Orissa Mirror Odia
Social icon element need JNews Essential plugin to be activated.
ସବସ୍କ୍ରାଇବ କରନ୍ତୁ
  • ରାଜ୍ୟ
  • ଦେଶ-ବିଦେଶ
  • ଅପରାଧ
  • ଜିଲ୍ଲା
    • ଭୁବନେଶ୍ୱର
    • କଟକ
    • ତାଳଚେର
    • ଝାରସୁଗୁଡା
    • ବୌଦ୍ଧ
    • ଅନୁଗୁଳ
  • ରାଜନୀତି
  • ଖେଳ
  • ବାଣିଜ୍ୟ
  • ମନୋରଞ୍ଜନ
  • ସ୍ପେଶାଲ୍ ରିପୋର୍ଟ
  • ସ୍ୱାସ୍ଥ୍ୟ
    • ଜୀବନ ଚର୍ଯ୍ୟା
Orissa Mirror Odia

ଟ୍ବେଣ୍ଟି-୨୦ ଟକ୍କର ଭାରତ ଅଷ୍ଟ୍ରେଲିଆ: କାନବେରାରେ ଆଜିଠୁ ଆରମ୍ଭ ହେବ ରୋମାଞ୍ଚକ ଶୃଙ୍ଖଳା

by Bureauom
October 29, 2025
in ଖେଳ
A A
ଟ୍ବେଣ୍ଟି-୨୦ ଟକ୍କର ଭାରତ ଅଷ୍ଟ୍ରେଲିଆ

ଏକଦିବସୀୟ ଶୃଙ୍ଖଳାରେ କଠିନ ଓ କଠୋର ପରିସ୍ଥିତି ସମ୍ମୁଖୀନ ହୋଇଥିବା ଭାରତୀୟ କ୍ରିକେଟ୍ ଦଳ ବୁଧବାରଠାରୁ ଆରମ୍ଭ ହେଉଥିବା ଟ୍ବେଣ୍ଟି-୨୦ ଟକ୍କରରେ ଆଉ ଏକ ଅଷ୍ଟ୍ରେଲୀୟ ପରୀକ୍ଷାରେ ଅବତୀର୍ଣ୍ଣ ହେବାକୁ ଯାଉଛି। କାନବେରାର ମାନୁକା ଓଭାଲରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଏହି ଶୃଙ୍ଖଳାର ପ୍ରଥମ ମୁକାବିଲା ଅପରାହ୍‌ଣ ୧.୪୫ରୁ ଆରମ୍ଭ ହେବ।

ଏସିଆ କପ୍ ବିଜୟ ପରେ ସୂର୍ଯ୍ୟକୁମାର ଯାଦବଙ୍କ ଯୁବ ବାହିନୀ ଏହି ଶୃଙ୍ଖଳା ଲାଗି ମଧ୍ୟ ପୂରା ପ୍ରସ୍ତୁତ ରହିଛି। ଟ୍ବେଣ୍ଟି-୨୦ ଶୃଙ୍ଖଳା ଜିତି ଦିନିକିଆ ଶୃଙ୍ଖଳା ପରାଜୟର ପ୍ରତିଶୋଧ ନେବା ଲକ୍ଷ୍ୟରେ ଅଛି। ସୂର୍ଯ୍ୟକୁମାରଙ୍କ ବ୍ୟକ୍ତିଗତ ଫର୍ମ ତଳମୁହାଁ ରହିଥିଲେ ମଧ୍ୟ ଅଭିଷେକ ଶର୍ମା, ତିଳକ ବର୍ମା, ସଞ୍ଜୁ ସାମସନ, ଶିବମ ଦୁବେଙ୍କ ଭଳି ଖେଳାଳିଙ୍କ ପାଇଁ ଭାରତର ଆତ୍ମବିଶ୍ବାସ ଢେର୍‌ ଉଚ୍ଚରେ ରହିଛି। ଅଭିଜ୍ଞ ଦ୍ରୁତ ବୋଲର ଯଶପ୍ରୀତ୍ ବୁମ୍‌ରାଙ୍କ ପ୍ରତ୍ୟାବର୍ତ୍ତନ ମଧ୍ୟ ଭାରତକୁ ଅତିରିକ୍ତ ମନୋବଳ ଯୋଗାଇଛି। ଦିନିକିଆରେ ଦୁର୍ବଳ ଖେଳିଥିବା ଉପଅଧିନାୟକ ଶୁବମନ୍ ଗିଲ୍ ଟ୍ବେଣ୍ଟି-୨୦ ଶୃଙ୍ଖଳାରେ ଏହାର ଭରଣା କରିବାକୁ ଆଶା ରଖିଛନ୍ତି। ମାନୁକା ଓଭାଲ ପିଚ୍ କିନ୍ତୁ ନିଶ୍ଚିତ ଭାବେ ଭାରତୀୟ ଯୁବ ଖେଳାଳିଙ୍କୁ ପରୀକ୍ଷାରେ ପକାଇବ, ସେଥିରେ ଆଦୌ ସନ୍ଦେହ ନାହିଁ। ତେବେ ବିସ୍ଫୋରକ ଅଭିଷେକ ଏବଂ ନିର୍ଭରଯୋଗ୍ୟ ତିଳକଙ୍କ ପାଇଁ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିସାରିଥିବା କହି କଙ୍ଗାରୁ ଦଳ ସେମାନଙ୍କ ଉପରେ ମନସ୍ତାତ୍ତ୍ବିକ ଚାପ ସୃଷ୍ଟି କରିବାକୁ ଚେଷ୍ଟା କରିଛି। ଅନ୍ୟପକ୍ଷରେ ଉଭୟଙ୍କ ପାଖରେ ଏହି ଶୃଙ୍ଖଳାରେ ‌୧,୦୦୦ ଟ୍ବେଣ୍ଟି-୨୦ ରନ୍ ପୂରଣ କରିବାର ସୁଯୋଗ ରହିବା ପ୍ରଶଂସକଙ୍କୁ ଉଲ୍ଲସିତ କରିଛି।

