Orissa Mirror Odia
Social icon element need JNews Essential plugin to be activated.
ସବସ୍କ୍ରାଇବ କରନ୍ତୁ
  • ରାଜ୍ୟ
  • ଦେଶ-ବିଦେଶ
  • ଅପରାଧ
  • ଜିଲ୍ଲା
    • ଭୁବନେଶ୍ୱର
    • କଟକ
    • ତାଳଚେର
    • ଝାରସୁଗୁଡା
    • ବୌଦ୍ଧ
    • ଅନୁଗୁଳ
  • ରାଜନୀତି
  • ଖେଳ
  • ବାଣିଜ୍ୟ
  • ମନୋରଞ୍ଜନ
  • ସ୍ପେଶାଲ୍ ରିପୋର୍ଟ
  • ସ୍ୱାସ୍ଥ୍ୟ
    • ଜୀବନ ଚର୍ଯ୍ୟା
Orissa Mirror Odia

Inspiring journey of tribal girl Rani: କେନ୍ଦୁଝରରୁ କନ୍ଧମାଳ ଯାତ୍ରା

by Bureauom
November 1, 2025
in ଭୁବନେଶ୍ୱର, ରାଜ୍ୟ
A A
inspiring-journey-of-tribal-girl-rani

ଭୁବନେଶ୍ବର: ଇଚ୍ଛା ଥିଲେ ଉପାୟ ଆସେ। ସଫଳତାର ପଥରେ କୌଣସି ବାଧା ଅବରୋଧ ହୋଇପାରେନି। ଏହାକୁ ପ୍ରମାଣ କରି ଦେଖାଇଛନ୍ତି କେନ୍ଦୁଝର ଜିଲ୍ଲାର ହାଟ ଦିହି ବ୍ଲକ୍‌ର ବୀଣାପାଟିଆ ଗ୍ରାମର ଆଦିବାସୀ ଝିଅ ରାଣୀ ହେମବ୍ରମ।

ଆଦିବାସୀ ଗାଁ ବିନାପାଟିଆ ଏବେ ଉଚ୍ଚ ପଦସ୍ଥ ଅଧିକାରୀ, ସମାଜସେବୀ ଓ ପ୍ରଶାସକମାନଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ । କାରଣ, ଏଠିକାର ଝିଅ ରାଣୀ ହେମବ୍ରମ NEET ପରୀକ୍ଷା ଉତ୍ତୀର୍ଣ୍ଣ ହୋଇ MBBS ପଢିବାକୁ ଯୋଗ୍ୟ ହୋଇଛନ୍ତି।

ଯିଏ ଦିନେ ଗାଁରେ ଦିନ ମଜୁରିଆ ଭାବେ ଓ ଘରକାମରେ ବ୍ୟସ୍ତ ଥିଲେ, ସେହି ରାଣୀ ହେମବ୍ରମ ବର୍ତ୍ତମାନ ସମଗ୍ର ଜିଲ୍ଲା ଓ ରାଜ୍ୟରେ ଆଲୋଚନାର ବିଷୟ ହୋଇଛନ୍ତି। ରାଣୀ ପ୍ରମାଣ କରିଛନ୍ତି ଯେ ଦୃଢ଼ ଇଚ୍ଛାଶକ୍ତି ଥିଲେ କୌଣସି ଜିନିଷ ସଫଳତାର ରାସ୍ତାକୁ ଅଟକେଇପାରେନି।

ଦିନମଜରିଆ ରୁ ଓ ଡାକ୍ତର ହେବେ ରାଣୀ। ରାଣୀ କାନ୍ଧମାଳର ଫୁଲବାଣୀ ମେଡିକାଲ କଲେଜରେ MBBS ପଢିବେ। ସେ NEET ପରୀକ୍ଷାରେ 4381 ରେଙ୍କ ପାଇଛନ୍ତି।

ରାଣୀ କହିଛନ୍ତି “ମୋ ପରିବାର ମୋ ପାଇଁ ସବୁଠାରୁ ଅଧିକ ମୂଲ୍ୟବାନ। ସେଥିପାଇଁ ମୁଁ ସଂଘର୍ଷ କରୁଥିଲି। ଭଗବାନଙ୍କ କୃପାରେ ମୁଁ NEET ଉତ୍ତୀର୍ଣ୍ଣ ହୋଇପାରିଲି। ଏବେ ମୁଁ ଜନସେବାରେ ସର୍ବଶ୍ରେଷ୍ଠ ଦେବାକୁ ଚେଷ୍ଟା କରିବି”

