Orissa Mirror Odia
Social icon element need JNews Essential plugin to be activated.
ସବସ୍କ୍ରାଇବ କରନ୍ତୁ
  • ରାଜ୍ୟ
  • ଦେଶ-ବିଦେଶ
  • ଅପରାଧ
  • ଜିଲ୍ଲା
    • ଭୁବନେଶ୍ୱର
    • କଟକ
    • ତାଳଚେର
    • ଝାରସୁଗୁଡା
    • ବୌଦ୍ଧ
    • ଅନୁଗୁଳ
  • ରାଜନୀତି
  • ଖେଳ
  • ବାଣିଜ୍ୟ
  • ମନୋରଞ୍ଜନ
  • ସ୍ପେଶାଲ୍ ରିପୋର୍ଟ
  • ସ୍ୱାସ୍ଥ୍ୟ
    • ଜୀବନ ଚର୍ଯ୍ୟା
Orissa Mirror Odia

Youth’s Document Forgery Case Jharsuguda: ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଧେଶ ପରେ ମାମଲା ରୁଜୁ

ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶ ପାଇବା ପରେ ଝାରସୁଗୁଡା ସଦର ଥାନା ପୋଲିସ ଜାଲିଆତି ଅଭିଯୋଗରେ ଅଭିଯୁକ୍ତ ଙ୍କ ବିରୋଧରେ ଏଫଆଇଆର ରୁଜୁ କରିଛି।

by Bureauom
November 2, 2025
in ଅପରାଧ, ଜିଲ୍ଲା, ଝାରସୁଗୁଡା
A A
Youth’s Document Forgery Case Jharsuguda

ଝାରସୁଗୁଡ଼ା(ବିଜୟ ଶଙ୍କର ଦାଶ) : ଅନେକ ସମୟରେ ଦୁଇଟି ଥାନାର ସୀମାକୁ ନେଇ ମାମଲା ରୁଜୁ ହେବାରେ ବିଳମ୍ୱ ହୋଇଥାଏ l ଏପରି ଏକ ଘଟଣା ଝାରସୁଗୁଡ଼ାରେ ଦେଖିବାକୁ ମିଳିଛି l ହେଲେ ଦୁଇଟି ଥାନାରେ ମାମଲା ରୁଜୁ ହେଉ ନ ଥିବାରୁ ଅଭିଯୋଗକାରୀ ଆରକ୍ଷୀ ଅଧିକ୍ଷକ Gundala Reddy Raghavendra ଙ୍କ ଦ୍ବାରସ୍ଥ ହୋଇଥିଲେ l ମାମଲାଟି ବିଚାର କରି ଆରକ୍ଷୀ ଅଧିକ୍ଷକ Raghavendra ସଦର ଥାନାଧିକାରୀଙ୍କୁ ନିର୍ଦ୍ଧେଶ ଦେବାପରେ ମାମଲାଟି ରୁଜୁ ହୋଇଛି l

