Orissa Mirror Odia
Social icon element need JNews Essential plugin to be activated.
ସବସ୍କ୍ରାଇବ କରନ୍ତୁ
  • ରାଜ୍ୟ
  • ଦେଶ-ବିଦେଶ
  • ଅପରାଧ
  • ଜିଲ୍ଲା
    • ଭୁବନେଶ୍ୱର
    • କଟକ
    • ତାଳଚେର
    • ଝାରସୁଗୁଡା
    • ବୌଦ୍ଧ
    • ଅନୁଗୁଳ
  • ରାଜନୀତି
  • ଖେଳ
  • ବାଣିଜ୍ୟ
  • ମନୋରଞ୍ଜନ
  • ସ୍ପେଶାଲ୍ ରିପୋର୍ଟ
  • ସ୍ୱାସ୍ଥ୍ୟ
    • ଜୀବନ ଚର୍ଯ୍ୟା
Orissa Mirror Odia

ବିଜେଡ଼ି ଜନସମ୍ପର୍କ ପଦଯାତ୍ରା: ବିଜେପି କୁ ଟାର୍ଗେଟ କଲେ ବିଜେଡ଼ି ଜିଲ୍ଲା ଉପସଭାପତି ପ୍ରଦୀପ୍ତ ସାହୁ

by Bureauom
November 7, 2025
in ଜିଲ୍ଲା, ବୌଦ୍ଧ, ରାଜନୀତି
A A
ବିଜେଡ଼ି ଜନସମ୍ପର୍କ ପଦଯାତ୍ରା

ହରଭଙ୍ଗା/ବୌଦ୍ଧ(ସର୍ବେଶ୍ୱର କ୍ଷେତି): ହରଭଙ୍ଗା ବ୍ଲକ ବିଜୁ ଜନତା ଦଳ ପକ୍ଷରୁ ଜିଲ୍ଲା ସଭାପତି ପ୍ରଦୀପ କୁମାର ଅମାତଙ୍କ ନେତୃତ୍ୱରେ ଏକ ବିଶାଳ ଜନ ସମ୍ପର୍କ ପଦଯାତ୍ରା ଓ ସାଧାରଣସଭା ଅନୁଷ୍ଠିତ ହୋଇଯାଇଛି। ଦଳ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଅକ୍ଟୋବର ୦୯ ତାରିଖରୁ ନଭେମ୍ବର ୦୯ ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଆୟୋଜିତ ହେଉଥିବା ଜନସମ୍ପର୍କ ପଦଯାତ୍ରା ଅବସରରେ ଆଜି ହରଭଙ୍ଗା ଠାରୁ ପୁରୁଣାକଟକ ପର୍ଯ୍ୟନ୍ତ ଜନସମ୍ପର୍କ ପଦଯାତ୍ରା ଆୟୋଜିତ ହୋଇଯାଇଛି। ପୁରୁଣାକଟକଠାରେ ବ୍ଲକ ସଭାପତି ପଙ୍କଜ ସାହୁଙ୍କ ସଭାପତିତ୍ୱରେ ଏକ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଶହ ଶହ ସମର୍ଥକମାନେ ହରଭଙ୍ଗା ହାଇସ୍କୁଲରୁ ଶୋଭାଯାତ୍ରାରେ ବାହାରି ହରଭଙ୍ଗା ଗ୍ରାମ, ଛତ୍ରଙ୍ଗ, ଚାରିଛକ ଓ ପୁରୁଣାକଟକ ବଜାର ପରିକ୍ରମା ପରେ ସଭାସ୍ଥଳରେ ପଦଯାତ୍ରା ପହଞ୍ଚିଥିଲା।

ଜିଲ୍ଲା ଉପ ସଭାପତି ପ୍ରଦୀପ୍ତ କୁମାର ସାହୁ ବିଜେପି ସରକାରକୁ କଡ଼ା ସମାଲୋଚନା କରିବା ସହ ବିଜେପି ସରକାର ଗେମ ଚେଞ୍ଜର ନୁହେଁ ବରଂ ନେମ ଚେଞ୍ଜର ବୋଲି ନିଜ ଅଭିଭାଷଣରେ କହିଥିବା ବେଳେ ବୌଦ୍ଧ ନଗରପାଳ ମୃତ୍ୟୁଞ୍ଜୟ ମିଶ୍ର, ଆଡଭୋକେଟ ଅଶୋକ ସାହୁ, ଯୁବନେତା ଅବକାଶ ସାହୁ, ଅଶୋକ ସେଠୀ, ସୁବୋଧ ପ୍ରଧାନ, ପ୍ରଦୀପ ସାହୁ ପ୍ରମୁଖ ମଞ୍ଚାସିନ ଅତିଥିମାନେ ପ୍ରତାରଣାର ୧୬ ମାସର ଡବଲ ଇଞ୍ଜିନ ସରକାରରୁ ଜନସାଧାରଣ ଆଜି ତ୍ରାହି ତ୍ରାହି ଡାକୁଥିବା ବେଳେ ଏହା ବିରୁଦ୍ଧରେ ଦୁର୍ବାର ଲଢେଇ ପାଇଁ ଆହ୍ୱାନ ଦେଇଥିଲେ। କ୍ଷମତାକୁ ଆସିବା ଦିନ ଠାରୁ କୋଉଠିବି ମାଟି ଗାଣ୍ଡୁଆ ଟିଏ ପକାଇନଥିବା ବେଳେ ଏସରକାର ସମୟରେ କେବଳ ରଙ୍ଗମରା ଲଘୁଖଣିଜ ସମ୍ପଦ ଲୁଟ ଓ ପିସି ଆଦାୟରେ ଭାଜପା ନେତାମାନେ ବ୍ୟସ୍ତ ଅଛନ୍ତି। ଏହା ବିରୁଦ୍ଧରେ ବିଜୁ ଜନତା ଦଳ ଦୁର୍ବାର ଲଢେଇ କରିବା ପାଇଁ ଘୋଷଣା କରିଥିଲେ।

