Orissa Mirror Odia
Social icon element need JNews Essential plugin to be activated.
ସବସ୍କ୍ରାଇବ କରନ୍ତୁ
  • ରାଜ୍ୟ
  • ଦେଶ-ବିଦେଶ
  • ଅପରାଧ
  • ଜିଲ୍ଲା
    • ଭୁବନେଶ୍ୱର
    • କଟକ
    • ତାଳଚେର
    • ଝାରସୁଗୁଡା
    • ବୌଦ୍ଧ
    • ଅନୁଗୁଳ
  • ରାଜନୀତି
  • ଖେଳ
  • ବାଣିଜ୍ୟ
  • ମନୋରଞ୍ଜନ
  • ସ୍ପେଶାଲ୍ ରିପୋର୍ଟ
  • ସ୍ୱାସ୍ଥ୍ୟ
    • ଜୀବନ ଚର୍ଯ୍ୟା
Orissa Mirror Odia

ପୁଲିସ ପଞ୍ଜାରେ ଡକାୟତି ଗ୍ୟାଙ୍ଗ: ୧୦ଲକ୍ଷରୁ ଉର୍ଦ୍ଧ୍ୱ ସୁନାଗହଣା ଜବତ ୬ଗିରଫ

by Bureauom
November 8, 2025
in ଜିଲ୍ଲା, ତାଳଚେର
A A
ପୁଲିସ ପଞ୍ଜାରେ ଡକାୟତି ଗ୍ୟାଙ୍ଗ

ତାଳଚେର(ବିଜୟ କୁମାର ଦେବତା): ତାଳଚେର ଉପଖଣ୍ଡର ବିଭିନ୍ନ ଥାନା ଅଂଚଳରେ ଦୀର୍ଘଦିନ ହେବ ଲୁଟ୍‌ପାଟ୍ କରି ଆତଙ୍କ ଖେଳାଇ ଚାଲିଥିବା ଡ଼କାୟତ ଦଳର ଦୁଇଜଣ ସଦସ୍ୟ ଓ ଚୋରୀ ସୁନା ଚେନ କିଣି ଥିବା ୪ ଜଣସହ ସମୁଦାୟ ୬ଜଣଙ୍କୁ ଜିଲ୍ଳା ପୋଲିସ୍ ଗିରଫ କରିବାରେ ସଫଳ ହୋଇଛି । ଅଭିଯୁକ୍ତ ଠାରୁ ପୋଲିସ୍ ୧୦ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ସୁନାଗହଣା ସମେତ ଲୁଟରେ ବ୍ୟବହୃତ ସାମଗ୍ରୀ ଓ ଦୁଇଟି ବାଇକକୁ ଜବତ କରିଛି । ଅଭିଯୁକ୍ତମାନେ ତାଳଚେର ସମେତ ଜିଲ୍ଳାର ବିଭିନ୍ନ ଥାନାରେ ୧୨ଟିରୁ ଉର୍ଦ୍ଧ୍ୱ ମାମଲାରେ ସମ୍ପୃକ୍ତ ଥିବା ଜିଲ୍ଳା ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନ ସୂଚନା ପ୍ରଦାନ କରିଛନ୍ତି । ତାଳଚେର ଉପଖଣ୍ଡ, କୋଲିୟରୀ, ଗୋପାଳପ୍ରସାଦ ଓ ସମଲ ଥାନା ଅଂଚଳରେ କିଛିଦିନ ମଧ୍ୟରେ ୧୨ଟିରୁ ଉର୍ଦ୍ଧ୍ୱ ସୁନା ଚୋରୀ ହୋଇଥିବା ଘଟଣାର ଥାନାରେ ଅଭିଯୋଗ ହୋଇଥିଲା ।

