Orissa Mirror Odia
Social icon element need JNews Essential plugin to be activated.
ସବସ୍କ୍ରାଇବ କରନ୍ତୁ
  • ରାଜ୍ୟ
  • ଦେଶ-ବିଦେଶ
  • ଅପରାଧ
  • ଜିଲ୍ଲା
    • ଭୁବନେଶ୍ୱର
    • କଟକ
    • ତାଳଚେର
    • ଝାରସୁଗୁଡା
    • ବୌଦ୍ଧ
    • ଅନୁଗୁଳ
  • ରାଜନୀତି
  • ଖେଳ
  • ବାଣିଜ୍ୟ
  • ମନୋରଞ୍ଜନ
  • ସ୍ପେଶାଲ୍ ରିପୋର୍ଟ
  • ସ୍ୱାସ୍ଥ୍ୟ
    • ଜୀବନ ଚର୍ଯ୍ୟା
Orissa Mirror Odia

ତାଳଚେର ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଉଦ୍ଘାଟିତ

by Bureauom
November 11, 2025
in ଜିଲ୍ଲା, ତାଳଚେର
A A
ତାଳଚେର ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଉଦ୍ଘାଟିତ

ତାଳଚେର(ବିଜୟ କୁମାର ଦେବତା): ଓଡ଼ିଶା ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗ ପକ୍ଷରୁ ତାଳଚେର ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଦେଉଳବେଢା ଡି ସି ଆଇ କ୍ଳବ୍ ଠାରେ ଅନୁଷ୍ଠିତ ହୋଇଯାଇଅଛି , ମୁଖ୍ୟ ଅତିଥି ଭାବେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଉପସ୍ଥିତ ମହିଳା ଉଦ୍ୟଗି ,ପଶୁ ପାଳକ ,ମତ୍ସ୍ୟ ଉଦ୍ୟଗି ଓ କୃଷକ ମାନଙ୍କ ଉଦ୍ୟସରେ କହିଥିଲେ ଆଜିକାଲି ଚାଷର ପରିଭାଷା ବଦଳି ଯାଇଛି ,ସରକାର କୃଷକ ମାନଙ୍କ ନିମିତ୍ତ ବିଭିନ୍ନ ପ୍ରକାର ଯୌଥ ଉଦ୍ୟଗ ସୃଷ୍ଟି କରିଛନ୍ତି ,ଜଣେ ଚାଷୀ ବର୍ତ୍ତମାନ କୃଷି କାର୍ଯ୍ୟ ସହିତ ପଶୁ ପାଳନ , ଗାଈ ,ଛେଳି , କୁକୁଡ଼ା ସହିତ ମତ୍ସ୍ୟ ଚାଷ ମଧ୍ୟ କରି ଅଧିକ ଲାଭବାନ ହେଉଛନ୍ତି , ଗୋଟିଏ କ୍ଷେତ୍ରରେ କ୍ଷତି ସହିଲେ ତାର ଭରଣା ଅନ୍ୟାନ୍ୟ କ୍ଷେତ୍ରରୁ ଭରଣା କରି ଲାଭବାନ ହୋଇ ପାରୁଛି , ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗୀୟ ଅଧିକାରୀ ମାନେ କେବଳ ଅଫିସ ମଧ୍ୟରେ ବସିରହି ହିତାଧିକାରି ,ଉଦ୍ୟଗୀ ଓ କୃଷକ ମାନଙ୍କୁ ଅନ ଲାଇନ୍ ମଧ୍ୟରେ ଫର୍ମ ଫିଲପ୍ କରି ଆଵେଦନ କରିଦେବାକୁ ପରାମର୍ଶ ଦେବା ଅପେକ୍ଷା ସେମାନେ ବିଭିନ୍ନ ପଞ୍ଚାୟତ ଓ ଗ୍ରାମକୁ ଯାଇ ଲୋକମାନଙ୍କ ସହିତ ସିଧାସଳଖ ଆଲୋଚନା କରି ସେଇଠାରେ ଅନ ଲାଇନ ରେଜିଷ୍ଟ୍ରେସନ୍ କଲେ କୃଷକ ମାନେ ଅଧିକ ଉପକୃତ ହୋଇପାରିଵେ ବୋଲି ପ୍ରକାଶ କରିଥିଲେ ।

