Orissa Mirror Odia
ସବସ୍କ୍ରାଇବ କରନ୍ତୁ
  • ରାଜ୍ୟ
  • ଦେଶ-ବିଦେଶ
  • ଅପରାଧ
  • ଜିଲ୍ଲା
    • ଭୁବନେଶ୍ୱର
    • କଟକ
    • ତାଳଚେର
    • ଝାରସୁଗୁଡା
    • ବୌଦ୍ଧ
    • ଅନୁଗୁଳ
  • ରାଜନୀତି
  • ଖେଳ
  • ବାଣିଜ୍ୟ
  • ମନୋରଞ୍ଜନ
  • ସ୍ପେଶାଲ୍ ରିପୋର୍ଟ
  • ସ୍ୱାସ୍ଥ୍ୟ
    • ଜୀବନ ଚର୍ଯ୍ୟା
Orissa Mirror Odia
BREAKING
✦ତାଳଚେର ସାର କାରଖାନା ନିର୍ମାଣ କାର୍ଯ୍ୟ ଖୁବ ଶୀଘ୍ର ସମ୍ପୂର୍ଣ ହେବ।✦ମରଣାନ୍ତକ ଆକ୍ରମଣ ଓ ଡକାୟତି ମାମଲାରେ ୮ ବର୍ଷ ଜେଲ ଦଣ୍ଡାଦେଶ✦ଔଷଧ ଦୋକାନରେ ବିନା ପ୍ରେସ୍କ୍ରିପସନରେ ବେଆଇନ ଗର୍ଭପାତ ଔଷଧ ଓ ଚିକିତ୍ସା✦ଲଇକେରାରେ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା✦ତାଳଚେର ଉପଖଣ୍ଡରେ ସାଇବର ସୁରକ୍ଷା✦କଳକାରଖାନାରୁ ନିର୍ଗତ ବର୍ଜ୍ୟବସ୍ତୁ ଏବେ ବ୍ରାହ୍ମଣୀରେ, ତାଳଚେରର ମାଟି, ପାଣି, ପବନ ପ୍ରଦ୍ୟୁଷିତ ଲାଗୁନି ଅଙ୍କୁଶ✦ବସୁଧା ଯୋଜନା ବାଟବଣା: ସୁରୁଣ୍ଡି ଗ୍ରାମରେ ଓଭର ହେଡ଼ ଟାଙ୍କି କାର୍ଯ୍ୟକ୍ଷମ କେବେ?✦ମହିଳାଙ୍କୁ ସୁରକ୍ଷା ଯୋଗାଇ ଦେବାନେଇ ପ୍ରଶାସନକୁ ନିବେଦନ✦ତାଳଚେରରେ ଗୋରୁ ଗାଈ କେତେ ସୁରକ୍ଷିତ!✦ବିଗତ ଘଟଣାର ପୁନରାବୃତ୍ତି ନହେଉ “ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ”✦ବିଦ୍ୟାଳୟରେ ସ୍ଥାୟୀ ଶ୍ରେଣୀ ଗୃହ ନିର୍ମାଣ କେବେ? ଶିକ୍ଷକ ପଦବୀ ପୂରଣ ଦାବି✦ବରିଷ୍ଠ ନାଗରିକଙ୍କ ସହ ବିଧାୟକଙ୍କ ବୈଠକ✦ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଜନଶୁଣାଣୀ ଶିବିର ,ଆରକ୍ଷୀ ଅଧିକ୍ଷକ ଅନୁପସ୍ଥିତ✦ତାଳଚେର ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଉଦ୍ଘାଟିତ✦ଭୂବନେଶ୍ୱରୀ ମାଇନ୍ସରେ ଓଲଟିଲା ଡ଼ିଜେଲ ଟ୍ୟାଙ୍କର, ଅଳ୍ପକେ ବର୍ତିଲେ ଚାଳକ✦ବିପଦ ସଙ୍କୁଳ ତେଲେନ ନଦୀ ବ୍ରିଜ,ଭୟଭୀତ ଗ୍ରାମବାସୀ✦ଟ୍ରାଫିକ ନିୟମ ଉଲଙ୍ଘନକାରୀ ଗାଡ଼ି ଚାଳକଙ୍କୁ ଛଡ଼ା ଯିବ ନାହିଁ : ଆରକ୍ଷୀ ଅଧିକ୍ଷକ✦ଆସୁଛି ପର୍ଯ୍ୟଟନ ଋତୁ, “ଭିତ୍ତିଭୂମି ଥାଇ ‘ଅବହେଳିତ ବୌଦ୍ଧ”✦ଦ୍ଵିତୀୟ ଇନଡୋର ଷ୍ଟାଡିଅମ ନିର୍ମାଣ କେବେ? ବଢୁଛି କ୍ରୀଡ଼ାବିତଙ୍କ ଅସନ୍ତୋଷ✦ଭାରୀଯାନ ଚଳାଚଳ ଓ ପ୍ରଦୂଷଣକୁ ବିରୋଧ “ଜିଲ୍ଲା ପ୍ରଶାସନ ନିଦାବିଷ୍ଣୁ ସାଜିଥିବା ଅଭିଯୋଗ”

