯିବ ।

Bureauom

Bureauom

Orissa Mirror Odia is a leading digital news portal dedicated to bringing you the latest updates from Odisha and beyond. We aim to deliver fast, reliable, and balanced news coverage that keeps readers informed, engaged, and connected to the world around them.

Related Posts

ଲଇକେରାରେ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣସମ୍ପଦ ମେଳା

ଲଇକେରାରେ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା

ଝାରସୁଗୁଡ଼ା (ବିଜୟ ଶଙ୍କର ଦାଶ) : ଲଇକେରା ଅପେରା ପଡିଆରେ ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଅନୁଷ୍ଠିତ ହୋଇଛି l ମତ୍ସ୍ୟ ଚାଷ ଏବଂ...

ବିଗତ ଘଟଣାର ପୁନରାବୃତ୍ତି ନହେଉ

ବିଗତ ଘଟଣାର ପୁନରାବୃତ୍ତି ନହେଉ “ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ”

ଝାରସୁଗୁଡ଼ା (ବିଜୟ ଶଙ୍କର ଦାଶ): ଆସନ୍ତା ୧୭ ତାରିଖ ଦିନ ବଞ୍ଜାରି ଓ କୁଡ଼ାଲୋଇ ଠାରେ SIA ଜନ ଶୁଣାଣି ଥିବାରୁ ଅସନ୍ତୋଷ ବଢିବାରେ ଲାଗିଛି ।...

ବରିଷ୍ଠ ନାଗରିକଙ୍କ ସହ ବିଧାୟକଙ୍କ ବୈଠକ

ବରିଷ୍ଠ ନାଗରିକଙ୍କ ସହ ବିଧାୟକଙ୍କ ବୈଠକ

ଝାରସୁଗୁଡ଼ା (ବିଜୟ ଶଙ୍କର ଦାଶ) : ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉନ୍ନୟନ ମୂଳକ ବିଭିନ୍ନ ଯୋଜନା ଗୁଡ଼ିକୁ ନେଇ ଲଇକେରା ବ୍ଳକ ସ୍ଥିତ ପଞ୍ଚାୟତ ସମିତି...

ବିପଦ ସଙ୍କୁଳ ତେଲେନ ନଦୀ ବ୍ରିଜ

ବିପଦ ସଙ୍କୁଳ ତେଲେନ ନଦୀ ବ୍ରିଜ,ଭୟଭୀତ ଗ୍ରାମବାସୀ

ଝାରସୁଗୁଡ଼ା (ବିଜୟ ଶଙ୍କର ଦାଶ): ଲଇକେରା ବ୍ଳକ ଅନ୍ତର୍ଗତ କୁଳେଇମୁରା ପଞ୍ଚାୟତ ମୁନ୍ଦ୍ରାଜୋର ଗାଁକୁ ସଂଯୋଗ କରୁଥିବା ତେଲେନ ନଦୀ ବ୍ରିଜ ଗତ ବନ୍ୟାରେ ଦବିଯାଇ ବିପଦ...

ଟ୍ରାଫିକ ନିୟମ ଉଲଙ୍ଘନକାରୀ ଗାଡ଼ି ଚାଳକଙ୍କୁ ଛଡ଼ା ଯିବ ନାହିଁ

ଟ୍ରାଫିକ ନିୟମ ଉଲଙ୍ଘନକାରୀ ଗାଡ଼ି ଚାଳକଙ୍କୁ ଛଡ଼ା ଯିବ ନାହିଁ : ଆରକ୍ଷୀ ଅଧିକ୍ଷକ

ଝାରସୁଗୁଡ଼ା (ବିଜୟ ଶଙ୍କର ଦାଶ) : ରୋଡ ରୋମିଓଙ୍କ ନିଦ ହଜାଇଲା ପୁଲିସ l ରୋଡ଼ ରୋମିଓଙ୍କ ଆକ୍ସନ ପରେ ପୁଲିସର ଏବେ ଦେଖିବାକୁ ମିଳିଛି ରିଆକ୍ସନ...