ସେ ଅତ୍ୟନ୍ତ ପରିଶ୍ରମୀ, ଦୃଢ଼ସଙ୍କଳ୍ପ ଓ ସମର୍ପିତ। ସେହି ପରିଶ୍ରମ ଓ ଆତ୍ମବିଶ୍ୱାସର ଫଳ ହେଉଛି ତାଙ୍କର ଏହି ସଫଳତା। ରାଣୀଙ୍କ ପରିବାର ଓ ଗାଁ ଲୋକେ ଗର୍ବିତ।

ରାଣୀ ହେମବ୍ରମ ତାଙ୍କ ଗାଁର ପ୍ରଥମ ଆଦିବାସୀ ଝିଅ ଯିଏ MBBS ପଢିବେ। ତାଙ୍କ ଏହି ସଫଳତା ଏଲାକା ପାଇଁ ଏକ ମାଣୀଖୁଣ୍ଟ। ବିନାପାଟିଆ ଗାଁ ଆନନ୍ଦ ଓ ଗର୍ବରେ ମୁଗ୍ଧ। ସେ ପ୍ରମାଣ କରିଛନ୍ତି ଯେ ଦାରିଦ୍ର୍ୟ ସଫଳତା ପାଇଁ ବାଧା ନୁହେଁ। ଅଭାବ,ଅସୁବିଧାରେ ସଫଳତାର ସ୍ବପ୍ନ ଦେଖୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ରାଣୀ ହେମବ୍ରମ ଏକ ପ୍ରେରଣା।

Bureauom

Bureauom

Next Post
Odisha Child Protection Day

Odisha Child Protection Day: ଶିଶୁ ସୁରକ୍ଷା ଓ ଶିକ୍ଷା ଉପରେ ପ୍ରଭାତୀ ପରିଡ଼ାଙ୍କ ଗୁରୁତ୍ୱାରୋପ

Vivekananda Vidyamandir Annual Sports

Vivekananda Vidyamandir Annual Sports: ବିବେକାନନ୍ଦ ବିଦ୍ୟାମନ୍ଦିରର ବାର୍ଷିକ କ୍ରୀଡ଼ା

Lift Irrigation Project Irregularities

Lift Irrigation Project Irregularities: ଉଠା ଜଳସେଚନ ପ୍ରକଳ୍ପ ନିର୍ମାଣ କାର୍ଯ୍ୟରେ ଚଞ୍ଚକତା

Youth’s Document Forgery Case Jharsuguda

Youth’s Document Forgery Case Jharsuguda: ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଧେଶ ପରେ ମାମଲା ରୁଜୁ

Cyber Security Awareness Campaign

ସାଇବର ସୁରକ୍ଷା ସଚେତନତା ଅଭିଯାନ : ବୌଦ୍ଧ ଟାଉନହଲ୍‌ରେ ଆୟୋଜିତ

Orissa Mirror Odia

©2025 Orissa Mirror. All Rights Reserved

Reach Us

  • Home
  • About Us
  • Contact Us
  • Privacy Policy

Follow Us

Social icon element need JNews Essential plugin to be activated.
No Result
View All Result
  • ରାଜ୍ୟ
  • ଦେଶ-ବିଦେଶ
  • ଅପରାଧ
  • ଜିଲ୍ଲା
    • ଭୁବନେଶ୍ୱର
    • କଟକ
    • ତାଳଚେର
    • ଝାରସୁଗୁଡା
    • ବୌଦ୍ଧ
    • ଅନୁଗୁଳ
  • ରାଜନୀତି
  • ଖେଳ
  • ବାଣିଜ୍ୟ
  • ମନୋରଞ୍ଜନ
  • ସ୍ପେଶାଲ୍ ରିପୋର୍ଟ
  • ସ୍ୱାସ୍ଥ୍ୟ
    • ଜୀବନ ଚର୍ଯ୍ୟା

©2025 Orissa Mirror. All Rights Reserved