Orissa Mirror Odia
Social icon element need JNews Essential plugin to be activated.
ସବସ୍କ୍ରାଇବ କରନ୍ତୁ
  • ରାଜ୍ୟ
  • ଦେଶ-ବିଦେଶ
  • ଅପରାଧ
  • ଜିଲ୍ଲା
    • ଭୁବନେଶ୍ୱର
    • କଟକ
    • ତାଳଚେର
    • ଝାରସୁଗୁଡା
    • ବୌଦ୍ଧ
    • ଅନୁଗୁଳ
  • ରାଜନୀତି
  • ଖେଳ
  • ବାଣିଜ୍ୟ
  • ମନୋରଞ୍ଜନ
  • ସ୍ପେଶାଲ୍ ରିପୋର୍ଟ
  • ସ୍ୱାସ୍ଥ୍ୟ
    • ଜୀବନ ଚର୍ଯ୍ୟା
Orissa Mirror Odia

ପୋଡ଼ମ୍‌ପେଟାରେ କୂଳ ଲଂଘିଲା ସମୁଦ୍ର, ଗଞ୍ଜାମରେ ‘ମୋନ୍ଥା’ର ପ୍ରଭାବ ତୀବ୍ର

by Bureauom
October 29, 2025
in ରାଜ୍ୟ
A A
ପୋଡ଼ମ୍‌ପେଟାରେ କୂଳ ଲଂଘିଲା ସମୁଦ୍ର

ବ୍ରହ୍ମପୁର/ଛତ୍ରପୁର/ଗଞ୍ଜାମ: ଗଞ୍ଜାମ ଜିଲ୍ଲାରେ ବାତ୍ୟା ‘ମୋନ୍ଥା’ର ପ୍ରଭାବ ଦିନକୁ ଦିନ ବଢ଼ି ଚାଲିଛି। ବିଭିନ୍ନ ସ୍ଥାନରେ ଲଗାତାର ବର୍ଷା ସାଙ୍ଗକୁ ପବନର ବେଗ ଅଧିକ ରହିଥିବା ବେଳେ ଲୋକେ ଭୟଭୀତ ହୋଇପାରୁଛନ୍ତି। ବିଶେଷକରି ସମୁଦ୍ର ଉପକୂଳବର୍ତ୍ତୀ ପାଞ୍ଚଟି ବ୍ଲକ୍‌— ଗଞ୍ଜାମ, ଛତ୍ରପୁର, ଖଲ୍ଲିକୋଟ, ରଙ୍ଗେଇଲୁଣ୍ଡା ଓ ଚିକିଟିରେ ବାତ୍ୟାର ପ୍ରଭାବ ଅଧିକ ଦେଖାଯାଉଛି। ଏହାସହ ପାତ୍ରପୁର, ଚିକିଟି, ଦିଗପହଣ୍ଡି, ପୋଲସରା, କବିସୂର୍ଯ୍ୟନଗର ଓ ଗୋପାଳପୁର ଅଞ୍ଚଳରେ ବର୍ଷାର ତୀବ୍ରତା ବଢ଼ିଛି।

ସବୁଠୁ ଚିନ୍ତାଜନକ ପରିସ୍ଥିତି ଦେଖାଯାଇଛି ଗଞ୍ଜାମ ବ୍ଲକ୍‌ର ପୋଡ଼ମ୍‌ପେଟା ଅଞ୍ଚଳରେ, ଯେଉଁଠି ସମୁଦ୍ର କୂଳ ଲଂଘି ଭୂଭାଗକୁ ପ୍ରବେଶ କରିଛି। ତୀବ୍ର ତରଙ୍ଗରେ ସେଠାରେ ଥିବା ତିନୋଟି ଦରଭଙ୍ଗା ଘରର ଭଗ୍ନାବଶେଷ ପୂରାପୂରି ଧୋଇ ଯାଇଛି। ପ୍ରାୟ ଦଶ ବର୍ଷ ପୂର୍ବେ ସେଠାର ଜନବସତିକୁ ସିଦ୍ଧାନ୍ତନଗରକୁ ସ୍ଥାନାନ୍ତର କରାଯାଇଥିଲା, ଯାହା ଫଳରେ ବର୍ତ୍ତମାନ ସେଠି କେହି ରହୁନାହାନ୍ତି।