ଭାରୀଯାନ ଚଳାଚଳ ଓ ପ୍ରଦୂଷଣକୁ ବିରୋଧ

ଭାରୀଯାନ ଚଳାଚଳ ଓ ପ୍ରଦୂଷଣକୁ ବିରୋଧ “ଜିଲ୍ଲା ପ୍ରଶାସନ ନିଦାବିଷ୍ଣୁ ସାଜିଥିବା ଅଭିଯୋଗ”

ଝାରସୁଗୁଡ଼ା (ବିଜୟ ଶଙ୍କର ଦାଶ) : ଝାରସୁଗୁଡ଼ା ସଦର ବ୍ଲକ ବ୍ରଜରାଜନଗର କୁଦୋପାଲି ପଞ୍ଚାୟତବାସୀ ଜୀବନ ଜୀବିକା ଉପରେ କୁଠାରଘାତ ହେଉଥିବା ଅଭିଯୋଗ ହେଉଛି l କୁଦୋପାଲି...

Load More
Next Post
inspiring-journey-of-tribal-girl-rani

Inspiring journey of tribal girl Rani: କେନ୍ଦୁଝରରୁ କନ୍ଧମାଳ ଯାତ୍ରା

Odisha Child Protection Day

Odisha Child Protection Day: ଶିଶୁ ସୁରକ୍ଷା ଓ ଶିକ୍ଷା ଉପରେ ପ୍ରଭାତୀ ପରିଡ଼ାଙ୍କ ଗୁରୁତ୍ୱାରୋପ

Vivekananda Vidyamandir Annual Sports

Vivekananda Vidyamandir Annual Sports: ବିବେକାନନ୍ଦ ବିଦ୍ୟାମନ୍ଦିରର ବାର୍ଷିକ କ୍ରୀଡ଼ା

Lift Irrigation Project Irregularities

Lift Irrigation Project Irregularities: ଉଠା ଜଳସେଚନ ପ୍ରକଳ୍ପ ନିର୍ମାଣ କାର୍ଯ୍ୟରେ ଚଞ୍ଚକତା

Youth’s Document Forgery Case Jharsuguda

Youth’s Document Forgery Case Jharsuguda: ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଧେଶ ପରେ ମାମଲା ରୁଜୁ

LATEST STORIES

ବିଶ୍ବର ସବୁଠାରୁ ଅଧିକ ଋଣଗ୍ରସ୍ତ ଦେଶ କିଏ?

ବିଶ୍ବର ସବୁଠାରୁ ଅଧିକ ଋଣଗ୍ରସ୍ତ ଦେଶ କିଏ? ଭାରତ ର ସ୍ଥାନ କେତେ ଜାଣନ୍ତି କି?

ନବାଜୁଦ୍ଦିନ ସିଦ୍ଦିକୀ ‘ରାତ୍ ଅକେଲି ହୈ ବନ୍ସଲ୍ ମର୍ଡର୍ସ’ ରେ ଜବରଦସ୍ତ ଅନ୍ଦାଜ

ଆଲିଆ ଭଟ୍ଟଙ୍କ ମୁଭିଜ ଆଲଫା ରିଲିଜ ତାରିଖ ଘୋଷଣା, ଏପ୍ରିଲ ୧୭ରେ ଆସୁଛି ବଡ଼ ଫିଲ୍ମ

ଡାର୍କ ଚକୋଲେଟ୍ ଓ ବେରି ଖାଇଲେ ସ୍ମରଣଶକ୍ତି ବଢ଼େ, ଷ୍ଟ୍ରେସ୍ କମେ: ଅଧ୍ୟୟନ

ହାନୋଇରେ ଡେଙ୍ଗୁ ଜ୍ୱର: ଭୟଙ୍କର ଭାବେ ବୃଦ୍ଧି, ସ୍ୱାସ୍ଥ୍ୟ ବିଭାଗ ଜାରି କଲା ସତର୍କତା

ଥେନି ର ଅଙ୍ଗୁର ଚାଷୀଙ୍କ ଦୁର୍ଦଶା — ବର୍ଷା ଓ ଦାମ ହ୍ରାସ ପାଇଁ ଜୀବିକା ଏବେ ସଙ୍କଟ ରେ

ବିଜେଡ଼ି ଜନସମ୍ପର୍କ ପଦଯାତ୍ରା
ଜିଲ୍ଲା

ବିଜେଡ଼ି ଜନସମ୍ପର୍କ ପଦଯାତ୍ରା: ବିଜେପି କୁ ଟାର୍ଗେଟ କଲେ ବିଜେଡ଼ି ଜିଲ୍ଲା ଉପସଭାପତି ପ୍ରଦୀପ୍ତ ସାହୁ

