Orissa Mirror Odia
Social icon element need JNews Essential plugin to be activated.
ସବସ୍କ୍ରାଇବ କରନ୍ତୁ
  • ରାଜ୍ୟ
  • ଦେଶ-ବିଦେଶ
  • ଅପରାଧ
  • ଜିଲ୍ଲା
    • ଭୁବନେଶ୍ୱର
    • କଟକ
    • ତାଳଚେର
    • ଝାରସୁଗୁଡା
    • ବୌଦ୍ଧ
    • ଅନୁଗୁଳ
  • ରାଜନୀତି
  • ଖେଳ
  • ବାଣିଜ୍ୟ
  • ମନୋରଞ୍ଜନ
  • ସ୍ପେଶାଲ୍ ରିପୋର୍ଟ
  • ସ୍ୱାସ୍ଥ୍ୟ
    • ଜୀବନ ଚର୍ଯ୍ୟା
Orissa Mirror Odia

ବିକ୍ରି ହେବ ବିଶ୍ବପ୍ରସିଦ୍ଧ ପୁରୀ ରଥଯାଚ୍ରାରେ ବ୍ୟବହୃତ ରଥ ଅଂଶ

ଜଗନ୍ନାଥଙ୍କ ରଥ ଚକ ମୂଲ୍ୟ ୩ ଲକ୍ଷ, ବଳଭଦ୍ରଙ୍କ ତାଳଧ୍ବଜ ରଥ ଚକ ମୂଲ୍ୟ ୨ ଲକ୍ଷ, ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଚକ ମୂଲ୍ୟ ଦେଢ଼ ଲକ୍ଷ

by Bureauom
November 7, 2025
in ରାଜ୍ୟ
A A
ବିକ୍ରି ହେବ ବିଶ୍ବପ୍ରସିଦ୍ଧ ପୁରୀ ରଥଯାଚ୍ରାରେ ବ୍ୟବହୃତ ରଥ ଅଂଶ

ପୁରୀ: ବିକ୍ରି ହେବ ବିଶ୍ବପ୍ରସିଦ୍ଧ ପୁରୀ ରଥଯାଚ୍ରାରେ ବ୍ୟବହୃତ ରଥ ଅଂଶ । ସେଥିପାଇଁ ପ୍ରକିୟା ଆରମ୍ଭ ହୋଇଛି । ଏଥିପାଇଁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ଆବେଦନ ପ୍ରକ୍ରିୟା । ୨୦୨୫ ରଥଯାତ୍ରାରେ ବ୍ୟବହୃତ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ, ବଳଭଦ୍ରଙ୍କ ତାଳଧ୍ବଜ, ଓ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥର ବିଭିନ୍ନ ଅଂଶ ବିକ୍ରି ପାଇଁ ଏସଓପି ପ୍ରସ୍ତୁତ କରିଛି ପ୍ରଶାସନ । କିଛି ଦିନ ପୂର୍ବରୁ ଶ୍ରୀଜିଉଙ୍କ ସେବାରେ ବ୍ୟବହୃତ ତିନୋଟି ରଥର ଚକ ଓ ଅନ୍ୟ ଉପକରଣ ବିକ୍ରି ପାଇଁ ଆବେଦନ ଆହ୍ବାନ କରିଥିଲା ଶ୍ରୀମନ୍ଦିର ପ୍ରଶାସନ । ତେବେ ଏଥିରେ ସମସ୍ୟା ହେବାରୁ ବିକ୍ରି ପାଇଁ ଦ୍ୱିତୀୟ ପର୍ଯ୍ୟାୟ ପଦକ୍ଷେପ ନେଇଛି ଶ୍ରୀମନ୍ଦିର ପ୍ରଶାସନ । ଚଳିତ ମାସ ୧୦ ତାରିଖକୁ ଆବେଦନର ଶେଷ ତାରିଖ ଧାର୍ଯ୍ୟ କରାଯାଇଥିବାବେଳେ ରଥଚକର ମୂଲ୍ୟ ଧାର୍ଯ୍ୟ କରାଯାଇଛି । ନିର୍ଦ୍ଧାରିତ ମୂଲ୍ୟ ଅନୁସାରେ ରଥ ଚକର ମୂଲ୍ୟ ୩ ଲକ୍ଷ ଟଙ୍କା ରଖାଯାଇଛି ।

ରଥ ଚକ, ଗୁଜ, ଅଂଶୁ ଉପଯୁକ୍ତ ଦରରେ ବିକ୍ରି ନେଇ ପୁଣି ପ୍ରୟାସ କରିଛି ପ୍ରଶାସନ । ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଚକର ମୂଲ୍ୟ ୩ ଲକ୍ଷ ଟଙ୍କାରେ ବିକ୍ରି ନେଇ ବିଜ୍ଞପ୍ତି ଜାରି କରିଛି ଶ୍ରୀମନ୍ଦିର ପ୍ରଶାସନ । ଏଥି ପାଇଁ ହଜାରେ ଟଙ୍କା ସହ ଆବେଦନ କରିବାକୁ ହେବ । ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ବଜ ରଥ ଚକ ଦାମ ୨ ଲକ୍ଷ, ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥର ଚକର ମୂଲ୍ୟ ୧.୫ ଲକ୍ଷ ହୋଇଥିବାବେଳେ ପ୍ରତ୍ୟେକ ରଥର ଗୁଜ ଓ ଅଂଶୁଆରି ଦାମ ୧୫ ହଜାର ଟଙ୍କା ନିର୍ଦ୍ଧାରଣ କରାଯାଇଛି । ଆବେଦନ ଶେଷ ତାରିଖର ୧୫ ଦିନ ଭିତରେ ନିର୍ଦ୍ଧାରିତ ଦାମ ଦେଇଥିବା ଭକ୍ତ କିମ୍ବା ଅନୁଷ୍ଠାନକୁ ମିଳିବ ଏହି ସାମଗ୍ରୀ ।