ଭାରତ ଓ ଶ୍ରୀଲଙ୍କାରେ ଆସନ୍ତାବର୍ଷ ଆୟୋଜିତ ହେଉଥିବା ଟ୍ବେଣ୍ଟି-୨୦ ବିଶ୍ବକପ୍ ପାଇଁ ପ୍ରସ୍ତୁତି ଦୃଷ୍ଟିରୁ ଏହି ଶୃଙ୍ଖଳାର ଢେର ମହତ୍ତ୍ବ ରହିଥିବାରୁ ଭ୍ରମଣକାରୀ ଭାରତ ଓ ଘରୋଇ ଅଷ୍ଟ୍ରେଲିଆ ଏହାକୁ ଅତ୍ୟନ୍ତ ଗୁରୁତ୍ବ ଦେଉଛନ୍ତି। ଆଇସିସି ଟ୍ବେଣ୍ଟି-୨୦ ମାନ୍ୟତାର ଏକନମ୍ବର ସ୍ଥାନରେ ଥିବା ଭାରତ ଏବଂ ଦୁଇ ନମ୍ବରରେ ଥିବା ଅଷ୍ଟ୍ରେଲିଆ ମଧ୍ୟରେ ହେବାକୁ ଥିବା ଏହି ଲମ୍ବା ଲଢ଼େଇକୁ ନେଇ ଦୁଇ ଦେଶର କ୍ରିକେଟ୍‌ପ୍ରେମୀ ବେଶ୍ ଉତ୍ସାହିତ ରହିଛନ୍ତି। ‘‘ମୁଁ ମାନସିକ ଓ ଶାରିରୀକ ସ୍ତରରେ ବେଶ୍ ସତେଜ ରହିଛି। ଏହି ଶୃଙ୍ଖଳାରେ ଫର୍ମକୁ ଫେରିବାର ଆଶା ଅଛି। ଆମ ପାଖରେ ବିକଳ୍ପର ଅଭାବ ନାହିଁ। ଏଣୁ ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବୁ’’ ବୋଲି ମ୍ୟାଚ୍ ପୂର୍ବ ସାମ୍ବାଦିକ ସମ୍ମିଳନୀରେ ସୂର୍ଯ୍ୟକୁମାର କହିଛନ୍ତି। ଅଷ୍ଟ୍ରେଲିଆ ଅଧିନାୟକ ମିଚେଲ ମାର୍ସ ମଧ୍ୟ ନିଜ ଦଳର ବିଜୟ ନେଇ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ‘‘ଆଶା କରୁଛି ଆମେ ଅଭିଷେକ ରୂପକ ଚ୍ୟାଲେଞ୍ଜ୍‌କୁ ସଫଳତାର ସହ ପ୍ରତିହତ କରିବୁ। ଦିନିକିଆ ଭଳି ଟ୍ବେଣ୍ଟି-୨୦ରେ ମଧ୍ୟ ଭଲ କରିବୁ ବୋଲି କହିଛନ୍ତି ସେ। ଏସିଆ କପ୍‌ରେ ଅପରାଜେୟ ରହିଥିବା ଭାରତୀୟ ଦଳ ସେଠାରେ ସ୍ପିନ୍ ଉପରେ ଅଧିକ ଧ୍ୟାନ ଦେଇଥିଲା। ଅଷ୍ଟ୍ରେଲିଆ ପିଚ୍ ଓ ପରିବେଶ ଅନୁଯାୟୀ ଜଣେ ଅତିରିକ୍ତ ଦ୍ରୁତ ବୋଲରଙ୍କୁ ଖେଳାଇବାର ସମ୍ଭାବନା ଅଧିକ ରହିଛି।

