Orissa Mirror Odia
Social icon element need JNews Essential plugin to be activated.
ସବସ୍କ୍ରାଇବ କରନ୍ତୁ
  • ରାଜ୍ୟ
  • ଦେଶ-ବିଦେଶ
  • ଅପରାଧ
  • ଜିଲ୍ଲା
    • ଭୁବନେଶ୍ୱର
    • କଟକ
    • ତାଳଚେର
    • ଝାରସୁଗୁଡା
    • ବୌଦ୍ଧ
    • ଅନୁଗୁଳ
  • ରାଜନୀତି
  • ଖେଳ
  • ବାଣିଜ୍ୟ
  • ମନୋରଞ୍ଜନ
  • ସ୍ପେଶାଲ୍ ରିପୋର୍ଟ
  • ସ୍ୱାସ୍ଥ୍ୟ
    • ଜୀବନ ଚର୍ଯ୍ୟା
Orissa Mirror Odia

କାନ୍ଦୁଛି ମହାନଦୀ ହସୁଛି ବାଲି ମାଫିଆ: ବେଧଡକ ଚାଲିଛି ବାଲି ଚୋରୀ, ନୀରବଦ୍ରଷ୍ଟା ସାଜିଛି ପ୍ରଶାସନ

ମହାନଦୀର ଜଳରେ ଜନଜୀବନ ଅଶାନ୍ତ, ବାଲି ମାଫିଆଙ୍କ ଆତଙ୍କରାଜ ଜାରି। କାର୍ଯ୍ୟକାରୀ ହେଉନି ଓଏମଏମସି ଓ ୨୦୧୬ ନିୟମ

by Bureauom
November 3, 2025
in ବୌଦ୍ଧ
A A
କାନ୍ଦୁଛି ମହାନଦୀ ହସୁଛି ବାଲି ମାଫିଆ

ହରଭଙ୍ଗା/ବୌଦ୍ଧ (ସର୍ବେଶ୍ୱର କ୍ଷେତି): ହରଭଙ୍ଗା ତହସିଲ ଅନ୍ତର୍ଗତ ବିଭିନ୍ନ ବାଲିଘାଟରୁ ସ୍ପଷ୍ଟ ଦିବାଲୋକରେ ନକଲି ଟ୍ରାଞ୍ଜିଟ ପାସ ଦ୍ୱାରା ବେଧଡ଼କ ବାଲି ଚୋରା ଚାଲାଣ ହେଉଥିବା ଖବର ସାମ୍ନାକୁ ଆସିଛି l ରାଜ୍ୟରେ ଲଘୁ ଖଣିଜ ସମ୍ପଦ ଲୁଟ କାରବାରକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ସରକାରଙ୍କ ଷ୍ଟିଲ ଏବଂ ମାଇନ୍ସ ବିଭାଗ ପକ୍ଷରୁ ଜିଲ୍ଲାସ୍ତରୀୟ ଟାସ୍କ ଫୋର୍ସ ଗଠନ କରାଯାଇଥିଲେ ମଧ୍ୟ ବାଲି ଚୋରା ଚାଲାଣ ଯୋଗୁଁ ସରକାରଙ୍କ କୋଟି କୋଟି ଟଙ୍କା ରାଜସ୍ବ ହାନୀ ଘଟୁଥିବା ବେଳେ ବାଲି ମାଫିଆଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଉଛି l ମହାନଦୀ ବର୍ତ୍ତମାନ ବାଲି ମାଫିଆଙ୍କ ଭୂସ୍ବର୍ଗ ପାଲଟିଥିବା ବେଳେ ଜିଲ୍ଲା ଖଣି ଏବଂ ତହସିଲ କାର୍ଯ୍ୟାଳୟରେ ଦୁର୍ନୀତି ନିବାରଣ ସପ୍ତାହ ପାଳନ ନାଁରେ ଦୁର୍ନୀତିକୁ ପ୍ରତ୍ସାହନ ଦିଆଯାଉଥିବା ଅଭିଯୋଗ ହେଉଛି l ହାଇୱାରେ ବାଲି ଟ୍ରିପ ପ୍ରତି ୧୦,୦୦୦ ଟଙ୍କା ନିଆଯାଉଥିବା ବେଳେ ମହାନଦୀ କୂଳରେ ବସବାସ କରୁଥିବା ସାଧାରଣ ଗରିବ ଲୋକଙ୍କୁ ଘର ଖଣ୍ଡିଏ ତିଆରି କରିବା ସମୟରେ ହିନସ୍ତା ହେବାକୁ ପଡୁଛି l

