Orissa Mirror Odia
Social icon element need JNews Essential plugin to be activated.
ସବସ୍କ୍ରାଇବ କରନ୍ତୁ
  • ରାଜ୍ୟ
  • ଦେଶ-ବିଦେଶ
  • ଅପରାଧ
  • ଜିଲ୍ଲା
    • ଭୁବନେଶ୍ୱର
    • କଟକ
    • ତାଳଚେର
    • ଝାରସୁଗୁଡା
    • ବୌଦ୍ଧ
    • ଅନୁଗୁଳ
  • ରାଜନୀତି
  • ଖେଳ
  • ବାଣିଜ୍ୟ
  • ମନୋରଞ୍ଜନ
  • ସ୍ପେଶାଲ୍ ରିପୋର୍ଟ
  • ସ୍ୱାସ୍ଥ୍ୟ
    • ଜୀବନ ଚର୍ଯ୍ୟା
Orissa Mirror Odia

ପରିବହନ ବିଭାଗ ର ବେପୁରିଆ ନୀତି, ଡ୍ରାଇଭିଂ ଲାଇସେନ୍ସ ଥାଇ ମଧ୍ୟ କଟୁଛି ଚାଲାଣ

ଡ୍ରାଇଭିଂ ଲାଇସେନ୍ସ ଥିଲେ ସତ୍ୱେ ୫ ହଜାର ଟଙ୍କା ର ଚାଲାଣ କଟିବା ନେଇ ଶ୍ରମିକ ନେତାଙ୍କ ଅସନ୍ତୋଷ

by Bureauom
November 4, 2025
in ଅନୁଗୁଳ, ତାଳଚେର
A A
ପରିବହନ ବିଭାଗ ର ବେପୁରିଆ ନୀତି

ତାଳଚେର(ବିଜୟ କୁମାର ଦେବତା): ବୈଧ ଡ୍ରାଇଭିଂ ଲାଇସେନ୍ସ ଥିବା ସତ୍ବେ କଟିଛି ଚାଲାଣ। ତାଳଚେର ପରିବହନ ବିଭାଗର ଏଭଳି ଅଜବ ନୀତି ଆପଣାଇଛି ବୋଲି ଅଭିଯୋଗ କରିଛନ୍ତି ତାଳଚେରର ଜଣେ ବିଶିଷ୍ଟ ଶ୍ରମିକ ନେତା। ଶ୍ରମିକ ନେତା ଆନନ୍ଦ ଚନ୍ଦ୍ର ଆଚାର୍ଯ୍ୟଙ୍କ ସୂଚନା ଅନୁସାରେ, ସେ ନିଜ ମୋଟର ସାଇକେଲ (ନଂ ଓଡ଼ି ୩୫ବି ୪୮୭୦) କୁ ଚଳାଇ ଏକ ଜରୁରୀ କାମରେ ଯାଉଥିଲେ। ତେବେ ସେ ତରତରରେ ହେଲମେଟ ନ ପିନ୍ଧି ଗାଡ଼ି ଚଳାଇଥିବାରୁ ତାଙ୍କର ଏକ ସ୍ଵାଭାବିକ ଚାଲାଣ କଟିଥିଲା, ଯାହାକି ଏକ ହଜାର ଟଙ୍କା ହେବା କଥା। ତେବେ ବିନା ହେଲମେଟ ଚାଲାଣ ସହିତ ତାଙ୍କ ଡ୍ରାଇଭିଂ ଲାଇସେନ୍ସ ନଥିବା ଦର୍ଶାଇ ଆଉ ୫ ହଜାର ଟଙ୍କା ଅଧିକ ଚାଲାଣ ମିଶି ମୋଟ ୬ ହଜାର ଟଙ୍କା କଟିଥିବାର ଜାଣି ସେ ତାଳଚେର ପରିବହନ ବିଭାଗ କାର୍ଯ୍ୟାଳୟକୁ ଯାଇ ଦାୟିତ୍ୱରେ ଥିବା ସଂପୃକ୍ତ କର୍ମଚାରୀଙ୍କୁ ଏ ସଂପର୍କରେ ପଚାରିଥିଲେ। କିନ୍ତୁ ତାଙ୍କୁ ସେଠାରୁ କୌଣସି ସନ୍ତୋଷଜନକ ଉତ୍ତର ମିଳିନଥିଲା ଏବଂ ଯୋଗାଯୋଗର ୧୦ ମିନିଟ ପରେ ତାଙ୍କ ଡିଏଲ୍ ଟିକୁ ରଦ୍ଦ କରି ଦିଆଯାଇଥିଲା। ଏପରିକି ସେ ହେଲମେଟ ନ ପିନ୍ଧିଥିବା ଯୋଗୁଁ କଟିଥିବା ଚାଲାଣର ପ୍ରାପ୍ୟ ଦେବାକୁ ଅନଲାଇନ ଜରିଆରେ ଚେଷ୍ଟା କରି ମଧ୍ୟ ବିଫଳ ହୋଇଛନ୍ତି ବୋଲି ଶ୍ରୀ ଆଚାର୍ଯ୍ୟ ପ୍ରକାଶ କରିଛନ୍ତି।