ବୌଦ୍ଧରେ ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ: ଜିଲ୍ଲାପାଳଙ୍କ କଠୋର ଚେତାବନୀ

by Bureauom
October 29, 2025
in ଜିଲ୍ଲା, ରାଜ୍ୟ
A A
ବୌଦ୍ଧ ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ
0
SHARES
Share on FacebookShare on Twitter

ବୌଦ୍ଧ: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳ ବିଭୁତି ଭୂଷଣ ନାୟକଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଆଞ୍ଚଳିକ ପରିବହନ ଅଧିକାରୀ ସୁଷମା ସାହୁ ସମସ୍ତଙ୍କୁ ସ୍ୱାଗତ କରିବା ସହ ବାରମ୍ବାର ହେଉଥିବା ଦୁର୍ଘଟଣାକୁ ରୋକିବା ପାଇଁ ବିଭାଗ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ବିସ୍ତୃତ ରିପୋର୍ଟ ପ୍ରଦାନ କରିଥିଲେ। ବାରମ୍ବାର ସମୀକ୍ଷା ସହିତ ଦୁର୍ଘଟଣା ରୋକିବା ଦିଗରେ ବ୍ୟାପକ ସଚେତନତା ସତ୍ତ୍ୱେ ଜିଲ୍ଲାରେ ଦୁର୍ଘଟଣା ସଂଖ୍ୟା ବୃଦ୍ଧି ପାଉଥିବା ନେଇ ବୈଠକରେ ଜିଲ୍ଲାପାଳ ଉଦବେଗ ପ୍ରକାଶ କରିଥିଲେ। ଜାତୀୟ ରାଜପଥ ବିଭାଗ ପକ୍ଷରୁ ଦୁର୍ଘଟଣା ପ୍ରବଣ ସ୍ଥାନଗୁଡିକରେ ସୂଚନା ଫଳକ ଓ ଜାତୀୟ ରାଜପଥ ମରାମତି କରାଯାଉନଥିବାରୁ ଜିଲ୍ଲାପାଳ ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାହୁଲ ଗୋୟଲ ଅସନ୍ତୋଷ ବ୍ୟକ୍ତ କରିବା ସହିତ ତୁରନ୍ତ ସମସ୍ୟାର ସମାଧାନ ନ ହେଲେ ଆଇନ ଅନୁଯାୟୀ ବିଭାଗ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତବନୀ ଦେଇଥିଲେ।