ତେବେ ରଥ ଚକକୁ କିଣି ନେଉଥିବା ଅନୁଷ୍ଠାନ ଶ୍ରୀମନ୍ଦିର ଓ ଶ୍ରୀଜଗନ୍ନାଥ ସଂସ୍କୃତି ଅନୁସାରେ ଏହାକୁ ସମ୍ମାନ ଦେବା ଉଚିତ । ଶ୍ରୀମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ଜାରି ହୋଇଥିବା ମାର୍ଗଦର୍ଶିକା କେମିତି ପାଳନ ହେବ ସେନେଇ ଦୃଷ୍ଟି ଦେବା ଉଚିତ ବୋଲି କିଛି ବରିଷ୍ଠ ସେବାୟତ କହିଛନ୍ତି । ସେପଟେ ଶ୍ରୀମନ୍ଦିର କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀ ଏ ନେଇ ସୂଚନା ଦେଇଛନ୍ତି ଯେ, ରଥର ବିଭିନ୍ନ ଅଂଶ କିଣା ପ୍ରକିୟାରେ ଭାଗ ନେଉଥିବା କିଛି ଭକ୍ତ ଓ ଅନୁଷ୍ଠାନକୁ ନଜରରେ ରଖି ପୁନଃ ପ୍ରକିୟା ଆରମ୍ଭ ହୋଇଛି ।

ତେବେ ଶ୍ରୀମନ୍ଦିର ଓ ଶ୍ରୀଜିଉଙ୍କ ସାମଗ୍ରୀର ଯେମିତି ମର୍ଯ୍ୟାଦା ରକ୍ଷା ହେବ ସେନେଇ କଡ଼ା ନିର୍ଦେଶ ରହିଛି । ଦିଲ୍ଲୀ ସ୍ଥିତ ସଂସଦ ଭବନ ପରିସରରେ ରଥ ଚକ ସ୍ଥାନିତ କରାଯିବ ବୋଲି ସୂଚନା ମିଳିଛି ।

Bureauom

Bureauom

Next Post
ମହାନଦୀ ତଟ ବିକାଶ ପାଇଁ ଖର୍ଚ୍ଚ ହେବ ଦୁଇ ଶହ କୋଟି

ମହାନଦୀ ତଟ ବିକାଶ ପାଇଁ ଖର୍ଚ୍ଚ ହେବ ଦୁଇ ଶହ କୋଟି

ସ୍ବଚ୍ଛତା ପାଇଁ ଏକାଠି ହେଲେ ପିଲାଠୁ ବୟସ୍କ

ସ୍ବଚ୍ଛତା ପାଇଁ ଏକାଠି ହେଲେ ପିଲାଠୁ ବୟସ୍କ: ଖୋଲାରେ ମଳତ୍ୟାଗ କଲେ ୫ଶହ, ନିଶା ଖାଇଲେ ୫ହଜାର ଫାଇନ

ବୌଦ୍ଧରେ ଉଦଯାପିତ ହେଲା ଆଦର୍ଶ ସଂସଦ କାର୍ଯ୍ୟାଳୟ

ବୌଦ୍ଧରେ ଉଦଯାପିତ ହେଲା ଆଦର୍ଶ ସଂସଦ କାର୍ଯ୍ୟାଳୟ

ଗାଁରେ ପହଞ୍ଚିଲା ପ୍ରବାସୀ ଶ୍ରମିକଙ୍କ ମୃତଦେହ

ଗାଁରେ ପହଞ୍ଚିଲା ପ୍ରବାସୀ ଶ୍ରମିକଙ୍କ ମୃତଦେହ: ଗାଁ ରେ ଶୋକାକୁଳ ପରିବେଶ

୧୫୦ତମ ବର୍ଷ ପୂର୍ତ୍ତି ଉତ୍ସବ ପାଳନ

୧୫୦ତମ ବର୍ଷ ପୂର୍ତ୍ତି ଉତ୍ସବ ପାଳନ: ବନ୍ଦେ ମାତରଂ ଗାନ ଏବଂ ଶପଥ ପାଠ

Orissa Mirror Odia

©2025 Orissa Mirror. All Rights Reserved

Reach Us

  • Home
  • About Us
  • Contact Us
  • Privacy Policy

Follow Us

Social icon element need JNews Essential plugin to be activated.
No Result
View All Result
  • ରାଜ୍ୟ
  • ଦେଶ-ବିଦେଶ
  • ଅପରାଧ
  • ଜିଲ୍ଲା
    • ଭୁବନେଶ୍ୱର
    • କଟକ
    • ତାଳଚେର
    • ଝାରସୁଗୁଡା
    • ବୌଦ୍ଧ
    • ଅନୁଗୁଳ
  • ରାଜନୀତି
  • ଖେଳ
  • ବାଣିଜ୍ୟ
  • ମନୋରଞ୍ଜନ
  • ସ୍ପେଶାଲ୍ ରିପୋର୍ଟ
  • ସ୍ୱାସ୍ଥ୍ୟ
    • ଜୀବନ ଚର୍ଯ୍ୟା

©2025 Orissa Mirror. All Rights Reserved