ବୁଧବାର କାନବେରା ପାଗ କୋହଲା ରହିବ। ଦିନରେ ଝିପିଝିପି ବର୍ଷା ହେବା ସମ୍ଭାବନା ଥିଲେ ମଧ୍ୟ ସଂଧ୍ୟାରେ ଶୁଖିଲା ପାଗ ଆଶା। ମାନୁକା ଓଭାଲରେ ବଡ଼ ସ୍କୋର୍ ହେଉ ନଥିବାରୁ ଏହା ଜାରି ରହିପାରେ। ଏଠାରେ ଭାରତ ପୂର୍ବରୁ ଗୋଟିଏ ମ୍ୟାଚ୍ ଜିତିଛି ଏବଂ ୨୦୦୮ ପରେ ଅଷ୍ଟ୍ରେଲିଆ କୋଣସି ଟ୍ବେଣ୍ଟି-୨୦ ଶୃଙ୍ଖଳାରେ ଭାରତକୁ ହରାଇନି — ଯାହା ଭାରତ ପାଇଁ ସୁଖବର ହୋଇପାରେ।

Bureauom

Bureauom

Next Post
ରିଓ ଡୋ ଜେନେରିଓ ପୋଲିସ ଅଭିଯାନ

ରିଓ ଡୋ ଜେନେରିଓ ପୋଲିସ ଅଭିଯାନ: ଗ୍ୟାଙ୍ଗ ଯୁଦ୍ଧରେ ୬୪ ମୃତ, ରାଜଧାନୀରେ ଆତଙ୍କ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଫେଲ ଉଡ଼ାଣ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ରାଫେଲ ଉଡ଼ାଣ: ଅମ୍ବାଲା ଏୟାରବେସରେ ଇତିହାସ ସୃଷ୍ଟି

ଟ୍ରମ୍ପ ଭାରତ ବାଣିଜ୍ୟ ଚୁକ୍ତି ସଙ୍କେତ

ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ପାଇଁ ଟ୍ରମ୍ପଙ୍କ ଇଙ୍ଗିତ ପରେ ବୟନଶିଳ୍ପ, ଚିଙ୍ଗୁଡ଼ି ଷ୍ଟକ୍ ବୃଦ୍ଧି ପାଇଛି

ବୌଦ୍ଧ ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ

ବୌଦ୍ଧରେ ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ: ଜିଲ୍ଲାପାଳଙ୍କ କଠୋର ଚେତାବନୀ

ବୌଦ୍ଧ ବିଧାୟକଙ୍କୁ ଅଡୁଆ ବଂଶବାଦ

ବୌଦ୍ଧ ବିଧାୟକଙ୍କୁ ଅଡୁଆ ବଂଶବାଦ ଆଘାତ: ମନ୍ତ୍ରୀ ପଦ ପାଇଁ ଚିନ୍ତା, ବଢୁଛି ଆମଦାନୀ ନେତାଙ୍କ ଦୌରାତ୍ମ୍ୟ

Orissa Mirror Odia

©2025 Orissa Mirror. All Rights Reserved

Reach Us

  • Home
  • About Us
  • Contact Us
  • Privacy Policy

Follow Us

Social icon element need JNews Essential plugin to be activated.
No Result
View All Result
  • ରାଜ୍ୟ
  • ଦେଶ-ବିଦେଶ
  • ଅପରାଧ
  • ଜିଲ୍ଲା
    • ଭୁବନେଶ୍ୱର
    • କଟକ
    • ତାଳଚେର
    • ଝାରସୁଗୁଡା
    • ବୌଦ୍ଧ
    • ଅନୁଗୁଳ
  • ରାଜନୀତି
  • ଖେଳ
  • ବାଣିଜ୍ୟ
  • ମନୋରଞ୍ଜନ
  • ସ୍ପେଶାଲ୍ ରିପୋର୍ଟ
  • ସ୍ୱାସ୍ଥ୍ୟ
    • ଜୀବନ ଚର୍ଯ୍ୟା

©2025 Orissa Mirror. All Rights Reserved