ଯେଉଁ ଯେଉଁ ବିଭାଗ ରାସ୍ତା, ସୋଲାର ଲାଇଟ ଲଗାଯିବ, ସାଇନେଜ କରାଯିବ, ରାସ୍ତାଗୁଡିକର ମରାମତି ଆବଶ୍ୟକତା ରହିଛି, ତୁରନ୍ତ ବ୍ୟୟ ଅଟଳଳ ପ୍ରସ୍ତୁତ କରି ଦେବାକୁ ଜିଲ୍ଲାପାଳ ବିଭାଗଗୁଡିକୁ ନିର୍ଦ୍ଦେଶ ଦେଇଥିଲେ। ତଥ୍ୟ ଅନୁଯାୟୀ ଜିଲ୍ଲରେ ୬ଟି ବ୍ଲାକସ୍ପଟ ଚିହ୍ନଟ କରାଯାଇଥିବା ବେଳେ ତୁରନ୍ତ ସେଠାରେ ସୂଚନା ଫଳକ ଲାଗାଇବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ପୋଲିସ, ଆଞ୍ଚଳିକ ପରିବହନ ବିଭାଗ, ଜାତୀୟ ରାଜପଥ ବିଭାଗ ପକ୍ଷରୁ ମିଳିତ ଭାବରେ ଯାନବାହାନ ଯାଞ୍ଚ କରିବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା। ଦୁର୍ଘଟଣାର ଶିକାର ହେଉଥିବା ଆହତ ବ୍ୟକ୍ତିମାନଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇବା ଦିଗରେ ଉଚିତ ପଦକ୍ଷେପ ନେବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା।

ଆହତମାନଙ୍କୁ ଉଦ୍ଧାର କରି ଠିକ୍ ସମୟରେ ଚିକିତ୍ସାଳୟ ପହଞ୍ଚାଇଥିବା ୪ ଜଣ ବ୍ୟକ୍ତି ବିଶେଷଙ୍କୁ ବୈଠକରେ ପୁରସ୍କୃତ କରାଯାଇଥିବା ବେଳେ ଏସମ୍ପର୍କରେ ପ୍ରୋତ୍ସାହନ ଓ ସଚେତନତା କରାଯିବା ସହିତ ଡାକ୍ତରଖାନା ପକ୍ଷରୁ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟକୁ ଅବଗତ କରାଇବାକୁ ଜିଲା ସ୍ୱାସ୍ଥ୍ୟ ବିଭାଗକୁ ବୈଠକରେ ନିର୍ଦ୍ଦେଶ ଦିଆଯାଇଥିଲା। ଉକ୍ତ ବୈଠକରେ ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିବାବେଳେ ଆଞ୍ଚଳିକ ପରିବହନ ଅଧିକାରୀ ସୁଷମା ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ।

Bureauom

Bureauom

Orissa Mirror Odia is a leading digital news portal dedicated to bringing you the latest updates from Odisha and beyond. We aim to deliver fast, reliable, and balanced news coverage that keeps readers informed, engaged, and connected to the world around them.

Related Posts

ତାଳଚେର ସାର କାରଖାନା ନିର୍ମାଣ

ତାଳଚେର ସାର କାରଖାନା ନିର୍ମାଣ କାର୍ଯ୍ୟ ଖୁବ ଶୀଘ୍ର ସମ୍ପୂର୍ଣ ହେବ।

ତାଳଚେର(ବିଜୟ କୁମାର ଦେବତା) : ତାଳଚେର ଠାରେ ରାଷ୍ଟ୍ରୀୟ ସଂସ୍ଥା କୋଲ ଇଣ୍ଡିଆ ଲିଃ, ଗେଲ ଇଣ୍ଡିଆ ଲିଃ, ରାଷ୍ଟ୍ରୀୟ କେମିକାଲ ଏଣ୍ଡ ଫାର୍ଟିଲାଇଜର ତଥା ଏଫ...

ମରଣାନ୍ତକ ଆକ୍ରମଣ ଓ ଡକାୟତି ମାମଲାରେ ୮ ବର୍ଷ ଜେଲ ଦଣ୍ଡାଦେଶ

ମରଣାନ୍ତକ ଆକ୍ରମଣ ଓ ଡକାୟତି ମାମଲାରେ ୮ ବର୍ଷ ଜେଲ ଦଣ୍ଡାଦେଶ

ତାଳଚେର,(ବିଜୟ କୁମାର ଦେବତା): ଏକ ମରଣାନ୍ତକ ଆକ୍ରମଣ ଓ ଡକାୟତି ମାମଲାରେ ମାନ୍ୟବର ସହକାରୀ ଦେୱାନୀ ବିଚାରପତି ସ୍ୱର୍ଣଲତା ନାୟକ ସମସ୍ତ ସାକ୍ଷୀ ଓ ପ୍ରମାଣ ସହ...

