Orissa Mirror Odia
Social icon element need JNews Essential plugin to be activated.
ସବସ୍କ୍ରାଇବ କରନ୍ତୁ
  • ରାଜ୍ୟ
  • ଦେଶ-ବିଦେଶ
  • ଅପରାଧ
  • ଜିଲ୍ଲା
    • ଭୁବନେଶ୍ୱର
    • କଟକ
    • ତାଳଚେର
    • ଝାରସୁଗୁଡା
    • ବୌଦ୍ଧ
    • ଅନୁଗୁଳ
  • ରାଜନୀତି
  • ଖେଳ
  • ବାଣିଜ୍ୟ
  • ମନୋରଞ୍ଜନ
  • ସ୍ପେଶାଲ୍ ରିପୋର୍ଟ
  • ସ୍ୱାସ୍ଥ୍ୟ
    • ଜୀବନ ଚର୍ଯ୍ୟା
Orissa Mirror Odia

ଦ୍ଵିତୀୟ ଇନଡୋର ଷ୍ଟାଡିଅମ ନିର୍ମାଣ କେବେ? ବଢୁଛି କ୍ରୀଡ଼ାବିତଙ୍କ ଅସନ୍ତୋଷ

by Bureauom
November 10, 2025
in ଖେଳ, ବୌଦ୍ଧ
A A
ଦ୍ଵିତୀୟ ଇନଡୋର ଷ୍ଟାଡିଅମ ନିର୍ମାଣ କେବେ?

ବୌଦ୍ଧ (ସର୍ବେଶ୍ୱର କ୍ଷେତି): ରାଜ୍ୟ ସରକାର କ୍ରୀଡ଼ାର ବିକାଶ ପାଇଁ ଭିତ୍ତିଭୂମି ସୁଦୃଢ଼ କରୁଛନ୍ତି l ଯାହା ଫଳରେ ଭଲ ଖେଳାଳି ସୃଷ୍ଟି ହେବା ସହ କ୍ରୀଡ଼ା କ୍ଷେତ୍ରରେ ବିକାଶ ମଧ୍ୟ ହେବ l ତୃଣମୂଳସ୍ତରରୁ କିଭଳି ଭାବରେ ଖେଳାଳି ବାହାରିବେ ସେଥିପାଇଁ ବ୍ଲକସ୍ତରରୁ ଷ୍ଟାଡିଅମ ନିର୍ମାଣ କରିବା ସହିତ ସରକାରଙ୍କ ତରଫରୁ ବିଭିନ୍ନ ପ୍ରତିଯୋଗିତାର ଆୟୋଜନ ମଧ୍ୟ କରାଯାଉଛି l ବୌଦ୍ଧ ଜିଲ୍ଲାରେ କ୍ରୀଡ଼ାର ବିକାଶ ପାଇଁ କ୍ରୀଡ଼ା ଭିତ୍ତିଭୂମିକୁ ସୁଦୃଢ଼ କରିବା ସକାଶେ ଜିଲ୍ଲା ଷ୍ଟାଡିଅମ, ଇନଡୋର ଷ୍ଟାଡିଅମ, ସନ୍ତରଣାଗାର ନିର୍ମାଣ କରାଯାଇଛି l

ବୌଦ୍ଧ ଜିଲ୍ଲା ଷ୍ଟାଡିଅମ ନିର୍ମାଣ କାର୍ଯ୍ୟ ୨୦୦୬ ମସିହାରୁ ଆରମ୍ଭ କରାଯାଇଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ଖେଳ ଉପଯୋଗୀ ହୋଇପାରି ନାହିଁ l ଅସଜଡ଼ା ଭିତ୍ତିଭୂମିରେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯାଇ ଖେଳାଳି ସୃଷ୍ଟି କରାଯାଉଛି l ସେହିଭଳି ୨୦୧୫ ମସିହାରେ ବୌଦ୍ଧ ଇନଡୋର ଷ୍ଟାଡିଅମ ଏବଂ ଜିମନାସିଅମ ଉଦଘାଟନ ହୋଇଥିଲା l ଇନଡୋର ଷ୍ଟାଡିଅମ ଉଦଘାଟନ ପରେ ଖେଳାଳିମାନଙ୍କ ମଧ୍ୟରେ ଅନେକ ଉତ୍ସାହ ଦେଖିବାକୁ ମିଳିଥିଲା l