ଏହି ଅଭିଯୋଗକୁ ଭିତିକରି ଅପରାଧି ଗୋଷ୍ଠୀଙ୍କୁ ଧରିବାକୁ ତାଳଚେର ଏସଡ଼ପିଓ ଭରତ ଚନ୍ଦ୍ର ସାହୁ ଙ୍କ ନେତୃତ୍ବରେ ଏକ ଟିମ୍ ଗଠନ କରାଯାଇ ଏହି ଟିମ୍ ପ୍ରାଥମିକ ପର୍ଯ୍ୟାୟରେ ଗୋଷ୍ଠୀର ଦୁଇଜଣ ସଦସ୍ୟଙ୍କୁ କାବୁ କରିନେଇଥିଲା । ଏହି ଖବର ପାଇ ମୁଖ୍ୟ ଅପରାଧି ଫେରାର୍ ହୋଇଯାଇଥିଲା । ଗିରଫ ଦୁଇ ଅଭିଯୁକ୍ତ ତାଳଚେର ଥାନା ଅନ୍ତର୍ଗତ ସ୍କଟଲାଣ୍ଡପୁର ଗ୍ରାମର ରାଜେଶ ଓରଫ ସୁଶିଲ ନାଏକ(୨୬) ଓ ବଅଁରପାଳ ଥାନା ଅନ୍ତର୍ଗତ ଖମଣ ଗ୍ରାମର ରୁନୁ ଓରଫ ଅଖିଳ ନାଏକ(୨୫) । ସେମାନଙ୍କ ଠାରୁ ଚୋରି ସୁନା କିଣିଥିବା ଅଭିଯୋଗରେ କୋଲିୟରୀ ଥାନା ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମର ହରିନନା ଓରଫ ହରମୋହନ ତ୍ରିପାଠୀ, ବିକ୍ରମପୁର ଥାନା ଅଂଚଳର ଅକ୍ଷୟ ନାଏକ, ଗୋପାପ୍ରସାଦ ଥାନା ଡ଼ଅଁରା ଗ୍ରାମର ବିକାଶ ନାଏକ ଓ ପ୍ରଭାତ ନାଏକଙ୍କ ଠାରୁ ପୋଲିସ୍ ୫ଟି ସୁନାଚେନ ଜବତ କରିଥିଲା ।

ଜବତ ସୁନାର ମୂଲ୍ୟ ୧୦ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡ଼ିଛି । ସେମାନଙ୍କ ନିକଟରୁ ଦୁଇଟି ବାଇକ, ୪୪ହଜାର ଟଙ୍କା, ୩ଟି ମୋବାଇଲ ଓ ଗୋଟିଏ ଛୁରୀକୁ ପୋଲିସ୍ ଜବତ କରିଛି । ଦୁଇ ଅଭିଯୁକ୍ତ ଅକ୍ଷିଳ ଓ ରାଜେଶ ନାମରେ ତାଳଚେର ଥାନାରେ ୪ଟି, କୋଲିୟରୀ ଥାନାରେ ୩ଟି, ଗୋପାଳ ପ୍ରସାଦ ଥାନାରେ ୩ଟି ଏବଂ ସମଲ ଥାନାରେ ୨ଟି ମାମଲା ରହିଥିବା ତଦନ୍ତରୁ ଜଣାପଡ଼ିଛି । ସୁଶିଲ ନାମରେ ୧୨ଟି ଓ ଅକ୍ଷିଳ ନାମରେ ୧୩ଟି ମାମଲା ରହିଛି । ଏହି ଚୋରୀରେ ସମ୍ପୃକ୍ତ ମୁଖିଆ ବିକାଶ ନାଏକ ଫେରାର୍ ରହିଛି । ତା ନାମରେ ମଧ୍ୟ ବିଭିନ୍ନ ଥାନାରେ ୩୫ରୁ ଉର୍ଦ୍ଧ୍ୱ ମାମଲା ରହିଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି ।