ଔଷଧ ଦୋକାନରେ ବିନା ପ୍ରେସ୍କ୍ରିପସନରେ ବେଆଇନ ଗର୍ଭପାତ ଔଷଧ

ଔଷଧ ଦୋକାନରେ ବିନା ପ୍ରେସ୍କ୍ରିପସନରେ ବେଆଇନ ଗର୍ଭପାତ ଔଷଧ ଓ ଚିକିତ୍ସା

ହରଭଙ୍ଗା,(ସର୍ବେଶ୍ୱର କ୍ଷେତି): ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ଉପାନ୍ତ ଅଞ୍ଚଳ ହରଭଙ୍ଗା ସ୍ଥିତ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର (ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର)ର ବିକଳ ଚିତ୍ର ସାମ୍ନାକୁ...

ଲଇକେରାରେ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣସମ୍ପଦ ମେଳା

ଲଇକେରାରେ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା

ଝାରସୁଗୁଡ଼ା (ବିଜୟ ଶଙ୍କର ଦାଶ) : ଲଇକେରା ଅପେରା ପଡିଆରେ ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଅନୁଷ୍ଠିତ ହୋଇଛି l ମତ୍ସ୍ୟ ଚାଷ ଏବଂ...

ତାଳଚେର ଉପଖଣ୍ଡରେ ସାଇବର ସୁରକ୍ଷା

ତାଳଚେର ଉପଖଣ୍ଡରେ ସାଇବର ସୁରକ୍ଷା

ତାଳଚେର(ବିଜୟ କୁମାର ଦେବତା) ଆଜି ତାଳଚେର ଉପଖଣ୍ଡରେ ପୋଲିସ ପକ୍ଷରୁ ଆୟୋଜିତ ସାଇବର ସୁରକ୍ଷା ଅଭିଯାନ ୨୦୨୫ର କାର୍ଯ୍ୟକ୍ରମ ସ୍ଥାନୀୟ ତାଳଚେର କଲେଜ ପଡ଼ିଆ ଠାରେ ଅନୁଷ୍ଠିତ...

କଳକାରଖାନାରୁ ନିର୍ଗତ ବର୍ଜ୍ୟବସ୍ତୁ ଏବେ ବ୍ରାହ୍ମଣୀରେ

କଳକାରଖାନାରୁ ନିର୍ଗତ ବର୍ଜ୍ୟବସ୍ତୁ ଏବେ ବ୍ରାହ୍ମଣୀରେ, ତାଳଚେରର ମାଟି, ପାଣି, ପବନ ପ୍ରଦ୍ୟୁଷିତ ଲାଗୁନି ଅଙ୍କୁଶ

ତାଳଚେର(ବିଜୟ କୁମାର ଦେବତା): ବିଗତ ବର୍ଷର ପ୍ରକୃତିଦତ ସୌନ୍ଦର୍ଯ୍ୟମୟ ତାଳଚେର ଆଜି କଳକାରଖାନାରୁ ନିର୍ଗତ ବର୍ଜ୍ୟବସ୍ତୁ ତାଳଚେର ସହରର ଏକମାତ୍ର ନିର୍ଭର ଯୋଗ୍ୟ ବୋହି ଯାଇଥିବା ଚିରୋଦ୍ରୋତା...

