ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ, “ଶ୍ରେୟସ ଏବେ ବହୁତ, ବହୁତ, ବହୁତ ଭଲ ଅଛନ୍ତି। ଡାକ୍ତରଙ୍କ ଆଶାଠାରୁ ସେ ବହୁତ ଶୀଘ୍ର ସୁସ୍ଥ ହେଉଛନ୍ତି। ମୁଁ ଡାକ୍ତର ରିଜୱାନ (ଖାନ, ଭାରତୀୟ ଦଳର ଡାକ୍ତର)ଙ୍କ ସହିତ ନିୟମିତ ଯୋଗାଯୋଗରେ ଅଛି। ସାଧାରଣତଃ, ତାଙ୍କୁ (ସମ୍ପୂର୍ଣ୍ଣ ସୁସ୍ଥ ହେବାକୁ) ୬ରୁ ୮ସପ୍ତାହ ସମୟ ଲାଗିବା କଥା। କିନ୍ତୁ ଲାଗୁଛି ସେ ବହୁତ ଶୀଘ୍ର ସୁସ୍ଥ ହୋଇପାରନ୍ତି। ଡାକ୍ତରମାନେ ତାଙ୍କ ସ୍ବାସ୍ଥ୍ୟ ଉନ୍ନତିରେ ବହୁତ ସନ୍ତୁଷ୍ଟ। ସେ ତାଙ୍କର ସ୍ୱାଭାବିକ କାର୍ଯ୍ୟ (ନିତ୍ୟକର୍ମ) ଆରମ୍ଭ କରିଛନ୍ତି। ତାଙ୍କର ଆଘାତ ବହୁତ ଗୁରୁତର ଥିଲା। କିନ୍ତୁ ସେ ସୁସ୍ଥ ହୋଇଛନ୍ତି ଏବଂ ବିପଦମୁକ୍ତ ଅଛନ୍ତି।”
ସିଡନୀ ODI ସମୟରେ ଶ୍ରେୟସ ଆୟର ଅଷ୍ଟ୍ରେଲିୟ ୱିକେଟକିପର ଆଲେକ୍ସ କ୍ୟାରିଙ୍କ ଏକ ଚମତ୍କାର କ୍ୟାଚ୍ ନେଇଥିଲେ। ସେ Backward Pointରୁ ପଛକୁ ଯାଇ କ୍ୟାଚ୍ ନେଇଥିଲେ। କିନ୍ତୁ, କ୍ୟାଚ୍ ସମୟରେ ଶ୍ରେୟସ ତାଙ୍କର ଭାରସାମ୍ୟ ହରାଇ ତଳେ ପଡ଼ିଯାଇଥିଲେ ଏବଂ ତାଙ୍କ ବାମ ପଞ୍ଜରାରେ ଆଘାତ ଲାଗିଲା। ଫିଲ୍ଡିଂ ପରେ ଯେତେବେଳେ ସେ ଡ୍ରେସିଂ ରୁମକୁ ଫେରିଲେ, ସେତେବେଳେ ତାଙ୍କର ଯନ୍ତ୍ରଣା ବଢ଼ିଥିଲା ଏବଂ ନିଶ୍ୱାସ ନେବାରେ କଷ୍ଟ ହୋଇଥିଲା। ଏହା ଦେଖି ତାଙ୍କୁ ତୁରନ୍ତ ହସ୍ପିଟାଲକୁ ନିଆଯାଇଥିଲା। ପରୀକ୍ଷା ପରେ ଆଭ୍ୟନ୍ତରୀଣ ରକ୍ତସ୍ରାବ ହୋଇଥିବା ଜଣାପଡ଼ିବାରୁ ତାଙ୍କୁ ତୁରନ୍ତ ICUରେ ଭର୍ତ୍ତି କରାଯାଇଥିଲା। ଏବେ ଡାକ୍ତରଙ୍କ ତତ୍ତ୍ବାବଧାନରେ ତାଙ୍କର ଚିକିତ୍ସା ଜାରି ରହିଛି। ସୁସ୍ଥ ହେବା ପରେ ସେ ଭାରତ ଫେରିବେ।