Orissa Mirror Odia
Social icon element need JNews Essential plugin to be activated.
ସବସ୍କ୍ରାଇବ କରନ୍ତୁ
  • ରାଜ୍ୟ
  • ଦେଶ-ବିଦେଶ
  • ଅପରାଧ
  • ଜିଲ୍ଲା
    • ଭୁବନେଶ୍ୱର
    • କଟକ
    • ତାଳଚେର
    • ଝାରସୁଗୁଡା
    • ବୌଦ୍ଧ
    • ଅନୁଗୁଳ
  • ରାଜନୀତି
  • ଖେଳ
  • ବାଣିଜ୍ୟ
  • ମନୋରଞ୍ଜନ
  • ସ୍ପେଶାଲ୍ ରିପୋର୍ଟ
  • ସ୍ୱାସ୍ଥ୍ୟ
    • ଜୀବନ ଚର୍ଯ୍ୟା
Orissa Mirror Odia

ବେଆଇନ ବ୍ରାଉନ ସୁଗର ଜବତ: ୪ ଗିରଫ, ଅପରାଧ ମୁକ୍ତ ଜିଲ୍ଲା ପାଇଁ ପୁଲିସର ମିଶନ

by Bureauom
October 30, 2025
in ଅପରାଧ, ଜିଲ୍ଲା
A A
ବେଆଇନ ବ୍ରାଉନ ସୁଗର ଜବତ

ଝାରସୁଗୁଡ଼ା: ବେଆଇନ ବ୍ରାଉନ ସୁଗର ଜବତ ସହ ୪ ଅଭିଯୁକ୍ତଙ୍କୁ ସଦର ପୁଲିସ୍ ଗିରଫ କରିଥିବା ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଗୁଡାଲା ରେଡ୍ଡି ରlଘବେନ୍ଦ୍ର ସୂଚନା ଦେଇଛନ୍ତି l ଗିରଫ ଅଭିଯୁକ୍ତମାନେ ହେଲେ ସଦର ସଦର ଥାନା ଅନ୍ତର୍ଗତ କବ୍ରସ୍ଥାନ ପଡ଼ାର କଲ୍ୟାଣୀ କଲେତ (୨୧) ଓ ଆରତୀ ସୁନା (୪୭), ତେଲିଭଟ୍ଟାର ହାଲିମା ବେଗମ (୪୫), ଓ ଏସ୍.କେ ଅଲତାଫ (୨୨) l ଜିଲ୍ଲାରେ ମାଦକ ଦ୍ରବ୍ୟ, ବେଆଇନ ଅସ୍ତ୍ର ଶସ୍ତ୍ର, ମହିଳାଙ୍କ ସୁରକ୍ଷା କୁ ନେଇ ପୁଲିସ୍ ପ୍ରଶାସନ ଅଣ୍ଟା ଭିଡ଼ିଛି l ଏହି ପରିପ୍ରେକ୍ଷୀରେ ଆଜି ପୁଲିସ୍ କୁ ପୁଣି ଏକ ସଫଳତା ମିଳିଛି l କବ୍ରସ୍ଥାନ ପଡ଼ା ଅଞ୍ଚଳରେ ବେଆଇନ ବ୍ରାଉନ ସୁଗର ବିକ୍ରି ହେଉଥୁବା ବିଶ୍ଵସ୍ତ ସୂତ୍ରରୁ ପୁଲିସକୁ ସୂଚନା ମିଳିଥିଲା l ସୂଚନା ପାଇ ଆରକ୍ଷୀ ଅଧିକ୍ଷକ ରlଘବେନ୍ଦ୍ର ଙ୍କ ନିର୍ଦ୍ଧେଶ କ୍ରମେ ଏସଡିପିଓ ଉମା ଶଙ୍କର ସିଂ, ସଦର ଥାନାଧିକାରୀ ସ୍ଵପ୍ନାରାଣୀ ଗୋଛାୟତଙ୍କ ସହ ଅନ୍ୟାନ୍ୟ ପୁଲିସ ଅଧିକାରୀଙ୍କୁ ନେଇ ଏକ ଟିମ ଗଠନ କରାଯାଇଥିଲା l ପ୍ରାପ୍ତ ସୂଚନା ଆଧାରରେ ସକାଳ ସାଢେ଼ ପାଞ୍ଚଟା ସମୟରେ କବ୍ରସ୍ଥାନ ପଡ଼ା ହନୁମାନ ମନ୍ଦିର ନିକଟ ଏକ ଠେଲାରେ ପୁଲିସ୍ ଟିମ ଚଢ଼ାଉ କରିଥିଲା l