Load More
Next Post
ବୌଦ୍ଧ ବିଧାୟକଙ୍କୁ ଅଡୁଆ ବଂଶବାଦ

ବୌଦ୍ଧ ବିଧାୟକଙ୍କୁ ଅଡୁଆ ବଂଶବାଦ ଆଘାତ: ମନ୍ତ୍ରୀ ପଦ ପାଇଁ ଚିନ୍ତା, ବଢୁଛି ଆମଦାନୀ ନେତାଙ୍କ ଦୌରାତ୍ମ୍ୟ

କୋଲକାତାରେ ଇଡିର ହାଇପ୍ରୋଫାଇଲ୍ ଚଢ଼ାଉ

କୋଲକାତାରେ ଇଡିର ହାଇପ୍ରୋଫାଇଲ୍ ଚଢ଼ାଉ: ₹1.2 କୋଟି ନଗଦ ଓ ସୁନା ଜବତ

ମୁଖ୍ୟମନ୍ତ୍ରୀଙ୍କ ବାତ୍ୟା ପ୍ରସ୍ତୁତି ସମୀକ୍ଷା

ବାତ୍ୟା ପ୍ରସ୍ତୁତି ସମୀକ୍ଷା: ସ୍ୱତନ୍ତ୍ର ରିଲିଫ୍ କମିଶନର କଣ୍ଟ୍ରୋଲ ରୁମ୍ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ

ଆଇସିୟୁ ଓ କ୍ରିଟିକାଲ କେୟାର ୟୁନିଟ

ଆଇସିୟୁ ଏବଂ କ୍ରିଟିକାଲ କେୟାର ୟୁନିଟ ପାଇଁ ରାଜ୍ୟର ହସ୍ପିଟାଲଗୁଡିକରେ ମାର୍ଗଦର୍ଶିକା ପ୍ରସ୍ତୁତ

ପାଲନା ଯୋଜନା କର୍ମଶାଳା ଭୁବନେଶ୍ୱର

ପାଲନା ଯୋଜନା କର୍ମଶାଳା ଭୁବନେଶ୍ୱର: ଶିଶୁ ଓ ମହିଳା ବିକାଶ ପାଇଁ ନୂଆ ପଦକ୍ଷେପ

LATEST STORIES

ବିଶ୍ବର ସବୁଠାରୁ ଅଧିକ ଋଣଗ୍ରସ୍ତ ଦେଶ କିଏ?

ବିଶ୍ବର ସବୁଠାରୁ ଅଧିକ ଋଣଗ୍ରସ୍ତ ଦେଶ କିଏ? ଭାରତ ର ସ୍ଥାନ କେତେ ଜାଣନ୍ତି କି?

ନବାଜୁଦ୍ଦିନ ସିଦ୍ଦିକୀ ‘ରାତ୍ ଅକେଲି ହୈ ବନ୍ସଲ୍ ମର୍ଡର୍ସ’ ରେ ଜବରଦସ୍ତ ଅନ୍ଦାଜ

ଆଲିଆ ଭଟ୍ଟଙ୍କ ମୁଭିଜ ଆଲଫା ରିଲିଜ ତାରିଖ ଘୋଷଣା, ଏପ୍ରିଲ ୧୭ରେ ଆସୁଛି ବଡ଼ ଫିଲ୍ମ

ଡାର୍କ ଚକୋଲେଟ୍ ଓ ବେରି ଖାଇଲେ ସ୍ମରଣଶକ୍ତି ବଢ଼େ, ଷ୍ଟ୍ରେସ୍ କମେ: ଅଧ୍ୟୟନ

ହାନୋଇରେ ଡେଙ୍ଗୁ ଜ୍ୱର: ଭୟଙ୍କର ଭାବେ ବୃଦ୍ଧି, ସ୍ୱାସ୍ଥ୍ୟ ବିଭାଗ ଜାରି କଲା ସତର୍କତା

ଥେନି ର ଅଙ୍ଗୁର ଚାଷୀଙ୍କ ଦୁର୍ଦଶା — ବର୍ଷା ଓ ଦାମ ହ୍ରାସ ପାଇଁ ଜୀବିକା ଏବେ ସଙ୍କଟ ରେ

ବିଜେଡ଼ି ଜନସମ୍ପର୍କ ପଦଯାତ୍ରା
ଜିଲ୍ଲା

ବିଜେଡ଼ି ଜନସମ୍ପର୍କ ପଦଯାତ୍ରା: ବିଜେପି କୁ ଟାର୍ଗେଟ କଲେ ବିଜେଡ଼ି ଜିଲ୍ଲା ଉପସଭାପତି ପ୍ରଦୀପ୍ତ ସାହୁ