ଲଘୁ ଖଣିଜ ନିର୍ଦ୍ଦେଶକ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ(ଭା.ପ୍ର.ସେ) ନିର୍ଦ୍ଦେଶ ଅନୁଯାୟୀ ଲିଜଧାରୀ ସୀମା ନିର୍ଦ୍ଧାରଣ କରି ଲିଜ ଅଞ୍ଚଳ ମାପଚୁପ କରି ଖୁଣ୍ଟ ପୋତିବା, ସିସି ଟିଭି ଲଗେଇବା, ଉଭୟ ଓଡ଼ିଆ ଏବଂ ଇଂରାଜୀ ଭାଷାରେ ସୂଚନା ଫଳକ(୪×୩.୫ ଫୁଟ) ଲଗେଇବା, ଜିପିଏସ ସର୍ଭିଲାନ୍ସ, ଗାଡ଼ିର ଭିଏଲଟିଡି, ରେଜିଷ୍ଟର ପରିଚାଳନା, ପ୍ରବେଶ ଏବଂ ପ୍ରସ୍ଥାନ ପାଇଁ ଏକମାତ୍ର ପଥ ରହିବା ଆଦି କଡା ନିର୍ଦ୍ଦେଶ ରହିଥିଲେ ହେଁ ଖଣି ବିଭାଗର ସମସ୍ତ ନିର୍ଦ୍ଦେଶକୁ ଫୁ କରି ଉଡାଇ ଦିଆଯାଉଛି l ପ୍ରଶାସନର ଲାଭଖୋର ତଥା ବୈମାତୃକ ମନୋଭାବ ଯୋଗୁଁ ଐତିହାସିକ ଜଗନ୍ନାଥ ସଡ଼କରେ ଯାତାୟାତ କରୁଥିବା ବିଦ୍ୟାଳୟ, ମହାବିଦ୍ୟାଳୟର ଛାତ୍ରଛାତ୍ରୀ ତଥା ଜନସାଧାରଣ ବାଲି ବୋଝେଇ ହାଇୱାର ପ୍ରଦୂଷଣ ଧୂଳିରେ ଅସ୍ତବ୍ୟସ୍ତ ହେଉଛନ୍ତି l

ମାନ୍ୟବର ଓଡିଶା ଉଚ୍ଚ ନ୍ୟାୟାଳୟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ ଅନୁଯାୟୀ ସକାଳ ୭ଘ. ରୁ ରାତି ୯ଘ. ପର୍ଯ୍ୟନ୍ତ ବାଲି ପରିବହନ ହୋଇପାରିବ ନାହିଁ ବୋଲି ସ୍ପଷ୍ଟ ନିର୍ଦ୍ଦେଶ ରହିଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହେଉନଥିବା ଦେଖିବାକୁ ମିଳୁଛି l କେନ୍ଦ୍ର ସରକାର ଜାରି କରିଥିବା ଗାଇଡଲାଇନ ମୁତାବକ ସମସ୍ତ ବାଲିଘାଟରେ ମାନୁଆଲ ପ୍ରକ୍ରିୟାରେ ବାଲି ଉତ୍ତୋଳନ ହୋଇପାରିବ l ଯେଉଁ ସ୍ଥାନରେ ମାନୁଆଲ ପ୍ରକ୍ରିୟାରେ ବାଲି ଉତ୍ତୋଳନ କାର୍ଯ୍ୟ ସମ୍ଭବ ନୁହେଁ ସେଠାରେ ମେସିନ ଦ୍ୱାରା ବାଲି ଉତ୍ତୋଳନ କରାଯାଇପାରିବ l ଏଥିପାଇଁ ପରିବେଶ ମଞ୍ଜୁରୀ ବାଧ୍ୟତାମୂଳକ ଥିବାବେଳେ ପରିବେଶ ମଞ୍ଜୁରୀ ପାଇଁ ସମ୍ପୃକ୍ତ ବାଲିଘାଟର ଭୌଗୋଳିକ ସ୍ଥିତି, ବାଲିଘାଟରେ ଜମାଥିବା ବାଲିର ପରିମାଣ ତଥା ନଦୀ ଜଳର ଗତିପଥ ଏବଂ ପରିବେଶ ଉପରେ ପଡିବାକୁ ଥିବା ପ୍ରଭାବ ଆଦିକୁ ଧ୍ୟାନ ଦିଆଯିବ ବୋଲି ମାନ୍ୟବର ଉଚ୍ଚ ନ୍ୟାୟାଳୟ ରାୟରେ ସ୍ପଷ୍ଟ କରିଥିଲେ ମଧ୍ୟ ପ୍ରଶାସନର ଅବହେଳା ଯୋଗୁଁ ରାଜ୍ୟ ସରକାରଙ୍କ କୋଟି କୋଟି ଟଙ୍କାର ରାଜସ୍ବ ହାନୀ ହେଉଛି l

