Orissa Mirror Odia
Social icon element need JNews Essential plugin to be activated.
ସବସ୍କ୍ରାଇବ କରନ୍ତୁ
  • ରାଜ୍ୟ
  • ଦେଶ-ବିଦେଶ
  • ଅପରାଧ
  • ଜିଲ୍ଲା
    • ଭୁବନେଶ୍ୱର
    • କଟକ
    • ତାଳଚେର
    • ଝାରସୁଗୁଡା
    • ବୌଦ୍ଧ
    • ଅନୁଗୁଳ
  • ରାଜନୀତି
  • ଖେଳ
  • ବାଣିଜ୍ୟ
  • ମନୋରଞ୍ଜନ
  • ସ୍ପେଶାଲ୍ ରିପୋର୍ଟ
  • ସ୍ୱାସ୍ଥ୍ୟ
    • ଜୀବନ ଚର୍ଯ୍ୟା
Orissa Mirror Odia

Odisha Child Protection Day: ଶିଶୁ ସୁରକ୍ଷା ଓ ଶିକ୍ଷା ଉପରେ ପ୍ରଭାତୀ ପରିଡ଼ାଙ୍କ ଗୁରୁତ୍ୱାରୋପ

by Bureauom
November 1, 2025
in ଭୁବନେଶ୍ୱର, ରାଜ୍ୟ
A A
Odisha Child Protection Day

ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଆୟୋଗର ୧୫ତମ ପ୍ରତିଷ୍ଠା ଦିବସ ଆଜି ଲୋକସେବା ଭବନସ୍ଥିତ କନ୍‌ଭେନ୍‌ସନ୍‌ ସେଣ୍ଟରରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା କହିଲେ ଯେ ଶିଶୁ ସୁରକ୍ଷା ଓ ଅଧିକାର ସୁନିଶ୍ଚିତ କରିବା ଆମ ସମାଜର କର୍ତ୍ତବ୍ୟ । ଶିଶୁ ସୁରକ୍ଷା ଓ ଏହାର ଆବଶ୍ୟକତା ଏବଂ ପ୍ରାସଙ୍ଗିକତା ଉପରେ ମତ ଦେଇ ଶ୍ରୀମତୀ ପରିଡ଼ା କହିଲେ ଯେ ଜଣେ ଶିଶୁର ବିକାଶ ପାଇଁ ସମାଜର ପ୍ରତ୍ୟେକ ସ୍ତରରେ ଆବଶ୍ୟକତା ରହିଛି । ଏଥି ନିମନ୍ତେ ସରକାରଙ୍କ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହେଉଛି ଓ ଏହାର ସୁଫଳ ସମସ୍ତ ଶିଶୁଙ୍କ ନିକଟରେ ପହଞ୍ଚିବା ଆବଶ୍ୟକତା ରହିଛି । ଚଳିତ ବର୍ଷର ବିଷୟବସ୍ତୁ ‘ବାତ୍ସଲ୍ୟ:ସୁରକ୍ଷିତ ଶିଶୁ, ସମୃଦ୍ଧ ଓଡ଼ିଶା’ ଉପରେ ଆଲୋଚନା କରି ଶ୍ରୀମତୀ ପରିଡ଼ା କହିଲେ ଯେ ପିଲାଦିନରୁ ଜଣେ ଶିଶୁର ମାନସିକ ଓ ଶାରୀରିକ ବିକାଶ ଉପରେ ଅଭିଭାବକମାନେ ଗୁରୁତ୍ୱ ଦେବା ଆବଶ୍ୟକ । ଶିଶୁମାନଙ୍କର ଯତ୍ନ ଏବଂ ଶିକ୍ଷା ଗ୍ରହଣ ପ୍ରତି ଆକୃଷ୍ଟ କରାଇବା ଦିଗରେ ସେ ଅଙ୍ଗନବାଡ଼ି କର୍ମୀମାନଙ୍କ ଭୂମିକାର ଭୂୟସୀ ପ୍ରଶଂସା କରିଥିଲେ । ଶିଶୁ ସୁରକ୍ଷା ପାଇଁ ସଂପୃକ୍ତ ଅଧିକାରୀଙ୍କ ବୃତ୍ତିଗତ ଦକ୍ଷତା ତାଲିମ, ପ୍ରଚାର ଓ ଜନସଚେତନତା ଅଭିଯାନ ଜାରି ରହିଲେ ଶିଶୁ ଅଧିକାର ସୁରକ୍ଷା ଦିଗରେ ଥିବା ଲକ୍ଷ୍ୟ ହାସଲ ହୋଇପାରିବ ।

