ଝାରସୁଗୁଡ଼ା(ବିଜୟ ଶଙ୍କର ଦାଶ) : ଅନେକ ସମୟରେ ଦୁଇଟି ଥାନାର ସୀମାକୁ ନେଇ ମାମଲା ରୁଜୁ ହେବାରେ ବିଳମ୍ୱ ହୋଇଥାଏ l ଏପରି ଏକ ଘଟଣା ଝାରସୁଗୁଡ଼ାରେ ଦେଖିବାକୁ ମିଳିଛି l ହେଲେ ଦୁଇଟି ଥାନାରେ ମାମଲା ରୁଜୁ ହେଉ ନ ଥିବାରୁ ଅଭିଯୋଗକାରୀ ଆରକ୍ଷୀ ଅଧିକ୍ଷକ Gundala Reddy Raghavendra ଙ୍କ ଦ୍ବାରସ୍ଥ ହୋଇଥିଲେ l ମାମଲାଟି ବିଚାର କରି ଆରକ୍ଷୀ ଅଧିକ୍ଷକ Raghavendra ସଦର ଥାନାଧିକାରୀଙ୍କୁ ନିର୍ଦ୍ଧେଶ ଦେବାପରେ ମାମଲାଟି ରୁଜୁ ହୋଇଛି l
ସୂଚନା ଅନୁସାରେ ଝାରସୁଗୁଡ଼ା ପୂର୍ଣା ଅଞ୍ଚଳର ସୁଦୀପ ଗାଙ୍ଗୁଲି ଜଣେ ଅଟୋ ଚାଳକ l ଋଣ ନେବା ପୂର୍ବରୁ ଗତ ୨୮ ତାରିଖ ନିଜର ସିଭିଲ ସ୍କୋର ଯାଞ୍ଚ କରିବାରୁ ଗାଙ୍ଗୁଲି ଜାଣିବାକୁ ପାଇଲେ ବାଇକ ଋଣକୁ ନେଇ ସେ ସ୍ଥାନୀୟ ଏକ ବେସରକାରୀ ବ୍ୟାଙ୍କରେ ଗ୍ୟାରେଣ୍ଟର ଅଛନ୍ତି l ଏନେଇ ସଂପୃକ୍ତ ବ୍ୟାଙ୍କ୍ ମ୍ୟାନେଜରଙ୍କ ସହ ଆଲୋଚନା ପରେ ୟୁପିର ଶୋଭରାମ ନାମକ ଜଣେ ଯୁବକ ସ୍ଥାନୀୟ ଅଞ୍ଚଳର ଏକ ସୋରୁମରୁ ଏକ ବାଇକ ଋଣରେ ନେଇଥିବା ବେଳେ ଗାଙ୍ଗୁଲି ସେଥିରେ ଗ୍ୟାରେଣ୍ଟର ଅଛନ୍ତି ବୋଲି ଜାଣିବାକୁ ପାଇଥିଲେ ଗାଙ୍ଗୁଲି l କାଗଜପତ୍ର ଜାଲିଆତି କରି ତାଙ୍କୁ ଗ୍ୟାରେଣ୍ଟର କରିଥିବା ଜାଣିବା ପରେ ପ୍ରଥମେ ଟାଉନ ଥାନା ଓ ପରେ ସଦର ଥାନାକୁ ଯାଇଥିଲେ l ହେଲେ ଘଟଣାଟି ତାଙ୍କ ଥାନା ଅଧୀନରେ ନଥିବା ଦର୍ଶାଇ ଟାଉନ ଥାନା ଓ ସଦର ଥାନା ମାମଲା ରୁଜୁ କରି ନ ଥିଲେ l ଏନେଇ ଗାଙ୍ଗୁଲି ଆରକ୍ଷୀ ଅଧିକ୍ଷକଙ୍କୁ ଲିଖିତ ଅଭିଯୋଗ କରିଥିଲେ l ଅଭିଯୋଗ ପରେ ଶ୍ରୀରାମ ଫାଇନାନ୍ସର ମ୍ୟାନେଜର ଭବାନୀ ଭଇଁସାଲ, ଶ୍ରୀରାମ ଫାଇନାନ୍ସର ଏଜେଣ୍ଟ ଡଲି ଓ ଋଣରେ ବାଇକ ନେଇଥିବା ଶୋଭାରାମ ବିରୁଦ୍ଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ସଦର ଥାନାଧିକାରୀ ସ୍ଵପ୍ନାରାଣୀ ଗୋଚ୍ଛାୟତ ସୂଚନା ଦେଇଛନ୍ତି l













