Orissa Mirror Odia
Social icon element need JNews Essential plugin to be activated.
ସବସ୍କ୍ରାଇବ କରନ୍ତୁ
  • ରାଜ୍ୟ
  • ଦେଶ-ବିଦେଶ
  • ଅପରାଧ
  • ଜିଲ୍ଲା
    • ଭୁବନେଶ୍ୱର
    • କଟକ
    • ତାଳଚେର
    • ଝାରସୁଗୁଡା
    • ବୌଦ୍ଧ
    • ଅନୁଗୁଳ
  • ରାଜନୀତି
  • ଖେଳ
  • ବାଣିଜ୍ୟ
  • ମନୋରଞ୍ଜନ
  • ସ୍ପେଶାଲ୍ ରିପୋର୍ଟ
  • ସ୍ୱାସ୍ଥ୍ୟ
    • ଜୀବନ ଚର୍ଯ୍ୟା
Orissa Mirror Odia

ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଝାରସୁଗୁଡ଼ା କୋଲାବିରାରେ ମହାଆଡମ୍ବର ସହ ଅନୁଷ୍ଠିତ

by Bureauom
October 28, 2025
in ଜିଲ୍ଲା, ରାଜ୍ୟ
A A
Kolabira Fishery and Animal Resources Fair

ଝାରସୁଗୁଡ଼ା : କୋଲାବିରା ଠାରେ ମଙ୍ଗଳବାର ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ମହା ଆଡମ୍ବର ସହିତ ଅନୁଷ୍ଠିତ ହୋଇଛି।

କାର୍ଯ୍ୟକ୍ରମରେ ବିଧାୟକ ଟଙ୍କଧର ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ, ଉନ୍ନତ ଧରଣର ମତ୍ସ୍ୟ ଚାଷ ଓ ପ୍ରାଣୀ ସମ୍ପଦ ବିକାଶ ବିଷୟରେ ଆଲୋକପାତ କରିଥିଲେ। ସେ ସରକାରଙ୍କ ଦ୍ଵାରା ପ୍ରଦାନ କରାଯାଉଥିବା ବିଭିନ୍ନ ପ୍ରାଣୀ ସମ୍ପଦ ଯୋଜନା, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ସଂରକ୍ଷଣ, ଉତ୍ପାଦନ ବୃଦ୍ଧି ଓ ବ୍ୟବସାୟିକ ଉପଯୋଗ ସହିତ ଗ୍ରାମୀଣ ଅର୍ଥନୀତିରେ ଏହାର ଭୂମିକା ବିଷୟକୁ ଉଲ୍ଲେଖ କରିଥିଲେ।

କାର୍ଯ୍ୟକ୍ରମରେ ଝାରସୁଗୁଡ଼ା ସି.ଡି.ଭି.ଓ. ଦୟାସାଗର ଧୂରିଆ, ମତ୍ସ୍ୟ ଓ ପାଶୁପାଳନ ବିଭାଗର ବହୁ ଅଧିକାରୀ, ସ୍ୱୟଂସହାୟକ ଗୋଷ୍ଠୀ ଓ ଚାଷୀମାନେ ଯୋଗଦେଇଥିଲେ।

ସମ୍ମାନିତ ଅତିଥି ଭାବେ ଡେପୁଟି ଡାଇରେକ୍ଟର ଜ୍ଞାନ ରଞ୍ଜନ ସାମଲ ଓ ବୈଜ୍ଞାନିକ ସମୀର ରଞ୍ଜନ ଦାଶ ଯୋଗଦେଇ ମାଛ ଚାଷ ଯୋଜନାର ସଫଳ ରୂପାୟନ ସମ୍ପର୍କରେ ଅବଗତ କରାଇଥିଲେ।

