Orissa Mirror Odia
Social icon element need JNews Essential plugin to be activated.
ସବସ୍କ୍ରାଇବ କରନ୍ତୁ
  • ରାଜ୍ୟ
  • ଦେଶ-ବିଦେଶ
  • ଅପରାଧ
  • ଜିଲ୍ଲା
    • ଭୁବନେଶ୍ୱର
    • କଟକ
    • ତାଳଚେର
    • ଝାରସୁଗୁଡା
    • ବୌଦ୍ଧ
    • ଅନୁଗୁଳ
  • ରାଜନୀତି
  • ଖେଳ
  • ବାଣିଜ୍ୟ
  • ମନୋରଞ୍ଜନ
  • ସ୍ପେଶାଲ୍ ରିପୋର୍ଟ
  • ସ୍ୱାସ୍ଥ୍ୟ
    • ଜୀବନ ଚର୍ଯ୍ୟା
Orissa Mirror Odia

ମହାନଦୀ ତଟ ବିକାଶ ପାଇଁ ଖର୍ଚ୍ଚ ହେବ ଦୁଇ ଶହ କୋଟି

ସାବରମତୀ ରିଭରଫ୍ରଣ୍ଟ ଢାଞ୍ଚାରେ ହେବ ପ୍ରକଳ୍ପ,ରହିବ ୪୫ ବ୍ୟବସ୍ଥା

by Bureauom
November 7, 2025
in କଟକ
A A
ମହାନଦୀ ତଟ ବିକାଶ ପାଇଁ ଖର୍ଚ୍ଚ ହେବ ଦୁଇ ଶହ କୋଟି

କଟକ: ଜଳ ବିବାଦକୁ ନେଇ ଚର୍ଚାରେ ଥିବା ମହାନଦୀ ପୁଣି ଚର୍ଚାରେ । ଏଥର ବିବାଦ ନୁହେଁ ସୌନ୍ଦର୍ଯ୍ୟକୁ ନେଇ ହୋଇଛି ବଡ଼ ଯୋଜନା । ସୁନ୍ଦର ଦିଶିବ ମହାନଦୀ । ସାବରମତୀ ଢା଼ଞ୍ଚାରେ ମହାନଦୀ ତଟ ବିକାଶ ପାଇଁ ଖର୍ଚ୍ଚ ହେବ ଦୁଇ ଶହ କୋଟି ଟଙ୍କା । ମହାନଦୀ ତଟର ହେବ ବିକାଶ । ଏଥିପାଇଁ ପ୍ରସ୍ତୁତ ହୋଇଛି ବ୍ଲୁ ପ୍ରିଣ୍ଟ, ତିଆରି ହେଲାଣି ରୋଡ ମ୍ୟାପ, ପାଣ୍ଠି ବ୍ୟବସ୍ଥା କଲେଣି ରାଜ୍ୟ ସରକାର । ପ୍ରସ୍ତୁତି ଆରମ୍ଭ କଲଣି ମହାନଜୀ ତଟ କଟକ ଜିଲ୍ଲା ପ୍ରଶାସନ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଘୋଷଣା ସହ ଏହି ଯୋଜନା ଏବେ ଆଗକୁ ବଢ଼ିଛି ।

ବିଶ୍ବ ପ୍ରସିଦ୍ଧ କଟକର ଐତିହ୍ୟ ବାଲିଯାତ୍ରା ଉଦଘାଟନ ଅବସରରେ ମହାନଦୀ ରିଭର ଫ୍ରଣ୍ଟ ବିକାଶ ନେଇ ଘୋଷଣା କରଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମହାନଦୀ ରିଭର ଫ୍ରଣ୍ଟ ଯୋଜନାରେ ୨୦୦ କୋଟି ଟଙ୍କା ଖର୍ଚ୍ଚରେ କଟକ ମହାନଦୀ ତଟର ସୋନ୍ଦର୍ଯ୍ୟକରଣ ପାଇଁ ବିସ୍ତୃତ ଯୋଜନା ହୋଇଥିବା ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଖୁବଶୀଘ୍ର ମହାନଦୀ ପଠା ରେ ଥିବା ଧବଳେଶ୍ଵର ପୀଠ ଓ ନନ୍ଦୀକିଶୋର ପୀଠର ବିକାଶ କାର୍ଯ୍ୟ ଆରମ୍ଭ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

ଯୋଜନା ଅନୁସାରେ ନୂଆ ରୂପରେ ଝଲସିବ ମହାନଦୀ ପଠା । ଏଥିପାଇଁ ଖର୍ଚ୍ଚ ହେବ ୨୦୦ କୋଟି ଟଙ୍କା । ସାବରମତୀ ଢାଞ୍ଚାରେ ହେବ ମହାନଦୀ ତଟର ସୌନ୍ଦର୍ଯ୍ୟକରଣ କାମ । ନଦୀକୂଳରେ ସୃଷ୍ଟି ହେବ ନୂଆ ଜଙ୍ଗଲ । ତିଆରି ହେବ ପାର୍କ, ପାଦଚଲା ରାସ୍ତା, ଓପନ ଜିମ୍‌, ସ୍ପୋର୍ଟସ କମ୍ପ୍ଲେକ୍ସ । କେବଳ ଏତିକି ନୁହେଁ ପ୍ରକଳ୍ପରେ ସ୍ଥାନ ପାଇଭ ଓଡିଶା ହାଟ, ବଟର ଫ୍ଲାଇ ଗାର୍ଡେନ, ଐତିହ ଗ୍ରାମ, ଭଳି 45 ପ୍ରକାର ବ୍ୟବସ୍ଥା ।