ଉକ୍ତ ପଦଯାତ୍ରା ଓ ସାଧାରଣସଭାରେ ସଞ୍ଜୟ ଦେହୁରୀ, ନିହାର ଘୋଷ, ପ୍ରତିଭା ସାହୁ, ଜ୍ୟୋତିର୍ମୟ ଦାସ, ସୁଜ୍ଞାନ କର୍ଣ୍ଣ, ରଜତ ଦାସ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଅକ୍ଷୟ କଁହର, ବାସୁଦେବ ଦେହୁରୀ, ସୁଶୀଲ ଦେହୁରୀ ପ୍ରମୁଖଙ୍କ ନେତୃତ୍ୱରେ କର୍ମୀମାନେ ଜନସମ୍ପର୍କ ଯାତ୍ରା କାର୍ଯ୍ୟକ୍ରମରେ ଯୋଗଦାନ ପୂର୍ବକ ସଫଳ କରିଥିଲେ। ପଦଯାତ୍ରା ସମୟରେ କିଛି କର୍ମୀମାନେ ବାଇକ ଯାତ୍ରା କରୁଥିବା ବେଳେ ଟ୍ରାଫିକ ନିୟମର ଖୋଲାଖୋଲି ଉଲଂଘନ କରୁଥିବାର ଦେଖିବାକୁ ମିଳିଥିଲା।

ପରବର୍ତ୍ତୀ ସମୟରେ ହରଭଙ୍ଗା ପୋଲିସ ପକ୍ଷରୁ ଚେକିଂ କଡ଼ାକଡି କରିବା ଦ୍ୱାରା କିଛି ଦଳୀୟ କର୍ମୀ ଅଧା ବାଟରୁ ଘର ବାହୁଡ଼ା ଯାତ୍ରା କରିଥିଲେ।

Bureauom

Bureauom

Next Post
ଏମସିଏଲ ର ବଳଭଦ୍ର ଖୋଲାମୁହଁ କୋଇଲା ଖଣି ପାଇଁ ଜନ ଶୁଣାଣି ଅନୁଷ୍ଠିତ

ଏମସିଏଲ ର ବଳଭଦ୍ର ଖୋଲାମୁହଁ କୋଇଲା ଖଣି ପାଇଁ ଜନ ଶୁଣାଣି ଅନୁଷ୍ଠିତ

ପୁଲିସ ପଞ୍ଜାରେ ଡକାୟତି ଗ୍ୟାଙ୍ଗ

ପୁଲିସ ପଞ୍ଜାରେ ଡକାୟତି ଗ୍ୟାଙ୍ଗ: ୧୦ଲକ୍ଷରୁ ଉର୍ଦ୍ଧ୍ୱ ସୁନାଗହଣା ଜବତ ୬ଗିରଫ

ଭାରୀଯାନ ଚଳାଚଳ ଓ ପ୍ରଦୂଷଣକୁ ବିରୋଧ

ଭାରୀଯାନ ଚଳାଚଳ ଓ ପ୍ରଦୂଷଣକୁ ବିରୋଧ "ଜିଲ୍ଲା ପ୍ରଶାସନ ନିଦାବିଷ୍ଣୁ ସାଜିଥିବା ଅଭିଯୋଗ"

ଦ୍ଵିତୀୟ ଇନଡୋର ଷ୍ଟାଡିଅମ ନିର୍ମାଣ କେବେ?

ଦ୍ଵିତୀୟ ଇନଡୋର ଷ୍ଟାଡିଅମ ନିର୍ମାଣ କେବେ? ବଢୁଛି କ୍ରୀଡ଼ାବିତଙ୍କ ଅସନ୍ତୋଷ

ଆସୁଛି ପର୍ଯ୍ୟଟନ ଋତୁ

ଆସୁଛି ପର୍ଯ୍ୟଟନ ଋତୁ, "ଭିତ୍ତିଭୂମି ଥାଇ 'ଅବହେଳିତ ବୌଦ୍ଧ"

Orissa Mirror Odia

©2025 Orissa Mirror. All Rights Reserved

Reach Us

  • Home
  • About Us
  • Contact Us
  • Privacy Policy

Follow Us

Social icon element need JNews Essential plugin to be activated.
No Result
View All Result
  • ରାଜ୍ୟ
  • ଦେଶ-ବିଦେଶ
  • ଅପରାଧ
  • ଜିଲ୍ଲା
    • ଭୁବନେଶ୍ୱର
    • କଟକ
    • ତାଳଚେର
    • ଝାରସୁଗୁଡା
    • ବୌଦ୍ଧ
    • ଅନୁଗୁଳ
  • ରାଜନୀତି
  • ଖେଳ
  • ବାଣିଜ୍ୟ
  • ମନୋରଞ୍ଜନ
  • ସ୍ପେଶାଲ୍ ରିପୋର୍ଟ
  • ସ୍ୱାସ୍ଥ୍ୟ
    • ଜୀବନ ଚର୍ଯ୍ୟା

©2025 Orissa Mirror. All Rights Reserved