Orissa Mirror Odia
Social icon element need JNews Essential plugin to be activated.
ସବସ୍କ୍ରାଇବ କରନ୍ତୁ
  • ରାଜ୍ୟ
  • ଦେଶ-ବିଦେଶ
  • ଅପରାଧ
  • ଜିଲ୍ଲା
    • ଭୁବନେଶ୍ୱର
    • କଟକ
    • ତାଳଚେର
    • ଝାରସୁଗୁଡା
    • ବୌଦ୍ଧ
    • ଅନୁଗୁଳ
  • ରାଜନୀତି
  • ଖେଳ
  • ବାଣିଜ୍ୟ
  • ମନୋରଞ୍ଜନ
  • ସ୍ପେଶାଲ୍ ରିପୋର୍ଟ
  • ସ୍ୱାସ୍ଥ୍ୟ
    • ଜୀବନ ଚର୍ଯ୍ୟା
Orissa Mirror Odia

କଳକାରଖାନାରୁ ନିର୍ଗତ ବର୍ଜ୍ୟବସ୍ତୁ ଏବେ ବ୍ରାହ୍ମଣୀରେ, ତାଳଚେରର ମାଟି, ପାଣି, ପବନ ପ୍ରଦ୍ୟୁଷିତ ଲାଗୁନି ଅଙ୍କୁଶ

by Bureauom
November 13, 2025
in ଜିଲ୍ଲା, ତାଳଚେର
A A
କଳକାରଖାନାରୁ ନିର୍ଗତ ବର୍ଜ୍ୟବସ୍ତୁ ଏବେ ବ୍ରାହ୍ମଣୀରେ

ତାଳଚେର(ବିଜୟ କୁମାର ଦେବତା): ବିଗତ ବର୍ଷର ପ୍ରକୃତିଦତ ସୌନ୍ଦର୍ଯ୍ୟମୟ ତାଳଚେର ଆଜି କଳକାରଖାନାରୁ ନିର୍ଗତ ବର୍ଜ୍ୟବସ୍ତୁ ତାଳଚେର ସହରର ଏକମାତ୍ର ନିର୍ଭର ଯୋଗ୍ୟ ବୋହି ଯାଇଥିବା ଚିରୋଦ୍ରୋତା ବ୍ରାହ୍ମଣୀନଦୀରେ ପଡ଼ିବା ଯୋଗୁଁ ଆଜି ନଦୀର ଜଳ ହୋଇଛି ଜହର! ତାଳଚେର ଅଂଚଳରେ ଖୋଲାମୁହଁ ପୋଖରୀଆ ଖଦାନ ୧୦ଗୋଟି ରହିଥିବା ବେଳେ ସେହି ଅନୁପାତରେ ଭାରୀଯାନ ସହ ଛୋଟଯାନ ବୃଦ୍ଧି ପାଉଥିବାରୁ ବାୟୁମଣ୍ଡଳ ବିଷାକ୍ତ ହେବାରେ ଲାଗିଛି । ଭାରତ ମାନଚିତ୍ରରେ ଦିଲ୍ଳୀ ପ୍ରଦ୍ୟୁଷଣ ଅଂଚଳଭାବେ ଗଣନା ହେଉଥିବା ବେଳେ ଓଡ଼ିଶା ମାଟିର ତାଳଚେର ବି ବାଦ୍ ପଡ଼ିନି । ତାଳଚେର ଅଂଚଳରେ ଯେଉଁମାତ୍ରାରେ ଜଙ୍ଗଲଜମି ରହିଥିଲା, ଆଜି ସେହି ବଣଜଙ୍ଗଲକୁ ସଫାକରି ସେଠାରେ ରାଷ୍ଟ୍ରାୟତ ଉଦ୍ୟୋଗ କମ୍ପାନୀ ଗଢ଼ି ଉଠିଛି । ବଣଜଙ୍ଗଲ ଗୁଡ଼ିକ ପଦା ହେବାପରେ ଏହି ସଜୁଜବଣ ଉପରେ ନିର୍ଭର କରୁଥିବା ପଶୁପକ୍ଷୀ ଇତ୍ୟାଦି ଲୋପ ପାଉଥିବା ବେଳେ ଏଠାରେ ଖଣି ଓ କଳକାରଖାନା ଯୋଗୁଁ ଅଂଚଳରେ ଉତ୍ତାପ ବୃଦ୍ଧି ପାଇ ଜନ ଜୀବନକୁ ଅସ୍ତବ୍ୟବସ୍ତ କରିପକାଇଛି ।

ଏହି କମ୍ପାନୀ ଓ କଳକାରଖାନାରୁ ବିଭିନ୍ନ ମାଧ୍ୟମରେ ଉତ୍ପନ୍ନ ହେଉଥିବା ଧୂଳିଧୂଆଁ ବାୟୁମଣ୍ଡଳରେ ବିଷାକ୍ତ ଧୂଆଁ ଓ ଧୂଳିକଣା ଘୁରିବୁଲି ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଉଛି, ଯଥା- ହୃଦରୋଗ, କିଡ଼ନୀ, ଯକ୍ଷ୍ମା, ଚର୍ମରୋଗ ଓ ବିଭିନ୍ନ ମାରାତ୍ମକ ରୋଗର ଶୀକାର ହୋଇ ଦୁଃଖଦୁର୍ଦ୍ଦଶା ଭୋଗ କରୁଥିବା ବେଳେ ଏହା ପ୍ରତି କାହାର ବି ଦୃଷ୍ଟି ପଡ଼ୁନଥିବା ଦୁର୍ଭାଗ୍ୟଜନକ ହୋଇଛି । ଏଠିକାର ଅଂଚଳବାସୀ ସରଳ ଓ ନିଷ୍କପଟ ହୋଇଥିବାରୁ ଶାଗମାଛ ଦରରେ ଖଣିଖାଦାନ ପାଇଁ ନିଜର ଭିଟ୍ଟାମାଟି ଉତ୍ସର୍ଗ କରୁଥିବା ବେଳେ ସେହି ପ୍ରକାରରେ ବିଶ୍ୱାସକରି ବିଧାନସଭା ହେଉ କି, ଲୋକସଭା ହେଉ ଲୋକପ୍ରତିନିଧି ମଧ୍ୟ ଚୟନ କରିଥାନ୍ତି । ତେଣୁ ଏଥିରୁ ସ୍ପଷ୍ଟ ଅନୁମେୟ ତାଳଚେର ଅଂଚଳବାସୀଙ୍କ ସମସ୍ୟା ଭିତରେ କିପରି ଛନ୍ଦି ହୋଇପଡ଼ିଛନ୍ତି ।

