Orissa Mirror Odia
Social icon element need JNews Essential plugin to be activated.
ସବସ୍କ୍ରାଇବ କରନ୍ତୁ
  • ରାଜ୍ୟ
  • ଦେଶ-ବିଦେଶ
  • ଅପରାଧ
  • ଜିଲ୍ଲା
    • ଭୁବନେଶ୍ୱର
    • କଟକ
    • ତାଳଚେର
    • ଝାରସୁଗୁଡା
    • ବୌଦ୍ଧ
    • ଅନୁଗୁଳ
  • ରାଜନୀତି
  • ଖେଳ
  • ବାଣିଜ୍ୟ
  • ମନୋରଞ୍ଜନ
  • ସ୍ପେଶାଲ୍ ରିପୋର୍ଟ
  • ସ୍ୱାସ୍ଥ୍ୟ
    • ଜୀବନ ଚର୍ଯ୍ୟା
Orissa Mirror Odia

ସ୍ଲୋ ପଏଜନ ଦେଉଛି ବେଦାନ୍ତ: ମାଟି, ପାଣି, ପବନ ସବୁଥିରେ ବିଷ

ମରୁଛନ୍ତି ଶତାଧିକ, ଅକର୍ମଣ୍ୟ ହେଉଛନ୍ତି ମୃତକଙ୍କ ସଂଖ୍ୟାର ଦୁଇ ଗୁଣା

by Bureauom
November 6, 2025
in ଝାରସୁଗୁଡା
A A
ସ୍ଲୋ ପଏଜନ ଦେଉଛି ବେଦାନ୍ତ

ଝାରସୁଗୁଡ଼ା(ଜିତେନ୍ଦ୍ରିୟ ଦେବତା): ପ୍ରକୃତି, ପରିବେଶ ଏବେ ଅଣନିଶ୍ବାସୀ । ମାଟି, ପାଣି, ପବନରେ ବିଷ । ବିକାଶ ନାଁରେ ସ୍ଲୋ ପଏଜନ ଦେଉଛି ବେଦାନ୍ତ । ଶିଳ୍ପ ଆସିଲେ ଅଞ୍ଚଳର ବିକାଶ ହେବ, ସମସ୍ତେ ରୋଜଗାର ପାଇବେ କିନ୍ତୁ ଏଠି କିନ୍ତୁ ଦେଖିବାକୁ ମିଳୁଛି ଓଲଟା ଚିତ୍ର । ବିକାଶ ବଦଳରେ ମିଳୁଛି ପ୍ରଦୂଷଣ । ପ୍ରତିବର୍ଷ ଦୁର୍ଘଟଣା ରେ ଗଡୁଛି ଶହେରୁ ଅଧିକ ଲୋକଙ୍କ ମୂଲ୍ଯବାନ ଜୀବନ, ଅକର୍ମଣ୍ୟ ହୋଇ ଅନ୍ୟ ପାଇଁ ବୋଝ ଉପରେ ଲଳିତା ବିଡା ସାଜୁଛନ୍ତି ମୃତକଙ୍କଠାରୁ ଅଧିକ । ଏହା ଆମେ କହୁଛୁ ଶିଳ୍ପ ସମୃଦ୍ଧ ଝାରସୁଗୁଡ଼ା ଉପରେ ଏକ ଅନୁସଂଧାନ ମୂଳକ ଖବର । ପ୍ରତିଟି ଲାଇନ ରେ ରହିଛି ଝାରସୁଗୁଡ଼ାବାସୀଙ୍କ ଅସନ୍ତୋଷ ଓ ଆକ୍ରୋଶ ହେବାର କଥା, ଚାଷ ହରାଇଥିବା ଚାଷୀର କଥା, ଆତ୍ମୀୟ ସ୍ଵଜନଙ୍କୁ ହରାଇଥିବା ଲୋକଙ୍କ କଥା ଏବଂ ନିଜେ ଅକର୍ମଣ୍ୟ ସାଜି ଦାନର ପାତ୍ର ସାଜିଥିବା ଅସହାୟଙ୍କ ଅଙ୍ଗେନିଭା କଥା।