ତେବେ ଶ୍ରୀ ଆଚାର୍ଯ୍ୟଙ୍କ ଡ୍ରାଇଭିଂ ଲାଇସେନ୍ସର ବୈଧତା ୨୦୩୦ ମସିହା ଯାଏଁ ଥିବା ସତ୍ବେ କାହିଁକି ତାଙ୍କ ଚାଲାଣ କଟିଛି ତାହାକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି। ଡ୍ରାଇଭିଂ ଲାଇସେନ୍ସ ଥିବା ସତ୍ବେ ତାଳଚେର ପରିବହନ ବିଭାଗ ପକ୍ଷରୁ କେଉଁ ଉଦ୍ଦେଶ୍ୟ ନେଇ ଏଭଳି ମନଇଚ୍ଛା ଚାଲାଣ କଟାଯାଇଛି, ତାହାପ୍ରତି ବିଭାଗୀୟ ଉଚ୍ଚ କର୍ତୃପକ୍ଷ ତଥା ମନ୍ତ୍ରୀ ବିଶେଷ ଦୃଷ୍ଟି ଦେଇ ଅନିୟମିତତା କରୁଥିବା ସମ୍ପୃକ୍ତ କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶ୍ରୀ ଆଚାର୍ଯ୍ୟ ଦାବି କରିଛନ୍ତି।

Bureauom

Bureauom

Next Post
କେବେ କାର୍ଯ୍ୟକ୍ଷମ ହେବ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ନୂତନ କୋଠା ?

କେବେ କାର୍ଯ୍ୟକ୍ଷମ ହେବ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ନୂତନ କୋଠା ? ବଢୁଛି ଜନ ଅସନ୍ତୋଷ

ସମସ୍ଯା ଘେରରେ ତାଳଚେର

ସମସ୍ଯା ଘେରରେ ତାଳଚେର: କାହାରି ନାହିଁ ଏହାପ୍ରତି ନଜର !!

୨୦୦ଫୁଟ ଲମ୍ବର ବୋଇତ ଭସାଇଲେ ଶ୍ରଦ୍ଧାଳୁ

ସର୍ଭର ଡାଉନ ପାଇଁ ପ୍ରାୟ ଘଣ୍ଟାଏ ବିଳମ୍ବରେ ସେଣ୍ଟରକୁ ଗଲେ ଛାତ୍ରୀଛାତ୍ର

ସ୍ଲୋ ପଏଜନ ଦେଉଛି ବେଦାନ୍ତ

ସ୍ଲୋ ପଏଜନ ଦେଉଛି ବେଦାନ୍ତ: ମାଟି, ପାଣି, ପବନ ସବୁଥିରେ ବିଷ

Orissa Mirror Odia

©2025 Orissa Mirror. All Rights Reserved

Reach Us

  • Home
  • About Us
  • Contact Us
  • Privacy Policy

Follow Us

Social icon element need JNews Essential plugin to be activated.
No Result
View All Result
  • ରାଜ୍ୟ
  • ଦେଶ-ବିଦେଶ
  • ଅପରାଧ
  • ଜିଲ୍ଲା
    • ଭୁବନେଶ୍ୱର
    • କଟକ
    • ତାଳଚେର
    • ଝାରସୁଗୁଡା
    • ବୌଦ୍ଧ
    • ଅନୁଗୁଳ
  • ରାଜନୀତି
  • ଖେଳ
  • ବାଣିଜ୍ୟ
  • ମନୋରଞ୍ଜନ
  • ସ୍ପେଶାଲ୍ ରିପୋର୍ଟ
  • ସ୍ୱାସ୍ଥ୍ୟ
    • ଜୀବନ ଚର୍ଯ୍ୟା

©2025 Orissa Mirror. All Rights Reserved