ହରଭଙ୍ଗା/ବୌଦ୍ଧ(ସର୍ବେଶ୍ୱର କ୍ଷେତି): ହରଭଙ୍ଗା ବ୍ଲକ ବିଜୁ ଜନତା ଦଳ ପକ୍ଷରୁ ଜିଲ୍ଲା ସଭାପତି ପ୍ରଦୀପ କୁମାର ଅମାତଙ୍କ ନେତୃତ୍ୱରେ ଏକ ବିଶାଳ ଜନ ସମ୍ପର୍କ ପଦଯାତ୍ରା ଓ...

Read moreDetails
ବିଶ୍ବର ସବୁଠାରୁ ଅଧିକ ଋଣଗ୍ରସ୍ତ ଦେଶ କିଏ?
ବାଣିଜ୍ୟ

ବିଶ୍ବର ସବୁଠାରୁ ଅଧିକ ଋଣଗ୍ରସ୍ତ ଦେଶ କିଏ? ଭାରତ ର ସ୍ଥାନ କେତେ ଜାଣନ୍ତି କି?

ବିଶ୍ବର ଦେଶଗୁଡ଼ିକ ଦିନକୁ ଦିନ ଅଧିକ ଋଣଗ୍ରସ୍ତ ହେବାରେ ଲାଗିଛି । ଅକ୍ଟୋବର ମାସ ପାଇଁ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (IMF) ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁସାରେ...

Read moreDetails
ନବାଜୁଦ୍ଦିନ ସିଦ୍ଦିକୀ 'ରାତ୍ ଅକେଲି ହୈ ବନ୍ସଲ୍ ମର୍ଡର୍ସ'
ମନୋରଞ୍ଜନ

ନବାଜୁଦ୍ଦିନ ସିଦ୍ଦିକୀ ‘ରାତ୍ ଅକେଲି ହୈ ବନ୍ସଲ୍ ମର୍ଡର୍ସ’ ରେ ଜବରଦସ୍ତ ଅନ୍ଦାଜ

ମୁମ୍ବାଇ: ଅଭିନେତା ନବାଜୁଦ୍ଦିନ ସିଦ୍ଦିକୀ ତାଙ୍କ ଅତିଲୋକପ୍ରିୟ କ୍ରାଇମ୍ ଥ୍ରିଲର୍ ଫିଲ୍ମ **‘ରାତ୍ ଅକେଲି ହୈ’**ର ସିକ୍ୱେଲ୍ ‘ରାତ୍ ଅକେଲି ହୈ: ବନ୍ସଲ୍ ମର୍ଡର୍ସ’ ସହିତ ପୁଣି...

Read moreDetails
Orissa Mirror Odia

©2025 Orissa Mirror. All Rights Reserved

Reach Us

  • Home
  • About Us
  • Contact Us
  • Privacy Policy

Follow Us

No Result
View All Result
  • ରାଜ୍ୟ
  • ଦେଶ-ବିଦେଶ
  • ଅପରାଧ
  • ଜିଲ୍ଲା
    • ଭୁବନେଶ୍ୱର
    • କଟକ
    • ତାଳଚେର
    • ଝାରସୁଗୁଡା
    • ବୌଦ୍ଧ
    • ଅନୁଗୁଳ
  • ରାଜନୀତି
  • ଖେଳ
  • ବାଣିଜ୍ୟ
  • ମନୋରଞ୍ଜନ
  • ସ୍ପେଶାଲ୍ ରିପୋର୍ଟ
  • ସ୍ୱାସ୍ଥ୍ୟ
    • ଜୀବନ ଚର୍ଯ୍ୟା

©2025 Orissa Mirror. All Rights Reserved