Orissa Mirror Odia
Social icon element need JNews Essential plugin to be activated.
ସବସ୍କ୍ରାଇବ କରନ୍ତୁ
  • ରାଜ୍ୟ
  • ଦେଶ-ବିଦେଶ
  • ଅପରାଧ
  • ଜିଲ୍ଲା
    • ଭୁବନେଶ୍ୱର
    • କଟକ
    • ତାଳଚେର
    • ଝାରସୁଗୁଡା
    • ବୌଦ୍ଧ
    • ଅନୁଗୁଳ
  • ରାଜନୀତି
  • ଖେଳ
  • ବାଣିଜ୍ୟ
  • ମନୋରଞ୍ଜନ
  • ସ୍ପେଶାଲ୍ ରିପୋର୍ଟ
  • ସ୍ୱାସ୍ଥ୍ୟ
    • ଜୀବନ ଚର୍ଯ୍ୟା
Orissa Mirror Odia

ରାଷ୍ଟ୍ରୀୟ ଏକତା ଦିବସରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ

by Bureauom
November 6, 2025
in ବୌଦ୍ଧ
A A
ରାଷ୍ଟ୍ରୀୟ ଏକତା ଦିବସରେ ବିଭିନ୍ନ ପ୍ରତିଯୋଗିତା

ବୌଦ୍ଧ(ସର୍ବେଶ୍ୱର କ୍ଷେତି): ଜିଲ୍ଲା ସଂଗ୍ରହାଳୟଠାରେ ସର୍ଦ୍ଦାର ବଲ୍ଲବ ଭାଇ ପଟେଲଙ୍କ ୧୫୦ତମ ଜୟନ୍ତୀ ତଥା ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ପଦଯାତ୍ରା ଉପଲକ୍ଷେ କ୍ରୀଡା ଓ ଯୁବ ସେବା ବିଭାଗ ଏବଂ ମାଇଁ ଭାରତ ମିଳିତ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ଓଡ଼ିଆ ବକ୍ତୃତା, ଓଡ଼ିଆ ପ୍ରବନ୍ଧ, ସ୍ଲୋଗାନ ଲିଖନ, ପୋଷ୍ଟର, ଚିତ୍ରାଙ୍କନ ପ୍ରତିଯୋଗିତା ଉଭୟ ଉଚ୍ଚ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟସ୍ତରରେ ଅନୁଷ୍ଠିତ ହୋଇଯାଇଛି l ସମସ୍ତ ପ୍ରତିଯୋଗିତାର ବିଚାରକ ଭାବେ ଅବସରପ୍ରାପ୍ତ ପ୍ରଧାନ ଆଚାର୍ଯ୍ୟ ଶ୍ୟାମ ସୁନ୍ଦର ମହାପାତ୍ର, ଓଡିଶା ସଂଗୀତ ନାଟକ ଏକାଡେମୀର ସଦସ୍ୟ ବସନ୍ତ କୁମାର ସାହୁ, ସାହିତ୍ୟିକ ରମେଶ ପ୍ରସାଦ ମେହେର, ନୀଳ ଲୋହିତ ମହାପାତ୍ର, ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ମହାନ୍ତି, ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର ମହାପାତ୍ର, ସହକାରୀ ଶିକ୍ଷକ ନବ କିଶୋର ଦୀପ, ଗୋପାଳ କୁମାର ଅମାତ, କଳା ଶିକ୍ଷକ ସ୍ୱସ୍ତିକା ବିଶି ଯୋଗ ଦେଇ ଦାୟିତ୍ୱ ତୁଲାଇ ଥିଲେ l

