Orissa Mirror Odia
Social icon element need JNews Essential plugin to be activated.
ସବସ୍କ୍ରାଇବ କରନ୍ତୁ
  • ରାଜ୍ୟ
  • ଦେଶ-ବିଦେଶ
  • ଅପରାଧ
  • ଜିଲ୍ଲା
    • ଭୁବନେଶ୍ୱର
    • କଟକ
    • ତାଳଚେର
    • ଝାରସୁଗୁଡା
    • ବୌଦ୍ଧ
    • ଅନୁଗୁଳ
  • ରାଜନୀତି
  • ଖେଳ
  • ବାଣିଜ୍ୟ
  • ମନୋରଞ୍ଜନ
  • ସ୍ପେଶାଲ୍ ରିପୋର୍ଟ
  • ସ୍ୱାସ୍ଥ୍ୟ
    • ଜୀବନ ଚର୍ଯ୍ୟା
Orissa Mirror Odia

Lift Irrigation Project Irregularities: ଉଠା ଜଳସେଚନ ପ୍ରକଳ୍ପ ନିର୍ମାଣ କାର୍ଯ୍ୟରେ ଚଞ୍ଚକତା

ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟକ୍ଷମ କେବେ? ଠକ ଠିକାଦାର ଶୈଳେନ୍ଦ୍ରଙ୍କ କାର୍ଯ୍ୟକୁ ନିନ୍ଦା

by Bureauom
November 2, 2025
in ଜିଲ୍ଲା, ବୌଦ୍ଧ
A A
Lift Irrigation Project Irregularities

ହରଭଙ୍ଗା,(ସର୍ବେଶ୍ୱର କ୍ଷେତି): ହରଭଙ୍ଗା ବ୍ଲକ କରଞ୍ଜକଟା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଲୋକାପଡାସ୍ଥିତ ଶ୍ରୀଜଗନ୍ନାଥ ପାଣି ପଞ୍ଚାୟତ ଉଠା ଜଳସେଚନ ପ୍ରକଳ୍ପ ନିର୍ମାଣ କାର୍ଯ୍ୟରେ ଚଞ୍ଚକତା ହୋଇଥିବା ଖବର ସାମ୍ନାକୁ ଆସିଛି l ମିଳିଥିବା ସୂଚନା ଅନୁଯାୟୀ ଗତ ତା- ୦୫.୦୧.୨୦୨୨ରିଖରେ ଉଠା ଜଳସେଚନ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ତା- ୦୪.୦୫.୨୦୨୨ରିଖରେ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲା l ସମୁଦାୟ ୨୪ ହେକ୍ଟର କ୍ଷେତ୍ରାଞ୍ଚଳ ପରିସୀମା ବିଶିଷ୍ଟ ଉକ୍ତ ଉଠା ଜଳସେଚନ ପ୍ରକଳ୍ପର ବ୍ୟୟ ଅଟକଳ ମୂଲ୍ୟ ଟ. ୩୬୯୮୦୩୬/- ହୋଇଥିବା ବେଳେ ୩୬ ଜଣ ହିତାଧିକାରୀଙ୍କ ଚାଷ ଜମିକୁ ଜଳସେଚନ ବ୍ୟବସ୍ଥା କରାଯାଇଥିଲା l

ପେଶାଦାର ଠକ ଠିକାଦାର ଶୈଳେନ୍ଦ୍ର କୁମାର ପ୍ରଧାନଙ୍କ ନିମ୍ନମାନର ନିର୍ମାଣ କାର୍ଯ୍ୟ ଯୋଗୁଁ ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବା ପୂର୍ବରୁ ପ୍ରକଳ୍ପର ସ୍ଥାନେ ସ୍ଥାନେ ପାଇପ ଫାଟି ଜଳ ନିଷ୍କାସନ ହେଉଥିବା ବେଳେ ପ୍ରକଳ୍ପ ବାଟବଣା ହୋଇଥିବା ଖବର ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି l ଫଳରେ କୃଷକମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି l ତେଣୁ ଜିଲ୍ଲା ପ୍ରଶାସନ ଉକ୍ତ ଘଟଣା ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବା ସହ ଯୁଦ୍ଧକାଳୀନଭିତ୍ତିରେ ଉକ୍ତ ଉଠା ଜଳସେଚନ ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରିବା ପାଇଁ ଲୋକାପଡା ଗ୍ରାମର ଯୁବ ସମାଜସେବୀ ତଥା ଅଗ୍ରଣୀ କୃଷକ ଶିଶିର କୁମାର ଧଳଙ୍କ ସହ ଲୋକାପଡା ଗ୍ରାମବାସୀମାନେ ପ୍ରଶାସନ ନିକଟରେ ଦାବି କରିଛନ୍ତି l ନଚେତ ଆଗାମୀ ଦିନରେ ସମସ୍ତ କୃଷକମାନଙ୍କ ପକ୍ଷରୁ ରାଜରାସ୍ତାରେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରାଯିବ ବୋଲି ଚେତାବନୀ ଦିଆଯାଇଛି l

Bureauom

Bureauom

Next Post
Youth’s Document Forgery Case Jharsuguda

Youth’s Document Forgery Case Jharsuguda: ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଧେଶ ପରେ ମାମଲା ରୁଜୁ

Cyber Security Awareness Campaign

ସାଇବର ସୁରକ୍ଷା ସଚେତନତା ଅଭିଯାନ : ବୌଦ୍ଧ ଟାଉନହଲ୍‌ରେ ଆୟୋଜିତ

ବେଆଇନ ବାଲି ଡିପୋରେ ଚଢ଼ାଉ କେବେ?

ହରଭଙ୍ଗା ବେଆଇନ ବାଲି ଡିପୋ: ବାଲି ମାଫିଆ ସକ୍ରିୟ, ଖଣି ବିଭାଗ ନିରବ ଦ୍ରଷ୍ଟା ସାଜିଛି

MCL National Excellence Award

MCL National Excellence Award: ଜିଏମ ଅଶୋକ କୁମାର ଧଳଙ୍କୁ ଜାତୀୟ ସ୍ତରର ଉତ୍କର୍ଷ ପୁରସ୍କାର

Jharsuguda Dacoity Case

Jharsuguda Dacoity Case: ଡକାୟତି ପୂର୍ବରୁ ମାଡ଼ି ବସିଲା ପୁଲିସ୍ "୫ ଅଭିଯୁକ୍ତ ଗିରଫ"

Orissa Mirror Odia

©2025 Orissa Mirror. All Rights Reserved

Reach Us

  • Home
  • About Us
  • Contact Us
  • Privacy Policy

Follow Us

Social icon element need JNews Essential plugin to be activated.
No Result
View All Result
  • ରାଜ୍ୟ
  • ଦେଶ-ବିଦେଶ
  • ଅପରାଧ
  • ଜିଲ୍ଲା
    • ଭୁବନେଶ୍ୱର
    • କଟକ
    • ତାଳଚେର
    • ଝାରସୁଗୁଡା
    • ବୌଦ୍ଧ
    • ଅନୁଗୁଳ
  • ରାଜନୀତି
  • ଖେଳ
  • ବାଣିଜ୍ୟ
  • ମନୋରଞ୍ଜନ
  • ସ୍ପେଶାଲ୍ ରିପୋର୍ଟ
  • ସ୍ୱାସ୍ଥ୍ୟ
    • ଜୀବନ ଚର୍ଯ୍ୟା

©2025 Orissa Mirror. All Rights Reserved