ପୋଲିସର ଏହି ସ୍ଵତନ୍ତ୍ର ଟିମରେ ତାଳଚେର ଥାନାର ଇନ୍ସପେକ୍ଟର ଦେବବ୍ରତ ନାୟକ, ବିକ୍ରମପୁର ଥାନାର ଏସ୍ ଆଇ ସ୍କତିରଞ୍ଜନ ନାୟକ, ଗୋପାଳ ପ୍ରସାଦ ଥାନାର ଏସ୍ ଆଇ ବଳରାମ ବେହେରା, କୋଲିୟରୀ ଥାନାର ଏସ୍ ଆଇ ରୁଦ୍ରମୋହନ ନାୟକ, ସମଲ ଥାନାର ଏସ୍ ଆଇ ମାନଷ ରଞ୍ଜନ ସାହୁ ସମେତ କନେଷ୍ଟବଳ ଏନ୍ ପାଣିଗ୍ରାହୀ, ସୁନୀଲ କିଶାନ ଓ ବିବ୍ରତ ଗଡ଼ନାୟକ ସାମିଲ ଥିଲେ।

Bureauom

Bureauom

Next Post
ଭାରୀଯାନ ଚଳାଚଳ ଓ ପ୍ରଦୂଷଣକୁ ବିରୋଧ

ଭାରୀଯାନ ଚଳାଚଳ ଓ ପ୍ରଦୂଷଣକୁ ବିରୋଧ "ଜିଲ୍ଲା ପ୍ରଶାସନ ନିଦାବିଷ୍ଣୁ ସାଜିଥିବା ଅଭିଯୋଗ"

ଦ୍ଵିତୀୟ ଇନଡୋର ଷ୍ଟାଡିଅମ ନିର୍ମାଣ କେବେ?

ଦ୍ଵିତୀୟ ଇନଡୋର ଷ୍ଟାଡିଅମ ନିର୍ମାଣ କେବେ? ବଢୁଛି କ୍ରୀଡ଼ାବିତଙ୍କ ଅସନ୍ତୋଷ

ଆସୁଛି ପର୍ଯ୍ୟଟନ ଋତୁ

ଆସୁଛି ପର୍ଯ୍ୟଟନ ଋତୁ, "ଭିତ୍ତିଭୂମି ଥାଇ 'ଅବହେଳିତ ବୌଦ୍ଧ"

ଟ୍ରାଫିକ ନିୟମ ଉଲଙ୍ଘନକାରୀ ଗାଡ଼ି ଚାଳକଙ୍କୁ ଛଡ଼ା ଯିବ ନାହିଁ

ଟ୍ରାଫିକ ନିୟମ ଉଲଙ୍ଘନକାରୀ ଗାଡ଼ି ଚାଳକଙ୍କୁ ଛଡ଼ା ଯିବ ନାହିଁ : ଆରକ୍ଷୀ ଅଧିକ୍ଷକ

ବିପଦ ସଙ୍କୁଳ ତେଲେନ ନଦୀ ବ୍ରିଜ

ବିପଦ ସଙ୍କୁଳ ତେଲେନ ନଦୀ ବ୍ରିଜ,ଭୟଭୀତ ଗ୍ରାମବାସୀ

Orissa Mirror Odia

©2025 Orissa Mirror. All Rights Reserved

Reach Us

  • Home
  • About Us
  • Contact Us
  • Privacy Policy

Follow Us

Social icon element need JNews Essential plugin to be activated.
No Result
View All Result
  • ରାଜ୍ୟ
  • ଦେଶ-ବିଦେଶ
  • ଅପରାଧ
  • ଜିଲ୍ଲା
    • ଭୁବନେଶ୍ୱର
    • କଟକ
    • ତାଳଚେର
    • ଝାରସୁଗୁଡା
    • ବୌଦ୍ଧ
    • ଅନୁଗୁଳ
  • ରାଜନୀତି
  • ଖେଳ
  • ବାଣିଜ୍ୟ
  • ମନୋରଞ୍ଜନ
  • ସ୍ପେଶାଲ୍ ରିପୋର୍ଟ
  • ସ୍ୱାସ୍ଥ୍ୟ
    • ଜୀବନ ଚର୍ଯ୍ୟା

©2025 Orissa Mirror. All Rights Reserved