କିନ୍ତୁ ବର୍ତ୍ତମାନ ଇନଡୋର ଷ୍ଟାଡିଅମରେ ବ୍ୟାଡ଼ମିଣ୍ଟନ, ଟେନିସ, ଭଲିବଲ, ବକ୍ସିଂ, କରାଟେ ଆଦି କ୍ରୀଡ଼ାର କୋଟ ସହିତ ଜିମ, ଯୋଗ ମଧ୍ୟ ରହିବାର ଆବଶ୍ୟକତା ଥିବା ବେଳେ କେବଳ ବ୍ୟାଡ଼ମିଣ୍ଟନ କୋଟ ରହିଛି l ଇନଡୋର ଷ୍ଟାଡିଅମରେ ସ୍ଥାନାଭାବ ସହିତ ଗ୍ୟାଲେରୀ ସମସ୍ୟା ମଧ୍ୟ ରହିଛି l ଫଳରେ କୌଣସି ପ୍ରତିଯୋଗିତା ହେଲେ ବିନା ଦର୍ଶକରେ ଆୟୋଜନ କରାଯାଉଛି l ଇନଡୋର ଭିତରେ ସ୍ଥାନାଭାବ ଯୋଗୁଁ ଅତିରିକ୍ତ ଖେଳାଳିମାନଙ୍କୁ ବାହାରେ ଟେଣ୍ଟ ବ୍ୟବସ୍ଥା କରି ବିଶ୍ରାମ ପାଇଁ ବସାଯାଉଛି l ଫଳରେ ଖେଳାଳିମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଉଛି l ଖେଳାଳିମାନଙ୍କ ପାଇଁ ଚେଞ୍ଜିଙ୍ଗ ରୁମର ସୁବିଧା ନଥିବାରୁ ବିଶେଷ କରି ମହିଳା ଖେଳାଳିମାନଙ୍କୁ ବିଭିନ୍ନ ସମୟରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି l ଟେନିସ, ଭଲିବଲ କୋଟ ନଥିବା ହେତୁ ଏହି ଖେଳ ପ୍ରତି ଆଗ୍ରହ ରଖୁଥିବା ଖେଳାଳିମାନେ ଆଗକୁ ଆସିପାରୁନାହାନ୍ତି l

ଅଭ୍ୟାସ ସମୟରେ ସ୍ଥାନାଭାବରେ ଅନେକ ଖେଳାଳିମାନଙ୍କୁ ବାହାରେ ଟେଣ୍ଟ ରଖି ବିଶ୍ରାମ କରିବାକୁ ପଡୁଛି । ଚେଞ୍ଜିଙ୍ଗ ରୁମ ନ ଥିବାରୁ ବିଶେଷକରି ମହିଳା ଖେଳାଳିମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଆଲୋକ ବ୍ୟବସ୍ଥା ମଧ୍ୟ ଯଥେଷ୍ଟ ନ ଥିବାରୁ ଖେଳ ସମୟରେ ସମସ୍ୟା ସୃଷ୍ଟି ହେଉଛି। ଏହି ସମସ୍ୟାଗୁଡିକ ଦେଖି କ୍ରୀଡ଼ାବିତମାନେ ଦ୍ଵିତୀୟ ମଲ୍ଟିପୁଲ ଇନଡୋର ଷ୍ଟାଡିଅମ ନିର୍ମାଣ ପାଇଁ ମତ ପ୍ରକାଶ କରିଛନ୍ତି। ନୂତନ ଷ୍ଟାଡିଅମ ନିର୍ମାଣ ହେଲେ ବିଭିନ୍ନ ଇନଡୋର ଖେଳ ପାଇଁ ଅଭ୍ୟାସ ସୁବିଧା ବଢିବ ଏବଂ ରାଜ୍ୟସ୍ତରୀୟ ପ୍ରତିଯୋଗିତା ଆୟୋଜନ ସମ୍ଭବ ହେବ ।

ରାଜ୍ୟ କ୍ରୀଡ଼ା ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ ବୌଦ୍ଧ ଗସ୍ତ ସମୟରେ ଜିଲ୍ଲା ବ୍ୟାଡ଼ମିଣ୍ଟନ ସଂଘ ପକ୍ଷରୁ ଏହି ଦାବି ଉଠାଯାଇଛି। ସେମାନେ ଜିଲ୍ଲାରେ ମଲ୍ଟିପୁଲ ଇନଡୋର ଷ୍ଟାଡିଅମ ନିର୍ମାଣ ଓ ଏକ ସ୍ଥାୟୀ କୋଚ ନିଯୁକ୍ତି ପାଇଁ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।

