Orissa Mirror Odia
Social icon element need JNews Essential plugin to be activated.
ସବସ୍କ୍ରାଇବ କରନ୍ତୁ
  • ରାଜ୍ୟ
  • ଦେଶ-ବିଦେଶ
  • ଅପରାଧ
  • ଜିଲ୍ଲା
    • ଭୁବନେଶ୍ୱର
    • କଟକ
    • ତାଳଚେର
    • ଝାରସୁଗୁଡା
    • ବୌଦ୍ଧ
    • ଅନୁଗୁଳ
  • ରାଜନୀତି
  • ଖେଳ
  • ବାଣିଜ୍ୟ
  • ମନୋରଞ୍ଜନ
  • ସ୍ପେଶାଲ୍ ରିପୋର୍ଟ
  • ସ୍ୱାସ୍ଥ୍ୟ
    • ଜୀବନ ଚର୍ଯ୍ୟା
Orissa Mirror Odia

ଭାରୀଯାନ ଚଳାଚଳ ଓ ପ୍ରଦୂଷଣକୁ ବିରୋଧ “ଜିଲ୍ଲା ପ୍ରଶାସନ ନିଦାବିଷ୍ଣୁ ସାଜିଥିବା ଅଭିଯୋଗ”

by Bureauom
November 9, 2025
in ଜିଲ୍ଲା, ଝାରସୁଗୁଡା
A A
ଭାରୀଯାନ ଚଳାଚଳ ଓ ପ୍ରଦୂଷଣକୁ ବିରୋଧ

ଝାରସୁଗୁଡ଼ା (ବିଜୟ ଶଙ୍କର ଦାଶ) : ଝାରସୁଗୁଡ଼ା ସଦର ବ୍ଲକ ବ୍ରଜରାଜନଗର କୁଦୋପାଲି ପଞ୍ଚାୟତବାସୀ ଜୀବନ ଜୀବିକା ଉପରେ କୁଠାରଘାତ ହେଉଥିବା ଅଭିଯୋଗ ହେଉଛି l କୁଦୋପାଲି ପଞ୍ଚାୟତ ୱାର୍ଡ ନ- ୩ ଓରାମପଡା ରେ ପ୍ରାୟ ୪୦୦ରୁ ଊର୍ଦ୍ଧ୍ଵ ଲୋକ ବସବାସ କରୁଛନ୍ତି l ଗ୍ରାମରେ ନାଁ ରହିଛି ବିଶୁଦ୍ଧ ପାନୀୟ ଜଳ ସୁବିଧା ନାଁ ଆଲୁଅ ବ୍ୟବସ୍ଥା l ଯାତାୟାତ ପାଇଁ କେବଳ ଗୋଟିଏ ରାସ୍ତା କୁ ଛାଡ଼ି ଦେଲେ ଅନ୍ୟ ବିକଳ୍ପ ରାସ୍ତା ଟିଏ ନାହିଁ l ଯେଉଁ ରାସ୍ତା ଅଛି ସେଥିରେ ଭାରୀଯାନ ଚଳାଚଳ ସହ କୋଇଲା ଗୁଣ୍ଡ ଯୋଗୁଁ ଲୋକେ ଭୟଭୀତ ଓ ଅତିଷ୍ଠ ହୋଇ ପଡିଲେଣି l ଗ୍ରାମବାସୀଙ୍କ ସୂରକ୍ଷା ଦୃଷ୍ଟିରୁ ଉକ୍ତ ରାସ୍ତା ଉପରେ ଭାରୀ ଯାନବାହାନ ଚଳାଚଳ ଉପରେ ୨୦୧୨ ମସିହାରେ ପ୍ରତିବନ୍ଧକ ଲଗାଇଥିଲେ ତତ୍କାଳୀନ ଜିଲ୍ଲାପାଳ ପୁନମ ଗୁହା ତାପସ କୁମାର l ତେବେ ଗତ କିଛି ମାସହେଲା ଉକ୍ତ ରାସ୍ତା ଦେଇ ପ୍ରତ୍ୟେକ ଦିନ ହଜାର ହଜାର ସଂଖ୍ୟାରେ ଭାରୀଯାନ କୋଇଲା ପରିବହନ ହେଉଥିବା ଅଭିଯୋଗ ହେଉଛି l

ଭାରୀ ଯାନବାହାନ ଚଳାଚଳ ଯୋଗୁଁ ରାସ୍ତା ଏତେ ଧୂଆଁଳିଆ ହୋଇଯାଉଛି ଯେ ଅପରପାର୍ଶ୍ଵର ଲୋକ ଠିକ୍‌ରେ ଦେଖାଯାଉ ନାହାନ୍ତି ସେଥିରେ ପୁଣି ଅନେକ ବ୍ୟକ୍ତିଙ୍କୁ ଶ୍ଵାସକ୍ରିୟାରେ ସମସ୍ୟା ହେଉଛି l ଫଳରେ ଶିଶୁ, କିଶୋରୀ ଓ ଗର୍ଭବତୀ ମହିଳାଙ୍କୁ ଅଙ୍ଗନବାଡି ଯିବାକୁ ହେଲେ ଜୀବନକୁ ବାଜିରେ ଲଗାଇ ପ୍ରାୟ ୧ କିମି ଯିବାକୁ ପଡୁଛି l ଏଠାରେ ସୂଚନାଯୋଗ୍ୟ ଯେ କୁଦୋପାଲି ପଞ୍ଚାୟତକୁ ତିନୋଟି କୋଇଲା କ୍ଷେତ୍ର ଘେରି ରହିଛି l ଭାରୀଯାନ ଚଳାଚଳ ଯୋଗୁଁ ଛୋଟଛାଟ ପିଲାମାନେ ସ୍କୁଲ ଯିବା ସମୟରେ ନାନାଦି ସମସ୍ୟାର ସମ୍ମୁଖୀନ ହେଉଛନ୍ତି l ଗ୍ରାମରେ ଥିବା ପୋଖରୀ ଓ ଘର ମାନଙ୍କରେ କୋଇଲା ଗୁଣ୍ଡ ପଡ଼ି ପ୍ରଦୂଷଣ ସୃଷ୍ଟି କରୁଛି l

ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣିରେ ଏକାଧିକ ଥର ଅଭିଯୋଗ ହୋଇଥିବା ସତ୍ତ୍ଵେ ଜିଲ୍ଲା ପ୍ରଶାସନ ତରଫରୁ ଏ ଯାଏଁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା ଅଭିଯୋଗ କରିଛନ୍ତି ସମିତି ସଭ୍ୟା ରଶ୍ମିତା ପ୍ରଧାନ l ଏହି ସମସ୍ୟାର ସ୍ଥାୟୀ ସମାଧାନ ନହେଲେ ରାଜରାସ୍ତାକୁ ଓହ୍ଲାଇବା ପାଇଁ ବାଧ୍ୟ ହେବୁ ବୋଲି କହିଛନ୍ତି କୁଦୋପାଲି ସମିତି ସଭ୍ୟା ରଶ୍ମିତା ପ୍ରଧାନ, ଓରାମ ପଡା ର ୱାର୍ଡ ସଭ୍ୟା ଜ୍ୟୋତ୍ସ୍ନା ଓରାମ, ବାସନ୍ତୀ ଓରାମ, ମାଳତି ଓରାମ, ତିଳୋତ୍ତମା ଓରାମ, ବିଦ୍ୟାଧର ଓରାମ, ମାନ ଓରାମ, ରାଜକୁମାର ଓରାମ ଓ ସୁନୀଲ ଓରାମଙ୍କ ସହ ଓରାମ ପଡ଼ାବାସୀ l

Bureauom

Bureauom

Next Post
ଦ୍ଵିତୀୟ ଇନଡୋର ଷ୍ଟାଡିଅମ ନିର୍ମାଣ କେବେ?

ଦ୍ଵିତୀୟ ଇନଡୋର ଷ୍ଟାଡିଅମ ନିର୍ମାଣ କେବେ? ବଢୁଛି କ୍ରୀଡ଼ାବିତଙ୍କ ଅସନ୍ତୋଷ

ଆସୁଛି ପର୍ଯ୍ୟଟନ ଋତୁ

ଆସୁଛି ପର୍ଯ୍ୟଟନ ଋତୁ, "ଭିତ୍ତିଭୂମି ଥାଇ 'ଅବହେଳିତ ବୌଦ୍ଧ"

ଟ୍ରାଫିକ ନିୟମ ଉଲଙ୍ଘନକାରୀ ଗାଡ଼ି ଚାଳକଙ୍କୁ ଛଡ଼ା ଯିବ ନାହିଁ

ଟ୍ରାଫିକ ନିୟମ ଉଲଙ୍ଘନକାରୀ ଗାଡ଼ି ଚାଳକଙ୍କୁ ଛଡ଼ା ଯିବ ନାହିଁ : ଆରକ୍ଷୀ ଅଧିକ୍ଷକ

ବିପଦ ସଙ୍କୁଳ ତେଲେନ ନଦୀ ବ୍ରିଜ

ବିପଦ ସଙ୍କୁଳ ତେଲେନ ନଦୀ ବ୍ରିଜ,ଭୟଭୀତ ଗ୍ରାମବାସୀ

ଭୂବନେଶ୍ୱରୀ ମାଇନ୍ସରେ ଓଲଟିଲା ଡ଼ିଜେଲ ଟ୍ୟାଙ୍କର

ଭୂବନେଶ୍ୱରୀ ମାଇନ୍ସରେ ଓଲଟିଲା ଡ଼ିଜେଲ ଟ୍ୟାଙ୍କର, ଅଳ୍ପକେ ବର୍ତିଲେ ଚାଳକ

Orissa Mirror Odia

©2025 Orissa Mirror. All Rights Reserved

Reach Us

  • Home
  • About Us
  • Contact Us
  • Privacy Policy

Follow Us

Social icon element need JNews Essential plugin to be activated.
No Result
View All Result
  • ରାଜ୍ୟ
  • ଦେଶ-ବିଦେଶ
  • ଅପରାଧ
  • ଜିଲ୍ଲା
    • ଭୁବନେଶ୍ୱର
    • କଟକ
    • ତାଳଚେର
    • ଝାରସୁଗୁଡା
    • ବୌଦ୍ଧ
    • ଅନୁଗୁଳ
  • ରାଜନୀତି
  • ଖେଳ
  • ବାଣିଜ୍ୟ
  • ମନୋରଞ୍ଜନ
  • ସ୍ପେଶାଲ୍ ରିପୋର୍ଟ
  • ସ୍ୱାସ୍ଥ୍ୟ
    • ଜୀବନ ଚର୍ଯ୍ୟା

©2025 Orissa Mirror. All Rights Reserved