ଖବରଟିକୁ ସମ୍ପୂର୍ଣ୍ଣ ପଢ଼ି ସାରିଲା ପରେ ଆପଣ ବି ହୃଦୟଙ୍ଗମ କରି ପାରିବେ ଆମେ କେତେ ଆଗେଇଛନ୍ତି ନାଁ ଅଟକି ଯାଇଛନ୍ତି । ୨୦୦୮ ଝାରସୁଗୁଡ଼ା ଜିଲ୍ଲା ଶିଳ୍ପ ଇତିହାସରେ ଯୋଡ଼ି ହେଲା ନୂଆ ଫର୍ଦ୍ଦ । ଭୁର୍କାମୁଣ୍ଡାରେ ପ୍ରତିଷ୍ଠା ହେଲା ବୃହତ୍ ଆଲୁମିନିଅମ ଶିଳ୍ପ ବେଦାନ୍ତ । ଆରମ୍ଭ ହେଲା ସିନା ବିକାଶରେ ପର୍ବ, ଅନ୍ୟପଟେ ସ୍ଲୋ ପଏଜନ ଯନ୍ତାରେ ପଡ଼ିଲେଣି ଜିଲ୍ଲାବାସୀ । ରାସ୍ତାରେ ଗଲେ ଦୁର୍ଘଟଣା ଭୟ, ମାଟିରେ ମିଶୁଛି ବିଷ ପାଉଁଶ, ଜଳାଶୟରେ ମିସୁଛି ବେଦାନ୍ତ ର ପାଉଁଶ ଗୁଣ୍ଡ, ପବନ ବି ଏଠି ନେବା କାଠିକର ପାଠ ।

କେବଳ ବେଦାନ୍ତ ନୁହେଁ ଏକାଧିକ କଳ କାରଖାନା ଗଢି ଉଠିଛି ଜିଲ୍ଲା ରେ । ଗୋଟିଏ ପଟେ ଏକାଧିକ ରାଜ୍ୟ ତଥା ରାଜ୍ୟ ବାହାର ଲୋକେ ରୋଜଗାର ଅନ୍ୱେଷଣରେ ଝାରସୁଗୁଡ଼ା ମୁହାଁ । ୨୦୦୮ ପରଠାରୁ ଝାରସୁଗୁଡ଼ାରେ ଜନସଂଖ୍ୟା ଅହେତୁକ ବୃଦ୍ଧି ପାଇଥିବା ବେଳେ ସେହି ଅନୁପାତରେ ବଢ଼ି ଚାଲିଛି ଯାନବାହାନ ସଂଖ୍ୟା । ଅନ୍ୟ ପଟେ ପ୍ରତ୍ୟେକ ଦିନ ହଜାର ହଜାର ସଂଖ୍ୟାରେ ଭାରୀ ଯାନବାହାନ କଳ କାରଖାନା ମାନଙ୍କୁ କଞ୍ଚାମାଲ ପରିବହନ ପାଇଁ ଆସୁଛନ୍ତି ଓ ଫେରୁଛନ୍ତି । ପ୍ରସନ୍ନ ପଣ୍ଡା ଛକରୁ ବଡମାଲ ବିଜୁ ପଟ୍ଟନାୟକ ଛକ ପାଲଟିଛି ବେଦାନ୍ତ ର ଅଘୋଷିତ ପାର୍କିଂ । ଝାରସୁଗୁଡା ଜିଲ୍ଲା ଲଖନପୂର୍, ବସୁନ୍ଧରା, ତାଳଚେର ରୁ ପ୍ରତିଦିନ ଆସୁଛି ଶହଶହ ଭାରିଯାନ ।