ସୂଚନା ଅନୁଯାୟୀ, ବୌଦ୍ଧ ଜିଲ୍ଲାରେ ବ୍ୟାଡ଼ମିଣ୍ଟନ, ଚେସ, କରାଟେ ଓ ଭଲିବଲ ଭଳି ଖେଳରେ ରାଜ୍ୟସ୍ତରୀୟ ପ୍ରତିଯୋଗିତା ହେଉଛି । ତୀରନ୍ଦାଜ ଖେଳାଳିମାନେ ଭିତ୍ତିଭୂମି ଅଭାବ ସତ୍ତ୍ୱେ ଜାତୀୟସ୍ତରରେ ଭଲ ପ୍ରଦର୍ଶନ କରୁଛନ୍ତି । କିନ୍ତୁ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ କ୍ରୀଡ଼ା ସୁବିଧା ନଥିବାରୁ ଯୁବ ପିଢ଼ିଙ୍କ ଖେଳ ପ୍ରତି ଆଗ୍ରହ ଦିନକୁ ଦିନ କମୁଛି । ତେଣୁ ବୌଦ୍ଧରେ ସମସ୍ତ ଇନଡୋର ଖେଳ ପାଇଁ ଉଚିତ ସୁବିଧା ସହ ଦ୍ଵିତୀୟ ଇନଡୋର ଷ୍ଟାଡିଅମ ନିର୍ମାଣ ଏକ ଜରୁରୀଆତିଆ ଆବଶ୍ୟକତା ହୋଇପଡିଛି ।

Bureauom

Bureauom

Next Post
ଆସୁଛି ପର୍ଯ୍ୟଟନ ଋତୁ

ଆସୁଛି ପର୍ଯ୍ୟଟନ ଋତୁ, "ଭିତ୍ତିଭୂମି ଥାଇ 'ଅବହେଳିତ ବୌଦ୍ଧ"

ଟ୍ରାଫିକ ନିୟମ ଉଲଙ୍ଘନକାରୀ ଗାଡ଼ି ଚାଳକଙ୍କୁ ଛଡ଼ା ଯିବ ନାହିଁ

ଟ୍ରାଫିକ ନିୟମ ଉଲଙ୍ଘନକାରୀ ଗାଡ଼ି ଚାଳକଙ୍କୁ ଛଡ଼ା ଯିବ ନାହିଁ : ଆରକ୍ଷୀ ଅଧିକ୍ଷକ

ବିପଦ ସଙ୍କୁଳ ତେଲେନ ନଦୀ ବ୍ରିଜ

ବିପଦ ସଙ୍କୁଳ ତେଲେନ ନଦୀ ବ୍ରିଜ,ଭୟଭୀତ ଗ୍ରାମବାସୀ

ଭୂବନେଶ୍ୱରୀ ମାଇନ୍ସରେ ଓଲଟିଲା ଡ଼ିଜେଲ ଟ୍ୟାଙ୍କର

ଭୂବନେଶ୍ୱରୀ ମାଇନ୍ସରେ ଓଲଟିଲା ଡ଼ିଜେଲ ଟ୍ୟାଙ୍କର, ଅଳ୍ପକେ ବର୍ତିଲେ ଚାଳକ

ତାଳଚେର ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଉଦ୍ଘାଟିତ

ତାଳଚେର ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଉଦ୍ଘାଟିତ

Orissa Mirror Odia

©2025 Orissa Mirror. All Rights Reserved

Reach Us

  • Home
  • About Us
  • Contact Us
  • Privacy Policy

Follow Us

Social icon element need JNews Essential plugin to be activated.
No Result
View All Result
  • ରାଜ୍ୟ
  • ଦେଶ-ବିଦେଶ
  • ଅପରାଧ
  • ଜିଲ୍ଲା
    • ଭୁବନେଶ୍ୱର
    • କଟକ
    • ତାଳଚେର
    • ଝାରସୁଗୁଡା
    • ବୌଦ୍ଧ
    • ଅନୁଗୁଳ
  • ରାଜନୀତି
  • ଖେଳ
  • ବାଣିଜ୍ୟ
  • ମନୋରଞ୍ଜନ
  • ସ୍ପେଶାଲ୍ ରିପୋର୍ଟ
  • ସ୍ୱାସ୍ଥ୍ୟ
    • ଜୀବନ ଚର୍ଯ୍ୟା

©2025 Orissa Mirror. All Rights Reserved