ପ୍ରଥମ ପର୍ଯ୍ୟାୟରେ 3.5 କିଲୋମିଟର ପାଇଁ 38 କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି । ପ୍ରକଳ୍ପ ପାଇଁ ପ୍ଲାନ ପ୍ରସ୍ତୁତ ହୋଇସାରିଛି । ବନ ବିଭାଗ, ଜଳସମ୍ପଦ ବିଭାଗ ସହ କଟକ ଜିଲ୍ଲା ପ୍ରଶାସନ ଗ୍ରାଉଣ୍ଡ ରେ ସ୍ଥିତି ସମୀକ୍ଷା କରିଛନ୍ତି । ସାବରମତି ରିଭରଫ୍ରଣ୍ଟ ଭଳି ମହାନଦୀ କୂଳର ବିକାଶ ହେବ । ଲୋକଙ୍କ ଜୀବନ ଶୈଳୀ ରେ ପରିବର୍ତ୍ତନ ଆଣିବା ।

ମହାନଦୀ କୂଳର ବିକାଶ ହେଲେ ସୂର୍ଯ୍ୟୋଦୟ ରୁ ସୂର୍ଯ୍ୟାସ୍ତ ଯାଏ ମହାନଦୀ ର ଅପରୂପ ସୌନ୍ଦର୍ଯ୍ୟ କୁ ବି ଯେ କେହି ଉପଭୋଗ କରି ପାରିବେ । ଓଡିଶା ହାଟ, ବଟର ଫ୍ଲାଇ ଗାର୍ଡେନ, ଐତିହ ଗ୍ରାମ, ଭଳି 45 ପ୍ରକାର ବ୍ୟବସ୍ଥା ରହିବ ରିଭର ଫ୍ରଣ୍ଟ ପ୍ରକଳ୍ପରେ । ମହାନଦୀ କୁଳର 426 ଏକର ଜମି ମଧ୍ୟରୁ ବାଲିଯାତ୍ରା ପାଇଁ ବ୍ୟବହୃତ ସ୍ଥାନକୁ ବାଦ ଦେଇ ରିଭର ଫ୍ରଣ୍ଟ ଯୋଜନା କାର୍ଯ୍ୟକାରୀ କରାଯିବ । ଜୀବନରେଖା ମହାନଦୀ ତଟର ବିକାଶକୁ ନେଇ ନଦୀକୂଳିଆ ଲୋକଙ୍କ ମଧ୍ୟରେ ବେଶ ଖୁସି ପରଲକ୍ଷିତ ହୋଇଛି ।

Bureauom

Bureauom

Next Post
ସ୍ବଚ୍ଛତା ପାଇଁ ଏକାଠି ହେଲେ ପିଲାଠୁ ବୟସ୍କ

ସ୍ବଚ୍ଛତା ପାଇଁ ଏକାଠି ହେଲେ ପିଲାଠୁ ବୟସ୍କ: ଖୋଲାରେ ମଳତ୍ୟାଗ କଲେ ୫ଶହ, ନିଶା ଖାଇଲେ ୫ହଜାର ଫାଇନ

ବୌଦ୍ଧରେ ଉଦଯାପିତ ହେଲା ଆଦର୍ଶ ସଂସଦ କାର୍ଯ୍ୟାଳୟ

ବୌଦ୍ଧରେ ଉଦଯାପିତ ହେଲା ଆଦର୍ଶ ସଂସଦ କାର୍ଯ୍ୟାଳୟ

ଗାଁରେ ପହଞ୍ଚିଲା ପ୍ରବାସୀ ଶ୍ରମିକଙ୍କ ମୃତଦେହ

ଗାଁରେ ପହଞ୍ଚିଲା ପ୍ରବାସୀ ଶ୍ରମିକଙ୍କ ମୃତଦେହ: ଗାଁ ରେ ଶୋକାକୁଳ ପରିବେଶ

୧୫୦ତମ ବର୍ଷ ପୂର୍ତ୍ତି ଉତ୍ସବ ପାଳନ

୧୫୦ତମ ବର୍ଷ ପୂର୍ତ୍ତି ଉତ୍ସବ ପାଳନ: ବନ୍ଦେ ମାତରଂ ଗାନ ଏବଂ ଶପଥ ପାଠ

ହକି ଶତ ବାର୍ଷିକୀ ଉତ୍ସବ

ହକି ଶତ ବାର୍ଷିକୀ ଉତ୍ସବ: କାର୍ଯ୍ୟକ୍ରମ ରେ ଯୋଗଦେଲେ ଜିଲ୍ଲାପାଳ

Orissa Mirror Odia

©2025 Orissa Mirror. All Rights Reserved

Reach Us

  • Home
  • About Us
  • Contact Us
  • Privacy Policy

Follow Us

Social icon element need JNews Essential plugin to be activated.
No Result
View All Result
  • ରାଜ୍ୟ
  • ଦେଶ-ବିଦେଶ
  • ଅପରାଧ
  • ଜିଲ୍ଲା
    • ଭୁବନେଶ୍ୱର
    • କଟକ
    • ତାଳଚେର
    • ଝାରସୁଗୁଡା
    • ବୌଦ୍ଧ
    • ଅନୁଗୁଳ
  • ରାଜନୀତି
  • ଖେଳ
  • ବାଣିଜ୍ୟ
  • ମନୋରଞ୍ଜନ
  • ସ୍ପେଶାଲ୍ ରିପୋର୍ଟ
  • ସ୍ୱାସ୍ଥ୍ୟ
    • ଜୀବନ ଚର୍ଯ୍ୟା

©2025 Orissa Mirror. All Rights Reserved