Orissa Mirror Odia
Social icon element need JNews Essential plugin to be activated.
ସବସ୍କ୍ରାଇବ କରନ୍ତୁ
  • ରାଜ୍ୟ
  • ଦେଶ-ବିଦେଶ
  • ଅପରାଧ
  • ଜିଲ୍ଲା
    • ଭୁବନେଶ୍ୱର
    • କଟକ
    • ତାଳଚେର
    • ଝାରସୁଗୁଡା
    • ବୌଦ୍ଧ
    • ଅନୁଗୁଳ
  • ରାଜନୀତି
  • ଖେଳ
  • ବାଣିଜ୍ୟ
  • ମନୋରଞ୍ଜନ
  • ସ୍ପେଶାଲ୍ ରିପୋର୍ଟ
  • ସ୍ୱାସ୍ଥ୍ୟ
    • ଜୀବନ ଚର୍ଯ୍ୟା
Orissa Mirror Odia

ସୁଭଦ୍ରା ଶକ୍ତି ସମାବେଶ ନିର୍ବାଚନ ଆଚରଣ ବିଧି ଉଲଂଘନ: ନୂଆପଡାରେ ବିବାଦ

by Bureauom
October 29, 2025
in ରାଜନୀତି, ରାଜ୍ୟ
A A
ସୁଭଦ୍ରା ଶକ୍ତି ସମାବେଶ ନିର୍ବାଚନ ଆଚରଣ ବିଧି ଉଲଂଘନ

ନୂଆପଡ଼ା / ଭୁବନେଶ୍ୱର: ନୂଆକରି ନୂଆପଡ଼ା ଆସିଥିବା ବିଜେପି ନେତ୍ରୀ ତଥା ରାଜ୍ୟ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ାଙ୍କ ସୁଭଦ୍ରା ଶକ୍ତି ସମାବେଶ ନିର୍ବାଚନ ଆଚରଣ ବିଧି ଉଲଂଘନ ବିଷୟରେ ଅଭିଯୋଗ ଉଠିଛି। ସୁଭଦ୍ରା ଯୋଜନାକୁ ନେଇ ତାଙ୍କ ଭ୍ରମାତ୍ମକ ବକ୍ତବ୍ୟ ଓ କାର୍ଯ୍ୟକଳାପକୁ ନେଇ କଂଗ୍ରେସ ତୀବ୍ର ନିନ୍ଦା କରିଛି।

ଆଜି ନୂଆପଡ଼ାର ଖୁଣ୍ଟିଆ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମୀଳନୀରେ ପିସିସି ମୁଖପାତ୍ର ସୋନାଲି ସାହୁ ଏହା ଜଣାଇଥିଲେ। ସେ କହିଥିଲେ ଯେ, ନିର୍ବାଚନ ଆଦର୍ଶ ଆଚରଣ ବିଧି ଲାଗୁ ହେବା ସତ୍ତେ ସୁଭଦ୍ରା ଶକ୍ତି ସମାବେଶ ନାଁରେ ଦଳୀୟ ବ୍ୟାନର ରେ ମହିଳାମାନଙ୍କୁ ନେଇ ସଭା କରାଗଲା, ଯାହା ନିଶ୍ଚିତ ଭାବେ ଆଚରଣ ବିଧି ଉଲଂଘନ।

କଂଗ୍ରେସ ଏହି ଅଭିଯୋଗକୁ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅଭିଯୋଗ କରିଛି। ସୋନାଲି ସାହୁ ଅଭିଯୋଗ କରିଛନ୍ତି ଯେ, ସୁଭଦ୍ରା ଯୋଜନା ନାମରେ ଭୋଟ ଲୁଟ ହେଉଛି ଓ ବିଜେପି ଏହାକୁ ଅଭ୍ୟାସରେ ପରିଣତ କରିଛି।

ସେ ଉଦାହରଣ ଦେଇ କହିଥିଲେ, 2019 ରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ୫୦ ହଜାର ଟଙ୍କା ଦେବେ ବୋଲି ମହିଳାଙ୍କୁ ପ୍ରତିଶ୍ରୁତି ଦେଇଥିଲେ, କିନ୍ତୁ ପରେ ସେହି ରାଶି ୫ ହଜାର କିସ୍ତି ହୋଇଗଲା। ଏବେ ଏସସି ଏବଂ ଏସଟି ଛାତ୍ରୀମାନଙ୍କୁ ମଧ୍ୟ ବଞ୍ଚିତ କରାଯାଉଛି।

ସୋନାଲି ସାହୁ ଦାବି କରିଛନ୍ତି ଯେ, ନୂଆପଡ଼ା ଜିଲ୍ଲାର ୨୦ ହଜାର ଛାତ୍ରୀ ସୁଭଦ୍ରା ଯୋଜନାରୁ ବଞ୍ଚିତ ହୋଇଛନ୍ତି। ସେ ପ୍ରଶ୍ନ କରିଛନ୍ତି  “ନୂଆପଡ଼ା ମହିଳାଙ୍କୁ ଶକ୍ତିହୀନ କରି ସୁଭଦ୍ରା ଶକ୍ତି ସମାବେଶ କରିବାକୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ାଙ୍କୁ କେମିତି ଲଜ୍ଜା ଲାଗୁନି?”

