Orissa Mirror Odia
Social icon element need JNews Essential plugin to be activated.
ସବସ୍କ୍ରାଇବ କରନ୍ତୁ
  • ରାଜ୍ୟ
  • ଦେଶ-ବିଦେଶ
  • ଅପରାଧ
  • ଜିଲ୍ଲା
    • ଭୁବନେଶ୍ୱର
    • କଟକ
    • ତାଳଚେର
    • ଝାରସୁଗୁଡା
    • ବୌଦ୍ଧ
    • ଅନୁଗୁଳ
  • ରାଜନୀତି
  • ଖେଳ
  • ବାଣିଜ୍ୟ
  • ମନୋରଞ୍ଜନ
  • ସ୍ପେଶାଲ୍ ରିପୋର୍ଟ
  • ସ୍ୱାସ୍ଥ୍ୟ
    • ଜୀବନ ଚର୍ଯ୍ୟା
Orissa Mirror Odia

ବେଦାନ୍ତର ପିଛା ଛାଡୁନାହିଁ ଜନ ଅସନ୍ତୋଷ “ଆନ୍ଦୋଳନ ଚେତାବନୀ ଦେଲେ ଭୁର୍କାମୁଣ୍ଡା ଗ୍ରାମବାସୀ”

by Bureauom
November 3, 2025
in ଝାରସୁଗୁଡା
A A
ବେଦାନ୍ତର ପିଛା ଛାଡୁନାହିଁ ଜନ ଅସନ୍ତୋଷ

ଝାରସୁଗୁଡ଼ା(ବିଜୟ ଶଙ୍କର ଦାଶ): ଝାରସୁଗୁଡ଼ାରେ ନିର୍ମାଣ ହେବା ପରଠାରୁ ବେଦାନ୍ତର ପିଛା ଛାଡୁନାହିଁ ଜନ ଅସନ୍ତୋଷ l କେତେବେଳେ ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି ତ କେତେବେଳେ ଭାରୀ ଯାନବାହାନ ଚଳାଚଳ ଯୋଗୁଁ ଟ୍ରାଫିକ ସମସ୍ୟା l କେତେବେଳେ ପାଉଁଶ ପୋଖରୀ ଭୁଷୁଡି ଯିବା ଘଟଣା ତ କେତେବେଳେ ବେଦାନ୍ତ କମ୍ପାନୀରୁ ବାହାରୁଥିବା ବର୍ଜ୍ୟବସ୍ତୁ ପାଉଁଶ ଯୋଗୁଁ ପରିବେଶ ପ୍ରଦୂଷଣ l ହେଲେ ଉକ୍ତ ସମସ୍ୟା ଗୁଡ଼ିକର ସ୍ଥାୟୀ ସମାଧାନ ଏ ପର୍ଯ୍ୟନ୍ତ ହେଉନଥିବା ଅଭିଯୋଗ ହେଉଛି l ଏପରି ଏକ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ କାତିକେଲା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଭୁର୍କାମୁଣ୍ଡା ଗ୍ରାମବାସୀ ଜିଲ୍ଲାପାଳଙ୍କ ଜନଶୁଣାଣୀ ଶିବିର କୁ ଆସିଥିବା ବେଳେ ଗଣମାଧ୍ୟମ ଆଗରେ କ୍ଷୋଭ ପ୍ରକାଶ କରିଛନ୍ତି l

ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ ବେଦାନ୍ତ କମ୍ପାନୀ ଆସିବା ଶୁଣି ଅନେକ ଗୁଡ଼ିଏ ଆଶାର ସଂଚାର ହୋଇଥିଲା l ହେଲେ ପରବର୍ତ୍ତୀ ସମୟରେ ବେଦାନ୍ତ କମ୍ପାନୀର କର୍ଯ୍ୟଶୈଳୀକୁ ନେଇ ଅସନ୍ତୋଷ ବଢିବାରେ ଲାଗିଛି l ଭୁର୍କାମୁଣ୍ଡା ଗାଁ ର ୯୦ ପ୍ରତିଶତ ଜମି ବେଦାନ୍ତ କମ୍ପାନୀ ଅଧିଗ୍ରହଣ କରି ସାରିଥିବା ବେଳେ ପରିବେଶ ପ୍ରଦୂଷଣ ଯୋଗୁଁ ଅବଶିଷ୍ଟ ୧୦ ପ୍ରତିଶତ ଜମି ଚାଷ ଉପଯୋଗୀ ହୋଇ ରହିନାହିଁ l କାରଖାନାର ଶବ୍ଦ ପ୍ରଦୂଷଣ ଯୋଗୁଁ ବେଦାନ୍ତ କମ୍ପାନୀ ପାଚେରୀ ନିକଟରେ ଥିବା ସ୍କୁଲରେ ପାଠ ପଢିବା ପାଇଁ ଇଚ୍ଛା କରୁ ନାହାନ୍ତି ଛାତ୍ର ଛାତ୍ରୀ l ଏନେଇ ବିଗତ ଦିନରେ ଏକାଧିକ ଥର ବେଦାନ୍ତ କମ୍ପାନୀ କର୍ତ୍ତୃପକ୍ଷ ଓ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଥିବା ବେଳେ ଏହାର ସ୍ଥାୟୀ ସମାଧାନ ହୋଇ ପାରିନଥିବା ଭୁର୍କାମୁଣ୍ଡା ଗାଁ ଲୋକେ ଅଭିଯୋଗ କରିଛନ୍ତି l ଏହି ସମସ୍ୟାର ସ୍ଥାୟୀ ସମାଧାନ ନହେଲେ ଆଗାମୀ ଦିନରେ ଆନ୍ଦୋଳନ ପନ୍ଥା ଗ୍ରହଣ କରିବେ ବୋଲି ଭୁର୍କାମୁଣ୍ଡା ଗାଁ ଲୋକେ ଚେତାବନୀ ଦେଇଛନ୍ତି l

Bureauom

Bureauom

Next Post
ଓଡ଼ିଶା ରାଜ୍ୟ ପଣ୍ୟାଗାର ନିଗମ ଲାଭାଂଶ ପ୍ରଦାନ

ଓଡ଼ିଶା ରାଜ୍ୟ ପଣ୍ୟାଗାର ନିଗମ ପକ୍ଷରୁ ରାଜ୍ୟ ସରକାରଙ୍କୁ ୩.୪ କୋଟି ଲାଭାଂଶ ପ୍ରଦାନ

ଓଡ଼ିଶା ଶିଳ୍ପୀ ମହାସଂଘ ପକ୍ଷରୁ ହସ୍ତତନ୍ତ ଓ ହସ୍ତଶିଳ୍ପ ସଚେତନତା ଶିବିର

ଓଡ଼ିଶା ଶିଳ୍ପୀ ମହାସଂଘ ପକ୍ଷରୁ ହସ୍ତତନ୍ତ ଓ ହସ୍ତଶିଳ୍ପ ସଚେତନତା ଶିବିର ଅନୁଷ୍ଠିତ

ପରିବହନ ବିଭାଗ ର ବେପୁରିଆ ନୀତି

ପରିବହନ ବିଭାଗ ର ବେପୁରିଆ ନୀତି, ଡ୍ରାଇଭିଂ ଲାଇସେନ୍ସ ଥାଇ ମଧ୍ୟ କଟୁଛି ଚାଲାଣ

କେବେ କାର୍ଯ୍ୟକ୍ଷମ ହେବ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ନୂତନ କୋଠା ?

କେବେ କାର୍ଯ୍ୟକ୍ଷମ ହେବ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ନୂତନ କୋଠା ? ବଢୁଛି ଜନ ଅସନ୍ତୋଷ

ସମସ୍ଯା ଘେରରେ ତାଳଚେର

ସମସ୍ଯା ଘେରରେ ତାଳଚେର: କାହାରି ନାହିଁ ଏହାପ୍ରତି ନଜର !!

Orissa Mirror Odia

©2025 Orissa Mirror. All Rights Reserved

Reach Us

  • Home
  • About Us
  • Contact Us
  • Privacy Policy

Follow Us

Social icon element need JNews Essential plugin to be activated.
No Result
View All Result
  • ରାଜ୍ୟ
  • ଦେଶ-ବିଦେଶ
  • ଅପରାଧ
  • ଜିଲ୍ଲା
    • ଭୁବନେଶ୍ୱର
    • କଟକ
    • ତାଳଚେର
    • ଝାରସୁଗୁଡା
    • ବୌଦ୍ଧ
    • ଅନୁଗୁଳ
  • ରାଜନୀତି
  • ଖେଳ
  • ବାଣିଜ୍ୟ
  • ମନୋରଞ୍ଜନ
  • ସ୍ପେଶାଲ୍ ରିପୋର୍ଟ
  • ସ୍ୱାସ୍ଥ୍ୟ
    • ଜୀବନ ଚର୍ଯ୍ୟା

©2025 Orissa Mirror. All Rights Reserved