ସେହିଭଳି ଅନ୍ୟତମ ଅତିଥି ଭାବେ ଯୋଗଦେଇ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଲେ ଯେ ଶିଶୁମାନଙ୍କ ପାଇଁ ନ୍ୟାୟ ପ୍ରଦାନରେ ଥିବା ବ୍ୟବଧାନକୁ ଦୂର କରିବା ଓ ଶିଶୁ ଅନୁକୂଳ ଆଇନଗତ ବ୍ୟବସ୍ଥାକୁ ପ୍ରୋତ୍ସାହନ ଦେବାର ଆବଶ୍ୟକତା ରହିଛି । ଏଥି ପ୍ରତି କିଶୋର ନ୍ୟାୟ ଆଇନରେ ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି, ଯାହା କୌଣସି ପିଲାଙ୍କୁ ବିପଦ ସମୟରେ ଆଇନଗତ ସୁରକ୍ଷାକୁ ସୁଦୃଢ଼ କରିଥାଏ ।

ଏହି ଅବସରରେ ଆୟୋଗର ଅଧ୍ୟକ୍ଷା ଶ୍ରୀମତୀ ବବିତା ପାତ୍ର ଆୟୋଗଙ୍କ କାର୍ଯ୍ୟଧାରା, ପ୍ରଣାଳୀ ଉପରେ ମତବ୍ୟକ୍ତ କରିବା ସହ ଶିଶୁମାନଙ୍କର ଅଭିବୃଦ୍ଧି, ସୁରକ୍ଷା, ଲାଳନପାଳନ, ଶିକ୍ଷା, ସ୍ୱାସ୍ଥ୍ୟ ଓ ବିକାଶ ଆଦି କ୍ଷେତ୍ରରେ କାର୍ଯ୍ୟ କରୁଥିବା ନେଇ ମତବ୍ୟକ୍ତ କରିଥିଲେ । ସେହିଭଳି ରାଜ୍ୟ ଭିନ୍ନକ୍ଷମ ଆୟୁକ୍ତ ଅଧ୍ୟକ୍ଷା ଶ୍ରୀମତୀ ବ୍ରତତୀ ହରିଚନ୍ଦନ, ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଶ୍ରୀମତୀ ଶୋଭନା ମହାନ୍ତି, ୟୁନିସେଫ୍‌ର ରାଜ୍ୟ ପ୍ରମୁଖ କ୍ଷେତ୍ର ଅଧିକାରୀ ୱିଲିୟମ୍‌ ହଲୋନ୍‌ ଜୁନିୟର୍‌ ପ୍ରମୁଖ ଯୋଗଦେଇ ଶିଶୁ ସୁରକ୍ଷାର ବିଭିନ୍ନ ଦିଗରେ ଉପରେ ଆଲୋଚନା କରିଥିଲେ ।