ସୂଚନା ଅନୁସାରେ ଝାରସୁଗୁଡ଼ା ପୂର୍ଣା ଅଞ୍ଚଳର ସୁଦୀପ ଗାଙ୍ଗୁଲି ଜଣେ ଅଟୋ ଚାଳକ l ଋଣ ନେବା ପୂର୍ବରୁ ଗତ ୨୮ ତାରିଖ ନିଜର ସିଭିଲ ସ୍କୋର ଯାଞ୍ଚ କରିବାରୁ ଗାଙ୍ଗୁଲି ଜାଣିବାକୁ ପାଇଲେ ବାଇକ ଋଣକୁ ନେଇ ସେ ସ୍ଥାନୀୟ ଏକ ବେସରକାରୀ ବ୍ୟାଙ୍କରେ ଗ୍ୟାରେଣ୍ଟର ଅଛନ୍ତି l ଏନେଇ ସଂପୃକ୍ତ ବ୍ୟାଙ୍କ୍ ମ୍ୟାନେଜରଙ୍କ ସହ ଆଲୋଚନା ପରେ ୟୁପିର ଶୋଭରାମ ନାମକ ଜଣେ ଯୁବକ ସ୍ଥାନୀୟ ଅଞ୍ଚଳର ଏକ ସୋରୁମରୁ ଏକ ବାଇକ ଋଣରେ ନେଇଥିବା ବେଳେ ଗାଙ୍ଗୁଲି ସେଥିରେ ଗ୍ୟାରେଣ୍ଟର ଅଛନ୍ତି ବୋଲି ଜାଣିବାକୁ ପାଇଥିଲେ ଗାଙ୍ଗୁଲି l କାଗଜପତ୍ର ଜାଲିଆତି କରି ତାଙ୍କୁ ଗ୍ୟାରେଣ୍ଟର କରିଥିବା ଜାଣିବା ପରେ ପ୍ରଥମେ ଟାଉନ ଥାନା ଓ ପରେ ସଦର ଥାନାକୁ ଯାଇଥିଲେ l ହେଲେ ଘଟଣାଟି ତାଙ୍କ ଥାନା ଅଧୀନରେ ନଥିବା ଦର୍ଶାଇ ଟାଉନ ଥାନା ଓ ସଦର ଥାନା ମାମଲା ରୁଜୁ କରି ନ ଥିଲେ l ଏନେଇ ଗାଙ୍ଗୁଲି ଆରକ୍ଷୀ ଅଧିକ୍ଷକଙ୍କୁ ଲିଖିତ ଅଭିଯୋଗ କରିଥିଲେ l ଅଭିଯୋଗ ପରେ ଶ୍ରୀରାମ ଫାଇନାନ୍ସର ମ୍ୟାନେଜର ଭବାନୀ ଭଇଁସାଲ, ଶ୍ରୀରାମ ଫାଇନାନ୍ସର ଏଜେଣ୍ଟ ଡଲି ଓ ଋଣରେ ବାଇକ ନେଇଥିବା ଶୋଭାରାମ ବିରୁଦ୍ଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ସଦର ଥାନାଧିକାରୀ ସ୍ଵପ୍ନାରାଣୀ ଗୋଚ୍ଛାୟତ ସୂଚନା ଦେଇଛନ୍ତି l

Bureauom

Bureauom

Next Post
Cyber Security Awareness Campaign

ସାଇବର ସୁରକ୍ଷା ସଚେତନତା ଅଭିଯାନ : ବୌଦ୍ଧ ଟାଉନହଲ୍‌ରେ ଆୟୋଜିତ

ବେଆଇନ ବାଲି ଡିପୋରେ ଚଢ଼ାଉ କେବେ?

ହରଭଙ୍ଗା ବେଆଇନ ବାଲି ଡିପୋ: ବାଲି ମାଫିଆ ସକ୍ରିୟ, ଖଣି ବିଭାଗ ନିରବ ଦ୍ରଷ୍ଟା ସାଜିଛି

MCL National Excellence Award

MCL National Excellence Award: ଜିଏମ ଅଶୋକ କୁମାର ଧଳଙ୍କୁ ଜାତୀୟ ସ୍ତରର ଉତ୍କର୍ଷ ପୁରସ୍କାର

Jharsuguda Dacoity Case

Jharsuguda Dacoity Case: ଡକାୟତି ପୂର୍ବରୁ ମାଡ଼ି ବସିଲା ପୁଲିସ୍ "୫ ଅଭିଯୁକ୍ତ ଗିରଫ"

Talcher Kartikeswar Puja

Talcher Kartikeswar Puja: ତାଳଚେରରେ ଧୁମଧାମରେ ପୂଜା ପାଇଲେ ବାବା କାର୍ତ୍ତିକେଶ୍ୱର

Orissa Mirror Odia

©2025 Orissa Mirror. All Rights Reserved

Reach Us

  • Home
  • About Us
  • Contact Us
  • Privacy Policy

Follow Us

Social icon element need JNews Essential plugin to be activated.
No Result
View All Result
  • ରାଜ୍ୟ
  • ଦେଶ-ବିଦେଶ
  • ଅପରାଧ
  • ଜିଲ୍ଲା
    • ଭୁବନେଶ୍ୱର
    • କଟକ
    • ତାଳଚେର
    • ଝାରସୁଗୁଡା
    • ବୌଦ୍ଧ
    • ଅନୁଗୁଳ
  • ରାଜନୀତି
  • ଖେଳ
  • ବାଣିଜ୍ୟ
  • ମନୋରଞ୍ଜନ
  • ସ୍ପେଶାଲ୍ ରିପୋର୍ଟ
  • ସ୍ୱାସ୍ଥ୍ୟ
    • ଜୀବନ ଚର୍ଯ୍ୟା

©2025 Orissa Mirror. All Rights Reserved