ବାଲି ମାଫିଆଙ୍କ ଚାନ୍ଦା ପାଖରେ ବିଭାଗୀୟ ଅଧିକାରୀଙ୍କ ସ୍ୱାଭିମାନ ବନ୍ଧା ପଡ଼ିଥିବା ନେଇ ସାଧାରଣରେ ଚର୍ଚ୍ଚା ହେଉଛି l ଜିଲ୍ଲା ଖଣି ବିଭାଗ ଏବଂ ପୋଲିସ ରାଜନୈତିକ ଚାପର ବଶବର୍ତ୍ତୀ ହୋଇ ସବୁ କିଛି ଜାଣି ସୁଦ୍ଧା ନିରବ ଦ୍ରଷ୍ଟା ସାଜିଥିବା ବେଳେ ବିରାଟ ବଳେ କିଚକ ରାଜା ଭଳି ବାଲି ମାଫିଆମାନେ ନେତାଙ୍କ ବଳରେ ବଳିଆନ ମନେ ହେଉଛି l ହରଭଙ୍ଗା ତହସିଲର ବିଭିନ୍ନ ବାଲି ଘାଟରେ ବାଲି ଚୋରା ଚାଲାଣ ଘଟଣା ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ଉତ୍ତରଦାୟିତ୍ୱ ତଥା ସ୍ୱଚ୍ଛତା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି l ବିଭିନ୍ନ ଖବରକାଗଜରେ ବାଲି ଚୋରା ଚାଲାଣ ପ୍ରସଙ୍ଗରେ ବାରମ୍ବାର ଖବର ପ୍ରକାଶ ପାଇବା ପରେ ମଧ୍ୟ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଉନାହିଁ l

ଚେଇଁ ଶୋଇଥିବ ଯିଏ ତାକୁ ଉଠେଇବ କିଏ ନ୍ୟାୟରେ ପ୍ରଶାସନିକ ଅପାରଗତା, ସ୍ଥାଣୁତାକୁ ସ୍ଥାନୀୟ ବୁଦ୍ଧିଜୀବି ମହଲରେ ତୀବ୍ର ନିନ୍ଦା କରାଯାଉଛି l ତେଣୁ ଜିଲ୍ଲା ପ୍ରଶାସନ ଉକ୍ତ ଘଟଣା ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବା ସହ ଲଘୁ ଖଣିଜ ନିୟମର ଧଜିଆ ଉଡାଉଥିବା ଲିଜଧାରୀ ତଥା ବାଲି ମାଫିଆଙ୍କ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି ହେଉଛି l

Bureauom

Bureauom

Next Post
ଚୋରି ଉଦ୍ଧାର ମୋବାଇଲ ହସ୍ତାନ୍ତର ମେଳା

ଚୋରି ଉଦ୍ଧାର ମୋବାଇଲ ହସ୍ତାନ୍ତର ମେଳା: ଜିଲ୍ଲା ପୁଲିସର ଅଭିନବ ପ୍ରୟାସ

ବେଦାନ୍ତର ପିଛା ଛାଡୁନାହିଁ ଜନ ଅସନ୍ତୋଷ

ବେଦାନ୍ତର ପିଛା ଛାଡୁନାହିଁ ଜନ ଅସନ୍ତୋଷ "ଆନ୍ଦୋଳନ ଚେତାବନୀ ଦେଲେ ଭୁର୍କାମୁଣ୍ଡା ଗ୍ରାମବାସୀ"

ଓଡ଼ିଶା ରାଜ୍ୟ ପଣ୍ୟାଗାର ନିଗମ ଲାଭାଂଶ ପ୍ରଦାନ

ଓଡ଼ିଶା ରାଜ୍ୟ ପଣ୍ୟାଗାର ନିଗମ ପକ୍ଷରୁ ରାଜ୍ୟ ସରକାରଙ୍କୁ ୩.୪ କୋଟି ଲାଭାଂଶ ପ୍ରଦାନ

ଓଡ଼ିଶା ଶିଳ୍ପୀ ମହାସଂଘ ପକ୍ଷରୁ ହସ୍ତତନ୍ତ ଓ ହସ୍ତଶିଳ୍ପ ସଚେତନତା ଶିବିର

ଓଡ଼ିଶା ଶିଳ୍ପୀ ମହାସଂଘ ପକ୍ଷରୁ ହସ୍ତତନ୍ତ ଓ ହସ୍ତଶିଳ୍ପ ସଚେତନତା ଶିବିର ଅନୁଷ୍ଠିତ

ପରିବହନ ବିଭାଗ ର ବେପୁରିଆ ନୀତି

ପରିବହନ ବିଭାଗ ର ବେପୁରିଆ ନୀତି, ଡ୍ରାଇଭିଂ ଲାଇସେନ୍ସ ଥାଇ ମଧ୍ୟ କଟୁଛି ଚାଲାଣ

Orissa Mirror Odia

©2025 Orissa Mirror. All Rights Reserved

Reach Us

  • Home
  • About Us
  • Contact Us
  • Privacy Policy

Follow Us

Social icon element need JNews Essential plugin to be activated.
No Result
View All Result
  • ରାଜ୍ୟ
  • ଦେଶ-ବିଦେଶ
  • ଅପରାଧ
  • ଜିଲ୍ଲା
    • ଭୁବନେଶ୍ୱର
    • କଟକ
    • ତାଳଚେର
    • ଝାରସୁଗୁଡା
    • ବୌଦ୍ଧ
    • ଅନୁଗୁଳ
  • ରାଜନୀତି
  • ଖେଳ
  • ବାଣିଜ୍ୟ
  • ମନୋରଞ୍ଜନ
  • ସ୍ପେଶାଲ୍ ରିପୋର୍ଟ
  • ସ୍ୱାସ୍ଥ୍ୟ
    • ଜୀବନ ଚର୍ଯ୍ୟା

©2025 Orissa Mirror. All Rights Reserved