ଆଜିର ପ୍ରତିଷ୍ଠା ଦିବସରେ ବିଭିନ୍ନ ଜିଲ୍ଲାର ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା । ଏତଦ୍‌ବ୍ୟତୀତ ବୈଷୟିକ ଅଧିବେଶନ ଅନୁଷ୍ଠିତ ହୋଇ ଶିଶୁମାନଙ୍କର ଦକ୍ଷତା ବିକାଶ ଉପରେ ଆଲୋଚନା ହୋଇଥିଲା । ଶିଶୁ ସୁରକ୍ଷା କ୍ଷେତ୍ରରେ କାର୍ଯ୍ୟ କରୁଥିବା ବିଭିନ୍ନ ଅଧିକାରୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଅତିଥି ମାନଙ୍କ ଦ୍ୱାରା ଆୟୋଗର କାର୍ଯ୍ୟ ବିବରଣୀ ଓ ଶିଶୁ ମାନଙ୍କ ଲାଗି ଅନଲାଇନ ସଚେତନତା ସୁରକ୍ଷା କିଟ ଉନ୍ମୋଚିତ ହୋଇଛି । ଏହି ଅବସରରେ ଆୟୋଗର ସଦସ୍ୟା ଶ୍ରୀମତୀ କଳ୍ପନା ଲେଙ୍କା, ଶ୍ରୀମତୀ ସୁଜାତା ନାୟକ, ଶ୍ରୀମତୀ ଚନ୍ଦନା ଦାସ, ଶ୍ରୀମତୀ କସ୍ତୁରୀ ମିଶ୍ର, ଶ୍ରୀମତୀ ମନସ୍ମିତା ଖୁଣ୍ଟିଆ, ବିଭିନ୍ନ ଜିଲ୍ଲାର ଶ୍ରମ ଅଧିକାରୀ, ଆୟୋଗଙ୍କ ସଚିବ ଶ୍ରୀମତୀ ସ୍ମୃତି ପ୍ରଜ୍ଞା ପ୍ରିୟଦର୍ଶିନୀ,ଶିଶୁ ସୁରକ୍ଷା ଅଧିକାରୀ, ଜିଲ୍ଲା ଶିକ୍ଷା ଅଧିକାରୀ, ପୋଲିସ ଅଧିକାରୀ, ଜୁଭିଲାଇନ୍‌ ଜଷ୍ଟିସ୍‌ ବୋର୍ଡର ସଦସ୍ୟଗଣ, ବିଭିନ୍ନ ବିଦ୍ୟାଳୟ ଓ ଶିଶୁ ଯତ୍ନ ଅନୁଷ୍ଠାନର ଛାତ୍ରଛାତ୍ରୀଙ୍କ ସମେତ ଅଧିକାରୀ, କର୍ମଚାରୀ ଓ ବୁଦ୍ଧିଜୀବୀ ପ୍ରମୁଖ ଉପସ୍ଥିତ ଥିଲେ ।

Bureauom

Bureauom

Next Post
Vivekananda Vidyamandir Annual Sports

Vivekananda Vidyamandir Annual Sports: ବିବେକାନନ୍ଦ ବିଦ୍ୟାମନ୍ଦିରର ବାର୍ଷିକ କ୍ରୀଡ଼ା

Lift Irrigation Project Irregularities

Lift Irrigation Project Irregularities: ଉଠା ଜଳସେଚନ ପ୍ରକଳ୍ପ ନିର୍ମାଣ କାର୍ଯ୍ୟରେ ଚଞ୍ଚକତା

Youth’s Document Forgery Case Jharsuguda

Youth’s Document Forgery Case Jharsuguda: ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଧେଶ ପରେ ମାମଲା ରୁଜୁ

Cyber Security Awareness Campaign

ସାଇବର ସୁରକ୍ଷା ସଚେତନତା ଅଭିଯାନ : ବୌଦ୍ଧ ଟାଉନହଲ୍‌ରେ ଆୟୋଜିତ

ବେଆଇନ ବାଲି ଡିପୋରେ ଚଢ଼ାଉ କେବେ?

ହରଭଙ୍ଗା ବେଆଇନ ବାଲି ଡିପୋ: ବାଲି ମାଫିଆ ସକ୍ରିୟ, ଖଣି ବିଭାଗ ନିରବ ଦ୍ରଷ୍ଟା ସାଜିଛି

Orissa Mirror Odia

©2025 Orissa Mirror. All Rights Reserved

Reach Us

  • Home
  • About Us
  • Contact Us
  • Privacy Policy

Follow Us

Social icon element need JNews Essential plugin to be activated.
No Result
View All Result
  • ରାଜ୍ୟ
  • ଦେଶ-ବିଦେଶ
  • ଅପରାଧ
  • ଜିଲ୍ଲା
    • ଭୁବନେଶ୍ୱର
    • କଟକ
    • ତାଳଚେର
    • ଝାରସୁଗୁଡା
    • ବୌଦ୍ଧ
    • ଅନୁଗୁଳ
  • ରାଜନୀତି
  • ଖେଳ
  • ବାଣିଜ୍ୟ
  • ମନୋରଞ୍ଜନ
  • ସ୍ପେଶାଲ୍ ରିପୋର୍ଟ
  • ସ୍ୱାସ୍ଥ୍ୟ
    • ଜୀବନ ଚର୍ଯ୍ୟା

©2025 Orissa Mirror. All Rights Reserved