ଅଂଚଳବାସୀଙ୍କ ମୌଳିକ ଅଧିକାର ପ୍ରତି ଏଠାରେ ପ୍ରଶାସନ କିମ୍ବା ରାଜନେତାଙ୍କର କିପରି କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗୁନି ତାହା ଅଂଚଳବାସୀଙ୍କୁ ଚକିତ କରିପକାଇଛି । ଏଠାରେ ସ୍ୱାଧୀନତା ପୂର୍ବରୁ ପୂରାତନ ରେଳଷ୍ଟେସନ ରହିଥିଲେ ମଧ୍ୟ ଏହି ଷ୍ଟେସନକୁ ସମସ୍ତ ଯାତ୍ରୀବାହୀ ଟ୍ରେନ ଆସୁନଥିବାରୁ ଯାତ୍ରୀମାନେ ଅଟୋରେ ୪ଶହ ରୁ ୫ଶହ ଟଙ୍କା ଖର୍ଚ୍ଚ କରି ଅନୁଗୋଳ ଜିଲ୍ଳା ଭୋଗବେରଣୀ ତାଳଚେର ରୋଡ଼ ରେଳଷ୍ଟେସନକୁ ଯିବାକୁ ପରିସ୍ଥିତି ବାଧ୍ୟ କରିଥାଏ । ଅଂଚଳବାସୀଙ୍କ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ଆଲୋକୀକରଣ ଇତ୍ୟାଦି ସମସ୍ୟା ଚୂଲି କି ଯାଉପଛେ ଦେଶର ବିକାଶରେ ତାଳଚେର ଅଂଚଳର ବେଶ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲେ ମଧ୍ୟ ଅଂଚଳବାସୀ ଆଜି ନିଷ୍ପେଷିତ । କେବଳ ଏହି ସମସ୍ତ ସମସ୍ୟା ଗୁଡ଼ିକ କାଗଜପତ୍ର ମାଧ୍ୟମରେ ସୀମୀତ ରହୁଛି ବୋଲି ବିଭିନ୍ନ ମହଲରେ ଦାବିହେଉଛି ।

Bureauom

Bureauom

Next Post
ତାଳଚେର ଉପଖଣ୍ଡରେ ସାଇବର ସୁରକ୍ଷା

ତାଳଚେର ଉପଖଣ୍ଡରେ ସାଇବର ସୁରକ୍ଷା

ଲଇକେରାରେ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣସମ୍ପଦ ମେଳା

ଲଇକେରାରେ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା

ଔଷଧ ଦୋକାନରେ ବିନା ପ୍ରେସ୍କ୍ରିପସନରେ ବେଆଇନ ଗର୍ଭପାତ ଔଷଧ

ଔଷଧ ଦୋକାନରେ ବିନା ପ୍ରେସ୍କ୍ରିପସନରେ ବେଆଇନ ଗର୍ଭପାତ ଔଷଧ ଓ ଚିକିତ୍ସା

ମରଣାନ୍ତକ ଆକ୍ରମଣ ଓ ଡକାୟତି ମାମଲାରେ ୮ ବର୍ଷ ଜେଲ ଦଣ୍ଡାଦେଶ

ମରଣାନ୍ତକ ଆକ୍ରମଣ ଓ ଡକାୟତି ମାମଲାରେ ୮ ବର୍ଷ ଜେଲ ଦଣ୍ଡାଦେଶ

ତାଳଚେର ସାର କାରଖାନା ନିର୍ମାଣ

ତାଳଚେର ସାର କାରଖାନା ନିର୍ମାଣ କାର୍ଯ୍ୟ ଖୁବ ଶୀଘ୍ର ସମ୍ପୂର୍ଣ ହେବ।

Orissa Mirror Odia

©2025 Orissa Mirror. All Rights Reserved

Reach Us

  • Home
  • About Us
  • Contact Us
  • Privacy Policy

Follow Us

Social icon element need JNews Essential plugin to be activated.
No Result
View All Result
  • ରାଜ୍ୟ
  • ଦେଶ-ବିଦେଶ
  • ଅପରାଧ
  • ଜିଲ୍ଲା
    • ଭୁବନେଶ୍ୱର
    • କଟକ
    • ତାଳଚେର
    • ଝାରସୁଗୁଡା
    • ବୌଦ୍ଧ
    • ଅନୁଗୁଳ
  • ରାଜନୀତି
  • ଖେଳ
  • ବାଣିଜ୍ୟ
  • ମନୋରଞ୍ଜନ
  • ସ୍ପେଶାଲ୍ ରିପୋର୍ଟ
  • ସ୍ୱାସ୍ଥ୍ୟ
    • ଜୀବନ ଚର୍ଯ୍ୟା

©2025 Orissa Mirror. All Rights Reserved