ମୁଖ୍ୟ ବକ୍ତା ଭାବେ ଡା. ଭୀଷ୍ମ ଚନ୍ଦ୍ର ନାଏକ ଗୋ, କୁକୁଡ଼ା ଓ ଛେଳି ପାଳନର ବିଭିନ୍ନ ଦିଗ ଓ ନୂତନ ଜ୍ଞାନ କୌଶଳ ଉପରେ ଆଲୋକପାତ କରିଥିଲେ।

ଜିଲ୍ଲା ପ୍ରାଣୀ ଚିକିତ୍ସାଧିକାରୀ ଦୟାସାଗର ଡୁରିଆଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଡା. ଭଗବତୀ ପ୍ରସାଦ ଦାଶ, ଡା. ପ୍ରଦୀପ ଚୌଧୁରୀ, ଗୋଷ୍ଠୀ ଚିକିତ୍ସାଧିକାରୀମାନେ ସହ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ ସହଯୋଗ କରିଥିଲେ।

Bureauom

Bureauom

Next Post
ତାଳଚେର ଟ୍ରକ ମାଲିକ ତ୍ରିପାକ୍ଷିକ ବୈଠକ

ତାଳଚେର ଟ୍ରକ ମାଲିକ ସଂଘ ସମସ୍ୟାରେ ଉପଜିଲ୍ଲାପାଳ ତ୍ରିପାକ୍ଷିକ ବୈଠକ

ହରଭଙ୍ଗା ବାଲି ଚୋରା ଚାଲାଣ

ଚାନ୍ଦା ପାଖରେ ବନ୍ଧା ସ୍ୱାଭିମାନ : ବାଲି ମାଫିଆର ବଳ, ବିଭାଗର ନିଷ୍କ୍ରିୟତା

ରୁଦ୍ଧଦ୍ୱାର ପଞ୍ଚାୟତ ସମିତି ବୈଠକ

ରୁଦ୍ଧଦ୍ୱାର ପଞ୍ଚାୟତ ସମିତି ବୈଠକରେ ଅନୁପସ୍ଥିତ ଅଧ୍ୟକ୍ଷା, ସାମ୍ବାଦିକଙ୍କୁ ସୂଚନା ନ ଦେବା ନେଇ ଚର୍ଚ୍ଚା

ଗାନ୍ଧୀ ଫେରୁଛନ୍ତି ପୁସ୍ତକ ଲୋକର୍ପଣ

ଗାନ୍ଧୀ ଫେରୁଛନ୍ତି ପୁସ୍ତକ ଲୋକର୍ପଣ: ଭକ୍ତ କହିଲେ – ଗାନ୍ଧୀ ବିନା ବିଶ୍ବଶାନ୍ତି ଅସମ୍ଭବ

କେବଳ କଂଗ୍ରେସ ଦେଇଛି ଆଦିବାସୀ ପ୍ରାର୍ଥୀ

କେବଳ କଂଗ୍ରେସ ଦେଇଛି ଆଦିବାସୀ ପ୍ରାର୍ଥୀ: ବିଜେପି-ବିଜେଡି ଶୂନ୍ୟ

Orissa Mirror Odia

©2025 Orissa Mirror. All Rights Reserved

Reach Us

  • Home
  • About Us
  • Contact Us
  • Privacy Policy

Follow Us

Social icon element need JNews Essential plugin to be activated.
No Result
View All Result
  • ରାଜ୍ୟ
  • ଦେଶ-ବିଦେଶ
  • ଅପରାଧ
  • ଜିଲ୍ଲା
    • ଭୁବନେଶ୍ୱର
    • କଟକ
    • ତାଳଚେର
    • ଝାରସୁଗୁଡା
    • ବୌଦ୍ଧ
    • ଅନୁଗୁଳ
  • ରାଜନୀତି
  • ଖେଳ
  • ବାଣିଜ୍ୟ
  • ମନୋରଞ୍ଜନ
  • ସ୍ପେଶାଲ୍ ରିପୋର୍ଟ
  • ସ୍ୱାସ୍ଥ୍ୟ
    • ଜୀବନ ଚର୍ଯ୍ୟା

©2025 Orissa Mirror. All Rights Reserved