ଅନ୍ୟ ମାନଙ୍କ ମଧ୍ୟରେ ତାଳଚେର ବିଡ଼ିଓ ସୁଶାନ୍ତ କୁମାର୍ ବରାଳ ,ଜିଲ୍ଲା ସମବାୟ ବ୍ୟାଙ୍କ୍ ଅଧକ୍ଷ ସନ୍ତୋଷ କୁମାର ପ୍ରଧାନ ,୨୦ ନମ୍ୱର୍ ଜିଲ୍ଲାପରିଷଦ ସଭ୍ୟ ରିତାରାଣୀ ଦାସ , ସାଂସଦଙ୍କ ପ୍ରତିନିଧି ରାଜେନ୍ଦ୍ର ସିଂ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡା ସତ୍ୟନାରାୟଣ ସାହୁ ଜିଲ୍ଲା ମତ୍ସ୍ୟ ଅଧିକାରୀ ପ୍ରଶାନ୍ତ କୁମାର ପାଣିଗ୍ରାହୀ,ଉପଖଣ୍ଡ ଚିକିତ୍ସା ଅଧିକାରୀ ଡ. ସୁବାସ ଚନ୍ଦ୍ର ସାହୁ , ଭେଟେନରି ଅଫିସର୍ ତାଳଚେର ,ମତ୍ସ୍ୟ ଅଧିକାରୀ ତାଳଚେର ,, ବହୁ ସଂଖ୍ୟାରେ ସରପଞ୍ଚ ,ସମିତି ସଭ୍ୟ ଉପସ୍ଥିତ ଥିଲେ ,ମତ୍ସ୍ୟ ,କୁକୁଡ଼ା ପାଳନ , ଗୋ – ପାଳନ କ୍ଷେତ୍ରରେ ସଫଳତା ଲାଭ କରିଥିବା ଉଦ୍ୟଗି ମାନଙ୍କୁ ବିଧାୟକ ବ୍ରଜ କିଶୋର ପ୍ରଧାନ ମାନପତ୍ର ଦେଇ ସମ୍ମାନିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ବହୁସଂଖ୍ୟାରେ କୃଷକ ମାନେ ଉପସ୍ଥିତ ଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ ଚିନ୍ମୟୀ ଦାସ ସଭାପତିତ୍ବ କରିଥିଲେ ।

Bureauom

Bureauom

Next Post
ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଜନଶୁଣାଣୀ ଶିବିର

ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଜନଶୁଣାଣୀ ଶିବିର ,ଆରକ୍ଷୀ ଅଧିକ୍ଷକ ଅନୁପସ୍ଥିତ

ବରିଷ୍ଠ ନାଗରିକଙ୍କ ସହ ବିଧାୟକଙ୍କ ବୈଠକ

ବରିଷ୍ଠ ନାଗରିକଙ୍କ ସହ ବିଧାୟକଙ୍କ ବୈଠକ

ବିଗତ ଘଟଣାର ପୁନରାବୃତ୍ତି ନହେଉ

ବିଗତ ଘଟଣାର ପୁନରାବୃତ୍ତି ନହେଉ "ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ"

ତାଳଚେରରେ ଗୋରୁ ଗାଈ କେତେ ସୁରକ୍ଷିତ!

ତାଳଚେରରେ ଗୋରୁ ଗାଈ କେତେ ସୁରକ୍ଷିତ!

ମହିଳାଙ୍କୁ ସୁରକ୍ଷା ଯୋଗାଇ ଦେବାନେଇ ପ୍ରଶାସନକୁ ନିବେଦନ

ମହିଳାଙ୍କୁ ସୁରକ୍ଷା ଯୋଗାଇ ଦେବାନେଇ ପ୍ରଶାସନକୁ ନିବେଦନ

Orissa Mirror Odia

©2025 Orissa Mirror. All Rights Reserved

Reach Us

  • Home
  • About Us
  • Contact Us
  • Privacy Policy

Follow Us

Social icon element need JNews Essential plugin to be activated.
No Result
View All Result
  • ରାଜ୍ୟ
  • ଦେଶ-ବିଦେଶ
  • ଅପରାଧ
  • ଜିଲ୍ଲା
    • ଭୁବନେଶ୍ୱର
    • କଟକ
    • ତାଳଚେର
    • ଝାରସୁଗୁଡା
    • ବୌଦ୍ଧ
    • ଅନୁଗୁଳ
  • ରାଜନୀତି
  • ଖେଳ
  • ବାଣିଜ୍ୟ
  • ମନୋରଞ୍ଜନ
  • ସ୍ପେଶାଲ୍ ରିପୋର୍ଟ
  • ସ୍ୱାସ୍ଥ୍ୟ
    • ଜୀବନ ଚର୍ଯ୍ୟା

©2025 Orissa Mirror. All Rights Reserved