ଘଟଣା ଜାଣି ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଓ ପ୍ରଶାସନିକ ଅଧିକାରୀମାନେ ସ୍ଥଳସନ୍ଧାନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି। ସୁରକ୍ଷା ଦୃଷ୍ଟିକୋଣରୁ ପୋଡ଼ମ୍‌ପେଟାକୁ ଯିବା ରାସ୍ତାକୁ ସିଲ୍ କରାଯାଇଛି।

ଜିଲ୍ଲାପାଳ ଭି. କୀର୍ତ୍ତିଭାସନ୍‌ ସୂଚନା ଦେଇଛନ୍ତି ଯେ ଆଗାମୀ ୨୪ ଘଣ୍ଟା ଗଞ୍ଜାମ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ପ୍ରବଳରୁ ଅତି ପ୍ରବଳ ବର୍ଷା ସାଙ୍ଗକୁ ଜୋର ପବନ ଆଶଙ୍କା ରହିଛି। ପ୍ରଶାସନ ତରଫରୁ ତଳିଆ ଓ ଦୁର୍ଗମ ଅଞ୍ଚଳରୁ ଲୋକଙ୍କୁ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଛି। ଗତ ଦୁଇ ଦିନରେ ୬,୦୨୮ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେଇ ଆଶ୍ରୟସ୍ଥଳରେ ରଖାଯାଇଛି। ସେଠାରେ ରନ୍ଧାଖାଦ୍ୟ, ପାଣି ଓ ଅନ୍ୟାନ୍ୟ ଆବଶ୍ୟକ ସୁବିଧା ବ୍ୟବସ୍ଥା ହୋଇଛି।

ବିଭିନ୍ନ ଅଞ୍ଚଳରୁ ୯୭୦ ଗର୍ଭବତୀ ମହିଳାଙ୍କୁ ସୁରକ୍ଷାର୍ଥ ଡାକ୍ତରଖାନାକୁ ନେଇ ଚିକିତ୍ସା ସୁବିଧା ଯୋଗାଯାଇଛି। ପାତ୍ରପୁର ବିଧାୟକ ମନୋରଂଜନ ଦ୍ୟାନସାମନ୍ତରାୟ ମଧ୍ୟ ଆଙ୍କୁଲି ପଞ୍ଚାୟତର ଆଶ୍ରୟସ୍ଥଳ ସଭାରେ ପହଞ୍ଚି ଲୋକଙ୍କ ସହ ସମ୍ପର୍କ ସ୍ଥାପନ କରି ପ୍ରସ୍ତୁତି ତଦାରଖ କରିଛନ୍ତି।

ଜିଲ୍ଲାପାଳ କହିଛନ୍ତି ଯେ କୌଣସି ମତ୍ସ୍ୟଜୀବୀ ସମୁଦ୍ରରେ ନଥିବା ବେଳେ କୋଷ୍ଟ୍‌ଗାର୍ଡ଼ ତରଫରୁ ସମୁଦ୍ର ଉପରେ ନିରନ୍ତର ନଜର ରଖାଯାଉଛି। ଆନ୍ଧ୍ର ପ୍ରଦେଶରୁ ଆସିଥିବା ଟ୍ରଲର୍‌ଗୁଡିକୁ ଗୋପାଳପୁର ଓ ଆର୍ଯ୍ୟପଲ୍ଲୀ ବନ୍ଦର ଅଞ୍ଚଳରେ ଲଙ୍ଗର ପକାଇବା ପାଇଁ ଅନୁମତି ଦିଆଯାଇଛି ଓ ସମସ୍ତ ସୁବିଧା ଯୋଗାଯାଇଛି।

ଏହାସହିତ ଜିଲ୍ଲାରେ ଜରୁରିକାଳୀନ ପରିସ୍ଥିତି ପାଇଁ ୪ଟି ଓଡ୍ରାଫ୍‌ ଟିମ୍‌, ଦମକଳବାହିନୀ, ଏବଂ ଆର୍ମି ଏଡି କଲେଜର ଦୁଇଟି ଟିମ୍‌ ପ୍ରସ୍ତୁତ ରହିଛି।

ସକାଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭିଡିଓ କନ୍ଫରେନ୍ସ ମାଧ୍ୟମରେ ଗଞ୍ଜାମ ଜିଲ୍ଲାର ବାତ୍ୟା ପ୍ରସ୍ତୁତି ସମୀକ୍ଷା କରି ଲୋକଙ୍କ ଜୀବନ ଓ ସମ୍ପତ୍ତି ସୁରକ୍ଷାକୁ ପ୍ରାଥମିକତା ଦେବା ନିର୍ଦ୍ଦେଶ ଦେଇଛନ୍ତି। ବର୍ଷା ଶେଷରୁ ପରେ ତୁରନ୍ତ ଫସଲ ଓ କ୍ଷୟକ୍ଷତି ରିପୋର୍ଟ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନିଦେଶ ଦେଇଛନ୍ତି।

Bureauom

Bureauom

Next Post
ଆନ୍ଧ୍ର-ଓଡିଶା-ଯୋଗାଯୋଗ-ବିଚ୍ଛିନ୍ନ

ଆନ୍ଧ୍ର-ଓଡ଼ିଶା ଯୋଗାଯୋଗ ବିଚ୍ଛିନ୍ନ: ବାତ୍ୟା ‘ମୋନ୍ଥା’ ରେ ଯାତାୟାତ ବ୍ୟବସ୍ଥା ଠପ

ବ୍ରହ୍ମପୁର ନିର୍ବାଚନୀ ମକଦ୍ଦମା ମାମଲା

ବ୍ରହ୍ମପୁର ନିର୍ବାଚନୀ ମକଦ୍ଦମା ମାମଲା: ହାଇକୋର୍ଟ ଏସ୍‌ପିଙ୍କୁ ସୁରକ୍ଷା ନିର୍ଦ୍ଦେଶ

ଅଲ୍‌ କାଏଦା ସଂଯୋଗରେ ସଫ୍ଟୱେୟାର ଇଞ୍ଜିନିୟର ଗିରଫ

ଅଲ୍‌ କାଏଦା ସଂଯୋଗରେ ସଫ୍ଟୱେୟାର ଇଞ୍ଜିନିୟର ଗିରଫ | ଏଟିଏସ୍ ଚଢାଉରେ ଆତଙ୍କୀ ନେଟୱାର୍କ ଉଦ୍‌ଘାଟିତ

ସୁଭଦ୍ରା ଶକ୍ତି ସମାବେଶ ନିର୍ବାଚନ ଆଚରଣ ବିଧି ଉଲଂଘନ

ସୁଭଦ୍ରା ଶକ୍ତି ସମାବେଶ ନିର୍ବାଚନ ଆଚରଣ ବିଧି ଉଲଂଘନ: ନୂଆପଡାରେ ବିବାଦ

କଂଗ୍ରେସ ଆଦିବାସୀ ପ୍ରାର୍ଥୀ ନୂଆପଡ଼ା

କଂଗ୍ରେସ ଆଦିବାସୀ ପ୍ରାର୍ଥୀ ନୂଆପଡ଼ା ଉପନିର୍ବାଚନରେ ନୂତନ ରଣନୀତି ସହ ମଇଦାନରେ

Orissa Mirror Odia

©2025 Orissa Mirror. All Rights Reserved

Reach Us

  • Home
  • About Us
  • Contact Us
  • Privacy Policy

Follow Us

Social icon element need JNews Essential plugin to be activated.
No Result
View All Result
  • ରାଜ୍ୟ
  • ଦେଶ-ବିଦେଶ
  • ଅପରାଧ
  • ଜିଲ୍ଲା
    • ଭୁବନେଶ୍ୱର
    • କଟକ
    • ତାଳଚେର
    • ଝାରସୁଗୁଡା
    • ବୌଦ୍ଧ
    • ଅନୁଗୁଳ
  • ରାଜନୀତି
  • ଖେଳ
  • ବାଣିଜ୍ୟ
  • ମନୋରଞ୍ଜନ
  • ସ୍ପେଶାଲ୍ ରିପୋର୍ଟ
  • ସ୍ୱାସ୍ଥ୍ୟ
    • ଜୀବନ ଚର୍ଯ୍ୟା

©2025 Orissa Mirror. All Rights Reserved