Orissa Mirror Odia
Social icon element need JNews Essential plugin to be activated.
ସବସ୍କ୍ରାଇବ କରନ୍ତୁ
  • ରାଜ୍ୟ
  • ଦେଶ-ବିଦେଶ
  • ଅପରାଧ
  • ଜିଲ୍ଲା
    • ଭୁବନେଶ୍ୱର
    • କଟକ
    • ତାଳଚେର
    • ଝାରସୁଗୁଡା
    • ବୌଦ୍ଧ
    • ଅନୁଗୁଳ
  • ରାଜନୀତି
  • ଖେଳ
  • ବାଣିଜ୍ୟ
  • ମନୋରଞ୍ଜନ
  • ସ୍ପେଶାଲ୍ ରିପୋର୍ଟ
  • ସ୍ୱାସ୍ଥ୍ୟ
    • ଜୀବନ ଚର୍ଯ୍ୟା
Orissa Mirror Odia

ନୂଆପଡାରେ ଭୋଟର ସୂଚନା ପତ୍ର ଓ ଭୋଟର ମାର୍ଗ ଦର୍ଶିକା ପୁସ୍ତିକା ବିତରଣ

by Bureauom
November 6, 2025
in ରାଜ୍ୟ
A A
ନୂଆପଡାରେ ଭୋଟର ସୂଚନା ପତ୍ର ଓ ଭୋଟର ମାର୍ଗ ଦର୍ଶିକା ପୁସ୍ତିକା ବିତରଣ

ଭୁବନେଶ୍ୱର: ନୂଆପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀର ମତଦାତାମାନଙ୍କୁ ଉପନିର୍ବାଚନ ସମ୍ପର୍କରେ ସଚେତନ କରିବା ଉଦ୍ଦେଶ୍ୟରେ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ମାର୍ଗଦର୍ଶନରେ ବୁଥ ସ୍ତରୀୟ ଅଧିକାରୀମାନେ ଘରକୁ ଘର ଯାଇ ଭୋଟର ସୂଚନା ପତ୍ର ଓ ଭୋଟର ମାର୍ଗ ଦର୍ଶିକା ପୁସ୍ତିକା ବିତରଣ କରିଛନ୍ତି । ସୂଚନା ଯୋଗ୍ୟ ଯେ, ନୂଆପଡା ନିର୍ବାଚନ ମଣ୍ଡଳୀରେ 2 ଲକ୍ଷ 51 ହଜାର 919 ଭୋଟର ସୂଚନା ପତ୍ର ଏବଂ 85 ହଜାର ଭୋଟର ମାର୍ଗ ଦର୍ଶିକା ପୁସ୍ତିକା ବିତରଣ କରାଯାଇଛି ।

ଭୋଟର ତାଲିକାରେ ମତଦାତାଙ୍କ ନାମ, ମତଦାନ କେନ୍ଦ୍ର ସମ୍ପର୍କିତ ସୂଚନା, ଭୋଟଦାନ ତାରିଖ ଏବଂ ସମୟ, ମତଦାନ ସମୟରେ କଣ କରିବେ – ନ କରିବେ, କ୍ୟୁ.ଆର କୋଡ ବ୍ୟବହାରକରି କିପରି ଭୋଟର ବିବରଣୀ ଶୀଘ୍ର ପାଇପାରିବେ ଏ ସମ୍ପର୍କିତ ସୂଚନା ଭୋଟର ସୂଚନା ପତ୍ରରେ ଉପଲବ୍ଧ କରାଯାଇଛି ।