ନିୟମ ଅନୁସାରେ ଭାରୀ ଯାନବାହାନଙ୍କ ପାଇଁ ସମସ୍ତ କଳ କାରଖାନା ନିଜର ସ୍ୱତନ୍ତ୍ର ପାର୍କିଂ ବ୍ୟବସ୍ଥା କରିବା କଥା । ହେଲେ ଅଧିକାଂଶ ସମୟରେ ଝାରସୁଗୁଡା ପ୍ରସନ୍ନ ପଣ୍ଡା ଛକ ଠାରୁ ଖେରୁଆଲ ପର୍ଯ୍ୟନ୍ତ ଶହ ଶହ ଭାରୀ ଯାନବାହାନ ରାସ୍ତା କଡ଼ରେ ପାର୍କିଂ କରୁଥିବା ଦେଖାଯାଉଛି । ପଥିକଠାରୁ ଆରମ୍ଭ କରି ବାଇକ୍ ଓ ସାଇକଲ ଆରୋହୀମାନେ ସବୁବେଳେ ବିପଦ ବଳୟରେ ରହୁଛନ୍ତି । ସାତ ରୁ ଆଠ କିଲୋମିଟର ରାସ୍ତା ରେ ଯାତାୟାତ କରିବା ବିପଦପୂର୍ଣ । କେତେବେଳେ ଘରକୁ ଫେରିବେ ତାହା କହିବା ବି କଷ୍ଟ । ବାଇକ କିମ୍ବା ସାଇକେଲ ରେ ଯାତାୟାତ କଲାବେଳେ ଉଡୁଥିବା ପାଉଁଶଗୁଣ୍ଡ ଆଖିରେ ପଡି ଦୁର୍ଘଟଣା ର ଶିକାର ହେଉଛନ୍ତି ପଥଚାରୀ । କେବଳ ସେତିକି ନୁହଁ ଏହି ପାଉଁଶଗୁଣ୍ଡ ପାଇଁ ଅନେକ ରୋଗାକ୍ରାନ୍ତ ମଧ୍ୟ ହେଉଛନ୍ତି ବୋଲି ଅଭିଯୋଗ କରୁଛନ୍ତି ଲୋକେ ।

ବିଶେଷ କରି ସରବାହାଲ ଠାରୁ ବଡ଼ମାଲ ଛକ ପର୍ଯ୍ୟନ୍ତ ରାସ୍ତାର ଦୁଇ ପାର୍ଶ୍ବରେ ବେଦାନ୍ତ କୁ ଆସୁଥିବା ଓ ଫେରୁଥିବା ଭାରୀ ଯାନବାହାନ ଗୁଡିକ ଘଣ୍ଟା ଘଣ୍ଟା ଧରି ରାସ୍ତାର ଉଭୟ ପାର୍କିଂ ବିପଦ ସୃଷ୍ଟି କରୁଛି । ଅନେକ ସମୟରେ ଓଭରଲୋଡିଂ ଓ ବେଆଇନ ପାର୍କିଂ ବିରୋଧରେ ଝାରସୁଗୁଡ଼ାରେ ମିଳିତ ଏନଫୋର୍ସମେଣ୍ଟ କରାଯାଇଥିଲା । ଜାତୀୟ ଏବଂ ରାଜ୍ୟ ରାଜପଥ ପାର୍ଶ୍ଵରେ ସ୍ଵତନ୍ତ୍ର ଟିମ୍ ଗଠନ କରି ଯାଞ୍ଚ କରି ଫାଇନ ମଧ୍ୟ ଆଦାୟ କରାଯାଉଛି, ହେଲେ ଯେମିତି ଚେକିଙ୍ଗ କୁ କଡାକଡି କରିବା କଥା ସେମିତି ଆଖିଦୃଶିଆ ପଦକ୍ଷେପ ନେଉନଥିବା ଅଭିଯୋଗ କରୁଛନ୍ତି ଲୋକେ । ବିଶେଷ କରି ସନ୍ଧ୍ୟା ପରେ ହୋଇଯାଏ ଅଘୋଷିତ ଟ୍ରକ ଟର୍ମିନାଲ ।