ସେ ଆହୁରି କହିଛନ୍ତି ଯେ, ରାସ୍ତା, ବସ, ଅଟୋ ଓ ହୋର୍ଡିଂ ମାଧ୍ୟମରେ ଲୋକଙ୍କୁ ପ୍ରତାରଣା କରାଯାଉଛି। “ଯେଉଁ ସରକାର ବେଟୀ ବଚାଓ ବେଟୀ ପଢାଓର ନାରା ଦେଉଛି, ସେହି ଓଡ଼ିଶାରେ ପ୍ରତିଦିନ 30 ଦୁଷ୍କର୍ମ ହେଉଛି,” ସେ ଆକ୍ରୋଶ ପ୍ରକାଶ କରିଛନ୍ତି।

ଡ଼ା. ମନିଷା ଦାସ ପଟ୍ଟନାୟକ ମଧ୍ୟ କହିଛନ୍ତି ଯେ, ଶାସକ ଦଳ ଖୋଲାଖୋଲି ନିର୍ବାଚନ ଆଚରଣ ବିଧି ଉଲଂଘନ କରୁଛି। ପ୍ରଭାତି ପରିଡ଼ା ସୁଭଦ୍ରା ଯୋଜନାକୁ ଦଳୀୟ ପ୍ରଚାରରେ ବ୍ୟବହାର କରୁଛନ୍ତି।

ସେ ଆରୋପ କରିଛନ୍ତି ଯେ, ଲୋକ ସମ୍ପର୍କ ବିଭାଗକୁ ମଧ୍ୟ ଦଳୀୟ ପ୍ରଚାର ପାଇଁ ଲଗାଯାଇଛି। ସରକାର ଏହା ଉପରେ ସଫା ଜବାବ ଦେବା ଆବଶ୍ୟକ। ସମାବେଶକୁ ନୂଆପଡ଼ା କଂଗ୍ରେସ ଗଣମାଧ୍ୟମ ସଂଯୋଜକ ସୁଧୀର ମିଶ୍ର ସଂଯୋଜନା କରିଥିଲେ।

Bureauom

Bureauom

Next Post
କଂଗ୍ରେସ ଆଦିବାସୀ ପ୍ରାର୍ଥୀ ନୂଆପଡ଼ା

କଂଗ୍ରେସ ଆଦିବାସୀ ପ୍ରାର୍ଥୀ ନୂଆପଡ଼ା ଉପନିର୍ବାଚନରେ ନୂତନ ରଣନୀତି ସହ ମଇଦାନରେ

ଶ୍ରେୟସ ଅୟର

ଶ୍ରେୟସ ଅୟର ସମ୍ପର୍କରେ ବିସିସିଆଇ ସଚିବଙ୍କ ବଡ ଅପଡେଟ

ଟ୍ବେଣ୍ଟି-୨୦ ଟକ୍କର ଭାରତ ଅଷ୍ଟ୍ରେଲିଆ

ଟ୍ବେଣ୍ଟି-୨୦ ଟକ୍କର ଭାରତ ଅଷ୍ଟ୍ରେଲିଆ: କାନବେରାରେ ଆଜିଠୁ ଆରମ୍ଭ ହେବ ରୋମାଞ୍ଚକ ଶୃଙ୍ଖଳା

ରିଓ ଡୋ ଜେନେରିଓ ପୋଲିସ ଅଭିଯାନ

ରିଓ ଡୋ ଜେନେରିଓ ପୋଲିସ ଅଭିଯାନ: ଗ୍ୟାଙ୍ଗ ଯୁଦ୍ଧରେ ୬୪ ମୃତ, ରାଜଧାନୀରେ ଆତଙ୍କ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଫେଲ ଉଡ଼ାଣ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ରାଫେଲ ଉଡ଼ାଣ: ଅମ୍ବାଲା ଏୟାରବେସରେ ଇତିହାସ ସୃଷ୍ଟି

Orissa Mirror Odia

©2025 Orissa Mirror. All Rights Reserved

Reach Us

  • Home
  • About Us
  • Contact Us
  • Privacy Policy

Follow Us

Social icon element need JNews Essential plugin to be activated.
No Result
View All Result
  • ରାଜ୍ୟ
  • ଦେଶ-ବିଦେଶ
  • ଅପରାଧ
  • ଜିଲ୍ଲା
    • ଭୁବନେଶ୍ୱର
    • କଟକ
    • ତାଳଚେର
    • ଝାରସୁଗୁଡା
    • ବୌଦ୍ଧ
    • ଅନୁଗୁଳ
  • ରାଜନୀତି
  • ଖେଳ
  • ବାଣିଜ୍ୟ
  • ମନୋରଞ୍ଜନ
  • ସ୍ପେଶାଲ୍ ରିପୋର୍ଟ
  • ସ୍ୱାସ୍ଥ୍ୟ
    • ଜୀବନ ଚର୍ଯ୍ୟା

©2025 Orissa Mirror. All Rights Reserved