ହରଭଙ୍ଗା/ବୌଦ୍ଧ(ସର୍ବେଶ୍ୱର କ୍ଷେତି): ହରଭଙ୍ଗା ବ୍ଲକ ବିଜୁ ଜନତା ଦଳ ପକ୍ଷରୁ ଜିଲ୍ଲା ସଭାପତି ପ୍ରଦୀପ କୁମାର ଅମାତଙ୍କ ନେତୃତ୍ୱରେ ଏକ ବିଶାଳ ଜନ ସମ୍ପର୍କ ପଦଯାତ୍ରା ଓ...

Read moreDetails
ବିଶ୍ବର ସବୁଠାରୁ ଅଧିକ ଋଣଗ୍ରସ୍ତ ଦେଶ କିଏ?
ବାଣିଜ୍ୟ

ବିଶ୍ବର ସବୁଠାରୁ ଅଧିକ ଋଣଗ୍ରସ୍ତ ଦେଶ କିଏ? ଭାରତ ର ସ୍ଥାନ କେତେ ଜାଣନ୍ତି କି?

ବିଶ୍ବର ଦେଶଗୁଡ଼ିକ ଦିନକୁ ଦିନ ଅଧିକ ଋଣଗ୍ରସ୍ତ ହେବାରେ ଲାଗିଛି । ଅକ୍ଟୋବର ମାସ ପାଇଁ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (IMF) ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁସାରେ...

Read moreDetails
ନବାଜୁଦ୍ଦିନ ସିଦ୍ଦିକୀ 'ରାତ୍ ଅକେଲି ହୈ ବନ୍ସଲ୍ ମର୍ଡର୍ସ'
ମନୋରଞ୍ଜନ

ନବାଜୁଦ୍ଦିନ ସିଦ୍ଦିକୀ ‘ରାତ୍ ଅକେଲି ହୈ ବନ୍ସଲ୍ ମର୍ଡର୍ସ’ ରେ ଜବରଦସ୍ତ ଅନ୍ଦାଜ

ମୁମ୍ବାଇ: ଅଭିନେତା ନବାଜୁଦ୍ଦିନ ସିଦ୍ଦିକୀ ତାଙ୍କ ଅତିଲୋକପ୍ରିୟ କ୍ରାଇମ୍ ଥ୍ରିଲର୍ ଫିଲ୍ମ **‘ରାତ୍ ଅକେଲି ହୈ’**ର ସିକ୍ୱେଲ୍ ‘ରାତ୍ ଅକେଲି ହୈ: ବନ୍ସଲ୍ ମର୍ଡର୍ସ’ ସହିତ ପୁଣି...

Read moreDetails
Orissa Mirror Odia

©2025 Orissa Mirror. All Rights Reserved

Reach Us

  • Home
  • About Us
  • Contact Us
  • Privacy Policy

Follow Us

No Result
View All Result
  • ରାଜ୍ୟ
  • ଦେଶ-ବିଦେଶ
  • ଅପରାଧ
  • ଜିଲ୍ଲା
    • ଭୁବନେଶ୍ୱର
    • କଟକ
    • ତାଳଚେର
    • ଝାରସୁଗୁଡା
    • ବୌଦ୍ଧ
    • ଅନୁଗୁଳ
  • ରାଜନୀତି
  • ଖେଳ
  • ବାଣିଜ୍ୟ
  • ମନୋରଞ୍ଜନ
  • ସ୍ପେଶାଲ୍ ରିପୋର୍ଟ
  • ସ୍ୱାସ୍ଥ୍ୟ
    • ଜୀବନ ଚର୍ଯ୍ୟା

©2025 Orissa Mirror. All Rights Reserved