ଜିଲ୍ଲା କ୍ରୀଡା ଅଧିକାରୀ ଅକ୍ରୁର କୁମାର ଯାନୀଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂହ, ମାଇଁ ଭାରତର ଆସମାନ ମହାକୁଡ଼, ଶିକ୍ଷକ ନବ କିଶୋର ଦୀପ, ଗୋପାଳ ଅମାତ, କନିଷ୍ଠ ରାଜସ୍ବ ସହାୟକ ଲୋକନାଥ ମେହେର, ଗ୍ରନ୍ଥଗାରିକ ଅକ୍ଷୟ କୁମାର ମହାକୁଡ଼, ଜିଲ୍ଲା ପାଠଗାର କର୍ମଚାରୀ ଜିତେନ୍ଦ୍ର କୁମାର ମହାନ୍ତି, ବୀର କିଶୋର କର୍ମୀ, ଜିଲ୍ଲା ସଂଗ୍ରହାଳୟର କର୍ମଚାରୀ ଅମରେଶ ପାଣିଗ୍ରାହୀ, ସଚ୍ଚିନ ପ୍ରଧାନ, ଜୟଦେବ ବେହେରା, ବାବୁଲାଲ ନାୟକ, ମାନସ ବେହେରା ଏବଂ ଜିଲ୍ଲା ଷ୍ଟାଡିୟମର କର୍ମଚାରୀମାନେ ସହଯୋଗ କରିଥିଲେ l ଜିଲ୍ଲା ସଂସ୍କୃତି ଅଧିକାରୀ ଅକ୍ରୁର କୁମାର ଯାନୀ ସ୍ୱାଗତ ଭାଷଣ, ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ କାର୍ଯ୍ୟକ୍ରମ ଶେଷରେ ମାଇଁ ଭାରତର ଅସମାନ ମହାକୁଡ଼ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

Bureauom

Bureauom

Next Post
ବିକ୍ରି ହେବ ବିଶ୍ବପ୍ରସିଦ୍ଧ ପୁରୀ ରଥଯାଚ୍ରାରେ ବ୍ୟବହୃତ ରଥ ଅଂଶ

ବିକ୍ରି ହେବ ବିଶ୍ବପ୍ରସିଦ୍ଧ ପୁରୀ ରଥଯାଚ୍ରାରେ ବ୍ୟବହୃତ ରଥ ଅଂଶ

ମହାନଦୀ ତଟ ବିକାଶ ପାଇଁ ଖର୍ଚ୍ଚ ହେବ ଦୁଇ ଶହ କୋଟି

ମହାନଦୀ ତଟ ବିକାଶ ପାଇଁ ଖର୍ଚ୍ଚ ହେବ ଦୁଇ ଶହ କୋଟି

ସ୍ବଚ୍ଛତା ପାଇଁ ଏକାଠି ହେଲେ ପିଲାଠୁ ବୟସ୍କ

ସ୍ବଚ୍ଛତା ପାଇଁ ଏକାଠି ହେଲେ ପିଲାଠୁ ବୟସ୍କ: ଖୋଲାରେ ମଳତ୍ୟାଗ କଲେ ୫ଶହ, ନିଶା ଖାଇଲେ ୫ହଜାର ଫାଇନ

ବୌଦ୍ଧରେ ଉଦଯାପିତ ହେଲା ଆଦର୍ଶ ସଂସଦ କାର୍ଯ୍ୟାଳୟ

ବୌଦ୍ଧରେ ଉଦଯାପିତ ହେଲା ଆଦର୍ଶ ସଂସଦ କାର୍ଯ୍ୟାଳୟ

ଗାଁରେ ପହଞ୍ଚିଲା ପ୍ରବାସୀ ଶ୍ରମିକଙ୍କ ମୃତଦେହ

ଗାଁରେ ପହଞ୍ଚିଲା ପ୍ରବାସୀ ଶ୍ରମିକଙ୍କ ମୃତଦେହ: ଗାଁ ରେ ଶୋକାକୁଳ ପରିବେଶ

Orissa Mirror Odia

©2025 Orissa Mirror. All Rights Reserved

Reach Us

  • Home
  • About Us
  • Contact Us
  • Privacy Policy

Follow Us

Social icon element need JNews Essential plugin to be activated.
No Result
View All Result
  • ରାଜ୍ୟ
  • ଦେଶ-ବିଦେଶ
  • ଅପରାଧ
  • ଜିଲ୍ଲା
    • ଭୁବନେଶ୍ୱର
    • କଟକ
    • ତାଳଚେର
    • ଝାରସୁଗୁଡା
    • ବୌଦ୍ଧ
    • ଅନୁଗୁଳ
  • ରାଜନୀତି
  • ଖେଳ
  • ବାଣିଜ୍ୟ
  • ମନୋରଞ୍ଜନ
  • ସ୍ପେଶାଲ୍ ରିପୋର୍ଟ
  • ସ୍ୱାସ୍ଥ୍ୟ
    • ଜୀବନ ଚର୍ଯ୍ୟା

©2025 Orissa Mirror. All Rights Reserved