ହେଲେ କେଉଁ କାରଣକୁ ନେଇ ଜିଲ୍ଲା ପ୍ରଶାସନ ମୌନ ଧାରଣ ଗ୍ରହଣ କଲା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି । କାହିଁକି ବେଦାନ୍ତ କଥା ଆସିଲେ ସମସ୍ତେ ଏଠି ଚୁପ, ତାହା ଏବେ ବଡ ପ୍ରଶ୍ନ । ସରବାହାଲ ଠାରୁ ବଡ଼ମାଲ ଛକ ପର୍ଯ୍ୟନ୍ତ ରାସ୍ତାର ଦୁଇ ପାର୍ଶ୍ବରେ ନୋପାର୍କିଂ ସୂଚନା ଫଳକ ଲଗାଇବା ସହ ନିୟମ ଉଲଂଘନକାରୀ ଚାଳକଙ୍କ ସହ ସଂପୃକ୍ତ କମ୍ପାନୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି । ବାରମ୍ବାର ଜିଲ୍ଲା ପ୍ରଶାସନ ନିକଟରେ ହାଜର ହୋଇ ସମସ୍ୟା ସମାଧାନ କରିବାକୁ କହୁଥିବା ବେଦାନ୍ତର ସ୍ଥାନୀୟ କର୍ତ୍ତୃପକ୍ଷ ସାଜିଛନ୍ତି ନିଦାବିଷ୍ଣୁ । ବୃହତ୍ ସ୍ବାର୍ଥ ନୁହେଁ କମ୍ପାନୀ ଖୁସ ପଳିଶିରେ ଯେମିତି ବାନ୍ଧି ହୋଇ ଲୋ ବିଷ ବଳୟରେ ବନ୍ଧା ପକାଇ ଦେଇ ସ୍ଲୋ ପଏଜନ ଦେଉଛି ବେଦାନ୍ତ ବୋଲି ଜୋରଦାର ଚର୍ଚ୍ଚା ହେଉଛି ।

Bureauom

Bureauom

Next Post
ବିଶ୍ବର ସବୁଠାରୁ ଅଧିକ ଋଣଗ୍ରସ୍ତ ଦେଶ କିଏ?

ବିଶ୍ବର ସବୁଠାରୁ ଅଧିକ ଋଣଗ୍ରସ୍ତ ଦେଶ କିଏ? ଭାରତ ର ସ୍ଥାନ କେତେ ଜାଣନ୍ତି କି?

ନୂଆପଡାରେ ଭୋଟର ସୂଚନା ପତ୍ର ଓ ଭୋଟର ମାର୍ଗ ଦର୍ଶିକା ପୁସ୍ତିକା ବିତରଣ

ନୂଆପଡାରେ ଭୋଟର ସୂଚନା ପତ୍ର ଓ ଭୋଟର ମାର୍ଗ ଦର୍ଶିକା ପୁସ୍ତିକା ବିତରଣ

ବାଲିଯାତ୍ରାରେ ଉଦଘାଟିତ ହେଲା ବୟନିକା

ବାଲିଯାତ୍ରାରେ ଉଦଘାଟିତ ହେଲା ବୟନିକା ଦ୍ୱାରା ଆୟୋଜିତ ସ୍ୱତନ୍ତ୍ର ହସ୍ତତନ୍ତ ମେଳା

କଟକ ରୂପା ତାରକସି ପାଭିଲିଅନ୍ ଉଦଘାଟିତ

କଟକ ରୂପା ତାରକସି ପାଭିଲିଅନ୍ ଉଦଘାଟିତ

PMP ମେଡ଼ିକାଲ କଲେଜରେ ବାରମ୍ବାର ବିଦ୍ୟୁତ୍ କାଟ

PMP ମେଡ଼ିକାଲ କଲେଜରେ ବାରମ୍ବାର ବିଦ୍ୟୁତ୍ କାଟ, ରୋଗୀ ସମେତ ଡ଼ାକ୍ତର ହନ୍ତସନ୍ତ

Orissa Mirror Odia

©2025 Orissa Mirror. All Rights Reserved

Reach Us

  • Home
  • About Us
  • Contact Us
  • Privacy Policy

Follow Us

Social icon element need JNews Essential plugin to be activated.
No Result
View All Result
  • ରାଜ୍ୟ
  • ଦେଶ-ବିଦେଶ
  • ଅପରାଧ
  • ଜିଲ୍ଲା
    • ଭୁବନେଶ୍ୱର
    • କଟକ
    • ତାଳଚେର
    • ଝାରସୁଗୁଡା
    • ବୌଦ୍ଧ
    • ଅନୁଗୁଳ
  • ରାଜନୀତି
  • ଖେଳ
  • ବାଣିଜ୍ୟ
  • ମନୋରଞ୍ଜନ
  • ସ୍ପେଶାଲ୍ ରିପୋର୍ଟ
  • ସ୍ୱାସ୍ଥ୍ୟ
    • ଜୀବନ ଚର୍ଯ୍ୟା

©2025 Orissa Mirror. All Rights Reserved