Orissa Mirror Odia
Social icon element need JNews Essential plugin to be activated.
ସବସ୍କ୍ରାଇବ କରନ୍ତୁ
  • ରାଜ୍ୟ
  • ଦେଶ-ବିଦେଶ
  • ଅପରାଧ
  • ଜିଲ୍ଲା
    • ଭୁବନେଶ୍ୱର
    • କଟକ
    • ତାଳଚେର
    • ଝାରସୁଗୁଡା
    • ବୌଦ୍ଧ
    • ଅନୁଗୁଳ
  • ରାଜନୀତି
  • ଖେଳ
  • ବାଣିଜ୍ୟ
  • ମନୋରଞ୍ଜନ
  • ସ୍ପେଶାଲ୍ ରିପୋର୍ଟ
  • ସ୍ୱାସ୍ଥ୍ୟ
    • ଜୀବନ ଚର୍ଯ୍ୟା
Orissa Mirror Odia

ବିଶ୍ବର ସବୁଠାରୁ ଅଧିକ ଋଣଗ୍ରସ୍ତ ଦେଶ କିଏ? ଭାରତ ର ସ୍ଥାନ କେତେ ଜାଣନ୍ତି କି?

by Bureauom
November 6, 2025
in ବାଣିଜ୍ୟ
A A
ବିଶ୍ବର ସବୁଠାରୁ ଅଧିକ ଋଣଗ୍ରସ୍ତ ଦେଶ କିଏ?

ବିଶ୍ବର ଦେଶଗୁଡ଼ିକ ଦିନକୁ ଦିନ ଅଧିକ ଋଣଗ୍ରସ୍ତ ହେବାରେ ଲାଗିଛି । ଅକ୍ଟୋବର ମାସ ପାଇଁ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (IMF) ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁସାରେ ବିଶ୍ବର ଜିଡିପି ଅଭିବୃଦ୍ଧି ମନ୍ଥର ହେଉଥିବାବଳେ ଋଣ ଦିନକୁ ଦିନ ବଢି ବଢି ଚାଲିଛି । ୨୦୨୫ରେ ବିଶ୍ବର ଜିଡିପି-ଋଣ ଅନୁପାତ ୯୪.୭ ପ୍ରତିଶତରେ ପହଞ୍ଚିଛି ଯାହାକି ବର୍ଷକ ପୂର୍ବେ ୯୨.୪ ପ୍ରତିଶତ ଥିଲା । ଋଣ ଏପରି ବଢିଚାଲିଲେ ୨୦୩୦ ସୁଦ୍ଧା ତାହା ୧୦୨ ପ୍ରତିଶତରେ ପହଞ୍ଚିବାର ଆଶଙ୍କା ରହିଛି ବୋଲି ଆଇଏମଏଫ ପୂର୍ବାନୁମାନ କରିଛି ।

ତେବେ ବିଶ୍ବର ସବୁଠାରୁ ଋଣଗ୍ରସ୍ତ ଦେଶ କିଏ ? ଆଇଏମଏଫ ଯେଉଁ ତାଲିକା ପ୍ରକାଶ କରିଛି ତାହାକୁ ଦେଖିଲେ ଆପଣମାନେ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ । ବିଶ୍ବର ସବୁଠାରୁ ଋଣଗ୍ରସ୍ତ ଦେଶ ହେଉଛି ଜାପାନ । ଜାପାନର ଋଣ ତାହାର ଜିଡିପିର ୨୨୯.୬ ପ୍ରତିଶତ ରହିଛି । ଅର୍ଥାତ୍ ଜାପାନର ମୋଟ ଘରୋଇ ଉତ୍ପାଦର ଦୁଇଗୁଣ ହୋଇଯାଇଛି ଋଣ । ଜାପାନର ମନ୍ଥର ହେଉଥିବା ଅର୍ଥନୀତି ଓ ବୟସ୍କ ଜନସଂଖ୍ୟା ଏହି ସମସ୍ୟାକୁ ଉତ୍କଟ କରିଛି ବୋଲି କୁହାଯାଉଛି । ୨ୟ ସ୍ଥାନରେ ରହିଛି ଆଫ୍ରିକୀୟ ଦେଶ ସୁଦାନ ଯାହାର ଜିଡିପି-ଋଣ ଅନୁପାତ ୨୨୧ ପ୍ରତିଶତ ରହିଛି । ସେହିପରି ୩ୟ ସ୍ଥାନରେ ସିଂଗାପୁର ରହିଛି, ଯାହାର ଜିଡିପି-ଋଣ ଅନୁପାତ ୧୭୫.୬ ପ୍ରତିଶତ ରହିଛି ।