ଚଢ଼ଉ କରି ୯.୬୦ ଗ୍ରାମ ଓଜନର ବ୍ରାଉନ ସୁଗାର ସହ ବ୍ରାଉନ ସୁଗର ପ୍ୟାକିଂ ପାଇଁ ରଖା ଯାଇଥିବା କାଗଜ ପ୍ୟାକେଟ, ୨ ଟି ମୋବାଇଲ ଫୋନ ସହ ନଗଦ ୭୪୭୦ ଟଙ୍କା ପୁଲିସ ଜବତ କରିଥିଲା l ପ୍ରକାଶ ଥାଉ ଝାରସୁଗୁଡ଼ା ଏକ ଶିଳ୍ପ ବହୁଳ ଜିଲ୍ଲା l ଫଳରେ ଜିଲ୍ଲାରେ ଦିନକୁ ଦିନ ଜନସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି l ଏହାର ସୁଯୋଗ ନେଇ କେତେକ ଅସାମାଜିକ ତତ୍ତ୍ଵ କାୟା ବିସ୍ତାର କରିବାରେ ଲାଗିଛନ୍ତି l ବେଆଇନ ବନ୍ଧୁକ ଓ ନିଶା ଦ୍ରବ୍ୟ ବ୍ୟବସାୟୀଙ୍କ ଝାରସୁଗୁଡ଼ା ଜିଲ୍ଲା ଚରାଭୂଇଁ ପାଲଟିଛି l ହେଲେ ଏଥିରେ ଅଙ୍କୁଶ ଲଗାଇବା ପାଇଁ ପୁଲିସ ପ୍ରଶାସନ ଅଣ୍ଟା ଭିଡିଛି l ବିଗତ କିଛି ମାସ ମଧ୍ୟରେ ପୁଲିସ ଏକାଧିକ ବେଆଇନ ବନ୍ଧୁକ ଜବତ ସହ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଅପରାଧ ମୁକ୍ତ ଜିଲ୍ଲା କରିବା ପାଇଁ ପୁଲିସ ପ୍ରଶାସନ ପ୍ରତିଶ୍ରୁତି ବଦ୍ଧ ବୋଲି ଆରକ୍ଷୀ ଅଧିକ୍ଷକ ରlଘବେନ୍ଦ୍ର ସୂଚନା ଦେଇଛନ୍ତି l

Bureauom

Bureauom

Next Post
ଓ ପି ଜିନ୍ଦଲ ସ୍କୁଲ ସାଇବର ସୁରକ୍ଷା ସଚେତନତା

ଓ ପି ଜିନ୍ଦଲ ସ୍କୁଲ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ: ଛାତ୍ରଛାତ୍ରୀଙ୍କୁ ଡିଜିଟାଲ ସୁରକ୍ଷା ଶିକ୍ଷା

ହାଣ୍ଡିଧୂଆ ଅଣ୍ଡରପାସ୍ ରାସ୍ତା ଦୁରବସ୍ଥା

ହାଣ୍ଡିଧୂଆ ଅଣ୍ଡରପାସ୍ ରାସ୍ତା ଦୁରବସ୍ଥା ନେଇ ଦାବୀପତ୍ର ପ୍ରଦାନ

ଇଣ୍ଡିଆ ମେରିଟାଇମ୍ ସପ୍ତାହ 2025

India Maritime Week 2025: ଓଡ଼ିଶା ଜିତିଲା ଶ୍ରେଷ୍ଠ ଷ୍ଟଲ୍ ପୁରସ୍କାର

ବିଶ୍ଵ ମିତବ୍ୟୟିତା ଦିବସ 2025

ବିଶ୍ଵ ମିତବ୍ୟୟିତା ଦିବସ 2025: ମିତାବ୍ୟୟୀ ହୋଇ ସଞ୍ଚୟ କରନ୍ତୁ

Fire at Rajasthan Resort

Fire at Rajasthan Resort: ତମ୍ବୁ ଜଳି ପାଉଁଶ ,ପର୍ଯ୍ୟଟକମାନେ ସୁରକ୍ଷିତ

Orissa Mirror Odia

©2025 Orissa Mirror. All Rights Reserved

Reach Us

  • Home
  • About Us
  • Contact Us
  • Privacy Policy

Follow Us

Social icon element need JNews Essential plugin to be activated.
No Result
View All Result
  • ରାଜ୍ୟ
  • ଦେଶ-ବିଦେଶ
  • ଅପରାଧ
  • ଜିଲ୍ଲା
    • ଭୁବନେଶ୍ୱର
    • କଟକ
    • ତାଳଚେର
    • ଝାରସୁଗୁଡା
    • ବୌଦ୍ଧ
    • ଅନୁଗୁଳ
  • ରାଜନୀତି
  • ଖେଳ
  • ବାଣିଜ୍ୟ
  • ମନୋରଞ୍ଜନ
  • ସ୍ପେଶାଲ୍ ରିପୋର୍ଟ
  • ସ୍ୱାସ୍ଥ୍ୟ
    • ଜୀବନ ଚର୍ଯ୍ୟା

©2025 Orissa Mirror. All Rights Reserved