ସେହିପରି, ଭୋଟର ମାର୍ଗ ଦର୍ଶିକା ପୁସ୍ତିକାରେ ମତଦାତା ମାନେ ସୁବିଧାରେ କେମିତି ଭୋଟ ଦେବେ, ଭୋଟର ପଞ୍ଜୀକରଣ ଯୋଗ୍ୟତା, ଭୋଟର ତାଲିକାରେ ନାମ ଅଛି କି ନାହିଁ ତାହା କେମିତି ଜାଣିବେ, ନିର୍ବାଚନ ନିୟମ ଉଲ୍ଲଂଘନ ଘଟିଲେ କିପରି ଅଭିଯୋଗ କରିବେ, ପୋଷ୍ଟାଲ୍‌ ବ୍ୟାଲଟ୍‌ ସୁବିଧା, ନିର୍ବାଚନ ନାମାଙ୍କନ ଓ ପ୍ରାର୍ଥୀ ସମ୍ବନ୍ଧୀୟ ସମସ୍ତ ଆବଶ୍ୟକୀୟ ସୂଚନା ଉପଲବ୍ଧ ରହିଅଛି । ଭୋଟରମାନେ voters.eci.gov.in ୱେବସାଇଟ୍‌ ତଥା Voter Helpline App ଦ୍ୱାରା କିପରି ମତଦାନ କେନ୍ଦ୍ର ନିରୂପଣ କରିପାରିବେ ସେ ସମ୍ବନ୍ଧରେ ଏହି ପୁସ୍ତିକାରେ ଉଲ୍ଲେଖ ରହିଛି । ମତଦାତାମାନେ ନିର୍ବାଚନ ପୂର୍ବରୁ ଭୋଟର ସୂଚନା ପତ୍ର ଓ ଭୋଟର ମାର୍ଗ ଦର୍ଶିକା ପୁସ୍ତିକା ମାଧ୍ୟମରେ ନିଜେ ସଚେତନ ହେବା ସହିତ ଅନ୍ୟ ମାନଙ୍କୁ ସଚେତନ କରିବା ପାଇଁ ଅନୁରୋଧ ।

Bureauom

Bureauom

Next Post
ବାଲିଯାତ୍ରାରେ ଉଦଘାଟିତ ହେଲା ବୟନିକା

ବାଲିଯାତ୍ରାରେ ଉଦଘାଟିତ ହେଲା ବୟନିକା ଦ୍ୱାରା ଆୟୋଜିତ ସ୍ୱତନ୍ତ୍ର ହସ୍ତତନ୍ତ ମେଳା

କଟକ ରୂପା ତାରକସି ପାଭିଲିଅନ୍ ଉଦଘାଟିତ

କଟକ ରୂପା ତାରକସି ପାଭିଲିଅନ୍ ଉଦଘାଟିତ

PMP ମେଡ଼ିକାଲ କଲେଜରେ ବାରମ୍ବାର ବିଦ୍ୟୁତ୍ କାଟ

PMP ମେଡ଼ିକାଲ କଲେଜରେ ବାରମ୍ବାର ବିଦ୍ୟୁତ୍ କାଟ, ରୋଗୀ ସମେତ ଡ଼ାକ୍ତର ହନ୍ତସନ୍ତ

ରାଷ୍ଟ୍ରୀୟ ଏକତା ଦିବସରେ ବିଭିନ୍ନ ପ୍ରତିଯୋଗିତା

ରାଷ୍ଟ୍ରୀୟ ଏକତା ଦିବସରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ

ବିକ୍ରି ହେବ ବିଶ୍ବପ୍ରସିଦ୍ଧ ପୁରୀ ରଥଯାଚ୍ରାରେ ବ୍ୟବହୃତ ରଥ ଅଂଶ

ବିକ୍ରି ହେବ ବିଶ୍ବପ୍ରସିଦ୍ଧ ପୁରୀ ରଥଯାଚ୍ରାରେ ବ୍ୟବହୃତ ରଥ ଅଂଶ

Orissa Mirror Odia

©2025 Orissa Mirror. All Rights Reserved

Reach Us

  • Home
  • About Us
  • Contact Us
  • Privacy Policy

Follow Us

Social icon element need JNews Essential plugin to be activated.
No Result
View All Result
  • ରାଜ୍ୟ
  • ଦେଶ-ବିଦେଶ
  • ଅପରାଧ
  • ଜିଲ୍ଲା
    • ଭୁବନେଶ୍ୱର
    • କଟକ
    • ତାଳଚେର
    • ଝାରସୁଗୁଡା
    • ବୌଦ୍ଧ
    • ଅନୁଗୁଳ
  • ରାଜନୀତି
  • ଖେଳ
  • ବାଣିଜ୍ୟ
  • ମନୋରଞ୍ଜନ
  • ସ୍ପେଶାଲ୍ ରିପୋର୍ଟ
  • ସ୍ୱାସ୍ଥ୍ୟ
    • ଜୀବନ ଚର୍ଯ୍ୟା

©2025 Orissa Mirror. All Rights Reserved