ଚତୁର୍ଥ, ପଂଚମ, ୬ଷ୍ଠ ଓ ୭ମ ସ୍ଥାନରେ ଅଛନ୍ତି ଗ୍ରୀସ, ବାହରିନ, ଇଟାଲି ଓ ମାଳଦ୍ବୀପ ରହିଥିବା ବେଳେ ୮ମ ସ୍ଥାନରେ ରହିଛି ବିଶ୍ବର ସବୁଠାରୁ ଶକ୍ତିଶାଳୀ ଓ ୧ ନମ୍ବର ଅର୍ଥନୈତିକ ଦେଶ ଆମେରିକା । ଏହାର ଜିଡିପି-ଋଣ ଅନୁପାତ ୧୨୫ ପ୍ରତିଶତ ରହିଛି । ସେହିପରି ଚୀନର ସ୍ଥାନ ୨୧ ନମ୍ବରରେ ରହିଛି ଯାହାର ଜିଡିପି-ଋଣ ଅନୁପାତ ୯୬.୩ ପ୍ରତିଶତ ରହିଛି । ତେବେ ଏଠାରେ ପ୍ରଶ୍ନ ଉଠେ ଭାରତର ସ୍ଥାନ କେଉଁଠି ରହିଛି ? ୮୧.୪ ପ୍ରତିଶତ ଜିଡିପି-ଋଣ ଅନୁପାତ ସହ ଭାରତ ଏହି ତାଲିକାର ୩୫ତମ ସ୍ଥାନରେ ଅଛି । ଅର୍ଥାତ ଭାରତର ଜିଡିପି-ଋଣ ଅନୁପାତ ବିଶ୍ବର ହାରାହାରି ଅନୁପାତ (୯୪.୭ ପ୍ରତିଶତ) ଠାରୁ କମ ରହିଛି, ଯାହାକି ଏକ ଆଶ୍ବସ୍ତିର ବିଷୟ ।

Bureauom

Bureauom

Next Post
ନୂଆପଡାରେ ଭୋଟର ସୂଚନା ପତ୍ର ଓ ଭୋଟର ମାର୍ଗ ଦର୍ଶିକା ପୁସ୍ତିକା ବିତରଣ

ନୂଆପଡାରେ ଭୋଟର ସୂଚନା ପତ୍ର ଓ ଭୋଟର ମାର୍ଗ ଦର୍ଶିକା ପୁସ୍ତିକା ବିତରଣ

ବାଲିଯାତ୍ରାରେ ଉଦଘାଟିତ ହେଲା ବୟନିକା

ବାଲିଯାତ୍ରାରେ ଉଦଘାଟିତ ହେଲା ବୟନିକା ଦ୍ୱାରା ଆୟୋଜିତ ସ୍ୱତନ୍ତ୍ର ହସ୍ତତନ୍ତ ମେଳା

କଟକ ରୂପା ତାରକସି ପାଭିଲିଅନ୍ ଉଦଘାଟିତ

କଟକ ରୂପା ତାରକସି ପାଭିଲିଅନ୍ ଉଦଘାଟିତ

PMP ମେଡ଼ିକାଲ କଲେଜରେ ବାରମ୍ବାର ବିଦ୍ୟୁତ୍ କାଟ

PMP ମେଡ଼ିକାଲ କଲେଜରେ ବାରମ୍ବାର ବିଦ୍ୟୁତ୍ କାଟ, ରୋଗୀ ସମେତ ଡ଼ାକ୍ତର ହନ୍ତସନ୍ତ

ରାଷ୍ଟ୍ରୀୟ ଏକତା ଦିବସରେ ବିଭିନ୍ନ ପ୍ରତିଯୋଗିତା

ରାଷ୍ଟ୍ରୀୟ ଏକତା ଦିବସରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ

Orissa Mirror Odia

©2025 Orissa Mirror. All Rights Reserved

Reach Us

  • Home
  • About Us
  • Contact Us
  • Privacy Policy

Follow Us

Social icon element need JNews Essential plugin to be activated.
No Result
View All Result
  • ରାଜ୍ୟ
  • ଦେଶ-ବିଦେଶ
  • ଅପରାଧ
  • ଜିଲ୍ଲା
    • ଭୁବନେଶ୍ୱର
    • କଟକ
    • ତାଳଚେର
    • ଝାରସୁଗୁଡା
    • ବୌଦ୍ଧ
    • ଅନୁଗୁଳ
  • ରାଜନୀତି
  • ଖେଳ
  • ବାଣିଜ୍ୟ
  • ମନୋରଞ୍ଜନ
  • ସ୍ପେଶାଲ୍ ରିପୋର୍ଟ
  • ସ୍ୱାସ୍ଥ୍ୟ
    • ଜୀବନ ଚର୍ଯ୍ୟା

©2025 Orissa Mirror. All Rights Reserved